ମୁଁ ସନ୍ତୋଷ କୁମାର ସ୍ୱାଇଁ। ପିଲାଦିନୁ ସାହିତ୍ୟ ପ୍ରତି ରୁଚିଥିଲା କିନ୍ତୁ ତାକୁ କେବେ ଆଗକୁ ବଢାଇବାକୁ ମୁଁ ଚେଷ୍ଟା କରି ନାହିଁ। ଯେତେବେଳେ ମୁଁ ହାଇସ୍କୁଲରେ ପାଠ ପଢ଼ୁଥିଲି ଗଳ୍ପ ରଚନା କରିବାରେ ମୁଁ ଲଗାତାର ଭାବେ ବ୍ଲକ ସ୍ତରରେ ପୁରସ୍କୃତ ହୋଇଥିଲି। ସେବେଠାରୁ ମୁଁ ମୋ ଭିତରେ ଓଡ଼ିଆ ଭାଷାର ପ୍ରତିଭା ଆଘ୍ରାଣ କରିଥିଲି। ଈଶ୍ୱରଙ୍କ କୃପାରୁ ଯେବେବି ସୁଯୋଗ ମିଳିଛି ମୁଁ ନିଜକୁ ପ୍ରମାଣ କରିବାକୁ ଚେଷ୍ଟା କରିଛି। ଗପ, କବିତା,ନାଟକ ଓ ପ୍ରବନ୍ଧ ଲେଖିବା ମୋର ଅନନ୍ୟ ଇଚ୍ଛା କିନ୍ତୁ ମୋ କବିତା ରଚନା ଏସବୁକୁ ପଛରେ ପକାଇଦେଇଛି। ବାସ୍ତବରେ ପ୍ରକୃତି, ପ୍ରେମ, ଜୀବନ, ଶିଶୁ ସାହିତ୍ୟ ଓ ବ୍ୟଙ୍ଗ ମୋର ଦୁର୍ବଳତା। ମୁଁ ଯେକୌଣସି ସମୟରେ ଏସବୁକୁ ଆଧାର କରି କବିତା ଲେଖିଥାଏ। ଇଂରାଜୀରେ ଲେଖିବା ବି ମୋର ଆଉ ଗୋଟେ ନିଶା କିନ୍ତୁ ଏସବୁ କୁ ମୁଁ ସାହିତ୍ୟ କ୍ଷେତ୍ରରେ ଯଥେଷ୍ଟ ଉପଯୋଗ କରିପାରିନି। ପେଷାରେ ମୁଁ ଜଣେ ସମାଜସେବୀ। ମୁଁ ସହରରେ ରହିଲେ ବି ମୁଁ ଗାଁ ମାଟିକୁ ଆଉ ଓଡ଼ିଆ ସଂସ୍କୃତିର ଜଣେ ଦୁର୍ବଳ ବ୍ୟକ୍ତତ୍ୱ। ଯେତେବେଳ ବି ସମୟ ମିଳେ ଏସବୁକୁ ବର୍ଣ୍ଣନା କରିବାକୁ ଟିକେ ବି ଭୁଲେନା। ଯାହାବିହେଉ ମୁଁ ଜଣେ ସାଧାରଣ ଲୋକ, ଆଶା ଆପଣ ମୋ ଲେଖାକୁ ଉପଭୋଗ କରିବେ ଓ ମୋତେ ଉତ୍ସାହିତ କରିବେ।🙏🙏🙏🙏🙏🙏🙏
ରିପୋର୍ଟ୍ ର ସମସ୍ୟା
ରିପୋର୍ଟ୍ ର ସମସ୍ୟା