pratilipi-logo ପ୍ରତିଲିପି
ଓଡିଆ
“ଇମାଜିନେସନ” ପ୍ରତିଲିପି କାହାଣୀ ମହୋତ୍ସବ ସେପ୍ଟେମ୍ବର

ଏହି ପ୍ରତିଯୋଗିତା ସମାପ୍ତ ହୋଇଯାଇଛି ଏହାର ଫଳାଫଳ ଦେଖିବା ନିମନ୍ତେ ପ୍ରତିଲିପି ଓଡ଼ିଆ ବ୍ଲଗ୍ କୁ ଯାଆନ୍ତୁ।


ବିଷୟ ୧ -

ଯଦି ଆପଣଙ୍କ ପାଖରେ କୌଣସି ସୁପର୍ ପାୱର୍ ଆସିଯାଏ ତେବେ ଆପଣ କିଭଳି ନିଜର ଜୀବନ ବିତାଇବା। କଣ କଣ କରିବେ ଏହାକୁ ଏକ ଧାରାବାହିକ ଭାବରେ ପ୍ରକାଶ କରନ୍ତୁ। ଏହାକୁ ହାସ୍ୟରସ ଭରା କରନ୍ତୁ,ଉତ୍ସାହପୂର୍ଣ୍ଣ,କୌତୁହଳ ପୂର୍ଣ୍ଣ କରିବାକୁ ଚେଷ୍ଟା କରନ୍ତୁ।ଶବ୍ଦ ସଂଖ୍ୟା(୫୦୦/ଭାଗ)

ବିଷୟ ୨ -
ଯଦି ଆପଣଙ୍କ ଶରୀରରେ କୌଣସି ଏକ ପଶୁର ଅଙ୍ଗ କିମ୍ବା ଗୁଣ ଆସିଯାଏ ତେବେ ଆପଣଙ୍କ ଜୀବନରେ କିପରି ପରିବର୍ତ୍ତନ ଆସିବ। ଆପଣ କିପରି ଏହାକୁ ଗ୍ରହଣ କରିବେ, କଣ କଣ ସମସ୍ୟାର ସମ୍ମୁଖୀନ ହେବେ ଓ ପରେ ନିଜକୁ କିପରି ଗ୍ରହଣ କରିବେ ସେ ବିଷୟରେ ଲେଖନ୍ତୁ। ଏହାକୁ ହାସ୍ୟ ରସତ୍ମକ କରନ୍ତୁ। ମାଙ୍କଡ଼ର ଲାଞ୍ଜ, ଠେକୁଆ କାନ, କଙ୍ଗାରୁ ଡ଼ିଆଁ। ଆଦି ମଜାଳିଆ ବିଷୟରେ ଲେଖିବାକୁ ଚେଷ୍ଟା କରନ୍ତୁ। ନିଜର ଭାବନା ଶକ୍ତିକୁ ବିସ୍ତାର କରନ୍ତୁ କିଛି ପାଗଳାମି ମିଶାନ୍ତୁ।ଶବ୍ଦ ସଂଖ୍ୟା(୫୦୦/ଭାଗ)

ବିଷୟ ୩ -
ଆପଣ ସକାଳୁ ଉଠିଲା ବେଳକୁ ଦେଖିଲେ ଆପଣଙ୍କ ଘର ଆକାଶରେ ଉଡ଼ୁଛି। କେବଳ ଆପଣଙ୍କ ନୁହେଁ ଆପଣଙ୍କ ଶାଇ ପଡିଶା ସବୁ। ଏବେ ଆପଣ କିପରି ଜୀବନ ବିତାଇବେ। ଆପଣଙ୍କ ଜୀବନ ଓ କାର୍ଯ୍ୟ କିପରି ଚାଲିବ ସେ ବିଷୟରେ ଏକ ମଜାଳିଆ କାହାଣୀ। ଏଥିରେ ମ୍ୟାଜିକ ଓ ଯନ୍ତ୍ରପାତି, ବିଜ୍ଞାନ ଆଦି ଯୋଗ କରନ୍ତୁ। ଏକ ରୋମାଞ୍ଚକର କାହାଣୀ ଲେଖନ୍ତୁ।ଶବ୍ଦ ସଂଖ୍ୟା(୫୦୦/ଭାଗ)

ବିଭାଗ - "ପ୍ର - ଇମାଜିନେସନ"



୧) ଗୋଟିଏ ବିଷୟକୁ ନେଇ ଗୋଟିଏ ଧାରାବାହିକ ଲେଖି ପାରିବେ
୨) ଆପଣ ସର୍ବାଧିକ ୩ ଟି ଧାରାବାହିକ ୩ଟି ବିଷୟକୁ ନେଇ ଲେଖି ପାରିବେ
୩) ୩ଟି ବିଷୟକୁ ମିଶାଇ ଗୋଟିଏ ଧାରାବାହିକ ଲେଖିବେ ନାହିଁ
୪) ଭିନ୍ନ ଭିନ୍ନ ଧାରାବାହିକ ଅଲଗା ଅଲଗା ଲେଖିବେ
୫) ଗୋଟିଏ ଧାରାବାହିକ ଭିତରେ ଅନ୍ୟ ଏକ ଧାରାବାହିକକୁ ମିଶାଇ ଲେଖିବେ ନାହିଁ
୬) ପ୍ରତିଯୋଗିତାରେ ସାମିଲ ହେବା ନମନ୍ତେ ଅତି କମରେ ଗୋଟିଏ ପୁର୍ଣ ଧାରାବାହିକ ଲେଖିବାକୁ ହେବ



