pratilipi-logo ପ୍ରତିଲିପି
ଓଡିଆ
ନୂଆ ମହାଧରବହିକ ମହୋତ୍ସବ ୨୦୨୩

ଆପଣଙ୍କ ଧାରାବାହିକ ୩୬୫ ରୁ ଅଧିକ ଭାଗର ହୋଇଥିବ। ପ୍ରତି ଭାଗରେ ୧୦୦୦ ରୁ ଅଧିକ ଶବ୍ଦ କିମ୍ବା ୫ ମିନିଟ୍ ରୁ ଅଧିକ ହୋଇଥିବ। ଆପଣଙ୍କ ନିଜ ମନ ପସନ୍ଦର ବିଷୟ , ଧାରାବାହିକ ଭବରେ । 



ଆରମ୍ଭ - ୧୫ ସେପ୍ଟେମ୍ବର, ୨୦୨୨
ଶେଷ - ୩୦ ଜୁନ, ୨୦୨୪
ଫଳାଫଳ ଘୋଷଣା - ୧ ଅପ୍ରେଲ ଉତ୍କଳ ଦିବସ , ୨୦୨୫

ବିଭାଗ - ପ୍ର - ମହାଧାରାବାହିକ୨୩



ପୁରସ୍କାର -
ପ୍ରଥମ ପୁରସ୍କାର - ୩୦,୦୦୦/-
ଦ୍ୱିତୀୟ ପୁରସ୍କାର - ୨୦,୦୦୦/-
ତୃତୀୟ ପୁରସ୍କାର - ୧୦,୦୦୦/-

୧୦ ଟି ବିଚାରକଙ୍କ ଦ୍ଵାରା ମନୋନୀତ ଧାରାବାହିକକୁ ବିଶେଷ ପୁରସ୍କାର।
ସମସ୍ତ ଲେଖକ ଯେଉଁମାନେ ୩୬୫ ଟି ଭାଗ ପୂରଣ କରିଥିବେ, ସମସ୍ତଙ୍କୁ ମାନପତ୍ର ପ୍ରଦାନ।



୧) ଧାରାବାହିକର ସମସ୍ତ ଭାଗ ଲକ୍ କରି ପ୍ରକାଶ କରିବେ।
୨) ଶବ୍ଦ ସଂଖ୍ୟା ଓ ଭାଗ ସଂଖ୍ୟା ପ୍ରତି ଧ୍ୟାନ ଦେବେ।
୩) ଧାରାବାହିକ ସମ୍ପୂର୍ଣ କରିବେ। ଶେଷ ତାରିଖ ପୂର୍ବରୁ ପ୍ରକାଶ କରିବେ।
୪) କଭର୍ ଫୋଟୋ ରଖିବେ। ପୂର୍ଣ୍ଣଚ୍ଛେଦ ବ୍ୟବହାର କରିବେ। ଲେଖା ପ୍ରଥମ ଭାଗରୁ ଆରମ୍ଭ କରିବେ।
୫) ଧାରାବାହିକରେ କେବଳ ଗୋଟିଏ “ପ୍ର” ଲେଖାଯାଇଥିବା ବିଭାଗ ଦେବେ ଓ ଅନ୍ୟ ୨ଟି “ପ୍ର” ଲେଖା ଯାଇନଥିବା ବିଭାଗ ନିଶ୍ଚିତ ଭାବରେ ଦେବେ।



ପ୍ରତିଲିପି ରେ ସମସ୍ତ ପ୍ରକାରର ଲେଖା ପ୍ରକାଶ କରିବାର କେବଳ ଗୋଟିଏ ମାତ୍ର ନିୟମ ରହିଛି। ଏଥି ଅନୁଯାୟୀ ଆପଣ କାହାଣୀ/କବିତା/ଲେଖା/ପ୍ରବନ୍ଧ ସବୁକିଛି ପ୍ରକାଶ କରି ପାରିବେ। ଉପଯୁକ୍ତ ପ୍ରକାର ଓ ବିଭାଗ ବାଛି ଏହାକୁ ପ୍ରକାଶ କରନ୍ତୁ।

