pratilipi-logo ପ୍ରତିଲିପି
ଓଡିଆ

ସମସ୍ୟା ରିପୋର୍ଟ୍ କରିବା ସମୟରେ

10 ମେ 2021

ସମସ୍ୟା ରିପୋର୍ଟ୍ କରିବା ସମୟରେ

କେଉଁ ସ୍ଥାନରେ ରିପୋର୍ଟ୍ କରିବେ ?
ଆପଣଙ୍କ ସମସ୍ୟା ସବୁ ପ୍ରତିଲିପି ଆପ ର ସେଟିଙ୍ଗ ରେ ଥିବା "ସହାୟତା କେନ୍ଦ୍ର" ରେ "ସହାୟତା" ବିକଳ୍ପ ରେ ବିସ୍ତୃତ ଭାବରେ ରିପୋର୍ଟ କରନ୍ତୁ। ଏହା ଆମକୁ ଆପଣଙ୍କ ପ୍ରୋଫାଇଲ୍ ପାଇବାରେ ସହାୟକ ହେବ ଓ ଆମେ ୨୪ ରୁ ୪୮ ଘଣ୍ଟା ମଧ୍ୟରେ ସମସ୍ୟା ସହଜରେ ସମାଧାନ କରି ଉତ୍ତର ଦେଇପାରିବୁ। ସିଧା ସଳଖ ଇମେଲ ରେ ମେସେଜ କରୁଥିଲେ ଆପଣଙ୍କ ପ୍ରତିଲିପି ରେ ପଞ୍ଜୀକୃତ ଇମେଲ ରୁ ମେସେଜ କରିବାକୁ ଚେଷ୍ଟା କରନ୍ତୁ।

କାହିଁକି whatsapp ରେ ସମସ୍ୟା ସମାଧାନ ସମ୍ଭବ ନୁହେଁ ??
whatsapp ରେ କେବଳ ମୋର ସମସ୍ୟା ହେଉଛି ବୋଲି ମେସେଜ କରିଲେ ଆପଣଙ୍କ ପ୍ରୋଫାଇଲ ପାଇବା ଅସମ୍ଭବ । ସମସ୍ୟା ସମାଧାନ ପାଇଁ ଆପଣଙ୍କ ଇମେଲ/ପ୍ରୋଫାଇଲ ଲିଙ୍କ/ଆପ ଭର୍ଶନ/ସମୟ/ତାରିଖ/ନେଟ ସେବା ଅଛି କି ନାହ୍ହି/ଫୋନ ମଡେଲ ସଫ୍ଟୱାରେ ଆଦି ଜାଣିବା ଆବଶ୍ୟକ ହୋଇ ଥାଏ,ଏହାର ସୂଚନା ନ ମିଳିଲେ ସମାଧାନ କରିବା ଅସମ୍ଭବ ହୋଇଥାଏ।

୧) ସମସ୍ୟା ବିଷୟର ବିସ୍ତୃତ ଭାବରେ ବିବରଣୀ ଦିଅନ୍ତୁ। କଣ୍ ସମସ୍ୟା ହେଉଛି କଣ୍ କଲେ କଣ୍ ହେଉ ନାହିଁ, କାହା ପରେ କଣ୍ ଦେଖାଯାଉଛି, ଏହା ପରେ ଏହା କ୍ଲିକ୍ କରିଲା ପରେ ଏହା ହେଉଛି, ଏହା ପରେ କିଛି ହେଉନାହିଁ। ଆପଣ କଣ୍ ଜାଣିବାକୁ ଚାହନ୍ତି, କେଉଁ ସ୍କ୍ରିନ୍ ରେ ଏହି ସମସ୍ୟା ହେଉଛି।
୨) ଯଦି ସମ୍ଭବ ସମୟ ଓ ତାରିଖ ଲେଖିବାକୁ ଭୁଲନ୍ତୁ ନାହିଁ। ରିପୋର୍ଟ୍ ବିକଳ୍ପ ପ୍ରାୟତଃ ସବୁ ସ୍ଥାନରେ ରହିଛି ଏହାକୁ ବ୍ୟବହାର କରିବାକୁ ଚେଷ୍ଟା କରନ୍ତୁ।
