" ତମକୁ ଭୁତ ଫିଲ୍ମ ଦେଖିବା ଏତେ ପସନ୍ଦ କଣ ପାଈଁ ? " ଅନନ୍ୟା ବେଳେ ବେଳେ ଆଶ୍ଚର୍ଯ୍ୟ ହୁଏ " କାହାକୁ ଫିଲ୍ମ ଦେଖିବା ପସନ୍ଦ ନୁହେଁ ? ଭୁତ ଫିଲ୍ମ ରେ ଯେଉଁ ରୋମାଞ୍ଚ ଅଛି , ତାହା ଅନ୍ୟ ଫିଲ୍ମ ରେ କାଇଁ ? " ଉମେଶ ହସି ହସି ଉତ୍ତର ଦିଏ ସବୁବେଳେ କିନ୍ତୁ ସବୁ ଥର ଭଳି ଅନନ୍ୟା ଉତ୍ତର ଦିଏ " ଯେଉଁ ମାନେ ଭୁତ ଦେଖିଥାନ୍ତି ସେମାନଙ୍କୁ ଆଉ ରୋମାଞ୍ଚ ଲାଗିବ ନାହିଁ " ******""""" ଉମେଶ ଏବଂ ଅନନ୍ୟା ହାଇଦ୍ରାବାଦ ରେ ଦେଖା ହେଇଥିଲେ, ଅନନ୍ୟା ଜଣେ ଯୋଗ ଟିଚର୍ ଏବଂ ଉମେଶ ଜଣେ ସଫ୍ଟୱେର ଇଞ୍ଜିିନିୟର... ଗୋଟିଏ ବିଲ୍ଡିଂ ରେ ପାଖା ପାଖି ଆପାର୍ଟମେଣ୍ଟରେ ରହୁଥିବା ବେଳେ ପରିଚୟ... ପ୍ରଥମେ ପ୍ରେମ ଏବଂ ତା ପରେ ...