ପ୍ରକାର - କାହାଣୀ/କବିତା/ପ୍ରବନ୍ଧ
ବିଭାଗ - ଟ୍ୟାଗ୍,
(ଧାରାବାହିକ ଓ ପୂର୍ଣ୍ଣ କାହାଣୀ/କବିତା/ପ୍ରବନ୍ଧ/ଲେଖା ପ୍ରକାଶନ। ପ୍ରତିଯୋଗିତା ତଥା ସାଧାରଣ ଭାବରେ ପ୍ରୋଫାଇଲ୍ରେ ଲେଖା ପ୍ରକାଶନ।)
ଧାରାବାହିକ ଲେଖା ପ୍ରକାଶନ ଗାଇଡ଼ ଭିଡ଼ିଓ 
ପ୍ରତିଲିପି ଆପ ଗୁଗଲ ପ୍ଲେ ଷ୍ଟୋର ରୁ ଡାଉନଲୋଡ୍ କରନ୍ତୁ। ଏବେ ଏହାକୁ ଖୋଲି ନିଜ ଇମେଲ ରେ ସାଇନ ଇନ୍ କରନ୍ତୁ। ଭାଷା ଓଡ଼ିଆ ବାଛନ୍ତୁ।
୧.ପ୍ରତିଲିପି ଆପ ଖୋଲନ୍ତୁ ଏବେ ଆପ ର ତଳେ "ଲେଖନ୍ତୁ" ବିକଳ୍ପ ଦେଖିବାକୁ ମିଳିବ। ଏହି ଗୋଟିଏ ବିକଳ୍ପରୁ ଆପଣ ଏକ ପୂର୍ଣ୍ଣ କାହାଣୀ/କବିତା/ପ୍ରବନ୍ଧ ଲେଖି ପାରିବେ ଓ ଧାରାବାହିକ କାହାଣୀ/କବିତା/ପ୍ରବନ୍ଧ ମଧ୍ୟ ଲେଖି ପାରିବେ।
୨.ଏକ ପୂର୍ଣ୍ଣ କାହାଣୀ/କବିତା/ପ୍ରବନ୍ଧ ଲେଖିବା ପାଇଁ ଲେଖନ୍ତୁ/କଲମ ଚିହ୍ନ ଉପରେ କ୍ଲିକ୍ କରନ୍ତୁ। ଏବେ ଆପଣଙ୍କୁ ଏକ ପୃଷ୍ଠା ଦେଖାଯିବ ଯେଉଁଥିରେ ଉପରେ "ନୂଆ ଲେଖା ଲେଖନ୍ତୁ" ବିକଳ୍ପ,ଡ୍ରାଫ୍ଟ ବିକଳ୍ପ ତଥା ଆଗରୁ ପ୍ରକାଶିତ କରିଥିବା ସମସ୍ତ ଲେଖା ଦେଖାଯିବ। ନୂଆ ଧାରାବାହିକ/ସମ୍ପୂର୍ଣ୍ଣ ଲେଖା ପ୍ରକାଶ କରିବା ପାଇଁ "ନୂଆ ଲେଖା ଲେଖନ୍ତୁ"ଉପରେ କ୍ଲିକ୍ କରନ୍ତୁ, ଏବେ ଲେଖାର ଶୀର୍ଷକ ଦିଅନ୍ତୁ ଓ ଲେଖାଟିକୁ ଲେଖନ୍ତୁ। ଡାହାଣ ପାଖରେ ଥିବା ପ୍ରକାଶିତ କରନ୍ତୁ ଉପରେ କ୍ଲିକ୍ କରି ଆଗକୁ ବଢନ୍ତୁ। ଏବେ ଫୋଟୋ,ପ୍ରକାର,ବିଭାଗ ପୂରଣ କରନ୍ତୁ ଓ ତଳେ ବାକ୍ସ ଉପରେ କ୍ଲିକ୍ କରି ପ୍ରକାଶିତ କରନ୍ତୁ ଉପରେ କ୍ଲିକ୍ କରନ୍ତୁ ଓ ଲେଖା ପ୍ରକାଶିତ କରନ୍ତୁ।
