pratilipi-logo ପ୍ରତିଲିପି
ଓଡିଆ

କାଳିଜାଇ

4.8
214

‘ଭଲ କରି ନାଆ ବୁହା, ରେ ନାଉରି ! ଝିଅକୁ ମାଡ଼ୁଛି ଡର; ଗଡ଼େ ଗଡ଼ ଲୋକେ ଚାହିଁ ବସିଥିବେ, ଝିଅ ଯିବ ଶାଶୂଘର।’ ଭଲ କରି ନାଆ ବାହୁଛି ନାଉରି ତଲେଇ କରିଛି ଠିଆ; ମାମୁଁଭଣଜାର କୋଣରୁ ଆସେ ଲୋ, ବୋହି ସୁଲୁ ସୁଲୁ ବାଆ। ଦିନ ଦଶ ଘଡ଼ି ...

ଏବେ ପଢନ୍ତୁ
ଲେଖକଙ୍କ ବିଷୟରେ

ପଣ୍ଡିତ ଗୋଦାବରିଶ ମିଶ୍ର(୧୮୮୬-୧୯୫୬) ତାଙ୍କ ସମୟର ଜଣେ କାଳଜୟୀ ସାହିତ୍ୟିକ ଭାବେ ପ୍ରତିଷ୍ଠିତ ଥିଲେ। ସେ ଏକାଧାରରେ ଜଣେ ରାଜନେତା, କବି, ନାଟ୍ୟକାର, ଔପନ୍ୟାସିକ ଓ ଗାଳ୍ପିକ ଭାବେ ଓଡ଼ିଆ ସାହିତ୍ୟକୁ ସମୃଦ୍ଧ କରିଯାଇଛନ୍ତି। ତାଙ୍କ ସମୟର ଓଡ଼ିଶାର ବିଭିନ୍ନ ସାମାଜିକ ଓ ରାଜନୈତିକ ବିଷୟ ଉପରେ ତାଙ୍କର ସମସ୍ତ ଲେଖାଗୁଡ଼ିକ ବେଶ୍‌ ଜୀବନ୍ତ ଓ ଶାଣିତ ଥିଲା। ଗୋଦାବରିଶ ଜଣେ ଗାଳ୍ପିକ ଭାବେ ଅଧିକ ପରିଚିତ ହୋଇଥିଲାବେଳେ ତାଙ୍କର ‘ଅର୍ଦ୍ଧଶତବ୍ଦୀର ଓଡ଼ିଶା ଓ ତହିଁରେ ମୋ ସ୍ଥାନ’ ନାମକ ଆତ୍ମଜୀବନୀ ଏକ ପ୍ରତିକାତ୍ମକ ପୁସ୍ତକ ଭାବେ ପରିଗଣିତ ହୋଇଥାଏ। କାରଣ ଏହି ପୁସ୍ତକ ମାଧ୍ୟମରେ ଗୋଦାବରିଶ ତାଙ୍କ ସମୟର ସାମାଜିକ ଓ ସାସ୍କୃତିକ ପରିବେଶ ଓ ଜୀବନ ବାବଦରେ ବିସ୍ତୃତ ଆଲୋଚନା କରିଛନ୍ତି। ତାଙ୍କ ରଚନା ମଧ୍ୟରେ ‘କଳିକା’, ‘କିଶଳୟ’ ଓ ‘ଆଲେଖିକା’ ଆଦି କବିତା ଗ୍ରନ୍ଥ, ‘ ପୁରୁଷୋତ୍ତମ ଦେବ’, ‘ ମୁକୁନ୍ଦଦେବ’ ଆଦି ନାଟକ, ‘ ଅଠରଶହ ସତର’, ‘ଘଟାନ୍ତର’ ଓ ‘ଅଭାଗିନୀ’ ଆଦି ଉପନ୍ୟାସ ସମେତ ‘ନଅଟି ଗଳ୍ପ’, ‘ଗଳ୍ପମାଳା’ ଓ ‘ପୁଆଣି ଘର’ ଆଦି କ୍ଷୁଦ୍ରଗଳ୍ପ ସଙ୍କଳନ ଅନ୍ୟତମ।

ରିଭିୟୁ
  • author
    ଆପଣଙ୍କ ରେଟିଙ୍ଗ୍

  • ଲେଖା ବିଷୟରେ କୌଣସି ରିଭିୟୁ ନାହିଁ
  • author
    ଆପଣଙ୍କ ରେଟିଙ୍ଗ୍

  • ଲେଖା ବିଷୟରେ କୌଣସି ରିଭିୟୁ ନାହିଁ