ପ୍ରିୟ ଲେଖକ,
ଗ୍ରହଣ କରାଯାଇଥିବା କିଛି ପ୍ରମ୍ପଟ।
ଏହିଭଳି ନିଜର ପ୍ରମ୍ପଟ ଲେଖନ୍ତୁ ଓ ୧୦ ତାରିଖ ମଧ୍ୟରେ ପଠାଇ ଦିଅନ୍ତୁ।
ନୂଆ ସାମିଲ୍ ହୋଇଥିବା ପ୍ରମ୍ପଟ ଗୁଡ଼ିକୁ ଏଥିରେ ଯୋଗ କରାଯିବ।
୧) ଆପଣଙ୍କ ପ୍ରମ୍ପଟ କାହିଁକି ସାମିଲ୍ ହୋଇନାହିଁ ଆପଣ ଏହି ସାମିଲ୍ ହୋଇଥିବା ପ୍ରମ୍ପଟ ଗୁଡ଼ିକୁ ଦେଖି ନିଶ୍ଚିତ ଭାବରେ ଜାଣି ପାରିବେ।
୨) କାହାଣୀ ଅଧା ଲେଖି ଏହାର ଏକ ଦିଗ ତିଆରି କରି ଛାଡ଼ି ଦିଅନ୍ତୁ...... ପ୍ରବନ୍ଧ କିମ୍ବା ନୀତିବାଣୀ କିମ୍ବା ପରାମର୍ଶ ଲେଖନ୍ତୁ ନାହିଁ।
୩) ଅନେକ ଗୁଡ଼ିଏ ସୁନ୍ଦର ସୁନ୍ଦର ଲେଖା ଆସିଥିଲେ ମଧ୍ୟ ଏହା ପ୍ରମ୍ପଟ ଅନ୍ତର୍ଗତ ନୁହେଁ। ତେଣୁ ଏହାକୁ ବାଦ୍ ଦିଆଯାଇଛି।
୪) ଆପଣଙ୍କ ପ୍ରମ୍ପଟ ଅପେକ୍ଷାରେ।
ଧନ୍ୟବାଦ,
ପ୍ରତିଲିପି ଓଡ଼ିଆ।
Sl No | ଆପଣଙ୍କ ପ୍ରମ୍ପଟ୍ |
1 | ପ୍ରମ୍ପ୍ଟ- ୧ ~~~~ ତମନ୍ନା ଲୁଚାଉଥିଲା ତାର ବିପର୍ଯ୍ୟସ୍ତ ଦାମ୍ପତ୍ୟ କୁ । ହେଲେ ମୋତେ ତାର ସବୁକିଛି ଦିଶୁଥିଲା। ତାର ବ୍ୟଥା, ବିବଶତା ଓ ଆତଙ୍କ----ସବୁକିଛି । ନିଜକୁ ଢାଙ୍କିବାକୁ ଯାଇ ମୋ ସହ ଚକ୍ଷୁ ମିଳନରୁ ନିଜକୁ ବିରତ ରଖିବାକୁ ଚେଷ୍ଟା କରୁଥିଲା ବହୁତ । କଣ ବା ଆଉ ସେ କରି ପାରିଥାନ୍ତା ? “ଷାଠିଏ କୋଟି ଟଙ୍କା ର ମାଲିକ ହୋଇ ଲାଭ ବା କଣ, ଯଦି ଜୀବନ କାଳ ମଧ୍ୟରେ ନିଜ ସଉକ ପୂରା କରି ନ ପାରିଲ” !! କଥାଟା ଥିଲା ତମନ୍ନା ର । ମୋ ପ୍ରତି । ତାହା ଆକ୍ଷେପ ବି ହୋଇପାରେ, ବ୍ୟଙ୍ଗ ବି । ତେବେ ସେତେବେଳେ ତାହା ବୁଝିବାକୁ ଚେଷ୍ଟା କରୁ କରୁ ତାକୁ ମୁଁ ହରେଇ ସାରିଥିଲି । ସନ୍ଦେହ ହୁଏ, ମୁଁ ତାକୁ ହରେଇ ବସିଥିଲି ଅଥବା ସେ ତା ନିଜକୁ ମୋ ଠାରୁ ଦୂରେଇ ନେଇଥିଲା ? ଗୁଲି ଗପ କୁ ଭଲ ପାଉଥିବା ତମନ୍ନା ର କାହାଣୀ ଏବେ ଏବେ ମୋ ବନ୍ଧୁ ମହଲ ର ଗୁଲି ଖଟିରେ । ଶୁଣି ଶୁଣି ଅସହ୍ୟ ଲାଗେ । -------- ପ୍ରମ୍ପ୍ଟ-୨ ~~~~ ବସି ବସି ଲାବଣ୍ୟବତୀ ର ରୂପ ବର୍ଣ୍ଣନା ଅପେକ୍ଷା ତା ମନ ଓ ହୃଦୟ କୁ ବ୍ୟବଚ୍ଛେଦ କରିବା ଅଭ୍ୟାସ ଥିଲା ବ୍ରିଜେଶ ଙ୍କ ର । ସବୁ ସାବଲୀଳ ଇଚ୍ଛା ମାନଙ୍କୁ ହତ୍ୟା ନକରି ଆତ୍ମହତ୍ୟା କରିବାକୁ ବାଧ୍ୟ କରେଇବା କଣ ବୋଲି ସାବ୍ୟସ୍ତ ହୋଇପାରେ! ହାତ ମୁଠାରେ ପାରଦ କୁ ଧରି ରଖିବାର ଫଳାଫଳ ପ୍ରାପ୍ତି ରେ ବି ହାର୍ ମାନିବାକୁ ପ୍ରସ୍ତୁତ ନଥିଲେ ସିଏ । ହାତରୁ ସମୟ ଖସରି ଯିବା ପରେ ନା ପଢି ହୁଏ ଅସ୍ପଷ୍ଟ ଇଚ୍ଛା ମାନଙ୍କୁ ନା କରିହୁଏ ଅନୁଶୀଳନ ? ସୋନାଲିକା ଭଳି ଚରିତ୍ର କୁ ନେଇ କାହିଁକି ଅଯଥା ବିବାଦ ଘେରକୁ ଚାଲିଗଲା ସେ ? ନିଜଠାରୁ ବୟସରେ ଯଥେଷ୍ଟ ଅଧିକ ଏକ ଅସହାୟା ମହିଳା କୁ ସହାୟତା କରିବା କଣ ଚରମ ଭୂଲ୍ ଥିଲା ତାର ? କିନ୍ତୁ ସୋନାଲିକା ବି ଏ ସମୟରେ ନିରବ କାହିଁକି ? କିଛି ଅନ୍ତରଙ୍ଗ ଆତ୍ମୀୟ ଙ୍କ କହିବା ଅନୁଯାୟୀ ସେ କଣ ଖାସ୍ ଏମିତି ପରିବେଶ ଟିଏ ସୃଷ୍ଟି ପାଇଁ ଏଠାକୁ ଆସିଥିଲା ? ଗୁଡାଏ ନୂତନ ଦରଦ ଭିତରେ ଚିତ୍ ପହଁରା ଦେଉଥିବା ବେଳେ ସୋନାଲିକା ର ନିର୍ବିକାର ମୁଦ୍ରା ବେଶୀ ଅସହ୍ୟ ବୋଧ ହୁଏ । ଅବିଶ୍ଵାସ ର ପାହାଡ ଜମାଟ ହୁଅନ୍ତି କ୍ରମେ କ୍ରମେ । କ୍ୟାଲେଣ୍ଡର୍ ବଦଳେ, ଅଣୁ ମାତ୍ର ପରିବର୍ତ୍ତିତ ହୁଏନି ସେଇ ବେଦନା ଓ ବଦନାମ ର ରୂପରେଖ। ଜୀବନ କାଳ ମଧ୍ୟରେ ତାହା ଆଉ ଲିଭିବନି ବୋଧହୁଏ । ପ୍ରମ୍ପ୍ଟ-୩ ~~~~ କାନ୍ଧରେ ପଡିଲେ ବଳେ ବଜେଇ ଶିଖିବ, ଏକଥା ମୁଁ ନୁହେଁ, ଉଦିଆନା କହେ । କିନ୍ତୁ କାଠ ଫାଳିଆ ରେ ଦୁଇ ପାହାର ବାଜିଗଲେ ବୁଦ୍ଧି ଘର ଏକବାର ତୋଫା