
ପ୍ରତିଲିପି୧) ପ୍ରତିଯୋଗିତା ପାଇଁ(ପ୍ରତିଲିପି ତରଫରୁ ତିଆରି ହୋଇଥାଏ,ପ୍ରତିଯୋଗିତା ଶେଷ ତାରିଖ କିମ୍ବା ପ୍ରତିଯୋଗିତା ଶେଷ ପରେ ଦେଖାଯିବ ନାହିଁ)
୨) ସାଧାରଣ ଭିନ୍ନ ଭିନ୍ନ କାହାଣୀ ପାଇଁ(ଏହା ପ୍ରତିଲିପି ରେ ସର୍ବଦା ସ୍ଥାୟୀ)
୩) ଆପଣ ନିଜେ ତିଆରି କରୁଥିବା ବିଭାଗ(କେବଳ ନିଜେ ବ୍ୟବହାର ପାଇଁ ,ଆପଣଙ୍କ ଦ୍ଵାରା ତିଆରି,ପ୍ରତିଯୋଗିତା ରେ ଗଣା ହେବନାହିଁ)
୧) ପ୍ରତିଯୋଗିତା ପାଇଁ ଦିଆଯାଇଥିବା ବିଭାଗ କାହାଣୀ ପ୍ରକାଶନ ସମୟରେ ବ୍ୟବହାର କରନ୍ତୁ। ଏହି ବିଭାଗ ସହିତ ଅନ୍ୟ ଦୁଇଟି ସାଧାରଣ ବିଭାଗ ବ୍ୟବହାର କରି ପାରିବେ। ସମୁଦାୟ ୩ ଟି ବିଭାଗ ସମସ୍ତ ଲେଖା ପାଇଁ ଆପଣ ବ୍ୟବହାର କରି ପାରିବେ। ଏହା ସମସ୍ତଙ୍କୁ ଦେଖାଯାଏ।
୨) ପ୍ରତିଯୋଗିତା ଶେଷ ହେଲା ପରେ ଏହି ବିଭାଗ ହଟିଯିବ ଓ ଆମେ ସେହି ବିଭାଗରେ ଥିବା ଲେଖା ସବୁ ପାଇଯିବୁ। ଗୋଟିଏ ଲେଖାରେ ଦୁଇଟି ପ୍ରତିଯୋଗିତା(ପ୍ର) ପାଇଁ ଦିଆଯାଇଥିବା ବିଭାଗ ଦିଅନ୍ତୁ ନାହିଁ।
୧) ଏଥିରେ ଆପଣ ନିଜ ଇଚ୍ଛା ଅନୁସାରେ ବିଭାଗ ତିଆରି କରି ପାରିବେ। ପରବର୍ତ୍ତୀ ସମୟରେ ଯଦି ସେହି ବିଭାଗରେ ଲେଖା ସଂଖ୍ୟା ବହୁତ୍ ବଢି ଥାଏ ତେବେ ଏହାକୁ ପ୍ରତିଲିପି ସାଧାରଣ ବିଭାଗରେ ଯୋଗ କରିଦିଏ ଓ ଏହା ସମସ୍ତଙ୍କୁ ଦେଖାଯାଏ।
୨) ପ୍ରତିଯୋଗିତା ରେ ପୋଷ୍ଟ ସମୟରେ ଆପଣଙ୍କୁ ଦିଆଯାଇଥିବା/ଦେଖାଯାଉଥିବା ବିଭାଗ ବାଛି ପୋଷ୍ଟ କରନ୍ତୁ। ଆଉ ଗୋଟିଏ ସେହିଭଳି ବିଭାଗ ତିଆରି କରି ପୋଷ୍ଟ କରନ୍ତୁ ନାହିଁ। ଲେଖା କେବଳ ପ୍ରତିଲିପି ତରଫରୁ ତିଆରି ହୋଇଥିବା/ଦିଆଯାଇଥିବା ବିଭାଗରୁ ହିଁ ନିଆଯିବ।
୩) ପ୍ରତିଯୋଗିତା ପରେ ପ୍ରତିଯୋଗିତା ପାଇଁ ପ୍ରତିଲିପି ତରଫରୁ ତିଆରି ହୋଇଥିବା ବିଭାଗ ଆଉ ଦେଖାଯିବ ନାହିଁ, କିନ୍ତୁ ଯଦି ସେଇ ସମାନ ବିଭାଗ ଆପଣ ନିଜେ ତିଆରି କରିଥିବେ ତେବେ ଶେଷ ତାରିଖ ପରେ ଏହା ଲେଖା ଉପରେ ଦେଖା ଯାଉଥିବ। ଏହା ପ୍ରତିଯୋଗିତା ପାଇଁ ମୂଲ୍ୟହୀନ ଅଟେ। ଏହା ପ୍ରତିଯୋଗିତାରେ ସାମିଲ ହେବ ନାହିଁ। ତେଣୁ ପ୍ରତିଯୋଗିତା ପାଇଁ ନିଜେ ବିଭାଗ ତିଆରି କରନ୍ତୁ ନାହିଁ।
ଏହା ସହିତ -
