pratilipi-logo ପ୍ରତିଲିପି
ଓଡିଆ

ସର୍ବହରା

26

ଜୀବନ ଧରି ହେ ଢାଳିଲୁ ରକ୍ତ, ତୋଳିଲୁ ସଉଧମାଳା ଆମରି ଲାଗିରେ ଶାସନ ଶକ୍ତ, ଆମେଇ ସର୍ବହରା। ଝାଞ୍ଜି ପବନ ସହିରେ ସଘନ, ଗହିରେ ରୋଇଲୁ ଧାନ ବରଷା କାଦୁଅ ଚକଟି କେତେରେ, ଖିନ୍ନ କରିଲୁ ପ୍ରାଣ । ପଉଷ ପ୍ରଭାତେ କାଟିଲୁ ଶସ୍ୟ, ହସିଲେ ନିଖିଳ ...

ଏବେ ପଢନ୍ତୁ
ଲେଖକଙ୍କ ବିଷୟରେ

ଜଣେ ପ୍ରଗତିଶୀଳ ଓ ବୈପ୍ଳବିକ ଚେତନାଧାରୀ କବି, ଗାଳ୍ପିକ, ଅନୁବାଦକ, ନାଟ୍ୟକାର ଓ ଶିଶୁ ସାହିତ୍ୟିକ ଭାବେ ଅନନ୍ତ ପଟ୍ଟନାୟକ(୧୯୧୪-୧୯୮୭) ପରିଚିତ। ତାଙ୍କର ସମସ୍ତ ଲେଖାରେ ଗରିବ ଓ ଖଟିଖିଆ ତଥା ସମାଜର ତଳ ଶ୍ରେଣୀର ଲୋକମାନଙ୍କର ବେଦନା ପ୍ରତିଫଳିତ ହୋଇଛି। ସେତେବେଳର ସୋଭିଏତ୍ ଋଷିଆର ପ୍ରତିଷ୍ଠିତ ସାହିତ୍ୟିକ ମାକ୍ସିମ୍ ଗର୍କୀଙ୍କର ‘ଦି ମଦର୍’ ଉପନ୍ୟାସର ଓଡ଼ିଆ ଅନୁବାଦ କରି ବେଶ୍ ପ୍ରଶଂସିତ ହେବା ସହିତ ଏଥିପାଇଁ ସେ ସୋଭିଏତ୍ ଋଷିଆ ନେହେରୁ ପୁରସ୍କାର ପାଇଥିଲେ। ୧୯୮୦ ମସିହାରେ କବିତା ସଙ୍କଳନ ‘ଅବାନ୍ତର’ ପାଇଁ ସେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ। ତାଙ୍କର ସାହିତ୍ୟ କୃତି ମଧ୍ୟରେ କବିତା ସଙ୍କଳନ- ‘ରକ୍ତଶିଖା’, ‘ଛାଇର ଛିଟା’, ‘ଅଲୋଡ଼ା ଲୋଡ଼ା’, ‘ଶାନ୍ତି ଶିଖା’ ଓ ‘ତର୍ପଣ କରେ ଆଜି’ ଇତ୍ୟାଦି, ଗଳ୍ପ ସଙ୍କଳନ – ‘ଛାଡ଼ ଉତ୍ତର’, ଅନୁବାଦ – ‘ଭାଗ୍ୟରୁ ଖିଏ’ ନାଟକ – ‘ରାବଣ’, ‘ଚିର ଅନ୍ଧାର ରାତି’ , ଶିଶୁ ସାହିତ୍ୟ – ‘ଛବିଟିଏକୁ ଗପଟିଏ’ ଓ ‘କଷରା ଘୋଡ଼ା’ ଆଦି ଅନ୍ୟତମ।

ରିଭିୟୁ
  • author
    ଆପଣଙ୍କ ରେଟିଙ୍ଗ୍

  • ଲେଖା ବିଷୟରେ କୌଣସି ରିଭିୟୁ ନାହିଁ
  • author
    ଆପଣଙ୍କ ରେଟିଙ୍ଗ୍

  • ଲେଖା ବିଷୟରେ କୌଣସି ରିଭିୟୁ ନାହିଁ