ପୁରସ୍କାର :-
୧) ପ୍ରଥମ ପୁରସ୍କାର - ୧୫,୦୦୦/-
୨) ଦ୍ୱିତୀୟ ପୁରସ୍କାର - ୧୦,୦୦୦/-
୩) ତୃତୀୟ ପୁରସ୍କାର - ୭,୦୦୦/-
୪) ୫୦ ଟି ଭାଗ ପୂରଣ କରିଥିବା ସମସ୍ତ ଲେଖକ ମାନଙ୍କୁ ସ୍ଵତନ୍ତ୍ର ଭାବରେ ପ୍ରତିଲିପି ଗିଫ୍ଟ ହାମ୍ପର(ମାନପତ୍ର) ପଠାଇ ଦିଆଯିବ। ଏଥି ନିମନ୍ତେ କେବଳ ଭାଗ ସଂଖ୍ୟା,ଶବ୍ଦ ସଂଖ୍ୟା(୫୦୦/ଭାଗ),ଆରମ୍ଭ ଓ ଶେଷ ତାରିଖ ଦେଖାଯିବ ଓ ସିଧା ସଳଖ ପଠାଇ ଦିଆଯିବ।



ଗୁରୁତ୍ୱପୂର୍ଣ୍ଣ ତାରିଖ -
୧) ଆରମ୍ଭ ୧ ସେପ୍ଟେମ୍ବର , ୨୦୨୨
୨) ଶେଷ ତାରିଖ ୩୧ ଡିସେମ୍ବର, ୨୦୨୨
୩) ଫଳାଫଳ ପ୍ରକାଶ - ୧୫ ଅପ୍ରେଲ, ୨୦୨୩(ବିଜେତାଙ୍କ ନାମ ଘୋଷଣା - ୭ ମଇ ୨୦୨୩)

ଶେଷ ତାରିଖ ପୂର୍ବରୁ ଶେଷ ଭାଗ ପ୍ରକାଶ କରନ୍ତୁ ଓ ଶେଷ ହୋଇଯାଇଛି ମାର୍କ କରନ୍ତୁ। ଲକ୍ କରି ପ୍ରକାଶିତ କରନ୍ତୁ। ଶେଷ ତାରିଖ ପୂର୍ବରୁ ଏହାକୁ ଶେଷ ହୋଇଯାଇଛି ମାର୍କ କରନ୍ତୁ। ଏହା ପରେ କୌଣସି ଭାଗ ସେହି ଧାରାବାହିକରେ ପ୍ରକାଶ କରନ୍ତୁ ନାହିଁ। ଯେହେତୁ ଏହା ଲକ୍ ହୋଇ ପ୍ରକାଶିତ ହୁଏ ତେଣୁ ଏହାକୁ ଶେଷ ହୋଇଯାଇଛି ମାର୍କ କରିବା ନିମନ୍ତେ ପ୍ରତିଯୋଗିତା ଶେଷ ତାରିଖ ପରେ ୧୦ ଦିନ ସମୟ ରହିବ। ୧୦ ଦିନ ମଧ୍ୟରେ ଏହାକୁ ମାର୍କ କରିବାକୁ ଭୁଲନ୍ତୁ ନାହିଁ।



ପ୍ରତିଯୋଗିତା ର ଫଳାଫଳ ପ୍ରତିଲିପି ବ୍ଲଗ୍ ରେ ଘୋଷଣା କରାଯିବ। (ବ୍ଲଗ୍ ପାଇଁ କ୍ଲିକ୍ କରନ୍ତୁ)

ପ୍ରତିଲିପି ରେ ସମସ୍ତ ପ୍ରକାରର ଲେଖା ପ୍ରକାଶ କରିବାର କେବଳ ଗୋଟିଏ ମାତ୍ର ନିୟମ ରହିଛି। ଏଥି ଅନୁଯାୟୀ ଆପଣ କାହାଣୀ/କବିତା/ଲେଖା/ପ୍ରବନ୍ଧ ସବୁକିଛି ପ୍ରକାଶ କରି ପାରିବେ। ଉପଯୁକ୍ତ ପ୍ରକାର ଓ ବିଭାଗ ବାଛି ଏହାକୁ ପ୍ରକାଶ କରନ୍ତୁ। (ଲେଖା ପ୍ରକାଶ)

ପ୍ରତିଲିପି ରେ ବିଭାଗ ତିନି ପ୍ରକାରର, ସମସ୍ତ ବିଭାଗ ବିଷୟରେ - ଜାଣନ୍ତୁ(କ୍ଲିକ କରନ୍ତୁ)



କିଛି ସମସ୍ୟା ଅଛି ?

ସମସ୍ୟା ରିପୋର୍ଟ୍ କରିବା ସମୟରେ - ଧ୍ୟାନ ଦିଅନ୍ତୁ 
ସମସ୍ୟା ସବୁ ସେଟିଙ୍ଗ ରେ "ସହାୟତା କେନ୍ଦ୍ର" ରେ "ସହାୟତା" ସ୍ଥାନରେ ବିସ୍ତୃତ ଭାବରେ ରିପୋର୍ଟ କରନ୍ତୁ।
[email protected] ରେ ପଠାନ୍ତୁ ଆପଣଙ୍କ ସମସ୍ୟା ଓ ମତାମତ !
ଆମେ ଆପଣଙ୍କ ସାହାଯ୍ୟ ପାଇଁ ସଦା ତତ୍ପର :)