ହୋଇଯିବ ଏକଥା ମୁଁ କହେ। ଏମିତି ମତାନ୍ତର, କଥା କଟାକଟିରେ ଚାଲେ ଯୌଥ ପରିବାରର ଦୁଇ ଦୁଇଟା ପିଢୀ । ଉଦିଆନା ତଳ ସାହି ଚମ୍ପା ଗଉଡୁଣୀ ଝିଅ ମିନାକ୍ଷୀ କୁ ଭାରି ପସନ୍ଦ କରେ । ଏକଥା ମୋ ବାଦ୍ ବଡ ଭାଉଜ ବି ଜାଣିଥିଲେ । ବଡ ଭାଉଜ ଟିକେ ଅସହଣି ମୋ ପ୍ରତି । ଉଦିଆନା ସହ ତାଙ୍କର ଭଲ। ତାଙ୍କ ମାଉସୀ ଝିଅ ପାଇଁ ଉଦିଆନା କୁ ବାଛିଥିଲେ ମନେ ମନେ । କିନ୍ତୁ ଛବି ମୋତେ ପ୍ରମ୍ପ୍ଟ- ୧ ~~~~ ତମନ୍ନା ଲୁଚାଉଥିଲା ତାର ବିପର୍ଯ୍ୟସ୍ତ ଦାମ୍ପତ୍ୟ କୁ । ହେଲେ ମୋତେ ତାର ସବୁକିଛି ଦିଶୁଥିଲା। ତାର ବ୍ୟଥା, ବିବଶତା ଓ ଆତଙ୍କ----ସବୁକିଛି । ନିଜକୁ ଢାଙ୍କିବାକୁ ଯାଇ ମୋ ସହ ଚକ୍ଷୁ ମିଳନରୁ ନିଜକୁ ବିରତ ରଖିବାକୁ ଚେଷ୍ଟା କରୁଥିଲା ବହୁତ । କଣ ବା ଆଉ ସେ କରି ପାରିଥାନ୍ତା ? “ଷାଠିଏ କୋଟି ଟଙ୍କା ର ମାଲିକ ହୋଇ ଲାଭ ବା କଣ, ଯଦି ଜୀବନ କାଳ ମଧ୍ୟରେ ନିଜ ସଉକ ପୂରା କରି ନ ପାରିଲ” !! କଥାଟା ଥିଲା ତମନ୍ନା ର । ମୋ ପ୍ରତି । ତାହା ଆକ୍ଷେପ ବି ହୋଇପାରେ, ବ୍ୟଙ୍ଗ ବି । ତେବେ ସେତେବେଳେ ତାହା ବୁଝିବାକୁ ଚେଷ୍ଟା କରୁ କରୁ ତାକୁ ମୁଁ ହରେଇ ସାରିଥିଲି । ସନ୍ଦେହ ହୁଏ, ମୁଁ ତାକୁ ହରେଇ ବସିଥିଲି ଅଥବା ସେ ତା ନିଜକୁ ମୋ ଠାରୁ ଦୂରେଇ ନେଇଥିଲା ? ଗୁଲି ଗପ କୁ ଭଲ ପାଉଥିବା ତମନ୍ନା ର କାହାଣୀ ଏବେ ଏବେ ମୋ ବନ୍ଧୁ ମହଲ ର ଗୁଲି ଖଟିରେ । ଶୁଣି ଶୁଣି ଅସହ୍ୟ ଲାଗେ । -------- ପ୍ରମ୍ପ୍ଟ-୨ ~~~~ ବସି ବସି ଲାବଣ୍ୟବତୀ ର ରୂପ ବର୍ଣ୍ଣନା ଅପେକ୍ଷା ତା ମନ ଓ ହୃଦୟ କୁ ବ୍ୟବଚ୍ଛେଦ କରିବା ଅଭ୍ୟାସ ଥିଲା ବ୍ରିଜେଶ ଙ୍କ ର । ସବୁ ସାବଲୀଳ ଇଚ୍ଛା ମାନଙ୍କୁ ହତ୍ୟା ନକରି ଆତ୍ମହତ୍ୟା କରିବାକୁ ବାଧ୍ୟ କରେଇବା କଣ ବୋଲି ସାବ୍ୟସ୍ତ ହୋଇପାରେ! ହାତ ମୁଠାରେ ପାରଦ କୁ ଧରି ରଖିବାର ଫଳାଫଳ ପ୍ରାପ୍ତି ରେ ବି ହାର୍ ମାନିବାକୁ ପ୍ରସ୍ତୁତ ନଥିଲେ ସିଏ । ହାତରୁ ସମୟ ଖସରି ଯିବା ପରେ ନା ପଢି ହୁଏ ଅସ୍ପଷ୍ଟ ଇଚ୍ଛା ମାନଙ୍କୁ ନା କରିହୁଏ ଅନୁଶୀଳନ ? ସୋନାଲିକା ଭଳି ଚରିତ୍ର କୁ ନେଇ କାହିଁକି ଅଯଥା ବିବାଦ ଘେରକୁ ଚାଲିଗଲା ସେ ? ନିଜଠାରୁ ବୟସରେ ଯଥେଷ୍ଟ ଅଧିକ ଏକ ଅସହାୟା ମହିଳା କୁ ସହାୟତା କରିବା କଣ ଚରମ ଭୂଲ୍ ଥିଲା ତାର ? କିନ୍ତୁ ସୋନାଲିକା ବି ଏ ସମୟରେ ନିରବ କାହିଁକି ? କିଛି ଅନ୍ତରଙ୍ଗ ଆତ୍ମୀୟ ଙ୍କ କହିବା ଅନୁଯାୟୀ ସେ କଣ ଖାସ୍ ଏମିତି ପରିବେଶ ଟିଏ ସୃଷ୍ଟି ପାଇଁ ଏଠାକୁ ଆସିଥିଲା ? ଗୁଡାଏ ନୂତନ ଦରଦ ଭିତରେ ଚିତ୍ ପହଁରା ଦେଉଥିବା ବେଳେ ସୋନାଲିକା ର ନିର୍ବିକାର ମୁଦ୍ରା ବେଶୀ ଅସହ୍ୟ ବୋଧ ହୁଏ । ଅବିଶ୍ଵାସ ର ପାହାଡ ଜମାଟ ହୁଅନ୍ତି କ୍ରମେ କ୍ରମେ । କ୍ୟାଲେଣ୍ଡର୍ ବଦଳେ, ଅଣୁ ମାତ୍ର ପରିବର୍ତ୍ତିତ ହୁଏନି ସେଇ ବେଦନା ଓ ବଦନାମ ର ରୂପରେଖ। ଜୀବନ କାଳ ମଧ୍ୟରେ ତାହା ଆଉ ଲିଭିବନି ବୋଧହୁଏ । ପ୍ରମ୍ପ୍ଟ-୩ ~~~~ କାନ୍ଧରେ ପଡିଲେ ବଳେ ବଜେଇ ଶିଖିବ, ଏକଥା ମୁଁ ନୁହେଁ, ଉଦିଆନା କହେ । କିନ୍ତୁ କାଠ ଫାଳିଆ ରେ ଦୁଇ ପାହାର ବାଜିଗଲେ ବୁଦ୍ଧି ଘର ଏକବାର ତୋଫା ହୋଇଯିବ ଏକଥା ମୁଁ କହେ। ଏମିତି ମତାନ୍ତର, କଥା କଟାକଟିରେ ଚାଲେ ଯୌଥ ପରିବାରର ଦୁଇ ଦୁଇଟା ପିଢୀ । ଉଦିଆନା ତଳ ସାହି ଚମ୍ପା ଗଉଡୁଣୀ ଝିଅ ମିନାକ୍ଷୀ କୁ ଭାରି ପସନ୍ଦ କରେ । ଏକଥା ମୋ ବାଦ୍ ବଡ ଭାଉଜ ବି ଜାଣିଥିଲେ । ବଡ ଭାଉଜ ଟିକେ ଅସହଣି ମୋ ପ୍ରତି । ଉଦିଆନା ସହ ତାଙ୍କର ଭଲ। ତାଙ୍କ ମାଉସୀ ଝିଅ ପାଇଁ ଉଦିଆନା କୁ ବାଛିଥିଲେ ମନେ ମନେ । କିନ୍ତୁ ଛବି ମୋତେ ମନେ ମନେ ପସନ୍ଦ କରେ ବୋଲି ସେ ବା କାହୁଁ ଜାଣନ୍ତେ! |