୩) କଣ୍ ଏରର୍ ମେସେଜ ଆସୁଛି କିମ୍ବା କ୍ଲିକ୍ କଲାପରେ କଣ୍ ହେଉଛି ଜଣାନ୍ତୁ।
୪) ଆମେ ସମସ୍ୟା ଯାଞ୍ଚ୍ କରି ୨୪ ରୁ ୪୮ ଘଣ୍ଟା ମଧ୍ୟରେ ଆପଣଙ୍କ ସମସ୍ୟାର ସମାଧାନ ନିଶ୍ଚିତ କରିବୁ କିମ୍ବା ଏହା ବିଷୟରେ ଜଣାଇ ଉତ୍ତର ନିଶ୍ଚିତ ଦେବୁ।
୫) ଗୋଟିଏ ପ୍ରକାର ସମସ୍ୟା ଗୋଟିଏ ଥର ରିପୋର୍ଟ୍ କରି ଅପେକ୍ଷା କରନ୍ତୁ। ଧ୍ୟାନ ରଖନ୍ତୁ ସମସ୍ତ ସମସ୍ୟା ସମାଧାନ କରିବା ପାଇଁ ସମୟ ଲାଗିଥାଏ ଓ ଏହାର ଯାଞ୍ଚ୍ କରାଯାଇଥାଏ ଓ ପରେ ଆପଣଙ୍କୁ ଏହି ବିଷୟରେ ଆପଣଙ୍କୁ ଜଣା ଯାଇଥାଏ।
୬) ବାରମ୍ବାର ମେସେଜ କରି ଚାଲିଲେ କିମ୍ବା ବିରକ୍ତି ପ୍ରକାଶ କଲେ କୌଣସି ଲାଭ ହେବନାହିଁ। ଆମେ ଏଠାରେ ଆପଣଙ୍କ ସମସ୍ୟା ସମାଧାନ କରିବା ପାଇଁ ହିଁ କାର୍ଯ୍ୟ କରୁଛୁ।
୭) ସମସ୍ୟାର ଗୁରୁତ୍ୱ କୁ ଅନୁଭବ କରନ୍ତୁ। ଯଦି ପ୍ରତିଲିପି ଆପ ରେ ଆପଣ ଲେଖି ପାରୁ ନାହାଁନ୍ତି,ଲେଖା ପୋଷ୍ଟ ହେଉନାହିଁ,କୌଣସି ଅଶ୍ଳୀଳ ମନ୍ତବ୍ୟ,କପି ରାଇଟ ଉଲଂଘନ ଇତ୍ୟାଦି ପ୍ରାଥମିକ ସମସ୍ୟା। ଏହାର ସମାଧାନ ସଙ୍ଗେ ସଙ୍ଗେ ହେବା ସହିତ ଉତ୍ତର ସଙ୍ଗେ ସଙ୍ଗେ ମିଳିଯିବ।
୮) ଅନ୍ୟ ସମସ୍ୟା ଯାହା, ଆପଣଙ୍କ ପୋଷ୍ଟ କରିବାକୁ ସିଧା ସଳଖ ପ୍ରଭାବ ପକାଏ ନାହିଁ କିମ୍ବା ଆପଣଙ୍କ ସୁରକ୍ଷା ତଥା ଲେଖାର ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରେ ନାହିଁ ତାହାକୁ ଦ୍ଵିତୀୟ ପର୍ଯ୍ୟାୟ ରେ ସମାଧାନ କରାଯାଇଥାଏ।
୯) ସମସ୍ୟା ଗୁଡ଼ିକୁ ଟେକ୍ ଟିମ୍ ସିଷ୍ଟମ୍ ରେ ଯାଞ୍ଚ୍ କରି ଏହାକୁ ଆଉଥରେ ଆପଣଙ୍କ ଷ୍ଟେପ୍ ଅନୁସାରେ ନିଜେ ତିଆରି କରିବାକୁ ଚେଷ୍ଟା କରନ୍ତି ଓ ଅସୁବିଧା କେଉଁଥରେ ହେଉଛି ଦେଖନ୍ତି।
