ନିତିଦିନିଆ ଜୀବନର କେଇଟା ଅଳସ ମୁହୂର୍ତ୍ତକୁ ସୁନ୍ଦର କରିବା ପାଇଁ ଆଶ୍ରା ନିଏ ପ୍ରତିଲିପିର। ଅଗଣିତ ଲେଖକଙ୍କର କାହାଣୀ ସବୁ ପଢୁ ପଢୁ ବେଳେବେଳେ ମୋ ଭିତରେ ନିଦରୁ ଯେମିତି ଉଠିପଡେ ସେଇ ସ୍କୁଲ ବେଳର ଝିଅଟି। କବିତା ଲେଖିବା ଯାହାର ଥିଲା ଅତିପ୍ରିୟ ପାଷ୍ଟଟାଇମ୍। ନିଜ ଭିତରେ ସେଇ ଝିଅଟିକୁ ପୁଣି ଖୋଜୁ ଖୋଜୁ ଏକ ଦୁର୍ବାର, ଦୁଃସାହସିକ ମୁହୂର୍ତ୍ତରେ ମୁଁ ବସିଯାଏ ଗପ ଲେଖିବାକୁ। ଡ୍ରାଫ୍ଟ ପୁରିଯାଏ ଅନାବନା ଭାବନାରେ ଆଉ ମୁଁ ଦିଗହଜା ପଥିକ ପରି ଚାଲିଥାଏ ଶବ୍ଦ ସନ୍ଧାନରେ। ଅଜଣା ଯୁଦ୍ଧକୁ ଯିବାକୁ ପାଗପଟୁକା ପିନ୍ଧି ବାହାରିଥିବା ବେଳେ ଡେଲି ଟାଇମଟେବୁଲର ଆଲାରାମ୍ ବାଜେ ଆଉ ମୋ ପାଦ ତଳ ଦେଇ ଚାଲିଯାଏ ଏକ ନିଃଶବ୍ଦ ଭୂମିକମ୍ପ...
ରିପୋର୍ଟ୍ ର ସମସ୍ୟା
ରିପୋର୍ଟ୍ ର ସମସ୍ୟା
ରିପୋର୍ଟ୍ ର ସମସ୍ୟା