pratilipi-logo ପ୍ରତିଲିପି
ଓଡିଆ
ଓଡ଼ିଆ ଫେଲୋସିପ ଲେଖନ ପ୍ରତିଯୋଗିତା

ପ୍ରତିଲିପି ଫେଲୋସିପ କାର୍ଯ୍ୟକ୍ରମ ଲେଖନ ପ୍ରତିଯୋଗିତାକୁ ଆପଣଙ୍କୁ ସ୍ଵାଗତ। ଏଥିରେ ଆପଣ ଭାଗ ନେଇ ୫୦ କିମ୍ବା ଅଧିକ ଭାଗର ଏକ ଧାରାବାହିକ ପ୍ରକାଶ କରି ପ୍ରିମିୟମ ରେ ସାମିଲ ହେବା ଯୋଗ୍ୟ ଲେଖା ଲେଖି ପାରିବେ ଓ "ଫେଲୋସିପ ମାନପତ୍ର" ପାଇ ପାରିବେ।

 

ଆପଣ ୧୨ ଦିନର ଏହି କାର୍ଯ୍ୟକ୍ରମରେ ଆପଣ ଶିଖିଥିଲେ - 

 

  • ପ୍ରିମିୟମ ଯୋଗ୍ୟ ଲେଖା କିପରି ଭାବରେ ପ୍ରକାଶ କରିବେ

  • ଗୋଟିଏ ବାକ୍ୟରୁ କିପରି ୫୦ ରୁ ଅଧିକ ଭାଗର ଧାରାବାହିକ ପ୍ରକାଶ କରିବେ

  • ନିଜର ଲେଖକ ଜୀବନରେ ଅଗ୍ରଗତି କିପରି କରିବେ

  • ପ୍ରତିଲିପି ପ୍ରିମିୟମ ଅନ୍ତର୍ଗତ ଲେଖା ପ୍ରକାଶ କରି ଲକ୍ଷାଧିକ ଅର୍ଥ କିପରି ରୋଜଗାର କରିବେ  !!

  • କିପରି ଏକ ଛୋଟ ବିଷୟରୁ ୧୦୦ ରୁ ଅଧିକ ଭାଗ ତିଆରି କରିବେ।

  • କାହାଣୀର ଚରିତ୍ର ମାନଙ୍କୁ କିପରି ଗଢିବେ।

  • ସିନ ଓ ସବ୍ ସିନ୍ କିପରି ତିଆରି କରିବେ। 

  • କାହାଣୀର ଆରମ୍ଭ ଓ ଶେଷ କେମିତି କରିବେ।

  • ହୁକ୍ ଓ କ୍ଲିଫ୍ ହେଙ୍ଗର କେମିତି ତିଆରି କରିବେ। 

  • ଫ୍ଲାସ୍ ବ୍ୟକ୍ କେମେତି ଯୋଗ କରିବେ। 

  • ଏବଂ ଆହୁରି ଅନେକ। 



    ଏଥିରେ କୌଣସି ଫଳାଫଳ ଘୋଷଣା ହେବ ନାହିଁ। ଶେଷ ତାରିଖ(1 ଫେବୃଆରୀ, 2023 15 ମଇ, 2023) ପୂର୍ବରୁ ନିଜ ଧାରାବାହିକରେ 50 ଟି ଭାଗ ପ୍ରକାଶ କରିଥିବା ସମସ୍ତ ଲେଖକ ମାନଙ୍କୁ ଯୋଗାଯୋଗ କରାଯାଇ ଫର୍ମ ସଂଗ୍ରହର ଶେଷ ତାରିଖର 3 ମାସ ମଧ୍ୟରେ ଫେଲୋସିପ ମାନପତ୍ର ଠିକଣା/ଇମେଲ ରେ ପଠାଇ ଦିଆଯିବ।

    ଏହା ବିସ୍ତୃତ ଭାବରେ ପ୍ରତିଯୋଗିତା ଡ୍ରାଫ୍ଟ ରେ ଉଲ୍ଲେଖ କରାଯାଇଛି। ଦୟାକରି ସମସ୍ତ ସୂଚନା ପାଇଁ ଏହାକୁ ନିଶ୍ଚିତ ଭାବରେ ପଢ଼ନ୍ତୁ।

 