୧୦) ଯଥା ସମ୍ଭବ ଆମକୁ ସମସ୍ତ ସୂଚନା ଯଥା ସମୟ,ତାରିଖ,ସ୍କ୍ରିନ୍ ସଟ୍,ଭିଡିଓ ଆଦି ସେୟାର କରି ଆମକୁ ସହଯୋଗ କରନ୍ତୁ।
୧୧) କାହାର ପ୍ରୋଫାଇଲ୍,କାହାଣୀ ଆଦି କୁ କେବଳ ଆପଣଙ୍କ ପସନ୍ଦ ନୁହେଁ ବୋଲି ରିପୋର୍ଟ୍ କରନ୍ତୁ ନାହିଁ। ଯଦି ତାଙ୍କୁ ପସନ୍ଦ କରୁ ନାହାନ୍ତି ତେବେ ବ୍ଲକ୍ କରି ଦିଅନ୍ତୁ। ଯଥାର୍ଥତା ଦେଖାଇ ରିପୋର୍ଟ୍ କରନ୍ତୁ। କାହିଁକି ରିପୋର୍ଟ୍ କରୁଛନ୍ତି,କେଉଁଠାରେ ରିପୋର୍ଟ୍ କରୁଛନ୍ତି ଆଦି ଜଣାନ୍ତୁ।
୧୨) ଅଶ୍ଳୀଳ ଓ ଚୋରି/ନକଲ ଲେଖାକୁ ଆମେ ସଙ୍ଗେ ସଙ୍ଗେ ହଟାଇ ଦେବୁ। ଏହାକୁ ଦେଖିବା ମାତ୍ରକେ ରିପୋର୍ଟ୍ କରନ୍ତୁ। ନିଜର ବ୍ୟକ୍ତିଗତ ଭାବନା ଯୋଗୁଁ ରିପୋର୍ଟ୍ କରନ୍ତୁ ନାହିଁ କିମ୍ବା ବ୍ଲକ୍ କରିବାକୁ କୁହନ୍ତୁ ନାହିଁ।
*************************************
ସବୁବେଳେ ଅଯଥା ଅଭିଯୋଗରୁ ଦୂରେଇ ରୁହନ୍ତୁ। ସବୁବେଳେ ସବୁ କଥାରେ ଜିରରୁ ଶିରା ବାହାର କରି ଅଭିଯୋଗ କରିବା ନିଜର ତଥା ୟୁଜର ଙ୍କର ମାନସିକ ସ୍ଵାସ୍ଥ୍ୟ ପାଇଁ ଭଲ ନୁହେଁ। ସକାରାତ୍ମକ ଦୃଷ୍ଟିକୋଣ ଦେଖନ୍ତୁ,ଉପଦେଶ ଦିଅନ୍ତୁ,ଭଲ ବ୍ୟବହାର ପ୍ରଦର୍ଶନ କରନ୍ତୁ,ଶାନ୍ତିପୂର୍ଣ୍ଣ ପରିବେଶ ରକ୍ଷା କରନ୍ତୁ। ପ୍ରତିଲିପି ନିଜର ସମସ୍ୟା ସବୁକୁ ଧୀରେ ଧୀରେ ସମାଧାନ କରିବାକୁ ଚେଷ୍ଟା କରୁଛି। ଏହା ବ୍ୟତୀତ ଅନେକ ସମସ୍ୟା ରହିଛି ଯାହାର ସମାଧାନ ସଙ୍ଗେ ସଙ୍ଗେ କରିବା ଅସମ୍ଭବ। ତେଣୁ ଆପଣଙ୍କ ତରଫରୁ ଆମକୁ ଯୋଗାଯୋଗ କରନ୍ତୁ। ଖରାପ ଲେଖାକୁ ରିପୋର୍ଟ୍ କରନ୍ତୁ,ପ୍ରତିଲିପି କୁ ସଫା ରଖନ୍ତୁ।

ପ୍ରତିଲିପି ଆପଣଙ୍କୁ ପାଠକ ମାନଙ୍କ ସହିତ ଜଡିତ ରଖିବା ପାଇଁ ତଥା ନିଜ କାହାଣୀ ପ୍ରକାଶ କରିବା ପାଇଁ ଏକ ମଞ୍ଚ ପ୍ରଦାନ କରିଛି। ଆପଣଙ୍କୁ ଭିନ୍ନ ଭିନ୍ନ ଉପାୟରେ ଉତ୍ସାହିତ କରିବାକୁ ଚେଷ୍ଟା କରୁଛି । ଯଦି ଏ ସବୁ ପ୍ରକାରର ଭଲ ଗୁଣ,ଭଲ ପଦକ୍ଷେପ ଆପଣଙ୍କୁ ଦେଖାଯାଉନାହିଁ ତେବେ ଦୁରେଇ ରୁହନ୍ତୁ ।