2 | ୧)ଆକାଶରେ କଳା ମେଘର ବାଦଲଖଣ୍ଡ ମାନ ଡେଣା ଝାଡି ଉଡି ବୁଲୁଥିଲେ। ବାହାରେ କୁଣ୍ଡା ଝଡ଼ା ବର୍ଷା ଆରମ୍ଭ ହୋଇଯାଇଥିଲା।ନିୟତି କଫି ଦୁଇ ମଗ ଧରି ବାଲକୋନୀକୁ ଆସିବା ବେଳେ ଶାଶ୍ଵତ। ଦୂର ଆକାଶ କୁ ଏକ ଲୟରେ ଚାହିଁ ରହିଥିଲା।ଶାଶ୍ଵତ ନିୟତି ର ପଦପାତ ଶୁଣି ପଛକୁ ଚାହିଁବା ବେଳେ ହଠାତ୍ ତା ନଜର ଲମ୍ବିଗଲ,କବାଟ ଆଡ଼କୁ।ସେଇଠି କିଛି ଗୋଟାଏ ଥିବା ର ଦେଖି ଜୋର ରେ ଚିତ୍କାର କରି ଉଠିଲା ଶାଶ୍ଵତ....ଆଉ ତାପରେ। ୨)ଦୁହେଁ ଉଦାସ ଥିଲେ। ଦୁହିଁଙ୍କ ଆଖିରେ ଅନେକ କିଛି କାହାଣୀ ଲୁଚି ରହିଥିଲା।ଦୁହେଁ ଅନଲାଇନ୍ ଥିଲେ।ଉଭୟେ ଉଭୟଙ୍କୁ ଅନଲାଇନ ଦେଖୁଥିଲେ ସବୁବେଳେ ।ଦୁହେଁ ଦୁହିଁଙ୍କ ଷ୍ଟେଟସ ଦେଖୁଥିଲେ।ଦୁହେଁ କେବଳ ଅନଲାଇନ ରହୁଥିଲେ ଉଭୟଙ୍କ ଲାଷ୍ଟସୀନ ଆଉ ଷ୍ଟାଟସ ଦେଖିବା ପାଇଁ। ସେମାନେ କିନ୍ତୁ ଏକଦମ ଚୁପ ଥିଲେ।ଦୁହିଁଙ୍କ ମଧ୍ୟରେ ନିରବତା ସାଜିଥିଲା ଏକ ବିରାଟ ପାଚେରୀ। ଘଣ୍ଟା ଘଣ୍ଟା ଏଇ ନୀରବତା ରେ କଟି ଯାଉଥିଲା ସମୟ।ଦିନେ ଗଲା ଦୁଇ ଦିନ ଏମିତି ବିତିଗଲା ମାସେ ଦୁଇମାସ।ତାପରେ ଦିନେ ଉଭୟେ ଅଫଲାଇନ ହୋଇଗଲେ ଉଭୟେ ଉଭୟଙ୍କ ପାଇଁ।ଆଉ ତା'ପରେ..... ୩)ଅନେକ ବର୍ଷ ପରେ ସେ ଫେରୁଥିଲା ତା ଗାଆଁକୁ।ଗାଁ ମୁଣ୍ଡ ଛକ ଉପରେ ଥିବା ସେଇ ଝଙ୍କାଳିଆ ଗଛଟି ନଥିଲା ତା ସ୍ଥାନରେ।ବେଣୁ ସାହୁ ଚାହା ହୋଟେଲ ଚାଳିଆ ଜାଗାରେ ମୁଣ୍ଡ ଟେକିଥିଲା ଗୋଟିଏ ବଡ ହୋଟେଲ।ସେଇ ଛକ ଯେଉଁଠି ବସ ପାଇଁ ଏକଦା ଅପେକ୍ଷା କରୁଥିଲେ ଅନେକ ଲୋକ,ସେଇଠି ଥିଲା ଖାଁ ଖାଁ ।ସେ ଆଗକୁ ଆଗକୁ ପାଦ ବଢ଼େଇଲା।ରାସ୍ତା ର ଦୁଇ ପାର୍ଶ୍ଵ କୁ ଅନେଇ ଅନେଇ ଚାଲୁଥିଲା ସେ।କିନ୍ତୁ ଏ କଣ..... ୪)ମଣିଷ ଯେତେବେଳେ ଯାହା ଚାହେଁ ତା'ର ସବୁ ଆଶା କଣ ସବୁବେଲେ ପୂରଣ ହୋଇପାରେ!!!ଏଇ ଯେମିତି ମେଘା।ତା'କୁନି କୁନି ଆଖିରେ ସେ ଯେ କେତେ ସ୍ୱପ୍ନ ନ ଦେଖିଥିଲା।କିନ୍ତୁ କିଏ କଣ ଜାଣିଥିଲା ଏମିତି ଅଚାନକ ତା ସ୍ବପ୍ନ ର ସ୍ତୁପ ଭାଙ୍ଗି ରୁଜି ଧ୍ବଂସ ହେଇଯିବ ବୋଲି।ସେଇ ଧ୍ବଂସ ର ସ୍ତୁପ ଉପରେ ବସି ସେ ଆଜି କେବଳ ଅତୀତ କୁ ମନେ ପକାଉଥିଲା।ଆଉ ଅଚାନକ ଏଇ ସମୟରେ କେହି ଜଣେ ଆସି ଧରି ପକେଇଲା ତା ହାତ।କିଏ ବୋଲି ପଛକୁ ଚାହିଁବା ବେଳେ.... |
3 | ................ ଅନେକ ଦିନ ହେଲା ସୁଭଦ୍ରାକୁ ମୁଁ ଦେଖୁନି l କୁଆଡ଼େ ଗଲା ସେ ? ଏଠି ମୁମ୍ବାଇରେ ମୁଁ ନୂଆ ଆସିଛି l ଓଡ଼ିଆ ଲୋକ ବୋଲି ତାକୁ ମୁଁ କାମରେ ରଖିଥିଲି l ଘର ଓଳାପୋଛା ଆଉ ବାସନମଜା କରେ l ଆପାର୍ଟମେଣ୍ଟ ସିକୁରିଟି ତାକୁ ବୁଝି ଦେଇଥିଲା l ସେ ସିକୁରିଟି ବି ଏବେ ନାହିଁ l କଣ କରିବି, ମୁଁ ରୋଗିଲୋକ l ବଞ୍ଚିବା ପାଇଁ ଚାକିରୀ କରିଛି l ଚାକିରୀ ନ କଲେ ମତେ ଖାଇବାକୁ କିଏ ଦେବ ? ମନୁଷ୍ୟର ସବଠୁ ବଡ଼ ଜ୍ୱାଳା ହେଉଛି ଭୋକର ଜ୍ୱାଳା l ଅବଶ୍ୟ ଯେତିକି ପଇସା ମୁଁ ସଞ୍ଚୟ କରିଛି ବେଶ କିଛିଦିନ ଚଳି ଯାଇ ପାରିବି l ହେଲେ ମୁଁ ଯଦି ଅଧିକ ଦିନ ବଞ୍ଚିବି ସେତକ ପଇସାରେ ବାକି ଦିନତକ ଚଳି ପାରିବି ତ ? ଅବଶ୍ୟ ଦି ପୁଅ ମୋର ଅଛନ୍ତି l କିନ୍ତୁ ମୁଁ ସେମାନଙ୍କ ଉପରେ ବୋଝ ହେବାକୁ ଚାହୁଁନି l ଯେତିକି ଦିନ ବଞ୍ଚିବି ଆତ୍ମସମ୍ମାନର ସହିତ ବଞ୍ଚିବି l ତାଙ୍କ ପାଖକୁ ଗଲେ ବୋହୂମାନେ ବେଳେ ବେଳେ ମୋର ଅତୀତ କଥା ପ୍ରସଙ୍ଗରେ ଜାଣତରେ ହେଉ ଅବା ଅଜାଣତରେ ହେଉ ମୋ ଆଗରେ କହି ଦିଅନ୍ତି l ସେ ସମୟରେ ଲାଗେ କିଏ ମୋର ସମସ୍ତ ହରଣ କରିନେଇ ରାଜରାସ୍ତାରେ ଠିଆ କରି ଦେଇଛି l |
