Pratilipi requires JavaScript to function properly. Here are the instructions how to enable JavaScript in your web browser. To contact us, please send us an email at: contact@pratilipi.com
ତୃପ୍ତି ପଣ୍ଡା ଭାବନାରେ ହଜିବାକୁ ଭଲଲାଗେ ନାହିଁ ସପନରେ ଭିଜିବାକୁ ଭଲଲାଗେ ନାହିଁ ଜୀବନ ନୁହଁଇ ଏଠି ଫୁଲର ମହଲ ବାସ୍ତବ ଦୁନିଆଁରେ ବର୍ତ୍ତମାନରେ ଜୀଇଁ ଚାଲ । ଅତୀତ ଫେରିଗଲା ମୁହଁକୁ ଶୁଖାଇ ଭବିଷ୍ୟତ ମୁରୁକି ହସେ ଦାନ୍ତକୁ ଦେଖାଇ ...
କବିସୂର୍ଯ୍ୟ ବଳଦେବ ରଥ ରାଗ – ମରୁଆ, ଆଠତାଳି ଆଜ ଏ କି ଗୁମାନରେ (ଚନ୍ଦ୍ରାନନା) ଦେଖି ନାହିଁ ସ୍ବପନରେ ।ପଦ। ସୁନ୍ଦର ରଦବାସ, ମନ୍ଦାର ଦଳେ ହାସ- କୁନ୍ଦକୁ ପରକାଶ, କୁନ୍ଦନାଙ୍ଗୀ ମୋ ଧନି! ତୁ ସିନା ମୋର ପ୍ରାଣ, ରମଣୀଗଣ ରାଣ, ରାଣ ଅଛିଟି ...
ଉତ୍କଳ ମଣି ଗୋପବନ୍ଧୁ ଦାସ ଇଚ୍ଛାମତେ କାହୁଁ ଚଳିବ ବା ଜନ ? ସମାଜେ ନିଜର ନୁହେଁ ନିଜ ମନ । ବସି କେତେଥର ନୀରବ ବିଜନେ ଦେଖିଛି ତୋ ରୂପ କଳ୍ପନା-ନୟନେ । ତୋ ନୀଳ ତରଙ୍ଗେ ଖେଳେ ନିରନ୍ତର, ଅନୁପମ ଦିବ୍ୟ ହିରଣ୍ମୟ କର । ଚାରୁ ଶକ୍ରଚାପ ତୋର ...
ସୁବ୍ରତା ମହାନ୍ତି ବାଲେଶ୍ବର । ମାଗି ଅଣା ତୁଣ ସଡକେ ଜୀବନର ଅନ୍ତଯାଏ ପ୍ରେମ ଗୋଟିଏ ମନ ନେଇ ମହକେ ।। ନର ହେଉ ଅବା ନାରୀ ଜୀବନ ସଂକଳ୍ପ ଏକ ମନକୁ ପ୍ରାଣ ଦେଇ ଭଲ ପାଇବାର ନାହିଁ ଯେ ବିକଳ୍ପ ।। ପରକିୟା ପ୍ରିୟା ପ୍ରିତି ଜୀବନରେ ଅଧୋଗତି ...
କାଳିନ୍ଦି ଚରଣ ପାଣିଗ୍ରାହୀ ଦେଖରେ ତାରା ଦେଖ ଆକାଶେ. ତୁମରି କବି ଲୋତକେ ଭାସେ. ଏ ଧୂଳି ତଳେ କାଙ୍ଗାଳ ବେଶେ ଭ୍ରମର କିବା ଭିକ୍ଷାର ଆଶେ l ମଳିନ କ୍ଷୀଣ ଧୂସର ଦେହ, ଭାଙ୍ଗିଛି ତା’ର ଆକାଶ-ଗେହ, ଭୂତଳେ ପଡ଼ି ପରାଣ ତା’ର ମାଗଇ ସୁଖ ମାଗଇ ...
ଲକ୍ଷ୍ମୀଧର ନାୟକ ଚୁପ୍ ଚାପ୍ ବସିଥିଲି ମଝିରେ ମଝିରେ ଚାହିଁ ଉଇଲଗା ଛାତେ ଗଣୁଥିଲି କଡ଼ି କାଠ ବର୍ଗା ଜୀର୍ଣ୍ଣ ପାଣ୍ଡୁଲିପି ତଳେ ପାଶୋରା ପ୍ରେମର ଛିନ୍ନ ଚିଠି ପରି ହଠାତ୍ ଆଖିରେ ପଡ଼େ ଏକ ଖୋଲା ଝର୍କା । ପଲକେ ଝଲସି ଉଠେ ସୁଦୂର ପ୍ରସାରୀ ...
ମୟୂର ଗଗନରେ କଳା ମେଘ ହେଲେ ଦୃଶ୍ୟମାନ, କଳାପକୁ ଟେକି ଗାଏ ସୁମଧୁର ଗାନ। ନର୍ତ୍ତକୀର ଛନ୍ଦେ ଦୁଇ ପାଦ ଛନଛନ, ନୃତ୍ୟ ରଚେ ଏ ଭୁବନେ କାର୍ତ୍ତିକ ବାହନ। ଚୂଳରେ ତା' ଇନ୍ଦ୍ରଧନୁ ଢାଳି ଥାଏ ରଙ୍ଗ, ଯୌବନର ଜୁଆରରେ ଉଛୁଳେ ତା ଅଙ୍ଗ। ତପସ୍ୱୀ ...