୧) ପ୍ରତିଲିପି ଓଡ଼ିଆ ଭାଷାରେ ଲେଖା ପ୍ରକାଶନର ସବୁଠାରୁ ବଡ଼ ମଞ୍ଚ। ଏଥିରେ ଆପଣ ନିଜର କାହାଣୀ ପ୍ରକାଶ କରି ଲକ୍ଷ ଲକ୍ଷ ଓଡ଼ିଆ ପାଠକ ମାନଙ୍କ ପାଖରେ ପହଞ୍ଚି ପାରିବେ। ଏଥିରେ ସମସ୍ତ ଲେଖା ଆପଣଙ୍କ ଭଳି ଲକ୍ଷ ଲକ୍ଷ ୟୁଜର ମାନେ ପ୍ରକାଶ କରିଥାନ୍ତି। ସମସ୍ତେ ଜନ୍ମରୁ ଆପଣଙ୍କ ଭଳି ଭଲ ଭଲ ଉନ୍ନତ ମାନର ଲେଖା ଲେଖିବା ଶିଖି ନାହାଁନ୍ତି। କିନ୍ତୁ ଧୀରେ ଧୀରେ ନିଜର ଲେଖାରେ ସୁଧାର ଆଣିବାକୁ ଚେଷ୍ଟା କରୁଛନ୍ତି। ଥରେ ଆପଣ ନିଜର ୧୦ ବର୍ଷ ତଳର ଏକ ଲେଖା ଆଉ ଆଜିର ଲେଖା ପଢ଼ି ଦେଖନ୍ତୁ ଓ ସେଥିରେ କଣ୍ ସବୁ ପରିବର୍ତ୍ତନ ଆଣି ପାରିଛନ୍ତି ଦେଖନ୍ତୁ ଓ ପରେ ଅନ୍ୟର ଲେଖାକୁ ଆକ୍ଷେପ, ଅଭିଯୋଗ କରନ୍ତୁ।
୨) ସବୁ ପ୍ଲାଟଫର୍ମ ରେ ଭଲ ଖରାପ ସବୁ ପ୍ରକାରର ଲେଖା ରହିବ। ଗୋଟିଏ ଖରାପ ଲେଖାକୁ ଧରି ନିଜର ମୁଣ୍ଡ ଖରାପ କରନ୍ତୁ ନାହିଁ। ଭଲ ଲେଖା ଗୁଡ଼ିକୁ ପଢନ୍ତୁ। ଆଗକୁ ବଢନ୍ତୁ। ନିଜେ ସବୁବେଳେ ବିଚାରକ ହୁଅନ୍ତୁ ନାହିଁ।
୩) ପ୍ରତିଲିପି ଆପଣଙ୍କ ପାଇଁ ଏକ ସାହିତ୍ୟର ମଞ୍ଚ ତିଆରି କରିବାକୁ ପ୍ରଚେଷ୍ଟା କରୁଛି। ଉପଦେଶ,ଉତ୍ସାହ ପୂର୍ଣ୍ଣ ଶବ୍ଦ ଏହାକୁ ଅଧିକରୁ ଅଧିକ ପ୍ରେରଣା ପ୍ରଦାନ କରିବ। ଯଦି ଆପଣଙ୍କୁ ପ୍ରତିଲିପି ରେ କିଛି ବି ଜିନିଷ ଭଲ ଲାଗୁ ନାହିଁ ଦୂରେଇ ରୁହନ୍ତୁ, ଆକାଉଣ୍ଟ୍ କରନ୍ତୁ ନାହିଁ।
୪) ଆପଣ ସ୍ବଚ୍ଛତା ଆଣିବା ପାଇଁ ନିଜ ତରଫରୁ କଣ୍ ଉଦ୍ୟମ କରୁଛନ୍ତି ନିଶ୍ଚିତ ଜଣାନ୍ତୁ,ନିଜର କର୍ତ୍ତବ୍ୟ ନ କରି କେବଳ ଅଭିଯୋଗ କରିବାରେ କୌଣସି ଲାଭ ନାହିଁ। ଭିତ୍ତିହୀନ ଅଭିଯୋଗ, ମନଗଢା କାହାଣୀ ତିଆରି କରି ବାରମ୍ବାର ମେସେଜ କରନ୍ତୁ ନାହିଁ ।