4 | ଧୀରେ ଧୀରେ ପାଦ ଥାପି ଥାପି ମିତା ଶାଶୁ ଘର ଏରୁଣ୍ଡି ଟପି ଭିତରକୁ ଗଲା ସେତିକି ବେଳେ ଅଜଣା ଅଚିହ୍ନା ଚେହେରା ଗୁଡିକ ତାକୁ ଘର ଭିତରକୁ ନେଇ ଗଲେ। ମିତା କୁ ସବୁ କିଛି ନୂଆ ନୂଆ ଲାଗୁଛି।ଲାଗିବା ଟା ସ୍ବଭାବିକ। ସବୁ ଝିଅଙ୍କ ପରି ସେ ମଧ୍ୟ ମନରେ ଅନେକ ଆଶା, ଅଭିଳାଷା ନେଇ ନୂଆ ବୋହୂଟିଏ ସାଜି ଶାଶୁ ଘରକୁ ଆସି ଥିଲା। ବାପା ଛେଉଣ୍ଡ ପିଲାଟିଏ ବୋଲି ବିଧବା ମା ତାର ତାକୁ ଖୁବ୍ ଭଲ ପାଉଥିଲେ। ଏକାଟିଆ ମା କୁଆଡେ ଖୋଜିବେ ବୋଲି ବିଶ୍ୱାସ ରେ ନିଜ ଭାଈ ଓ ସବୁ ଙ୍କ ଉପରେ ଭରସା କରି ନିଜ କଲିଜା ଟାକୁ ବିବାହ ବେଦୀ ପର୍ଯ୍ୟନ୍ତ ନେଇଗଲେ। ନିଜର ଶକ୍ତି ମୁତାବକ ସବୁ ଜିନିଷ ଯୋଗାଡି ଝିଅ କୁ ବାହା କରିଦେଲେ। ମିତା ଅତ୍ୟନ୍ତ ସୁନ୍ଦର ନ ହେଲେ ବି ତାକୁ କେହି ବାରିପାରିବେ ନି। ମୁଣ୍ଡ ରୁ ଅଣ୍ଟା ଯାଏ ରେଶମୀ କେଶ, ଚେହେରା ରେ ଆକର୍ଷଣ ର କେନ୍ଦ୍ର ବିନ୍ଦୁ ଥିଲା ଆଖି ଓ ନାକ।ଗହମ ଗୋରା ରଙ୍ଗ ର ଦେହ, ଉଚ୍ଚତା ୫ଫୁଟ୩ଇଞ୍ଚ, ସରଳମନା, ସ୍ନେହ ଶ୍ରଦ୍ଧା ଭରା ମନ ଟିଏ ମିତା ର। ଶାଶୁ ଘରେ ପ୍ରଥମ ଦିନ ସୁରୁଖୁରୁରେ ବିତି ଯାଏ। ହାତେ ଲମ୍ବର ଓଢ଼ଣା ତଳୁ ମିତା ର ଆଖି ଖୋଜି ଚାଲିଥାଏ ସେଇ ମଣିଷ ଟିକୁ ଯିଏ ମିତା ସହ ବାହା ହେଇ ତାକୁ ଏ ଘରକୁ ଆଣିଛି। କିନ୍ତୁ ମିତା ଅସଫଳ ହୋଇଛି।ବାହା ବେଦୀରେ ତ ଖାଲି ଅଚେତ ଅବସ୍ଥାରେ ଥିଲା ସେମିତି ରେ ଦେଖି ପାରିନଥିଲା।ଆଉ ପ୍ରସ୍ତାବ ପଡ଼ିବା ଠାରୁ ବାହାଘର ପର୍ଯ୍ୟନ୍ତ ସେ ଥରେ ବି ତାଙ୍କୁ ଦେଖିନି ଯାହା ବଡମାନେ ବାଛିଲେ ଆଖିବୁଜି ମାନିନେଲା। ରକ୍ଷଣଶୀଳ ପରିବାର ର ଅଲିଅଳି ଝିଅ ମିତା କେବେ ପୁଅଙ୍କ ସଂସ୍ପର୍ଶରେ ଆସିନଥିଲା।ଦୃତୀୟ, ତୃତୀୟ ଦିନ ସରିଲା। ଚତୁର୍ଥ ଦିନ ପ୍ରାତଃ ସମୟରୁ ଉଠି ପଡ଼ି ନିତ୍ୟ କର୍ମ ସାରି ଚତୁର୍ଥୀ କର୍ମ ପାଇଁ ପ୍ରସ୍ତୁତି ହେଲା। ଚତୁର୍ଥୀ ପିଣ୍ଡଦାନ ସମୟରେ ସେ ତାସ୍ବାମୀ ଭଲ କରି ଦେଖିଲା।ବୟସ ରେ ଅନେକ ବଡ଼ ଲାଗୁଥିଲେ। ବିରାଟ ଶରୀର! ମୁଁ ହଁ ଟା ଧାନ ଉଁଷା ହାଣ୍ଡି ପରି। ତାକୁ ଦେଖି ମିତା ମନ ରୁ ସୁଖ ହଜିଗଲା। ସନ୍ଧ୍ୟା ବେଳକୁ ନିମନ୍ତ୍ରଣ ହେଇ ଥିବା ବନ୍ଧୁମାନେ, ସାଙ୍ଗସାଥି, ଅତିଥି ମାନଙ୍କ ର ପ୍ରିତି ଭୋଜନ ସରିଲା ପରେ ମିତା କୁ ତାର ଲେଖା ଯୋଖା ଯା ମାନେ ସାଙ୍ଗରେ ନେଇ ଗଲେ ଚତୁର୍ଥୀ ରାତି ପାଇଁ ପ୍ରସ୍ତୁତ କରାଇବାକୁ। ବୋହୂ ବେଶ ବଦଲାଇ ତାକୁ ଖଇରିଆ ରଙ୍ଗ ସୁତିଶାଢୀ ଟେ ଶାୟା, ବ୍ଲାଉଜ ସହ ପିନ୍ଧାଇ ଦେଲେ।ତାର ଲମ୍ବା ବେଣୀ ରେ ରଜନୀ ଗନ୍ଧାର ଗଜରା, ଦେହରେ ଟେମ୍ପଟେସନ ପରଫ୍ୟୁମ ।ସଜବାଜ କରାଇ ଏକ ରୁମକୁ ନେଇଗଲେ। ସେଠାରେ ପୂର୍ବରୁ ପ୍ରସ୍ତୁତ ଥିବା ମିତା ଆଣିଥିବା ପଲଙ୍କ ଗଦି ଉପରେ ବେଡସିଟ କୁ ଦେଖି ମିତା ଭାବୁଥାଏ ସେ କେମିତି ବାହାଘର ପାଇଁ ସବୁ ନିଜ ପସନ୍ଦର କିଣିଛି! ଭାବନା ରାଜ୍ୟ ରେ ଗୁମ ହେଇ ଭାବୁଥାଏ ଅନେକ ସମୟ ଯାଏ। ଆଖି ବୁଜି ହେଇଯାଉଛି।ସଜକଲା ବେଳେ ଗୀତା ନାନୀ କହୁଥିଲେ ତମେ ଏତେ କୁନି ଟିଏ ବାବୁ କୁ ସମ୍ଭାଳି ପାରିବନା!! ମିତା କିଛି ଉତ୍ତର ନଦେଇ ଗମ୍ଭୀରତା ବଜାୟ ରଖିଥିଲା!! ହଠାତ୍ କବାଟ ଜୋରରେ ଶଦ୍ଦ ହେଲା। ବାବୁ ନିଶାରେ ଚୁର ତା ରୁମକୁ ପଶି କବାଟ ବନ୍ଦ କରିଦେଇ ତାକୁ କହିଲା ଖୋଲ ସବୁ ଜଲଦି ... ମିତା କୁ ଆଶ୍ଚର୍ଯ୍ୟ ଲାଗୁଥିଲା ଏମିତି କେମିତି ଜଣେ କହିପାରିବ ବାହା ହେଲେ ତ କ'ଣ ଏମିତି ସବୁ ହୁଏ ! ଯେତେ ବୁଝାଇଲେ ମଧ୍ୟ ଫଳ କିଛି ହେଲାନାହିଁ କି ସେ ଲୋକ ଟା କିଛି ବୁଝି ବା ଅବସ୍ଥା ରେ ନଥିଲା ମିତା ସହ ଜୋରଜବରଦସ୍ତ କରିବା ଆରମ୍ଭ କରି ଦେଇଥିଲା ମିତା ଯେ କାକୁତି ମିନତି ହେଲେ ମଧ୍ୟ ସେ ଶୁଣୁ ନଥାଏ ଓଲଟା ମିତା ର ମୁଣ୍ଡେ କାନ୍ଥରେ ବାଡେଇ ଫଟେଇ ଦେଲା!! ମିତା ଅଚେତ ଅବସ୍ଥାରେ ପଡ଼ିଥିବା ଦେଖି ସେ ରୁମରୁ ବାହାରି ଚାଲିଗଲା। ହୋସ ଫେରିଲା ବେଳକୁ ତାକୁ ଛ ଜଣ ମହିଳା ମିଳିତ ଭାବରେ ଗାଳିଗୁଲଜ କରୁଥିବା ଦେଖିଲା କାହାର ନଜର ମିତା ର କ୍ଷତ ଉପରେ ଗଲା ନାହିଁ।ତାର ଅଳ୍ପ ସମୟ ମଧ୍ୟରେ ତା ପରିବାର କୁ ଡାକି ସେଠାରେ ସଭା ବସାଇ ବେଜିତ କଲେ। ସମସ୍ତଙ୍କୁ ଗୋଡ଼ ହାତ ଧରାଇଲେ,କ୍ଷମା ମାଗିଲେ ଯେମିତି ସେମାନେ ଝିଅ ଜନ୍ମ କରି ଅପରାଧ କରି ଛନ୍ତି! ସବୁ ଅଭିଯୋଗ ମିତା ନା ରେ! ମିତା ଭଲ ଝିଅ ନୁହେଁ! ମିତା ଭଲ ବୋହୂ ନୁହେଁ! ମିତା କୁ ତା ମା କିଛି ଶିଖେଇନି! ଆମପୁଅର ଜୀବନ ନଷ୍ଟ କଲା.......... |
5 | ସମୟର ସ୍ରୋତ କାହାକୁ ଅପେକ୍ଷା କରେ ନାହିଁ। ଏମିତି ଏକ ସମୟ ଆସିଥିଲା ପଲ୍ଲବୀ ଜୀବନରେ। କେମିତି କଣ କରିବ କେମିତି ଜୀବନ ବଞ୍ଚିବ ଆଗକୁ ସେ ବୁଝି ପାରୁନଥିଲା। ବେସାହାରା ହେଇଯାଇଥିଲା ସେ ସମ୍ପୂର୍ଣ୍ଣ। ସତେ ଯେମିତି ସବୁତକ ସମସ୍ୟା ତାରି ଉପରେ ହିଁ ଲଦି ହେଇଯାଇଛି। ଆଉ ସେ ହିଁ ଠିକା ନେଇଛି ସବୁ ଦୁଃଖ ସହିବାକୁ! ଭଗବାନଙ୍କୁ ବାରମ୍ବାର ପଚାରୁଥିଲା କାହିଁକି ଏମିତି ମୋସହ କଲ ପ୍ରଭୁ? ବଞ୍ଚି ଥାଉଥାଉ ମତେ ଜୀଅନ୍ତା ଶବ ବନେଇ ଦେଲ ତମେ? କେମିତି ଜୀବନ ଧରିବି ମୁଁ ଏବେ? କେମିତି ଆଗକୁ ବଢ଼ିବି ଜୀବନରେ ନା ଏଇଠି ନିଜେ ନିଜକୁ ଶେଷ କରିଦେବି? ଏମିତି ଭାବୁଥାଏ ସବୁବେଳେ ଆଉ ସେ କି ଜାଣିଥିଲା ତା ଜୀବନରେ ଆଉଥରେ ସୂର୍ଯ୍ୟୋଦୟ ହେବ ବୋଲି... |
6 | ( କାଞ୍ଚନ :- ମାଆ ଦେଖ ମୋ ରେଜଲ୍ଟ ବାହାରିଛି |ମୁଁ ଗ୍ରାଜୁଏସନ ରେ ପୁରା କଲେଜ ରେ ଟପର୍ ହୋଇଛି | ଲିମାରାଣୀ :- ହେ ଭଗବାନ ତୁମକୁ କୋଟି କୋଟି ଧନ୍ୟବାଦ |ମୋ ଛୁଆ ଉପରେ ସବୁବେଳେ ଏମିତି ଆଶିଷ ଢାଳୁଥାଅ !! ମୁଁ ଯାଏ ଶୀଘ୍ର ଶୀଘ୍ର ରୋଷେଇ ସାରିଦିଏ |ତୋ ବାବା ରେଜଲ୍ଟ ଜାଣିଲେ ବହୁତ ଖୁସି ହୋଇଯିବେ | କାଞ୍ଚନ :- ହଁ, ମାଆ | ମୋ ସ୍ବପ୍ନ ସତ ହେବାକୁ ଆଉ ବେଶୀ ଦୂର ନୁହେଁ | ମୁଁ IAS ହେବା ସ୍ବପ୍ନ ସତ କରି ଦେଖାଇବି ମାଆ | କମଳୀ :- ଆହାଃ! କି ମନ ଲୋ ତୋର | ବୁଝିଲୁ ଲିମା, ଝିଅ କୁ ପାଠ ପଢେଇବା ଇଚ୍ଛା ମୁଣ୍ଡରୁ କାଢ଼ିଦେ | ଝିଅ ପିଲା ଟା କିଛି କରିପାରିବନି | କାହିଁକି ମୋ ପୁଆଟାକୁ ହଇରାଣ କରୁଛୁ କହିଲୁ |ହଇଲୋ କାଞ୍ଚନ ତୁ କ'ଣ ଦେଖି ପାରୁନୁ ତୋ ବାପ ତୋତେ ପାଠ ପଢେଇବା ପାଇଁ ଜମିବାଡ଼ି ଯାହା ଥିଲା ସବୁ ବିକି ସାରିଲାଣି |ଏବେ ଆଉ କୋଉଟା ବଞ୍ଚିଗଲା ଯେ ତୋ ସପନ ନିଶା ଏଯାଏ ହେଲେ ଛାଡ଼ୁନି ହେଁ... ) |
7 | ୧ -ନା ମା ତୁ ଭାଉଜ ଙ୍କୁ ଏପରି ବ୍ୟବହାର କରିବା ବନ୍ଦ କର...|ଜରୁରୀ ନୁହେଁ ଜଣେ ବିଧବା କେବଳ ଧଳା ଶାଢ଼ୀ ପିନ୍ଧି ଜୀବନ କାଟିବ....ସେ ରଙ୍ଗ ବେରଙ୍ଗ ର ବିନ୍ଦି ଟିଏ ପିନ୍ଧିଦେଲେ ଅସୁବିଧା କଣ? ସେ ତ ସିନ୍ଦୂର ପିନ୍ଧୁନି ନା.....| ଅଧିକାର ତାହାର ମଧ୍ୟ ଅଛି ସକାଳୁ ଉଠି ସେ ଠାକୁର ଙ୍କୁ ପୂଜା କରି ପାରିବ ଅଧିକାର ତାହାର ଅଛି ସକାଳୁ ସେ ପ୍ରଥମେ କାହା ସମ୍ମୁଖରେ ଆସି ପାରିବ... କିନ୍ତୁ କାହିଁକି ଯେ ଏ ସମାଜ ତାକୁ ଏମିତି ବାସନ୍ଦ କରିଦିଏ କଣ ନା ସକାଳୁ ଆଜି ଏ ବିଧବା ର ମୁହଁ ଦେଖିଲି ଦିନ ଅଶୁଭ ଯିବ... ଏ କେଉଁ ଶାସ୍ତ୍ର ରେ ଲେଖା ଅଛି କହିବ? ମୋ ଜୀବନ ର ସମସ୍ତ ପୁଞ୍ଜି ଲଗେଇ ସେ ଶାସ୍ତ୍ର କିଣି ମୁଁ ପଢ଼ିବି.....| ଯାହାକୁ ସେ ବାହା ହେଇଥିଲେ ସେ ଚାଲିଗଲେ ସଂସାର ଛାଡି ତାଂକ ପାଇଁ ଇଏ କଷ୍ଟ କାହିଁକି ପାଇବେ? ଅଧିକାର ଏତିକି ଯାଏଁ ମଧ୍ୟ ଅଛି ଯେ ସେ ନିଜ ପାଇଁ ଆଉ ଏକ ମଣିଷ କୁ ବଂଚିବାର ସାହାରା ଭାବିପାରିବେ | |