ରୋମାଣ୍ଟିକ କବି ମାୟାଧର ମାନସିଂହ ମଧୁ ନିଶିଥିନୀ ଏହି,ଚନ୍ଦ୍ରିକା ଚକିତ ଧରଣୀର ଧୂଳି ଦେହ ମୁଗ୍ଧ ପୁଳକିତ ଜୋଛନାର ଯାଦୁ ସ୍ପର୍ଶେ । ବନସ୍ପତି ରେଖା କ୍ଷୀଣ ପାଣ୍ଡୁ ଆବରଣେ ଦୂରୁ ଯାଏ ଦେଖା ମାୟାର କାନନ ସମ ।ଆମ୍ର କୁଞ୍ଜ ତଳେ ତିଳତଣ୍ଡୁଳିତ ...
ସଞ୍ଜୟ କୁମାର ଷଡ଼ଙ୍ଗୀ ମୁଁ ଯାଉ ଯାଉ କେତେ କ’ଣ ଦେଖେ... ଖାଲି ଭାବେ, ଛଟପଟ ହୁଏ ଯେହେତୁ ଅଶହାୟ ମୁଁ ଦେଖେ ବନ୍ଧାକୋବି ବାଡ଼ ମୁଣ୍ଡେ ଆଖିରୁ ଲୁହ ଝରାଇ, ଗାଳରେ ହାତ ଦେଇ ସ୍ତ୍ରୀର ପଣତ ତଳେ ମୁହଁ ଲୁଚାଇ ରଖିଥିବା ପଦିଆ ପଧାନକୁ l ଟମାଟ ...
କପାଳିଆ କିଏ ? କବିସୌରଭ ଅନୁପ ସିଂହ ଦେବ ରାଜା ଖଡ଼ିଆଳ ବାସନ୍ତ ବୀଣା ବଚନୀ ହାଟକ ବରନୀ ପ୍ରିୟକ ମୀନ-ନୟନୀ ମଦନ ମୋହିନୀ ।। ବାଳ ଆଦିତ୍ୟ ଅଧରୀ ଅଲ୍ୟଳୀ ଅଙ୍ଗନା - ଧନ୍ୟ ସେହୁ କରିଛି ଯେ ଲାବଣ୍ୟ ସର୍ଜନା ।। ମନେ ହୁଏ ନିରେଖିଲେ ଶ୍ରୀମୁଖ ...
ବ୍ରଜନାଥ ରଥ ପ୍ରତିବାଦ କର, ପ୍ରତିବାଦ କର ବନ୍ଧୁ ! ଶୟତାନ ପାଇଁ ସ୍ତୁତିଗାନ କର ବନ୍ଦ ପ୍ରତିବାଦେ ଥରୁ ଉଚ୍ଛଳ ଜନ-ସିନ୍ଧୁ ପ୍ରତିବାଦ ସିନା ମୁକ୍ତିର ମଧୁଛନ୍ଦ ॥ ଅତ୍ୟାଚାରକୁ ସହିବାର ନାମ ମୃତ୍ୟୁ ଅନ୍ୟାୟ-ପଦ ବନ୍ଦନା କରେ ମୂର୍ଖ ମୁକ୍ତିର ...
ଶ୍ରୀ ଗଦାଧର ଦାସ ଗାଁ ହାଟରେ କୋଳାହଳ ମଧ୍ୟେ ହଜିଯାଏ ମୋ ଲେଖନୀର ସ୍ଵର ତଥାପି ତା ପାଇଁ ପଦେ ଲେଖିବାକୁ ମନ ମୋ ହୁଅଇ ଆତୁର l ବନ୍ଧୁ ମିଳନର ସ୍ଵାକ୍ଷର ବହନ କରିଥାଏ ତା’ ହୃଦୟେ, କେତେ ବନ୍ଧୁହରା ଆତ୍ମୀୟତା ପାଇଁ ଦୁରୁ ଆସିଥା’ନ୍ତି ...
ଭାରତ ଆମରି ମା’ ଯଜ୍ଞଦତ୍ତ ସାମନ୍ତରାୟ ଏଇ ମାଟିରେ ଜନମ ମୋର ଏଇ ତ ଆମରି ଗାଁ , ସୁଜଳା ସୁଫଳା ଶସ୍ୟ ଶ୍ୟାମଳା ଭାରତ ଆମରି ମା’ । ଜନମି ଥିଲେ କେତେ ବୀର ଏଠି ଲଢି ଲହୁ ଲୁହ ଢାଳି , ଦେଶର ଜାତିର ଟେକ ପାଇଁ ସିଏ ଜୀବନକୁ ଦେଲେ ଜାଳି । ପୂରୁବ ...
ଶ୍ରୀମତୀ ଚ଼ିନ୍ମୟୀ ଆଚାର୍ଯ୍ୟ ଘମାଘୋଟ ଅନ୍ଧାରର, କାଳିମାକୁ ଭେଦି କିଏ ସେ ଆସଇ ସତେ, ଅକୁହା ଦରଦି ? ମନର ଭାବକୁ ସବୁ, ଏକାଠି ସାଇତି ହୃଦୟରେ ଭରିଦିଏ, ଅଜଣା କରତି । ସୁପ୍ତକୁ ଜାଗ୍ରତ କରେ, ଅଶେଷ କାହାଣୀ ଭରିଦିଏ ସ୍ତବକ ସେ , ହେବାକୁ ...