୩.ପ୍ରକାଶନ କରିବା ମାତ୍ରକେ ଆପଣଙ୍କୁ ଲେଖାଟି ସ୍କ୍ରିନ୍ ଉପରେ ଦେଖାଯିବା ସହିତ ଇମେଲ୍ ଓ ନୋଟିଫିକେସନ୍ ଆସିବ। ଏବେ ଆପଣ ପ୍ରକାଶ କରୁଥିବା ଲେଖା ଏକ ପୂର୍ଣ୍ଣ ଲେଖା କିମ୍ବା ଧାରାବାହିକ ଲେଖାର ପ୍ରଥମ ଭାଗ ହୋଇ ପରେ।
୪.ପୂର୍ଣ୍ଣ ଲେଖା ହୋଇଥିଲେ ଏଥିରେ ପରବର୍ତ୍ତୀ ଭାଗ ଯୋଗ କରିବା ଆବଶ୍ୟକ ନାହିଁ। ଧାରାବାହିକ ଲେଖା ହୋଇଥିଲେ ଦ୍ଵିତୀୟ ଭାଗ ଯୋଗ କରିବା ପାଇଁ ଏବେ ପୁନର୍ବାର ଲେଖନ୍ତୁ/କଲମ ଚିହ୍ନ ଉପରେ କ୍ଲିକ୍ କରନ୍ତୁ। ଏବେ ଆପଣଙ୍କ ପ୍ରକାଶିତ ସମସ୍ତ ଲେଖା ସାଜେଇ ହୋଇ ଆପଣଙ୍କୁ ଦେଖାଯିବ। ଯେଉଁ ଲେଖାରେ ଆପଣ ଦ୍ଵିତୀୟ ଭାଗ ଯୋଗ କରିବାକୁ ଚାହାନ୍ତି ସେହି ଲେଖା ଉପରେ କ୍ଲିକ୍ କରନ୍ତୁ। ଏବେ ଲେଖାଟି ସ୍କ୍ରିନ୍ ଉପରେ ଦେଖାଯିବ। ଏହାର ତଳେ ଏକ ପ୍ଳସ୍ ବଟନ୍ "ନୂଆ ଭାଗ ଯୋଗ କରନ୍ତୁ" ଦେଖାଯିବ। ଏହି ବଟନ୍ ଉପରେ କ୍ଲିକ୍ କରି ଆପଣ ଶୀର୍ଷକ ଓ ଲେଖା ଲେଖି ଆଗକୁ ବଢ଼ି ଏହାକୁ ପ୍ରକାଶ କରି ପାରିବେ।
କିମ୍ବା ନିଜ ପ୍ରୋଫାଇଲ୍ କୁ ଯାଆନ୍ତୁ ଓ ଲେଖା ଉପରେ ଥିବା ଏଡ଼ିଟ୍ ବିକଳ୍ପ ଉପରେ କ୍ଲିକ୍ କରି ପରବର୍ତ୍ତୀ ଭାଗ ସବୁ ଯୋଗ କରନ୍ତୁ।
୫. ଭିନ୍ନ ଭିନ୍ନ ପ୍ରତିଯୋଗିତାରେ ଭିନ୍ନ ଭିନ୍ନ ବିଭାଗ ବ୍ୟବହାର କରନ୍ତୁ। ଏହା ଆପେ ଆପେ ପ୍ରତିଯୋଗିତା ରେ ସାମିଲ୍ ହୋଇଯିବ। ଯଦି ମନ ପସନ୍ଦର ବିଭାଗ ପ୍ରତିଲିପି ତରଫରୁ ଦିଆଯାଇନାହିଁ ତେବେ ଏହାର ଅର୍ଥ ଏହି ବିଭାଗରେ ଆବଶ୍ୟକତା ଅନୁସାରେ ଲେଖା ସ୍ଥାନ ପାଇନାହିଁ କିମ୍ବା ଏହା ବହୁଳ ଭାବରେ ବ୍ୟବହୃତ ହୋଇନାହିଁ କିମ୍ବା ଏହା ଅତ୍ୟଧିକ ଲୋକପ୍ରିୟ ନୁହେଁ। ସମୟ, ଲୋକପ୍ରିୟତା ଓ ଲେଖା ସଂଖ୍ୟା କୁ ଦୃଷ୍ଟିରେ ରଖି ନୂଆ ନୂଆ ବିଭାଗ ଧୀରେ ଧୀରେ ସମୟ ଅନୁସାରେ ଯୋଗ କରି ଦିଆଯିବ।
୬. ପ୍ରତିଯୋଗିତା ଶେଷ ତାରିଖ ପୂର୍ବରୁ ଧାରାବାହିକ କୁ ଶେଷ କରି ଏହାକୁ ଶେଷ ହୋଇଯାଇଛି ବୋଲି ମାର୍କ କରନ୍ତୁ। ଶେଷ ହୋଇଛି ମାର୍କ ହୋଇ ନ ଥିବା ଲେଖା ପ୍ରତିଯୋଗିତା ରେ ଦାଖିଲ/ସାମିଲ୍ ହେବ ନାହିଁ। (ଏଡିଟ୍ କରନ୍ତୁ>>ଅନ୍ୟ ସୂଚନା ଏଡିଟ୍ କରନ୍ତୁ>>ଧାରାବାହିକ ଷ୍ଟେଟସ୍ କୁ ଯାଇ ସରିଯାଇଛି ବୋଲି ମାର୍କ କରି ଦିଅନ୍ତୁ। )
୭. ସାଧାରଣ ଭାବରେ ମଧ୍ୟ ଲେଖିଥିବା ଧାରାବାହିକଗୁଡ଼ିକୁ ସର୍ବଦା ଶେଷ କରିବାକୁ ଚେଷ୍ଟା କରନ୍ତୁ ଓ ଏହା ଶେଷ ହେଲା ପରେ ଏହାକୁ ଶେଷ ହୋଇଯାଇଛି ବୋଲି ମାର୍କ କରନ୍ତୁ।(ଏଡିଟ୍ କରନ୍ତୁ>>ଅନ୍ୟ ସୂଚନା ଏଡିଟ୍ କରନ୍ତୁ>>ଧାରାବାହିକ ଷ୍ଟେଟସ୍ କୁ ଯାଇ ସରିଯାଇଛି ବୋଲି ମାର୍କ କରି ଦିଅନ୍ତୁ। )
ୱେବସାଇଟ ରେ ଧାରାବାହିକ ପ୍ରକାଶନ ଭିଡ଼ିଓ 



କିଛି ସମସ୍ୟା ଅଛି ?

ସମସ୍ୟା ରିପୋର୍ଟ୍ କରିବା ସମୟରେ - ଧ୍ୟାନ ଦିଅନ୍ତୁ 
ସମସ୍ୟା ସବୁ ସେଟିଙ୍ଗ ରେ "ସହାୟତା କେନ୍ଦ୍ର" ରେ "ସହାୟତା" ସ୍ଥାନରେ ବିସ୍ତୃତ ଭାବରେ ରିପୋର୍ଟ କରନ୍ତୁ।
[email protected] ରେ ପଠାନ୍ତୁ ଆପଣଙ୍କ ସମସ୍ୟା ଓ ମତାମତ !
ଆମେ ଆପଣଙ୍କ ସାହାଯ୍ୟ ପାଇଁ ସଦା ତତ୍ପର :)