ଓଡ଼ିଆ ସାହିତ୍ୟରେ ଏକ ଉଜ୍ଜ୍ବଳ ନକ୍ଷତ୍ର ଭାବେ ପରିଗଣିତ କବିସୂର୍ଯ୍ୟ ବଳଦେବ ରଥଙ୍କ ପ୍ରତ୍ୟେକଟି ରଚନା ବେଶ୍ ସାବଲୀଳ ଏବଂ ଶାଣୀତ। କବିଙ୍କ ରଚିତ ଅନେକ ଚମ୍ପୁ, ଛାନ୍ଦ, ଚୌପଦୀ, ଚିଟାଉ ଆଦି ପାଠକଙ୍କ ନିକଟରେ ବେଶ୍ ଲୋକପ୍ରିୟ। କବିଙ୍କ ରଚିତ ବିଭିନ୍ନ ରଚନାବଳୀର ଲୋକପ୍ରିୟତା ଏବଂ ତାଙ୍କର ଜ୍ଞାନକୁ ଦୃଷ୍ଟିରେ ରଖି ତତ୍କାଳୀନ ଠାକୁର ରାଜା ଗଜପତି ମହାରାଜ ତାଙ୍କୁ କବିସୂର୍ଯ୍ୟ ଉପାଧିରେ ଭୁଷିତ କରିଥିଲେ। କବିଙ୍କ ରଚିତ “ରତ୍ନାକର ଚମ୍ପୁ”, “କିଶୋର ଚନ୍ଦ୍ରାନନ ଚମ୍ପୁ”, “କବିତା କଲ୍ଲୋଳିନୀ” , “ସଙ୍ଗୀତ କଳ୍ପଲତା” ଆଦି ପୁସ୍ତକ ଅନ୍ୟତମ।