8 | ୧ ) ପ୍ରଥମ ପ୍ରମ୍ପ୍ ଟ ୨ ଜଣ ବନ୍ଧୁ ( ପୁଅ ଏବଂ ଝିଅ ) ଛୋଟ ବେଳୁ ବହୁତ୍ ଦୁଃଖ ସୁଖ ର ସାମ୍ନା କରିଛନ୍ତି । ହେଲେ ଝିଅ ର ବାପା ମା ନାହାନ୍ତି । ନିଜ କାକା , ଖୁଡି ଓ ଜେଜେମା ଙ୍କ ସହ ରୁହେ । ଖୁଡି ତାର କେବେ ସ୍ନେହ କରନ୍ତି ନାହିଁ । ସବୁବେଳେ ନିଜ ପିଲାଙ୍କୁ ଭଲ ଜିନିଷ ଖାଇବାକୁ ଦେଇ ତାକୁ ବାସି ଜିନିଷ ଦିଅନ୍ତି । କିନ୍ତୁ କାକା ଙ୍କ ସାମ୍ନାରେ ନିଜକୁ ଭଲ ବୋଲି ପ୍ରମାଣ କରନ୍ତି । ଜେଜେମା ଝିଅ ଟାକୁ ଭାରି ଭଲ ପାଆନ୍ତି । କିନ୍ତୁ ଖୁଡି ଜେଜେମା ଙ୍କୁ ମଧ୍ୟ ଦରେଇ କରି ରଖିଛନ୍ତି । କିଛି ବର୍ଷ ପରେ ପୁଅ ର ବାପା , ମା ପୁଅ କୁ ନେଇ ସହର କୁ ଚାଲି ଯାଆନ୍ତି । ବଡ ହେବା ପରେ କିପରି ଦୁହିଙ୍କ ମିଳନ ହେବ , ତା ଉପରେ କାହାଣୀ ଲେଖନ୍ତୁ । ୨ ) ଦ୍ଵିତୀୟ ପ୍ରମ୍ପ ଟ୍ ଗୋଟେ ଗାଁ ରେ ଲୋକ ମାନେ ସବୁବେଳେ ଭୂତ ଆତଙ୍କ ରେ ଭୟଭୀତ ଥାନ୍ତି । ଭୂତ କୁଆଡେ ସେଇ ଝିଅ , ପୁଅ ମାନଙ୍କୁ ମାରି ଦିଏ ଯେଉଁ ମାନେ ପ୍ରେମ କରି ବିବାହ କରନ୍ତି । ତେଣୁ ପ୍ରେମ ବିବାହ ସେଇ ଗାଁ ରେ ମନା । ଯେଉଁ ମାନେ ବି ପ୍ରେମ ବିବାହ ସହର ରେ କରିବାକୁ ଚାହାନ୍ତି , ସେମାନେ ବି କିଛି ନା କିଛି କାରଣରୁ ମରି ଯାଆନ୍ତି । ହେଲେ କାହିଁକି ସେ ଭୂତ ପ୍ରେମ ବିବାହ ବିପକ୍ଷ ରେ ? ପୁରା କାରଣ ଜଣାଇ ପ୍ରେମ ବିବାହ ପୁଣି ଥରେ କରିବା ଉପରେ କାହାଣୀ ଲେଖନ୍ତୁ । ୩ ) ତୃତୀୟ ପ୍ରମ୍ପ ଟ ଗୋଟେ ପିଲା ପାଠରେ ବହୁତ୍ ଦୁର୍ବଳ । ସବୁବେଳେ ସ୍କୁଲ ରେ ମାଡ଼ ଖାଏ ବୋଲି ସେ ସ୍କୁଲ ଯାଏନି । ସ୍କୁଲ ସମୟ ରେ କେଉଁ ଠାରେ ଯାଇ ଲୁଚି ଯାଏ । ଘର ଲୋକ ବହୁତ୍ ହଇରାଣ ହେଇ ଯାଆନ୍ତି ତାର ଏଇ କାମ ଯୋଗୁଁ । ହେଲେ ସେ ପିଲା ଟା କିଛି ବୁଝେ ନାହିଁ । କିନ୍ତୁ ଜଣେ ସାର୍ ତା ଜୀବନ ରେ ଆସିବା ପରେ ସେ ପାଠ ପ୍ରତି ଆଗ୍ରହୀ ହେଲା । ସେ ସାର୍ କେମିତି ତାକୁ ପାଠ ପ୍ରତି ଆକୃଷ୍ଟ କରାଇଲେ ସେ ବିଷୟରେ କାହାଣୀ ଲେଖନ୍ତୁ । |
9 | ୧. ମତେ ଭଲ ପାଇ ଆଉ କାହାକୁ ବାହାହେବା କ'ଣ ପ୍ରତାରଣା ନୁହେଁ ମୋ ସହ ?ତାକୁ କ'ଣ କୁହାଯିବ ଆଶିଷ ତୁମ ଓକିଲାତି ଧାରା ଅନୁସାରେ |ମତେ ଯେତେ ସଫେଇ ଦେଲେ କ'ଣ ମୁଁ ଭୁଲିଯିବି ଯେ ଦିନେ ମତେ ଭଲ ପାଇଥିଲ ତୁମେ |ତୁମ ଅଜଣାତରେ କେତେଜଣକୁ ପ୍ରତାରଣା କରିଛ ନିଜେ ଜାଣିପାରିଛ ?'ନା'! ସବୁ ଜାଣି ନ ଜାଣିବାର ପ୍ରତାରଣା କରୁଛ |ମତେ ଦୃବଳ ବୋଲି ଭାବିଥିଲ |କାହିଁକି ? କି ମୁଁ ଗରୀବ ବୋଲି |ଆଜି ତୁମ ଠାରୁ କିଛି ବି ମାଗୁନି |ମୁଁ କାହାସହ ପ୍ରତାରଣା କରିବାର ନାହିଁ |ମୁଁ ବି ଗୋଟେ ନାରୀ ,ଆଉଗୋଟେ ନାରୀ ସହ କେମିତି ମୁଁ ପ୍ରତାରଣା କରିବି |ଏ ଗୋଟେ ଜନ୍ମ କ'ଣ!