ଯଦି ଆପଣ ଏହାକୁ ଦେଖି ନାହାଁନ୍ତି ତେବେ ଏହି ଡ୍ରାଇଭ୍ ଲିଙ୍କ୍ ଉପରେ କ୍ଲିକ୍ କରି ସମସ୍ତ PDF ଓ ଭିଡ଼ିଓ ଦେଖି ପାରିବେ - 

https://drive.google.com/drive/folders/1ICpn8uGQOIwKG3LgkDRlvbUNkQh94VPE?usp=share_link

( ଆପଣ ଯଦି ଲାଇଭ କୌଣସି ଭିଡିଓ ଦେଖି ନାହାଁନ୍ତି,ଅଧା ଦେଖିଛନ୍ତି କିମ୍ବା କିଛି ଦିନ ମିସ୍ କରି ଦେଇଛନ୍ତି ତେବେ ଆପଣଙ୍କୁ ସମସ୍ତ ଭିଡିଓ ଏହି ଲିଙ୍କ୍ ରେ ମିଳିବ)

ପ୍ରିମିୟମ ଓ ଫେଲୋସିପ ବିଷୟରେ ସମସ୍ତ ସୂଚନା - 

https://drive.google.com/drive/folders/1g8aOrs-tZayRBb-ChOEoaUNur0kdaeDN?usp=share_link

 

ଏହି ପ୍ରତିଯୋଗିତାରେ କିପରି ଭାଗ ନେବେ ?

ନିମ୍ନରେ ଦିଆଯାଇଥିବା ସମସ୍ତ ନିୟମକୁ ଅନୁସରଣ କରି ଆପଣଙ୍କୁ ପ୍ରତିଲିପି ଆପରେ ଏକ ନୂତନ ସିରିଜ୍ ପ୍ରକାଶ କରିବାକୁ ପଡିବ |

  1. ଆପଣଙ୍କ ଧାରାବାହିକରେ "ପ୍ରତିଲିପି ଫେଲୋସିପ ଲେଖାନ ପ୍ରତିଯୋଗିତା" ବିଭାଗ ଯୋଗ କରନ୍ତୁ। 

  2. ଯେହେତୁ ଆମର ସେମିନାର 1 ଫେବୃୟାରୀ ରୁ ଆରମ୍ଭ ହୋଇଛି ତେଣୁ ସମସ୍ତ ଧାରାବାହିକ ଯାହା ଫେବୃଆରୀ 1 ପରେ ପ୍ରକାଶିତ ହୋଇଥିବ ତାହା ଏହି କାର୍ଯ୍ୟକ୍ରମରେ ସାମିଲ ହେବ।

  3. ଆପଣଙ୍କ ଧାରାବାହିକରେ ଅତି କମରେ 50 ଟି ଭାଗ ଶେଷ ତାରିଖ ପୂର୍ବରୁ ପ୍ରକାଶିତ ହୋଇଥିବ।

  4. ସମସ୍ତ ଭାଗରେ ଅତି କମରେ 600 ଟି ଶବ୍ଦ ରୁ ଅଧିକ ହୋଇଥିବା। 

  5. ଯଦି ଆପଣ ଗୋଲ୍ଡେନ ବେଜ୍ ର ଅଧିକାରୀ ହୋଇଥିବେ ତେବେ ଏହାକୁ ଲକ୍ କରି ପ୍ରକାଶ କରନ୍ତୁ। 

  6. ଯଦି ଆପଣ ସବସ୍କ୍ରିପସନ୍/ଗୋଲ୍ଡେନ ବେଜ୍ ଅନ୍ତର୍ଗତ ନୁହନ୍ତି ତେବେ ସାଧାରଣ ଭାବରେ ଲେଖା ପ୍ରକାଶ କରି ପାରିବେ। 

ଗୁରୁତ୍ୱପୂର୍ଣ୍ଣ ତାରିଖ-

  • ଆରମ୍ଭ ତାରିଖ : 1 ଫେବୃଆରୀ, 2023

  • ଶେଷ ତାରିଖ :15 ମଇ, 2023

 

