pratilipi-logo ପ୍ରତିଲିପି
ଓଡିଆ

** କଥା ଦେଲି ସାଥୀ ** ଡ଼ଃ ଆରତି ପଟ୍ଟଯୋଷୀ

5
42

*କଥାଦେଲି ସାଥୀ*    *ଡ଼ଃ ଆରତି ପଟ୍ଟଯୋଷି* ମନର କ୍ଷତକୁ ଆଖି ବୁଝିପାରେ               ଝରି କଷ୍ଟ ଧୋଇ ଦିଏ ଦେହର କ୍ଷତକୁ ଲୁହ ବୁଝି ପାରେ              ଝରି ସେ ଜଣେଇ ଦିଏ । ହୃଦୟ ଭିତରେ ଅହରହ ଜଳେ          ବହ୍ନି ଶିଖା ...

ଏବେ ପଢନ୍ତୁ
ଲେଖକଙ୍କ ବିଷୟରେ
author
Dr ARATI PATTAJOSHI

*ବଞ୍ଚିବାର ମୋହ* *ଡ଼ଃ ଆରତି ପଟ୍ଟଯୋଷି* *********************** ବ୍ୟାଙ୍କ ଚାକିରି କାମ ପ୍ରବଳ। ବଦଳିb ଥରକୁ ଥର । ଗୋଟେ ଜାଗାରେ ଘର ଠିକ୍ ଭାବେ ନ ସଜାଡୁଣୁ ପୁଣି ବଦଳି। ଏମିତି ଯାଯାବର ପରି ବୁଲୁ ବୁଲୁ ଏବେ ମ୍ୟାନେଜର ଭାବରେ ମୋର ଯେଉଁଠି ପୋଷ୍ଟିଂ ହୋଇଛି ତାକୁ ଟାଉନ ତ କୁହାଯିବନି, କିନ୍ତୁ ଗାଆଁ ଵି ନୁହେଁ। ମୋଟାମୋଟି କହିବାକୁ ଗଲେ ସେମିଟାଉନ। ପ୍ରଥମରୁ କହିଛି ବ୍ୟାଙ୍କ ରେ କାମ ପ୍ରବଳ । ଏଣୁ ସକାଳେ ସଂଧ୍ୟାରେ ଟିକେ ବୁଲିବା ନିହାତି ଦରକାର ମନେ ହୁଏ। ଏମିତିବି walking କରିବା ମୋର ଅଭ୍ୟାସ। ତେଣୁ ଘର ପାଖରେ ଥିବା ଏକ ନିର୍ଦିଷ୍ଟ ପାର୍କ କୁ ମୁଁ ସବୁଦିନ ଚାଲିବାକୁ ଯାଏ। ଏମିତି ଯିବା ଭିତରେ ଗୋଟେ ଦୃଶ୍ୟ ଯାହା ମତେ ବେଶି ଆକୃଷ୍ଟ କରେ , ସେଇଟା ହଉଛି Friendship । ତା ଵି ଚାରିଜଣ ବୃଦ୍ଧଙ୍କ Friendship । ସବୁଦିନ ସେମାନଙ୍କୁ ଦେଖେ ଏକ ନିର୍ଦିଷ୍ଟ ବେଂଚ୍ ରେ ବସି ରହନ୍ତି , ଅନେକ ବେଳଯାଏ ଗପୁଥାନ୍ତି। ବୟସର ଅପରାହ୍ନ, ଲୋଳିତ ଚର୍ମ , ହାତରେ ବାଡ଼ି , କାହା ପାଟିରେ ନକଲି ଦାନ୍ତ ତ କିଏ ପୁରା ବେଦାନ୍ତ। ସମସ୍ତ ଙ୍କ ବୟସ ପ୍ରାୟ ସତୁରି ରୁ ପଞ୍ଚସ୍ତରି ଭିତରେ ହେବ। ବେଶ ପୋଷାକ ରୁ ଲାଗୁଥିଲା ସମସ୍ତେ ଅବସର ପ୍ରାପ୍ତ ଓ ଲବ୍ଧ ପ୍ରତିଷ୍ଠିତ। ସେମାନଙ୍କ ପ୍ରତି କିନ୍ତୁ ମୋର ଭାରି ଦୟା ଆସେ। ସେମାନେ କିନ୍ତୁ ବିଂଦାସ୍ ଗପୁ ଥାନ୍ତି ,ଆଉ ମଝିରେ ମଝିରେ ଠୋ ଠୋ ହୋଇ ହସୁଥାନ୍ତି। ହଁ ତାଙ୍କର ଵି କାମ ଆଉ କଣ ? ଏଇଠି ଵସି ବସି ଘରକୁ ଯାଆନ୍ତି । ମୋ ମନରେ କିନ୍ତୁ ତାଙ୍କ ଗପସପ କୁ ନେଇ ଅନେକ କୌତୁହଳ । ପ୍ରକୃତରେ ଏତେ ସମୟ ସେମାନେ କଣ ଗପନ୍ତି ? ମୁଁ ଏମିତି ସବୁଦିନ ଦେଖେ, ଭାବେ , ଓ Walking ସାରି ଘରକୁ ଯାଏ । କିନ୍ତୁ ସେମାନେ କଣ ଗପନ୍ତି ଜାଣିବାକୁ ମୋର ପ୍ରବଳ ଇଛା ହୁଏ। ବେଳେ ବେଳେ ଏଇ Uncle ମାନଂକ କଥା ମୋ ସ୍ତ୍ରୀ ଙ୍କୁ କୁହେ ।ମୋ ସ୍ତ୍ରୀ କିନ୍ତୁ ଚିଡି ଯାଏ , ଆଉ କୁହେ ତମର କାଇଁ ମୁଣ୍ଡ ବିନ୍ଧୁଛି ଶୁଣେ ? ସେ ତାଙ୍କର କଣ କଥା ହେଲେ ତମର କଣ ଗଲା ? ମୁଁ କିନ୍ତୁ ସେମାନଙ୍କ ବିଷୟରେ ବେଶି କୌତୁହଳି ହୋଇପଡୁଥିଲି । ଦିନେ ପାର୍କ ରୁ ଫେରି ମୋ ସ୍ତ୍ରୀ ଙ୍କୁ ଏକ Serious ଆଲୋଚନା କଲା ଭଳି ବସେଇଲି ଓ ପଚାରିଲି । ତମେ କଣ ଭାବୁଛ , ସେମାନେ କଣ ଗପୁଥିବେ ? ଏଥର କିନ୍ତୁ ମୋ ସ୍ତ୍ରୀ ମୋ କଥାକୁ ଗୁରୁତ୍ୱ ଦେଲା , ଟିକେ ଭାବିଲା ଆଉ କହିଲା.... ସେମାନେ ନିଶ୍ଚୟ ତାଙ୍କ ପୁଅ ବୋହୂ ଙ୍କ ବିଷୟରେ ଆଲୋଚନା କରୁଥିବେ, ନଚେତ୍ କିଛି ଆଧ୍ୟାତ୍ମିକ ଆଲୋଚନା ,ଅଥବା ଦେହମୁଂଡ ବା Pension ବିଷୟରେ । ଆଉ କଣ ବା ଅଛି ତାଙ୍କ ଜୀବନରେ, ନା ତମେ କଣ ଭାବୁଛ ? ମୁଁ ଘର ସାରା Seriously ବୁଲୁ ବୁଲୁ କହିଲି Yes you are right, ସେଇଆ ହିଁ ଗପୁ ଥିବେ । ନହେଲେ ଏଇ ପରିଣତ ବୟସରେ ଆଉ ଗପିବାକୁ ଅଛିବା କଣ ? ପିଲା ମାନଂକ ଅବହେଳା ,ନାତିନାତୁଣୀଙ୍କ କଥା,ନିଜ ଦେହମୁଣ୍ଡ , କିଛି ପୁରାଣ ପାଠ, ନହେଲେ ,ରାଜ ନିତୀ କଥା ନୁହେଁ ? ସେ ବଡ଼ ଜୋର ରେ ହୁଁ ଟେ ମାରିଲେ । କିଛି ସମୟ ନିରବ , ତାପରେ ମୋ ସ୍ତ୍ରୀ Chair ଛାଡ଼ି ଉଠିଲେ ଆଉ କହିଲେ , ଛାଡ ମ ସେ ବେକାର କଥା । ଅଫିସ୍ ଯିବନିକି ? ତମେ ବସି ଭାବୁଥାଅ , ମୁଁ ଯାଏ ମୋର ତେଣେ ବହୁତ କାମ ,ଏବେ ହଲା ପକେଇବ time ହେଲା time ହେଲା । So I am sorry , ଏତିକି କହି ସେ ଚାଲିଗଲା। ମୁଁ କିନ୍ତୁ ଭାରି ଦୁଖୀ ହୋଇ ପଡୁଥିଲି। ହେ ପ୍ରଭୁ କେତେ ଅସହାୟ ଏମାନେ। ବୋଧେ ଘରେ ପିଲା ମାନେ ଟିକେ ସମୟ ଏମାନଙ୍କୁ ଦେଉ ନାହାନ୍ତି। ସମୟ ହୋଇଯାଇଥିଲା ତେଣୁ ମୁଁ Bank ବାହାରିଲି। କିନ୍ତୁ ସବୁ ଭିତରେ ଵି, ବେଳେ ବେଳେ ସେମାନେ ମୋ ଭାବନା ଭିତରକୁ ପଶି ଆସନ୍ତି, ଆଉ ମୋତେ ତାଙ୍କ ବିଷୟରେ ଭାବିବାକୁ ବାଧ୍ୟ କରନ୍ତି। ସେଦିନ ସାଂଧ୍ୟ ଭ୍ରମଣ ବେଳେ ଭାବିଲି ଆଜି ସେମାନଙ୍କ କଥା ନିଶ୍ଚୟ ଶୁଣିଵି। ନହେଲେ ବୋଧେ ମୁଁ ବେମାର୍ ହୋଇଯିବି। ସେମାନେ ଯେଉଁଠି ବସୁଥିଲେ ତା ପାଖରେ ଗୋଟେ ଝଙ୍କାଳିଆ ବୁଦା ଥାଏ , ଆଉ ସେଠି ପଡ଼ିଥାଏ କିଛି ପଥର । ମୁଁ ସେଠି ବସି ଗଲି ଓ ସେମାନଙ୍କ କଥା ଶୁଣିବାକୁ ଚେଷ୍ଟା କଲି। ସେମାନେ ଯଦିଓ ଖୁବ୍ ଧୀରେ ଧୀରେ ଗପୁ ଥିଲେ , କିନ୍ତୁ ଶୁଭୁଥିଲା । ସେମାନେ ଯାହା କଥା ହେଉଥିଲେ ଶୁଣିଲା ପରେ ମୁଁ ଯେମିତି ଆକାଶରୁ ଖସି ପଡିଲି। କିଛି ସମୟ ଶୁଣି ମୋ ଉତ୍କଣ୍ଠା ଶାନ୍ତ ହୋଇଗଲା। ମୋ ଭ୍ରମ ତୁଟି ଯାଇଥିଲା। ସେମାନଙ୍କ ପ୍ରତି ମୋ ଦୟା ଭାଵ , ମୋ ହୀନ ମାନସିକତା ଭାବି ନିଜକୁ ଧିକ୍କାରିଲି। ଆଉ ଶୁଣି ବାକୁ ସ୍ପୃହା ନଥିଲା। କିନ୍ତୁ ମୋର ଏତେ ଦିନର ଚେଷ୍ଟା ଯେ ସଫଳ ହୋଇଛି ତାହା ମୋ ସ୍ତ୍ରୀଙ୍କୁ ଜଣେଇବାକୁ ମୁଁ ଏକରକମ ଘରକୁ ଧାଇଁ ଗଲି। ମୋ ସ୍ତ୍ରୀ ରୁଟି ସେକୁଥିଲେ ମୁଁ ଚଟ୍ କରି ଗ୍ୟାସ ବନ୍ଦ କରି ତାଙ୍କୁ ଟାଣି ଆଣିଲି। କହିଲି... ଶୁଣମ ସେଇ ଯୋଉ Uncle ମାନେ କଣ ଗପୁ ଥିଲେ ଜାଣ ? ମୋ ସ୍ତ୍ରୀ ଖଟ ଉପରେ ବସି ପଡ଼ିଲେ , ଆଉ କହିଲେ, ହେ ପ୍ରଭୁ ! କି ପାଗଳ ଲୋକ ତୁମେ , କାଇଁ ବିଚରା ବୁଢା ଲୋକ ଗୁଡାଙ୍କ ପଛରେ ପଡିଛ କହିଲ ? ତମର କଣ ଆଉ କିଛି ଧନ୍ଦା ନାହିଁ ? ମୁଁ କହିଲି ଆରେ ଶୁଣ ନା , ଭାରି Interesting ,...। ସେମାନେ କଣ ଗପୁ ଥିଲେ ଜାଣିଛ ? ଫିଲ୍ମ କଥା ,ଫିଲ୍ମ ହିରୋଇନ ମାନଂକ କଥା , କିଏ ଦେଖିବାକୁ କେମିତି , କିଏ କେତେ Hot,କିଏ କେଵେ ବାହାହେଲା , କିଏ କେଉଁ ହିରୋ ସହ ଭଲ ଲାଗେ ଓ ଶେଷରେ ସେମାନେ କେଉଁ ହିରୋଇନ ମାନଙ୍କୁ ମନେ ମନେ ଭଲ ପାଆନ୍ତି। ଇତ୍ୟାଦି ଇତ୍ୟାଦି। ମୋ ସ୍ତ୍ରୀ ଚମକି ଖଟ ଉପରୁ ଉଠିପଡ଼ିଲେ ଓ କହିଲେ "ହେଃ ଫାଲତୁ କଥା '। ମୁଁ କହିଲି ନାହିଁ ଏକଦମ ସତ କଥା। ଖାଲି ସେତିକି ନୁହେଁ ମୋବାଇଲ ରେ jokes ଦେଖି, ବିଭିନ୍ନ ଫଟୋ ଦେଖି enjoy ଵି କରୁଥିଲେ । ମୋ ସ୍ତ୍ରୀ କହିଲେ ଛି ଛି ଏ ବୁଢା ଦିନେ ...? ସେଇତକ ସମୟ ଠାକୁର ଙ୍କୁ ହେଲେ ଡା଼କନ୍ତେ। ତାଙ୍କ କଥା ଶୁଣି ମୋତେ ଭାରି ରାଗ ଲାଗିଲା। ମୁଁ କହିଲି ,ଶ୍ରୀମତୀ କୋଉ ବହିରେ ଲେଖା ହେଇଛି ତୁମେ ବୁଢା ହେଲ ମାନେ ଖାଲି ହରେ କୃଷ୍ଣ ଜପିଵ ? ବୁଢା ହେଲେ କଣ ମନ ର ସରସତା ମରିଯାଏ ? ବୁଢା ହେଲା ମାନେ କେବଳ ଆଧ୍ୟାତ୍ମିକ ଚିନ୍ତା କରିବାକୁ ବାଧ୍ୟ ? ଇଛା ଥାଉ ବା ନ ଥାଉ ? ତମେ କଣ ଭାବୁଛ ସେମାନେ ପୁଜା ପାଠ କରୁ ନଥିବେ? ତା ମାନେ ନୁହେଁ ଯେ ସାଙ୍ଗ ସୁଖରେ ମଜା ମସ୍ତି କରିବେନି । ତୁମେ ବୋଧେ ଜାଣିନ ବୟସ ବଢିବା ସହିତ ମଣିଷ ବେଶି ବେଶି Romantic ହୁଏ। ବଞ୍ଚି ବାର ମୋହ ତାର ବେଶି ବେଶି ବଢ଼ି ଚାଲେ । ମନକୁ ଯୁବକ ନରଖିଲେ ତୁମେ ବଞ୍ଚିବ କେମିତି ? ଆମର ମାନସିକତା ଖରାପ। ଆମେ ସବୁ ବେଳେ ବୟସ୍କ ଲୋକଙ୍କୁ କେବଳ ଦୟା କରି ଆସିଛୁ, ଏବଂ ବୟସ ହେଲାଣି କହି କହି ମାନସିକ ସ୍ତରରେ ତାଙ୍କୁ ଦୁର୍ବଳ କରି ଆସିଛୁ। କେବେବି ଭାବିନୁ ତାଙ୍କ ଭିତରେ ଏବେବି ଗୋଟେ ଯୁବକ ଲୁଚି ରହିଛି ଯିଏ କି ସମୟ କ୍ରମେ ଶିଶୁ ଆଡକୁ ମୁଁହାଉଛି। ମୋ ସ୍ତ୍ରୀ ମୋ କଥାକୁ ପୁରା ପିଇ ଯାଉଥିଲେ । ମୋ କଥା ଶେଷରେ ଦୀର୍ଘ ନିଃଶ୍ୱାସ ମାରି କହିଲେ , ସତ କଥା ତ ମୁଁ ଏସବୁ କେଵେ ଭାବିନି । ତୁମେ ଠିକ୍ କହିଲ, ସତ କଥା ।ମୁଁ ତାଙ୍କୁ ମୋ ଆଡକୁ ଭିଡି ଆଣିଲି ଆଉ କହିଲି ସତ କଥା ନା ? କାନ ଧର , ଆଉ କେଵେ କହିବନି ବୁଢା ଟିଏ ହେଲଣି............ **********ସମାପ୍ତ **********

ରିଭିୟୁ
  • author
    ଆପଣଙ୍କ ରେଟିଙ୍ଗ୍

  • ସବୁ ରିଭିୟୁ
  • author
    bkp 1961
    11 ଜୁନ 2020
    very nice
  • author
    ଆପଣଙ୍କ ରେଟିଙ୍ଗ୍

  • ସବୁ ରିଭିୟୁ
  • author
    bkp 1961
    11 ଜୁନ 2020
    very nice