ସାତ ଜନ୍ମ ପର୍ଯ୍ୟନ୍ତ ବି ତୁମ ପରି ପୁରୁଷ ଯେମିତି ମୋ ଆଖି ସାମ୍ନାକୁ ନଆସୁ,ମୁଁ ଭଗବାନଙ୍କୁ ପ୍ରାର୍ଥନା କରୁଛି |ମତେ ଏତେ ଦୁର୍ବଳ ଭାବନି |ମୁଁ ବି ସେଇ ନାରୀଙ୍କ ମଧ୍ଯ ରୁ ଜଣେ ,ଭିରୁ ଭଳି କାନ୍ଦି କାନ୍ଦି ନୁହେଁ ବୀରଙ୍ଗନା ପରି କିଛି କରି ଦୁନିଆଁରେ ଦେଖେଇ ମରିବି |------- ୨. ପ୍ରେମ- ପ୍ରେମ- ପ୍ରେମ- ଶୁଣି ଶୁଣି ମଣିଷ କାନଟା ତାବ୍ଜା ହୋଇଗଲାଣି |ପ୍ରେମ ଟା ଗୁଡା ଗୁଡି ଖେଳଘର ନୁହେଁ |ଏ ଯେଉଁ ବୟସ ତୁମର ପ୍ରେମ କ'ଣ ଜାଣ? ତାର ପବିତ୍ରତା ବିଷୟରେ ବୁଝ |ତାପରେ ପ୍ରେମ କରିବ |ମୁଁ ବାପା ହୋଇ ତାର ବିରୋଧୀ ନୁହେଁ |ସେଭଳି ଶାଶ୍ଵତ ବନ୍ଧନକୁ ଏମିତି ରାସ୍ତାକଡ,ପାର୍କ,ରେଷ୍ଟୁରାଣ୍ଟ ଏକାଠି ହାତ ଧରାଧରି ହୋଇ ବୁଲି ବାଲି ଦୁଇ ପଦ ମିଠା କଥାରେ ତାକୁ ଭଲ ପାଇବା କୁହାଯାଏନି |ଆଗ ତୋର ଭବିଷ୍ୟତ ଦେଖ ସ୍ୱରାଜ |କେବଳ ତୋ ପାଇଁ ତୁ ସ୍ୱାର୍ଥପର ହଅନା |ତା ବାଦ୍ ବି ବହୁତ ଦାୟିତ୍ବ ତୋର ରହଛି ତୋ ମାଆ ଆଉ ମାତୃଭୂମି ପାଇଁ |ଦେଖ୍ ,!ତୁ ଚୁପ୍ ରହି ତୋ ଭଲ ପାଇବାକୁ ଝୁରିଲେ ସେ ତତେ ମିଳିଯିବନି |ତୁ ଆଗ କାମରେ ଦେଖା ତତେ |ଭଲପାଇବା ଆପେ ଆପେ ତୋ ପାଖକୁ ଆସିବ |ତୋ ବୋଉ ମରିଯାଇଥିଲା ,ତୁ ସେତବେଳକୁ ପିଲାଟେ ହୋଇଥାଉ |ମୁଁ ତୋ ବାପା ମାଆ ସବୁ କିଛି |ତୋର ଏପରି ଅବସ୍ଥା ବା ମୁଁ ଦେଖି ସହିବି କେମିତି ? --- ୩. ମା ଋଣ କିଏ ସୁଝିଛି ନା ତୁ ସୁଝି ଦେବୁ |ତୋ ମୁଣ୍ଡଟା ଖରାପ ହୋଇଛି ନହେଲେ ଆଡୁ ସାଡୁକଥା ଏମିତି କହନ୍ତୁନି ତୁ ||ତୁ ଜାଣୁଛୁ ନିଜେ କ'ଣ କହୁଛୁ |ଆରେ ମନେ ପକା ତୁ ,ତୋ ମାଆ କଥା ,ପିଲାଦିନ ଠାରୁ ଏପର୍ଯ୍ୟନ୍ତ କ'ଣ କରିଛି ତୋ ପାଇଁ |ଏବେ ବଡ ଘରେ ବାହା ହୋଇଛୁ ଠିକ | ହେଲେ ତୋ ମାଆ କୁ ଛାଡି ଏଠି ରହିବାକୁ ରାଜି ହଅନା |ବହୁତ କଷ୍ଟ ରେ ତତେ ମଣିଷ କରିଛି ,ବେଳେ ଖାଇ ,ଆଉ ବେଳେ ଢୋକେ ପାଣି ପିଇ ,ଆମେ ଦେଖିଛୁ ରେ କାହ୍ନା |ଏଇଲେ ତୁ ଅଫିସର ହେଲୁ |ହେଲେ ସେଇ ମଳିମୁଣ୍ଡିଆ ମାଆ ପାଇଁ ଆଜିତୁ ଅଫିସର |ଏକଥା ଭୁଲୁଛୁ କେମିତି? ତୋ ମାଆ ଏବେ ବି କାହାକୁ କହେନି ତୋ ବିରୁଦ୍ଧରେ କି ତୋ ସ୍ତ୍ରୀ ବିରୁଦ୍ଧ ରେ |ସେ ମାଆ ପରା ତୋର |---- |
10 | ୧) ନାଇଁ ମାନସ ନାଇଁ, ମୁଁ ଆଉ ସହି ପାରୁନି । ତମେ କୁହ ମାନସ କୋଉ ଝିଅ ସହିବ ଏ ସବୁ ? ମୁଁ କଣ ବାହା ହେଇ ଆସିଥିଲି କେବଳ ଏଇ କଥା ଆଉ ନିର୍ଯାତନା ସହିବା ପାଇଁ ? ମୁଁ ମାନୁଛି ତମେ ଆଜି ଯାଏଁ କେବେ ମୋତେ କିଛି ବି କହିନ ଆଉ କିଛି ଆଘାତ ବି ଦେଇନ ହେଲେ ତମ ମା ... କ୍ଷମା କରିବ ମାନସ ମୁଁ ଆଉ ପାରୁ ନାହିଁ । ଯଦି ପାରୁଛ ମୋତେ ନେଇ ଆମ ଘରେ ଛାଡ଼ି ଦେଇ ଆସ ନହେଲେ ମୋତେ ଏ ନର୍କ ରୁ ମୁକ୍ତି ଦେଇ ଦିଅ ସବୁଦିନ ପାଇଁ । ( କାନ୍ଦି କାନ୍ଦି ମାନସ ର ଗୋଡ ତଳେ ପଡିଗଲେ ତାଙ୍କ ପତ୍ନୀ ସୁଜାତା ) ମାନସ ସୁଜାତା ଙ୍କୁ ତଳୁ ଉଠେଇ ନେଇ ବାହୁ ବନ୍ଧନ ରେ ଛନ୍ଦି ଦେଇ କହିଲେ ନାଇଁ ସୁଜାତା ନାଇଁ ତମେ କାଇଁ କ୍ଷମା ମାଗୁଛ? କ୍ଷମା ତ ମୁଁ ମାଗିବା କଥା । କେତେ ସ୍ବପ୍ନ ଆଉ କେତେ ଆଶା ନେଇ ତମେ ମୋ ସହିତ ଏ ଘରକୁ ଆସିଥିଲ ହେଲେ ମୁଁ ଆଜି ଯାଏଁ ତମକୁ କିଛି ବି ଖୁସି ଦେଇ ପାରିଲି ନାହିଁ । ହେଲେ କଣ କରିବି ମୁଁ କୁହ , ମୋ ପରିସ୍ଥିତି ଯାହା ମୁଁ ମା ଙ୍କୁ କିଛି ବି କହି ପାରୁ ନାହିଁ । ଯଦି କିଛି କହିବି ତାହେଲେ ସେ ମୋତେ ..... ୨) ଜୀବନର ଅନେକ ମୋଡ଼ ରେ ଖୁସି ସବୁ ଏମିତି ମୁହଁ ମୋଡ଼ି ଚାଲି ଯାଆନ୍ତି ଯେ ଆମ ପାଖରେ ଆଉ କୌଣସି ଉତ୍ତର ନ ଥାଏ ସମାଜ କୁ ଦେବାକୁ କି ନିଜ ଲୋକଙ୍କୁ ଦେବାକୁ । ଏମିତି କିଛି ହିଁ ଘଟି ଯାଇଛି ଆଜି ମାନସ ର ଜୀବନରେ । କଣ ବା ସେ ନ କରିଥିଲା ସୁମିତ୍ରା ପାଇଁ । ଦୀର୍ଘ ଆଠ ବର୍ଷ ର ପ୍ରେମ ସଂପର୍କ କୁ ବିବାହ ର ରୂପ ଦେଇଥିଲା ମାନସ । ବିବାହ ପାଇଁ ତାକୁ କେତେ ଯେ କଣ ନ କରିବାକୁ ପଡିଛି ତାର ହିସାବ ନାହିଁ । ଘର ଲୋକ , ବନ୍ଧୁ ବାନ୍ଧବ କେହି ରାଜି ନ ଥିଲେ ହେଲେ ସମସ୍ତ ଙ୍କୁ ରାଜି