ଆପଣଙ୍କୁ ଏଥିରେ ସାମିଲ୍ ହୋଇ ମାନପତ୍ର ପାଇବା ନିମନ୍ତେ 15 ମଇ, 2023 ପୂର୍ବରୁ ୫୦ ଟି ଭାଗର ଏକ ଧାରାବାହିକ ପ୍ରକାଶ କରିବାକୁ ହେବ। ଆପଣ ଏହାକୁ ଆଗକୁ ବଢାଇ ପାରିବେ। କିନ୍ତୁ 15 ମଇ, 2023 ମଧ୍ୟରେଏଥିରେ ୫୦ ଟି ଭାଗ ପୋଷ୍ଟ ହୋଇଥିବା ଆବଶ୍ୟକ। 

 

ଏହାର କୌଣସି ଶେଷ ତାରିଖ ନାହିଁ। ଆପଣଙ୍କୁ 50 ଟି ଭାଗ ପ୍ରକାଶ ନିମନ୍ତେ କେବଳ ଏକ ଶେଷ ତାରିଖ ରହିବ। ଏହା ପରେ ଆପଣ ଏହାକୁ ଆଗକୁ ବଢାଇ ପାରିବେ। 

ପ୍ରତିଲିପି ଫେଲୋସିପ କାର୍ଯ୍ୟକ୍ରମ ରୁ ଆପଣଙ୍କୁ ଲାଭ -

  1. ଆପଣଙ୍କୁ ଏକ ସ୍ଵତନ୍ତ୍ର ଫେଲୋସିପ ଗ୍ରୁପ୍ ର ସଦସ୍ୟ ହେବାର ସୁଯୋଗ ମିଳିବ। 

  2. ଆପଣଙ୍କ କାହାଣୀକୁ ପ୍ରତିଲିପି ପ୍ରିମିୟମ ରେ ସାମିଲ ହେବାର ସୁଯୋଗ ମିଳିବ।

  3. ଆପଣଙ୍କ ଲେଖାକୁ ପ୍ରଚାର ଓ ପ୍ରସାର ମାଧ୍ୟମରେ ଲକ୍ଷ ଲକ୍ଷ ପାଠକଙ୍କ ନିକଟରେ ପହଞ୍ଚାଇବା ନିମନ୍ତେ ଚେଷ୍ଟା କରାଯିବ। 

  4. ଆପଣଙ୍କୁ ଏହି କାର୍ଯ୍ୟକ୍ରମର ସର୍ତ୍ତ ପୂରଣ ପରେ ଆପଣଙ୍କ ଠିକଣାରେ ଏହାର ମାନପତ୍ର ପଠାଇ ଦିଆଯିବ। 

 

ଜାନୁଆରୀ 30 ଭିତରେ ରେଜିଷ୍ଟର କରି କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଲେଖକ -

ଯଦି ଆପଣ ରେଜିଷ୍ଟର କରି ସମସ୍ତ ଲାଇଭ ସେମିନାର ଦେଖିଛନ୍ତି ଓ 50 ଟି ଭାଗ ପ୍ରକାଶ କରିଛନ୍ତି ।

 

  • ଆପଣଙ୍କୁ କାର୍ଯ୍ୟକ୍ରମ ରେ ଯୋଗ ଦେଇଥିବା ନିମନ୍ତେ ଏକ ସ୍ବତନ୍ତ୍ର ମାନପତ୍ର ଆପଣଙ୍କ ଠିକଣାରେ ପଠାଇ ଦିଆଯିବ। 

  • ଆପଣ ପ୍ରତିଲିପି ଫେଲୋସିପ ପ୍ରୋଗ୍ରାମ ର ଆଜୀବନ ସଦସ୍ୟ ହୋଇ ରହିବେ ଓ ଏହି ଗ୍ରୁପ୍ ର ସମସ୍ତ ଲେଖକ ମାନଙ୍କ ସହିତ ଯୋଡି ହୋଇ ରହିବେ। 

  • ଆପଣଙ୍କ ନିକଟରେ ଏହି ଭିଡିଓ ଓ PDF ସବୁବେଳେ ଉପଲବ୍ଧ ରହିବ। 

  • ଆପଣଙ୍କର ସମସ୍ତ ପ୍ରଶ୍ନର ଉତ୍ତର ପ୍ରଦାନ କରିବା ନିମନ୍ତେ ଆମର ଟିମ୍ ଆପଣଙ୍କ ସହିତ ସର୍ବଦା ଜଡ଼ିତ ହୋଇ ରହିବ। 

 

ଲାଇଭ କାର୍ଯ୍ୟକ୍ରମରେ ରେଜିଷ୍ଟର କରି ନ ଥିବା କିମ୍ବା ଲାଇଭ ରେ ଯୋଗ ଦେଇ ନ ଥିବା ଲେଖକ -

  • ଆପଣଙ୍କୁ ସମସ୍ତ ଭିଡିଓ ଓ PDF ଦେଖିବା ପରେ ଶେଷ ତାରିଖ ମଧ୍ୟରେ 50 ଭାଗ ପ୍ରକାଶ କରିବାକୁ ହେବ। 

  • 50 ଟି ଭାଗକୁ ଉପଯୁକ୍ତ ବିଭାଗ ସହିତ ପ୍ରକାଶ କରିବାକୁ ହେବ। 

  • ବିଭାଗ ଯୋଗ କରିବା ପରେ ଆମେ ଏହାକୁ ସିଷ୍ଟମ ରୁ ସଂଗ୍ରହ କରି ନେବୁ। 

  • 50 ଟି ଭାଗ ପ୍ରକାଶ ପରେ ଆପଣଙ୍କୁ ଆପଣଙ୍କ ଇମେଲ ରେ ଇ ମାନପତ୍ର ପଠାଇ ଦିଆଯିବ। 

  • ଆପଣଙ୍କୁ ଶେଷ ତାରିଖ ପୂର୍ବରୁ 50 ଟି କିମ୍ବା ଅଧିକ ଭାଗର ଏକ ଧାରାବାହିକ ପ୍ରକାଶ କରିବାକୁ ହେବ। 

  • ଏହାକୁ ଆପଣ ସମାପ୍ତ କରିପାରିବେ କିମ୍ବା ଅଧା ରଖି ପାରିବେ। 

 

ଚୟନ ପ୍ରକ୍ରିୟା-

ରେଜିଷ୍ଟର କରି ଲାଇଭ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଲେଖକ-

ଯଦି ଆପଣ ଏହି କାର୍ଯ୍ୟକ୍ରମରେ ରେଜିଷ୍ଟର କରିଛନ୍ତି ଓ ଶେଷ ତାରିଖ ପୂର୍ବରୁ ୫୦ ଟି ଭାଗର କୌଣସି ଧାରାବାହିକ କାହାଣୀ ପ୍ରକାଶ କରୁଛନ୍ତି ତେବେ ଆପଣଙ୍କୁ ଆପଣଙ୍କ ମାନପତ୍ର ଆପଣଙ୍କ ଠିକଣାରେ ପଠାଇ ଦିଆଯିବ। 

ଆପଣଙ୍କ କାହାଣୀ ସମାପ୍ତ ରହିଲେ କିମ୍ବା ଅଧା ରହିଲେ ମଧ୍ୟ ଚାଲିବ କିନ୍ତୁ ଏଥିରେ ଆପଣଙ୍କର ୫୦ ଟି ଭାଗ ରହିଥିବା ଆବଶ୍ୟକ।

 

ସିଧା ସଳଖ ଭାବରେ କାର୍ଯ୍ୟକ୍ରମ ପରେ ଯୋଗ ଦେଇଥିବା ଲେଖକ -

ଯଦି ଆପଣ ରେଜିଷ୍ଟର କରି ନାହାଁନ୍ତି ତେବେ ଆପଣ ମଧ୍ୟ ଭାଗ ନେଇ ପାରିବେ। ଆପଣ ଯଦି ଶେଷ ତାରିଖ ପୂର୍ବରୁ ୫୦ ଟି ଭାଗର କୌଣସି ଧାରାବାହିକ କାହାଣୀ ପ୍ରକାଶ କରୁଛନ୍ତି ତେବେ ଆପଣଙ୍କୁ ଆପଣଙ୍କ ଇ ମାନପତ୍ର ଆପଣଙ୍କ ଇମେଲ ଠିକଣାରେ ପଠାଇ ଦିଆଯିବ। 

ଆପଣଙ୍କ କାହାଣୀ ସମାପ୍ତ ରହିଲେ କିମ୍ବା ଅଧା ରହିଲେ ମଧ୍ୟ ଚାଲିବ କିନ୍ତୁ ଏଥିରେ ଆପଣଙ୍କର ୫୦ ଟି ଭାଗ ରହିଥିବା ଆବଶ୍ୟକ।