୧) ଧାରାବାହିକ ଭାବରେ ଉପଯୁକ୍ତ ବିଭାଗ ଦେଇ, ଲେଖା ଦିଆଯାଇଥିବା ସମୟ ଅବଧି ମଧ୍ୟରେ, ଗୋଟିଏ ସ୍ଥାନରେ ପ୍ରକାଶ କରିବା ପରେ କୌଣସି ଚିନ୍ତା କରିବାର କାରଣ ନାହିଁ। ଏହା ପ୍ରତିଯୋଗିତାରେ ସାମିଲ ହେବ ହିଁ ହେବ । ସାମିଲ୍ ନ ହେଲେ କାରଣ ସହିତ ସବୁବେଳେ ଆପଣଙ୍କୁ ପ୍ରତିଲିପି ତରଫରୁ ଇମେଲ ମିଳିଯିବ।
୨) ପ୍ରତିଲିପି ତରଫରୁ ପ୍ରତିଯୋଗିତା ପାଇଁ ଦିଆଯାଇଥିବା ବିଭାଗ ଶେଷ ତାରିଖ ପରେ(ବେଳେବେଳେ ଅଧିକ ସର୍ଭର ଲୋଡ୍ ଯୋଗୁଁ ରିଫ୍ରେସ ହେବା ପାଇଁ ୪୮/୭୨ ଘଣ୍ଟା ପର୍ଯ୍ୟନ୍ତ ସମୟ ନେଇ ପରେ ) ଆଉ କାହାକୁ ଦେଖାଯିବ ନାହିଁ। ତେଣୁ ଲେଖା ଉପରେ ଏହା ନାହିଁ ଓ ଏହା ପ୍ରତିଯୋଗିତାରେ ସାମିଲ୍ ନାହିଁ ଭାବି ବ୍ୟସ୍ତ ହୁଅନ୍ତୁ ନାହିଁ। ଆପ ଅପଡେଟ କରନ୍ତୁ ଓ ଏହା ୨/୩ ଦିନ ମଧ୍ୟରେ ରିଫ୍ରେସ ହୋଇ ସମ୍ପୂର୍ଣ ଆପ ରୁ ଓ ପ୍ଲାଟଫର୍ମରୁ ହଟିଯିବ।
୩) ଯଦି କୌଣସି ବିଭାଗ ଆପଣଙ୍କ ଲେଖାରେ କିମ୍ବା ଅନ୍ୟ କୌଣସି ଲେଖକଙ୍କ ଲେଖାରେ ଦେଖାଯାଉଛି ତେବେ ଏହା ଲେଖକ ନିଜେ ତିଆରି କରିଥାଇ ପାରନ୍ତି କିମ୍ବା ଲେଖକଙ୍କ ଆପ ରିଫ୍ରେସ(ବେଳେବେଳେ ଅଧିକ ସର୍ଭର ଲୋଡ୍ ଯୋଗୁଁ ରିଫ୍ରେସ ହେବା ପାଇଁ ୪୮/୭୨ ଘଣ୍ଟା ପର୍ଯ୍ୟନ୍ତ ସମୟ ନେଇ ପରେ ) ହୋଇ ନାହିଁ। ଏହାକୁ ଦେଖି ବ୍ୟସ୍ତ ହୁଅନ୍ତୁ ନାହିଁ। ନିଜେ ତିଆରି କରିଥିବା ବିଭାଗ ପ୍ରତିଲିପି ପ୍ରତିଯୋଗିତା ରେ ସାମିଲ୍ ହୁଏ ନାହିଁ। ରିଫ୍ରେସ ପରେ ପ୍ରତିଲିପି ଦ୍ଵାରା ତିଆରି ପ୍ରତିଯୋଗିତା ବିଭାଗ ଗୁଡିକ ହଟିଯିବ। ଆପଣ ଯଦି ନିଜେ ତିଆରି କରି ନାହାନ୍ତି ଓ ପ୍ରତିଲିପି ଦ୍ଵାରା ଦେଇଥିବା ବିଭାଗ ବ୍ୟବହାର କରିଛନ୍ତି ତେବେ ବ୍ୟସ୍ତ ହୁଅନ୍ତୁ ନାହିଁ। ଏହା ସାମିଲ୍ ହେବହିଁ ହେବ।
୪) ଆପଣ ଲେଖା ପୋଷ୍ଟ କରିବା ସମୟରେ ବିଭାଗ ବାଛିବା ସ୍ଥାନରେ ଏହି ପ୍ରତିଯୋଗିତା ବିଭାଗ ଦେଖାଯିବ ନାହିଁ। ଏଥିରୁ ଆପଣ ଜାଣିପାରିବେ ଏହି ବିଭାଗ ହଟାଇ ଦିଆଯାଇଛି । କେବଳ ଆପ/ସର୍ଭର ରିଫ୍ରେସ୍ ହେବା ବାକି ରହିଛି।
୫) ଏକାଧିକ ପ୍ରତିଯୋଗିତା ପାଇଁ ଯଦି ଆପଣ ନିଜର ଲେଖାରେ ବିଭାଗ (ପ୍ର) ବ୍ୟବହାର କରିଛନ୍ତି ତେବେ ଏହା କେବଳ ସବୁଠାରୁ ଶେଷରେ ଥିବା ପ୍ରତିଯୋଗିତା, ଯାହାର ଶେଷ ତାରିଖ ସବୁଠାରୁ ଶେଷରେ ଥିବ ତାହା ନିମନ୍ତେ ଗ୍ରହଣ କରାଯିବ।