pratilipi-logo ପ୍ରତିଲିପି
ଓଡିଆ

"ଶିଶୁ କାହାଣୀ" ପ୍ରତିଲିପି ମାରାଥନ୍ ମହୋତ୍ସବ

18 ନଭେମ୍ବର 2022

ପ୍ରିୟ ଲେଖକ,

ଆପଣ ଶିଶୁ କାହାଣୀ ମାରାଥନ୍ ରେ ଭାଗ ନେଇ ନିଜର କାହାଣୀ ପ୍ରକାଶ କରିଥିବାରୁ ଆପଣଙ୍କୁ ଅନେକ ଅନେକ ଅଭିନନ୍ଦନ। ଏହି ପ୍ରତିଯୋଗିତାର ଫଳାଫଳ ଘୋଷଣା ରେ ବିଳମ୍ବ ହୋଇଥିବାରୁ ଆମେ ଅତ୍ୟନ୍ତ ଦୁଃଖିତ।

ଏହି କାହାଣୀ ମହୋତ୍ସବରେ ଆମକୁ କେବଳ ଦୁଇଜଣ ଲେଖକ ମିଳିଛନ୍ତି ଯେଉଁମାନେ ସମୟସୀମା ମଧ୍ୟରେ ୫୦ ଟି ଭାଗ ବିଶିଷ୍ଟ ଧାରାବାହିକ/ପୂର୍ଣ୍ଣ କାହାଣୀ ପ୍ରକାଶ କରିଛନ୍ତି।

title Name Link Parts
ଶିଶୁଗଳ୍ପ ସୁଶ୍ରୀ ସଙ୍ଗୀତା https://odia.pratilipi.com/series/opzro1kxilt1 55
ଶିଶୁ କାହାଣୀ ପେଡି Dr. Swatee Rekha Mohanty https://odia.pratilipi.com/series/f0qarspw1dc4 52
ନବ କଳିକା କଥାନିକା Saswati Mishra https://odia.pratilipi.com/series/zl6oekhxh0q6 51

 

ତେଣୁ ପ୍ରତିଯୋଗିତା ଅନ୍ତର୍ଗତ ସମସ୍ତ ପୁରସ୍କାର କୁ ଲେଖକଙ୍କ ମଧ୍ୟରେ ସମାନ ଭାବରେ ଭାଗ କରିଦିଆଯିବ।

ଯଦି ଆପଣ ଭାବୁଛନ୍ତି ଯେ ଆପଣ ୫୦ ଟି ଭାଗର ଏକ ଧାରାବାହିକ ପୂର୍ଣ୍ଣ କାହାଣୀ କିମ୍ବା ଅଲଗା ଅଲଗା କାହାଣୀ, ଗୋଟିଏ ସ୍ଥାନରେ ଧାରାବାହିକ ଭାବରେ ୧ ଅପ୍ରେଲ ୨୦୨୨ ରୁ ୧ ଅଗଷ୍ଟ, ୨୦୨୨ ମଧ୍ୟରେ ପ୍ରକାଶ କରିଛନ୍ତି ତେବେ ଆମକୁ ଜଣାନ୍ତୁ। ୫୦ ଟି କାହାଣୀ ପ୍ରକାଶ କରିଥିବାରୁ ଏଥିରେ ସମସ୍ତ ପ୍ରକାରର ସମୟସୀମା ଓ ଶବ୍ଦ ସଂଖ୍ୟାକୁ ବାଦ ଦିଆଯାଇଛି। ଯଦି ଆପଣ ୫୦ ଟି ଭାଗ ଏହି ସମୟ ସୀମା ମଧ୍ୟରେ ପ୍ରକାଶ କରିଛନ୍ତି ତେବେ ଏହା ମଧ୍ୟ ଆପଣଙ୍କ ନିମନ୍ତେ କୋହଳ କରିଦିଆଯିବ।

ଅଭିଯୋଗ କରିବାର ଶେଷ ତାରିଖ - ୧ ଡିସେମ୍ବର, ୨୦୨୨। ଏହା ପୂର୍ବରୁ ନିଶ୍ଚିତ ଭାବରେ ଆମକୁ ଜଣାନ୍ତୁ।

ଯଦି ଅଲଗା ଅଲଗା ସ୍ଥାନରେ ଅଲଗା ଅଲଗା କରି ପ୍ରକାଶ କରିଛନ୍ତି, ୫୦ ଟି କବିତା ପ୍ରକାଶ କରିଛନ୍ତି,୧ ଅଗଷ୍ଟ ପରେ କରିଛନ୍ତି, ୫୦ ରୁ କମ୍ ଭାଗ ପ୍ରକାଶ କରିଛନ୍ତି ତେବେ ଅଭିଯୋଗ କରିବାରୁ ଦୂରେଇ ରୁହନ୍ତୁ। ଆପଣ ଏହି ପ୍ରତିଯୋଗିତାରେ ସାମିଲ୍ ହୋଇ ନାହାଁନ୍ତି।

ନିଜ ଯାଞ୍ଚ୍ କରନ୍ତୁ ଓ ଯଦି ଆପଣଙ୍କ କୌଣସି ବନ୍ଧୁ ଲେଖକ ଏଥିରେ ଭାଗ ନେଇଛନ୍ତି ବୋଲି ଆପଣ ଜାଣନ୍ତି ତାଙ୍କୁ ନିଶ୍ଚିତ ଭାବରେ ଜଣାନ୍ତୁ।



କିଛି ସମସ୍ୟା ଅଛି ?

ସମସ୍ୟା ରିପୋର୍ଟ୍ କରିବା ସମୟରେ - ଧ୍ୟାନ ଦିଅନ୍ତୁ 
ସମସ୍ୟା ସବୁ ସେଟିଙ୍ଗ ରେ "ସହାୟତା କେନ୍ଦ୍ର" ରେ "ସହାୟତା" ସ୍ଥାନରେ ବିସ୍ତୃତ ଭାବରେ ରିପୋର୍ଟ କରନ୍ତୁ।
[email protected] ରେ ପଠାନ୍ତୁ ଆପଣଙ୍କ ସମସ୍ୟା ଓ ମତାମତ !
ଆମେ ଆପଣଙ୍କ ସାହାଯ୍ୟ ପାଇଁ ସଦା ତତ୍ପର :)