କିଛି ପ୍ରଶ୍ନର ଉତ୍ତର -
୧) ସମସ୍ତଙ୍କୁ ମାନପତ୍ର ଦିଅନ୍ତୁ,ସମସ୍ତଙ୍କୁ ସବୁ ଲେଖା ପାଇଁ ଅର୍ଥ ଦିଆଯାଉ।
ସବୁବେଳେ ସମସ୍ତଙ୍କୁ ସବୁ କାର୍ଯ୍ୟ ପାଇଁ ମାନପତ୍ର ପ୍ରଦାନ କଲେ ମାନପତ୍ର ର ପ୍ରାଧାନ୍ୟ ରହିବ ନାହିଁ। ପ୍ରତିଯୋଗିତାରେ ଭାଗ ନିଅନ୍ତୁ ବିଜେତା ହୁଅନ୍ତୁ, ଭିନ୍ନ ଭିନ୍ନ ଚ୍ୟାଲେଞ୍ଜ ପୂରଣ କରନ୍ତୁ, ଟପ୍ ରେ ରୁହନ୍ତୁ ଓ ମାନପତ୍ର ତଥା ପୁରସ୍କାର ରାଶି ପ୍ରାପ୍ତ କରନ୍ତୁ।
୨) ଏତେ ପ୍ରତିଯୋଗିତା ହେଉଛି , ବରାଦିଆ ଲେଖା ପାଇଁ କୁହାଯାଉଛି।
ପ୍ରତିଲିପି ରେ ସମସ୍ତଙ୍କ ପାଇଁ ସୁଯୋଗ ରହିଛି। କୌଣସି ସ୍ଥାନରେ କାହାକୁ କୌଣସି ପ୍ରକାରରେ ବାଧ୍ୟ କରାଯାଉନାହିଁ। ଏହା ସମ୍ପୂର୍ଣ୍ଣ ଭାବରେ ଲେଖକଙ୍କ ଇଚ୍ଛା। ଆପଣ ନିଜ ଇଚ୍ଛା ଅନୁସାରେ ସମୟ ଅନୁସାରେ ନିଜ ପ୍ରୋଫାଇଲ୍ ରେ ଲେଖା ପ୍ରକାଶ କରନ୍ତୁ। ନିଜକୁ ସୁହାଇଲା ଭଳି ପ୍ରତିଯୋଗିତା ରେ ଭାଗ ନିଅନ୍ତୁ। ଭିନ୍ନ ଭିନ୍ନ ଲେଖକ ରହିଛନ୍ତି, ଭିନ୍ନ ଭିନ୍ନ ବିଷୟ,ଭିନ୍ନ ଭିନ୍ନ ବୟସର ଲେଖକ ରହିଛନ୍ତି। ସମସ୍ତଙ୍କ ପାଇଁ ସୁଯୋଗ ସୃଷ୍ଟି କରିବାରେ ସହାୟତା କରନ୍ତୁ। କେବଳ ନିଜ ବିଷୟରେ ଭାବିବା ବନ୍ଦ କରନ୍ତୁ।
୩) ଏତେ ଲେଖା ଲେଖିଲେ ଲେଖାର ମାନ କମି ଯାଉଛି।
ଲେଖକ ଗୋଟିଏ ଦିନରେ ଲେଖକ ହୋଇଯାଏ ନାହିଁ। ଅଭ୍ୟାସ ଦ୍ଵାରା ଲେଖା ରେ ସୁଧାର ଆସିଥାଏ। ଧୀରେ ଧୀରେ ଲେଖା ସୁଦୃଢ ହୋଇଥାଏ। ତେଣୁ ଯେଉଁ ମାନେ ଲେଖୁଛନ୍ତି ତାଙ୍କୁ ଲେଖିବାକୁ ଦିଅନ୍ତୁ। ନିଜର ମତାମତ ଦେଇ ସହଯୋଗ କରନ୍ତୁ। ଲେଖାର ମାନ ବଢ଼ାଇବାରେ ସାହାଯ୍ୟ କରନ୍ତୁ। ନିଜେ ବଳିଷ୍ଠ ଓ ନିଦା ଲେଖା ପ୍ରକାଶ କରନ୍ତୁ। ଆମର ବିଶ୍ବାସ ଆପଣଙ୍କ ସମୟର ସଦୁପଯୋଗ ହେବ।
