ଯୁଦ୍ଧର ସାହାନାଇ ବାଜି ସାରିଛି ଅପର ପକ୍ଷ ସୀମା ଛୁଇଁ ବଢିଲେଣି ଆଗକୁ ତମର କିନ୍ତୁ ଦେଖାନାହିଁ ସୀମାନ୍ତ ଭିତରେ ଲୋକେ କୁହା କୁହି ହେଉଛନ୍ତି ତୁମେ କାପୁରୁଷ ତୁମେ କୁଆଡେ ଛାଡ଼ି ସାରିଛ ନିଜ ରାଜ୍ୟ ରାଜଧାନୀ, ଛାଡ଼ି ସାରିଛ ନିଜ ଲୋକ ଆଉ ତୁମକୁ ଭରସିଥିବା କେତେ କେତେ ଲୋକ ହେଲେ କେଜାଣି କାହିଁକି ମୋ ମନ ମାନୁନାହିଁ ମୁହୂର୍ତ୍ତେ ମୁହୂର୍ତ୍ତେ ଲାଗୁଚି ତୁମେ ଏଇଠି ଅଛ ମୋ ପାଖରେ ଶୋଇଛ ମୁଣ୍ଡ ଗୁଞ୍ଜି ସୁକ୍ଷ୍ମ କଳାଜାଇ ଚିହ୍ନ ଇଲାକାରେ, ଠିକ୍ ମୋ କଙ୍କାଳର ଚମ ଛାଉଣୀ ଉପରେ ମୁଁ ଦେଖୁଛି ତୁମକୁ ଭାବୁଚି କିଏ ଏ ମଣିଷ ମୋ ପ୍ରେମିକ, ଜୀବନର ପ୍ରକୃତ ପୁରୁଷ ନା ନବଜାତ ଶିଶୁ ପିଲାଟିଏ ? କିଛି ସମୟର ...