pratilipi-logo ପ୍ରତିଲିପି
ଓଡିଆ

ନୂଆ ପଲ୍ଲୀଗୀତି କବିତା

4.5
75

ହଜିଯାଉଥିବା ଆମ ଲୋକସଂସ୍କୃତି

ଏବେ ପଢନ୍ତୁ
ଲେଖକଙ୍କ ବିଷୟରେ
author
Krutibas Nayak

ଲେଖକ ଡକ୍ଟର କୃତ୍ତିବାସ ନାୟକ,(02-03-1955) ଓଡ଼ିଆ ସାହିତ୍ୟର ଏକ ସଶ୍ରଦ୍ଧ ଉଚ୍ଚାରଣ | ସାହିତ୍ୟର ବିଭିନ୍ନ ବିଭାବରେ ସେ କଲମ ଚଳାଇ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ହାସଲ କରିଛନ୍ତି | 1983ରେ ସେ ଆକାଶବାଣୀର ଜଣେ ସଫଳ ଗୀତିକାର ଭାବେ ସ୍ୱୀକୃତ | ବାଲିମେଳା ଓ ଜୟପୁରରୁ ପ୍ରକାଶ ପାଇଥିବା ଶିଶୁନୟନ, ଆମେ ଶିଶୁ ଓ ଶିଶୁ ରାଇଜ ପ୍ରଭୃତି ଶିଶୁ-ପତ୍ରିକାର ସେ ଥିଲେ, ସଫଳ ସଂପାଦକ | 1989ରୁ ସେ ଆକାଶବାଣୀର କାର୍ଯ୍ୟକ୍ରମ ନିଷ୍ପାଦକ ଭାବେ ଓ 2003 ରୁ ସହ ନିର୍ଦେଶକ ଭାବେ ଓଡ଼ିଶାର ବିଭିନ୍ନ କେନ୍ଦ୍ର ମୁଖ୍ୟଭାବେ କାର୍ଯ୍ୟ ତୁଲାଇଥିଲେ | ଆକାଶବାଣୀ ଜୟପୁର କେନ୍ଦ୍ରର ନିର୍ଦ୍ଧେଶକ ପଦବୀରୁ ସେ 2015ରେ ଅବସର ଗ୍ରହଣ କରିଛନ୍ତି | ଶିଶୁ-ସାହିତ୍ୟ ପୁସ୍ତକ ବଣଭୋଜି ପାଇଁ ସେ 1992ରେ ଏବଂ ଫୁଲସବୁ ଫୁଟିଲେ ପୁସ୍ତକ ପାଇଁ 1999ରେ ଜାତୀୟ ଶିଶୁ-ସାହିତ୍ୟ ପୁରସ୍କାର ଲାଭ କରିଛନ୍ତି | ତାଙ୍କର ଉପନ୍ୟାସ ଶୁଭଲକ୍ଷ୍ମୀ ଜାତୀୟ ସ୍ତରରେ ପ୍ରତିଯୋଗିତାରେ ଶ୍ରେଷ୍ଠ ଉପନ୍ୟାସ ଭାବେ ବିବେଚିତ ହୋଇଥିଲା | ଭାରତର ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ କରକମଳରୁ ସେ ଜାତୀୟ ପୁରସ୍କାର 2003ରେ ଗ୍ରହଣ କରିଛନ୍ତି | ତାଙ୍କର ହଜାର ହଜାର ଶିଶୁ-ଗପ ଓ କବିତା ଓଡ଼ିଶାର ସମସ୍ତ ପତ୍ର ପତ୍ରିକାରେ ପ୍ରକାଶ ପାଇଛି | ବିଦ୍ୟାଳୟର ଚତୁର୍ଥ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପାଠ୍ୟ ପୁସ୍ତକରେ ତାଙ୍କର ଲେଖା ଏବେ ପିଲାମାନେ ପଢ଼ିବାର ସୁଯୋଗ ପାଉଛନ୍ତି | ଅରୁଣ ତରୁଣ ଭ୍ରାମ୍ୟମାଣ ସଂଗଠନ ଗଠନ କରି ସେ ଶିଶୁ-ସାହିତ୍ୟର ବିକାଶ ପାଇଁ ପ୍ରୟାସ ଜାରି ରଖିଛନ୍ତି | ବିଭିନ୍ନ ସୂଚନା ସାହିତ୍ୟ ତଥା ରୂପକ ସାହିତ୍ୟ ଓ ଗୀତିକବିତା ପୁସ୍ତକ ତାଙ୍କୁ ବେଶ ଲୋକପ୍ରିୟତା ଆଣିଦେଇଛି | ତାଙ୍କ ଉଦ୍ଦେଶ୍ୟରେ ପ୍ରକାଶିତ ପ୍ରେରଣା ପୁସ୍ତକରେ ତାଙ୍କରି କୃତି ଓ କୃତିତ୍ୱ ସଂପର୍କରେ ଓଡ଼ିଶାର ବହୁ ବିଶିଷ୍ଟ ବ୍ୟକ୍ତିଙ୍କର ଆଲେଖ୍ୟ ପ୍ରକାଶିତ | ତାଙ୍କର ଜୀବନୀ ମୂଳକ ପୁସ୍ତକ ସୃଜନ ସଂଳାପ ଓ ଅମୃତ ଅନୁଭବ ପ୍ରକାଶ ପାଇଛି | ତାଙ୍କ ଜୀବନ ଚରିତକୁ ଆଧାର କରି ଆନନ୍ଦ ବଜାର ପ୍ରକାଶନୀ, କଲିକତା ନବମ ପର୍ବ ଶୀର୍ଷକ ଉପନ୍ୟାସ ପ୍ରକାଶ କରିଛନ୍ତି | ଓଡ଼ିଶାର ଶତାଧିକ ସାହିତ୍ୟ ସଂଗଠନରୁ ସେ ସମ୍ମାନିତ ଓ ପୁରସ୍କୃତ ହୋଇଛନ୍ତି | ଜାତୀୟ ପୁସ୍ତକ ନ୍ୟାସ ତରଫରୁ ଓ ଗାୟତ୍ରୀ ପରିବାର ତରଫରୁ ଅନେକ ଗୁଡିଏ ପୁସ୍ତକ ସେ ଅନୁବାଦ କରିଛନ୍ତି | ତିନିଖଣ୍ଡ ଉପନ୍ୟାସ ପାଞ୍ଚ ଖଣ୍ଡ ଗଳ୍ପ ସଂକଳନ ସମେତ 2020 ସୁଦ୍ଧା ତାଙ୍କର 180 ଖଣ୍ଡ ପୁସ୍ତକ ପ୍ରକାଶିତ ହୋଇଛି | ଏହା ବ୍ୟତୀତ ତାଙ୍କ ଦ୍ୱାରା ସଂପାଦିତ ଅନେକ ଗୁଡିଏ ସଂକଳନ ତଥା ସ୍ମରଣିକା ପ୍ରକାଶିତ | ସଂପ୍ରତି ଭୁବନେଶ୍ୱରରେ ରହି ସାହିତ୍ୟ ସେବାରେ ବ୍ରତୀ |

