pratilipi-logo ପ୍ରତିଲିପି
ଓଡିଆ

କବିତା

ରାଗ-ବିଭାସଗୁଜ୍ଜରୀ ବନ୍ୟା ଶିଖରିର ତହିଁ ବିପ୍ରଲବ୍ଧା ପ୍ରାୟ ହୋଇ ଋଷିବାର ପ୍ରବର୍ତ୍ତାଇ ଅଛି ଯେ । ବିଟପ ପ୍ରକମ୍ପକର ସଙ୍ଗତି ସହଚରୀର ପୁର ଅଭିମୁଖହିଁ ହୋଇଛି ଯେ । ୧ । ବିରସ ଖଣ୍ଡିତା ସେହି ପିକବାଣୀରେ ଛଳଇ ପ୍ରବୃଦ୍ଧି କରଇ ମଦନକୁ ଯେ । ବିସ୍ପରଶ କର ସଙ୍ଗ ପୟୋଧର ଫଳ ତୁଙ୍ଗ ପୁରୁଷ ପ୍ରକାଶି ରଞ୍ଜନକୁ ଯେ । ୨ । ବିଦୁର ଲକ୍ଷ୍ମଣ ଘନ ପବନ ଭଗ୍ନ ଚନ୍ଦନ ଦାରୁ ଆଣି ଚାରୁବାସ ବିହି ଯେ । ବିଦ୍ରୁମେ ତାହାର ଛାଇ ବାଡ଼ ନଳଦରେ ଦେଇ କସ୍ତୁରୀ ଗୈରିକେ ଚିତ୍ର ଲିହି ଯେ । ୩ । ବାରଣ ବାରଣ ରଣ- ବଶେ ଯେଉଁ ରଦଚୂର୍ଣ୍ଣ କ୍ଷୋଦ କରି ଅଜିରେ ପକାଇ ଯେ । ବୈଦେହୀ ରାଘବ ମିଳି ଇଛନ୍ତି ଏକାନ୍ତେ କେଳି ହରଷେ ଦିବସ ନିଶି ...
3.5 (2)
46 ପାଠକ ସଂଖ୍ୟା