୪) ମୋ ଲେଖାକୁ କେହି ପଢ଼ୁ ନାହାଁନ୍ତି। ମୁଁ ଆକାଉଣ୍ଟ୍ ଡିଲିଟ୍ କରିଦେବି।
ଲେଖା କିପରି ଭାବରେ ଲକ୍ଷ ଲକ୍ଷ ପାଠକ ମାନଙ୍କ ପାଖରେ ପହଞ୍ଚିବ ଏଥି ନିମନ୍ତେ ତଳ ଲିଙ୍କ୍ ରେ ତଥା ପ୍ରତିଲିପି ବ୍ଲଗ୍ ରେ ପରାମର୍ଶ ଦିଆଯାଇଛି। ଏହାକୁ ଦେଖନ୍ତୁ। ଆପଣଙ୍କ ପ୍ରୋଫାଇଲ୍ ଆମେ ଆପଣଙ୍କ ଇଚ୍ଛା ଅନୁସାରେ ଏହାକୁ ଡିଲିଟ୍ କରିଦେବୁ। ଏଥିରେ ଆପଣଙ୍କ ସମ୍ପୂର୍ଣ୍ଣ ସ୍ଵାଧୀନତା ରହିଛି।
୫) ମୋ ସମସ୍ୟାର ସମାଧାନ ହୋଇ ପାରିନାହିଁ।
ଆମେ ସବୁବେଳେ ଆପଣଙ୍କ ସହାୟତା କରିବା ପାଇଁ ଚେଷ୍ଟା କରିବୁ। କିନ୍ତୁ କିଛି ସ୍ଥାନରେ ସମୟ ଓ ଟେ୍କ୍ନୋଲୋଜୀର ଅଭାବ ଯୋଗୁଁ ଏହା ସମ୍ଭବ ନୁହେଁ। ଆମେ ଏ ବିଷୟରେ ଆପଣଙ୍କୁ ନିଶ୍ଚିତ ଜଣାଇବୁ ଓ ଏହାର ସମାଧାନ ଅନ୍ୟ ଉପାୟରେ କରିବାକୁ ଚେଷ୍ଟା କରିବୁ।
୬) ସମସ୍ତ ପ୍ରତିଯୋଗିତା ର ଫଳାଫଳ, ନୂଆ ଫିଚର୍, ପରିବର୍ତ୍ତନ ସବୁକିଛି ଆପଣଙ୍କୁ ଇମେଲ, ନୋଟିଫିକେଶନ୍ ଦ୍ଵାରା ସୂଚାଇ ଦିଆଯାଏ। ଏହାକୁ ଯାଞ୍ଚ୍ କରନ୍ତୁ। ପ୍ରତିଲିପି ଓଡ଼ିଆ ବ୍ଲଗ୍ ଦେଖନ୍ତୁ। ପ୍ରତିଲିପି ଓଡ଼ିଆ ପ୍ରୋଫାଇଲ୍ କୁ ଯାଞ୍ଚ୍ କରନ୍ତୁ। ଫେସବୁକ୍ ତଥା ଗ୍ରୁପ୍ ଦେଖନ୍ତୁ। ଆପଣଙ୍କୁ କୌଣସି ନା।କୌଣସି ସ୍ଥାନରେ ଆପଣ ଖୋଜୁଥିବା ବିଷୟଟି ନିଶ୍ଚିତ ଭାବରେ ମିଳିଯିବ।
**************************
ରିଭ୍ୟୁ ଓ କମେଣ୍ଟ କରିବା ପୂର୍ବରୁ କାହା ବିଷୟରେ କିଛି ମନ୍ତବ୍ୟ ଦେବା ପୂର୍ବରୁ ଭାବନ୍ତୁ। ମସ୍ତିଷ୍କ ଭଳି ଚମତ୍କାର ଅଙ୍ଗର ସଦୁପଯୋଗ କରନ୍ତୁ।
(ପୋଷ୍ଟ ଗୁଡିକରେ ଖରାପ ମନ୍ତବ୍ୟ ଦେଉଥିବା ୟୁଜର ମାନଙ୍କ ପାଇଁ,ବାରମ୍ବାର ଗୋଟିଏ କଥାକୁ ଧରିରଖି ମନ୍ତବ୍ୟ ଦେଉଥିବା ୟୁଜର ମାନଙ୍କ ପାଇଁ)

