ଜୀବନରେ ପ୍ରତିଟି ମଣିଷ ଥରେ ଅଧେ ହେଲେ ଲେଖା ଲେଖି କରିବା ନିହାତି ଆବଶ୍ୟକ l ଯେପରି ଶିକ୍ଷା ମଣିଷକୁ ମଣିଷତ୍ୱ ଶିଖାଇଥାଏ, ସେହିପରି ମୋ ମତରେ ଲେଖା ହିଁ ମଣିଷକୁ ଏଇ ବ୍ୟସ୍ତ ବହୁଳ ଜୀବନରେ ଜୀବନର ପ୍ରକୃତ ମୂଲ୍ୟବୋଧ ଦେଇଥାଏ l ମୁଁ ଜାଣିନି ଲେଖା ଲେଖି ପ୍ରତି ରୁଚି ମୋର କେବେଠୁ ଆଉ କେମିତି ଆସିଲା.. କିନ୍ତୁ ଯେତେବେଳେ ବି ମତେ ଜୀବନକୁ ନେଇକି କିଛି ଦ୍ଵନ୍ଦ ଉପୁଜେ, କିଛି ଲେଖା ପଢ଼ିଦେଲେ କି କିଛି ଗୋଟେ ଲେଖିଦେଲେ ମୋର ତନ, ମନ ସବୁରେ ଏକ ରକମର ଶିହରଣ ଏବଂ ନୂତନ ପ୍ରକାରର ଉର୍ଜା ଉନ୍ମାଦନା ସୃଷ୍ଟି ହୋଇଯାଏ l ପ୍ରକୃତ କବି କି ଲେଖିକା ମୁଁ ନୁହେଁ, ତଥାପି କିଛି କିଛି ଲେଖିଦେଲେ କି କିଛି ଗୋଟିଏ ଲେଖା ପଢ଼ିଦେଲେ ମୋର ଆପେ ଆପେ ସମସ୍ତ ପ୍ରକାରର ଶଙ୍କା ଦୂର ହେଇଯାଏ l ଆଶା କରୁଛି ଆପଣମାନଙ୍କୁ ମୋ ଲେଖା କିଛି ମାତ୍ରାରେ ହେଲେ ଭଲ ଲାଗିବ.. ଧନ୍ୟବାଦ....🙏🤗🙏
ରିପୋର୍ଟ୍ ର ସମସ୍ୟା
ରିପୋର୍ଟ୍ ର ସମସ୍ୟା
ରିପୋର୍ଟ୍ ର ସମସ୍ୟା