ରିଭିୟୁ
  • author
    ଆପଣଙ୍କ ରେଟିଙ୍ଗ୍

  • ସବୁ ରିଭିୟୁ
  • author
    G Santoshi
    06 जुलै 2020
    ଵହୁତ ସୁନ୍ଦର କବିତା ସାର.ପ୍ରତିଲିପି ସମ୍ନାନ ପାଇଁ ଅଶେଷ ଅଶେଷ ଅଭିନନ୍ଦନ💐💐💐
  • author
    Sibani Senapati
    07 जुलै 2020
    congratulations 🎉 sir
  • author
    Premalata Sahu
    29 मे 2020
    ବହୁତ ସୁନ୍ଦର
  • author
    ଆପଣଙ୍କ ରେଟିଙ୍ଗ୍

  • ସବୁ ରିଭିୟୁ
  • author
    G Santoshi
    06 जुलै 2020
    ଵହୁତ ସୁନ୍ଦର କବିତା ସାର.ପ୍ରତିଲିପି ସମ୍ନାନ ପାଇଁ ଅଶେଷ ଅଶେଷ ଅଭିନନ୍ଦନ💐💐💐
  • author
    Sibani Senapati
    07 जुलै 2020
    congratulations 🎉 sir
  • author
    Premalata Sahu
    29 मे 2020
    ବହୁତ ସୁନ୍ଦର