୧) ଲେଖକଙ୍କ ଲେଖା ଭଲ ଲାଗୁ ନାହିଁ, ତେବେ କିଛି ଉପଦେଶ ମୂଳକ,ଉତ୍ସାହ ପୂର୍ଣ୍ଣ କଥା ଲେଖନ୍ତୁ,କିପରି ସାହିତ୍ୟିକ ଭାବରେ ନିଜକୁ ସୁଧାରି ପାରିବେ କୁହନ୍ତୁ। ଯଦି କିଛି ଭଲ ଉପଦେଶ ପାଉ ନାହାଁନ୍ତି ଦୂରେଇ ରୁହନ୍ତୁ। ଲେଖକଙ୍କୁ ବ୍ୟକ୍ତିଗତ ଭାବରେ ଆକ୍ରମଣ କରନ୍ତୁ ନାହିଁ। ଆପଣ ଭଗବାନ ନୁହନ୍ତି କିମ୍ବା ଦୁନିଆର ବିଚାର ଧାରା ଆପଣଙ୍କ ଉପରେ ନ୍ୟସ୍ତ ନାହିଁ।
୨) ଖରାପ,ମୂଲ୍ୟହୀନ ମନ୍ତବ୍ୟ ଦେଇ ନିଜକୁ ଜ୍ଞାନୀ ବୋଲି ସାବ୍ୟସ୍ତ କରିବାକୁ ଚେଷ୍ଟା କରନ୍ତୁ ନାହିଁ। ଲେଖା ଭଲ ଲାଗୁନି କହି ନିଜ ମୁଣ୍ଡ ବାଡାନ୍ତୂ ନାହିଁ। ପଢ଼ନ୍ତୁ ଆଗକୁ ବଢନ୍ତୁ,ଅନ୍ୟ ଲେଖା ପଢନ୍ତୁ। ଏଇ କାହାଣୀ ଯଦି ଭଲ ଲାଗୁନି ତେବେ ଅନ୍ୟ ଲେଖାକୁ ପଢନ୍ତୁ। ଯଦି କିଛି ଲେଖା ଭଲ ଲାଗୁନି ନିଜେ ନିଜପାଇଁ ଲେଖନ୍ତୁ। ସର୍ବୋପରି ଦୂରେଇ ରୁହନ୍ତୁ।
୩) ଗୋଟିଏ ପ୍ରୋଫାଇଲ୍ ବ୍ଲକ୍ ପରେ ଆଉ ଗୋଟେ ତିଆରି କରି ଖରାପ ମନ୍ତବ୍ୟ ଦିଅନ୍ତୁ ନାହିଁ। ଆମକୁ ବ୍ଲକ୍ କରିବାକୁ ୫ ସେକେଣ୍ଡ ମାତ୍ର ଲାଗିବ।
୪) ମହିଳା/ନାରୀ ଲେଖକ ମାନଙ୍କୁ ବାରମ୍ବାର ମେସେଜ କଲେ କିମ୍ବା ଅଶ୍ଳୀଳ ମନ୍ତବ୍ୟ ପ୍ରଦାନ କଲେ ସେ ଆପଣଙ୍କ ଉପରେ ଖୁସି ହୋଇ ନମ୍ୱର୍ ସେୟାର କରିବେ ଏହିଭଳି ମୂର୍ଖ ମାନସିକତା ରୁ ଦୂରେଇ ରୁହନ୍ତୁ। ଲେଖା ଉପରେ ଲେଖକଙ୍କ ବିଷୟରେ ସାୟରୀ ଓ ବ୍ୟକ୍ତିଗତ ମନ୍ତବ୍ୟ ଦିଅନ୍ତୁ ନାହିଁ। ଲେଖକ ରିପୋର୍ଟ୍ କରିବା ମାତ୍ରକେ ଆମେ ସଙ୍ଗେ ସଙ୍ଗେ ବ୍ଲକ୍ କରିଦେବୁ।
୫) ନିଜର ସୀମା ମଧ୍ୟରେ ରୁହନ୍ତୁ। ଭଦ୍ର ବ୍ୟବହାର କରନ୍ତୁ। ପ୍ରତିଲିପି ଚାହିଁଲେ ଆପଣଙ୍କର ବ୍ୟବହାର ପାଇଁ ସାଇବର କ୍ରାଇମ ବିଭାଗରେ ରିପୋର୍ଟ୍ କରି ପାରିବ।
୬) ଝଗଡ଼ା ଲାଗି ହଜାରେ ହଜାରେ କମେଣ୍ଟ କରି ନିଜ ମତକୁ ସବୁବେଳେ ଠିକ୍ ପ୍ରମାଣ କରି,ନିଜ ଇଗୋ କୁ ବଢ଼ାଇ କିଛି ଲାଭ ହେବନାହିଁ। ଶାନ୍ତି ଓ ସରଳ ଭାବରେ ବ୍ୟବହାର କରିବା ଶିଖନ୍ତୁ ଓ ଅନ୍ୟର ମତକୁ ସମ୍ମାନ ଦେବା ଶିଖନ୍ତୁ।
୭) ଆପଣଙ୍କ ଖରାପ/ଅଭଦ୍ର/ଅଶ୍ଳୀଳ ମନ୍ତବ୍ୟ ଆପଣଙ୍କ ମାନସିକତାର ପରିଚୟ ଦେବ। କମେଣ୍ଟ୍/ମନ୍ତବ୍ୟ ଲେଖିବା ସମୟରେ ଆଉଥରେ ପଢ଼ି ଦେଖନ୍ତୁ। ସମୟ ବିତିଯିବ ଓ ଆପଣଙ୍କ ସ୍କ୍ରିନ୍ ସଟ୍ ରହିଯିବ। ଯେତେବେଳେ ସମ୍ପର୍କ ଭାଙ୍ଗିଯିବ ଆଉ ଆପଣ ସୀମା ଟପିଯିବେ ସେତେବେଳେ ସବୁ ପବ୍ଲିକ୍ ହୋଇଯିବ।
୮) ସବୁବେଳେ ଅନ୍ୟର ଦୋଷ ଦେଖିବା ବନ୍ଦ କରନ୍ତୁ,ଗୋଡ଼ ଟାଣି କାହାକୁ ଅଟକାଇବାକୁ ଚେଷ୍ଟା କରନ୍ତୁ ନାହିଁ,ପ୍ରତିଦିନ ସକାଳୁ ଉଠି ସମସ୍ତଙ୍କୁ ଭୁଲ୍ ଆଉ ନିଜକୁ ଏକୁଟିଆ ଠିକ୍ ବୋଲି ସାବ୍ୟସ୍ତ କରିବାକୁ ଚେଷ୍ଟା କରିବା ବନ୍ଦ କରନ୍ତୁ।ପ୍ରଥମେ ନିଜକୁ ଚ୍ୟାଲେଞ୍ଜ କରନ୍ତୁ, ନିଜକୁ ସଜାଡିବାକୁ ଚେଷ୍ଟା କରନ୍ତୁ। ଯଦି ସମୟ ବଳୁଛି ତେବେ ଅନ୍ୟକୁ ସଠିକ୍ ଉପାୟରେ ସାହାଯ୍ୟ କରନ୍ତୁ।
୯) ସବୁବେଳେ ରଙ୍ଗୀନ୍ ଚଷମା ପିନ୍ଧି ଦୁନିଆ ଦେଖନ୍ତୁ ନାହିଁ,ସମସ୍ତଙ୍କୁ ଗୋଟିଏ ଲଜିକ୍ ରେ ତୁଳନା କରନ୍ତୁ ନାହିଁ। ନିଜ ଚେତନା ଓ ଶିକ୍ଷାର ସଦୁପଯୋଗ କରନ୍ତୁ। ନିଜର ମତକୁ ଜୋର୍ କରି କାହା ଉପରେ ଲଦି ଦିଅନ୍ତୁ ନାହିଁ। କାହାକୁ କୌଣସି ପଥ ଅନୁସରଣ ପାଇଁ ବାଧ୍ୟ କରନ୍ତୁ ନାହିଁ।
୧୦) ଶିକ୍ଷିତ ବ୍ୟକ୍ତି ଶିକ୍ଷିତ ବ୍ୟକ୍ତି ଭଳି ବ୍ୟବହାର କରନ୍ତୁ। ନିଜ ଚିନ୍ତା ଶକ୍ତି,ଚେତନା, ଶିକ୍ଷା କୁ ବ୍ୟବହାର କରନ୍ତୁ। ନହେଲେ ସେ ସବୁ ଡ଼ିଗ୍ରୀ ବେକାର।

ଆପଣଙ୍କ ସେବାରେ ପ୍ରତିଲିପି ଗ୍ରାହକ ସେବା କେନ୍ଦ୍ର।