କରେଇ ବିବାହ ପାଇଁ ପ୍ରସ୍ତୁତ କରିବାକୁ ପ୍ରାୟ ସାତ ଆଠ ମାସ ସମୟ ଲାଗିଥିଲା ମାନସ କୁ । ସତ କହିବାକୁ ଗଲେ ମାନସ ସୁମିତ୍ରା କୁ ନିଜ ଜୀବନ ଠାରୁ ଅଧିକ ଭଲ ପାଉଥିଲେ , ଆଉ ଏବେ ବି ପାଉଛନ୍ତି । ହେଲେ ବାସ୍ ଅବଶୋଷ ଏଇଟା କି ସୁମିତ୍ରା କିନ୍ତୁ ଏ ସବୁକୁ ବୁଝି ପାରୁ ନାହାଁନ୍ତି । ବାହାଘରକୁ ବର୍ଷେ ହେବା ପାଇଁ ଆହୁରି ଦୁଇ ମାସ ବାକି ଅଛି ଆଉ ଏବେ ସୁମିତ୍ରା ଚାହୁଁଛନ୍ତି ମାନସ ଙ୍କ ଠାରୁ ସବୁଦିନ ପାଇଁ ଅଲଗା ହେଇ ଯିବାକୁ । ବାହାଘର ପରେ ଅନେକ ପରିବର୍ତ୍ତନ ଆସି ଯାଇଛି ସୁମିତ୍ରା ଙ୍କ ଠାରେ । ଯାହା କି ମାନସ ଙ୍କୁ ଆଣି ଜୀବନର ଦୋଛକି ରେ ଛିଡ଼ା କରି ଦେଇଛି । |
11 | ୧) ପାହାଡ଼ ପର୍ବତ ଘେରା ଏକ ଛୋଟ ଗାଁ। ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର କହିଲେ ଅତ୍ୟୁକ୍ତି ହେବ ନାହିଁ। କାହିଁ କେଉଁ ଦୂରରୁ ବହି ଆସୁଥାଏ ଏକ କ୍ଷୁଦ୍ର ଜଳଧାରା , ଗାଁ ର ଠିକ୍ ପାଖରେ କୁଳୁକୁଳୁ ହୋଇ ବହି ଯାଉଥାଏ। ସ୍ୱଚ୍ଛ ଓ ଶୀତଳ ସେ ଜଳଧାରା। ଟାଣ ଖରା ପାଇଁ ତ ଅମୃତ ଆଉ ହାଡ଼ ଭଙ୍ଗା ଶୀତରେ ମଧ୍ୟ ମନରେ ଟିକେ ହେଲେ ଶଙ୍କା ଆସିବ ନାହିଁ ତା କୂଳକୁ ଯିବା ପାଇଁ। ଯେଉଁଠି ଗାଁ ଲୋକଙ୍କ ତୁଠ ସେଠାରୁ କୋଶେ ତଳ ପଟକୁ ନାଳ ଭିତରେ ପଡ଼ିଛି ଖଣ୍ଡେ ବଡ଼ ଚେକା ପଥର। ଆରାମରେ ତିନି ଚାରି ଜଣ ତା ଉପରେ ବସି ଖଟି ଜମେଇ ପାରିବେ। ଚାରି ପାଖରେ ସ୍ୱଚ୍ଛ ଜଳ ରାଶି , ଜଳ ସରିଲେ କୂଳ, କୂଳ ଉପରକୁ ଲାଗି ଛୋଟ ଛୋଟ କେତୋଟି ବୁଦା , ବୁଦା ଉପରକୁ ଲାଗି ଉଚ୍ଚ ସୁଉଚ୍ଚ ଅନେକ ଗଛ। ଗଛ ଗୁଡ଼ିକର ଛାଇ ପଥର ଓ ନାଳ ଉପରେ ଠାଏ ପଡ଼ିଲେ ଠାଏ ପଡ଼େ ନାହିଁ। ସେହି ପଥର ଉପରେ ନିଜର ବଇଁଶୀ ଟି ଧରି ବସିଥାଏ କୁମୁଦ। କେତେବେଳେ କେମିତି ବଜାଉଥାଏ। ଆହା....ହାଃ ....... କି ସୁନ୍ଦର ସେ ବଂଶୀ ର ମୂର୍ଚ୍ଛନା । ରାଗିଣୀ କେଜାଣି କେତେବେଳୁ ଆସି ପାଖ ପଥର ଉପରେ ବସି ମନ ପ୍ରାଣ ଦେଇ ଶୁଣୁଥାଏ। ହଠାତ୍ କୁମୁଦ ବଂଶୀ ବଜାଇବା ବନ୍ଦ କରିଦେଲା। ରାଗିଣୀ ସେହିପରି ଆଖି ବନ୍ଦ କରି ଟିକେ ବିରକ୍ତି ହୋଇ କହିଲା , ‘ଓଃ କିରା ପାଇଁ ବନ୍ଦ କଲୁ ଯେ...... ନିକ ବଜଉଥିଲୁ ତ......’। ୨) ଜୀବନ ଓ ଊର୍ମି ଦୁହେଁ ଭଲ ସାଙ୍ଗ। ଗୋଟିଏ ସ୍କୁଲରେ ପଢ଼ନ୍ତି। ପ୍ରଭାକର ନାୟକଙ୍କ ଏକମାତ୍ର ପୁତ୍ର ଜୀବନ ଓ ହରିହର ବାବୁଙ୍କ ସାନ ଝିଅ ଊର୍ମୀ। ଆର୍ଥିକ ସ୍ଥିତି ରୁ ଅନୁଧ୍ୟାନ କରିଲେ ହରିହର ବାବୁଙ୍କ ଅପେକ୍ଷା ପ୍ରଭାକର ବାବୁ ଙ୍କ ସ୍ଥିତି ବହୁତ ସ୍ୱଚ୍ଛଳ। ବୋଧହୁଏ ସେଥିପାଇଁ ଜୀବନର କେବେ କିଛି ଅସୁବିଧା ହୁଏ ନାହିଁ। ନୂଆ ନୂଆ ବହି , ନୂଆ ଖାତା କଲମ, ନୂଆ ପୋଷାକ କୋଉଥିରେ କେବେ କିଛି ଅସୁବିଧା ହୁଏନି। କିନ୍ତୁ ଊର୍ମି ତା ବଡ଼ ଭାଇ ଭଉଣୀ ଙ୍କ ବହିରେ ପଢ଼େ, ପିନ୍ଧିବା ପାଇଁ ପୋଷାକ ଥାଏ କିନ୍ତୁ ନୂଆ ନୁହଁ। ଜୀବନ ସ୍କୁଲ ପରେ ଟିଉସନ ଯାଏ , ଊର୍ମୀ ଘରେ ଯାହା ଯେମିତି ପଢ଼େ। ହେଲେ ମଧ୍ୟ ଜୀବନ ଠାରୁ ଊର୍ମି ବହୁତ ଭଲ ପଢ଼େ। ଜୀବନ ଜଣେ ଧନୀ ବାପର ପିଲା ହେଲେ ମଧ୍ୟ ତାର ଚାଲି ଚଳଣି ଖୁବ୍ ସାଧାରଣ। ୩) କଣ ବା ସମ୍ବୋଧନ କରିବି ତୁମକୁ??... ଜଗତର ନାଥ , ଭାବଗ୍ରାହୀ, ଚିନ୍ତାମଣି, ଭକ୍ତର ଭଗବାନ ନା ଆଉ କିଛି??? ସମସ୍ତ ନାମ ଭିତରୁ ଯେଉଁ ନାମ ତୁମର ଅତି ପ୍ରିୟର ତାକୁ ଯୋଡ଼ି ଦେଵ ସେ ପୂର୍ବ ଖାଲି ସ୍ଥାନରେ। ପ୍ରତିଦିନ ତୁମ ନାମ ସ୍ମରଣ କରି ଅନେକ କିଛି କହି ଯାଏ, ଅନେକ ସୁଖ ଅନେକ ଦୁଃଖ.... ଉତ୍ତର ତୁମେ ତ ଦିଅନା ତେଣୁ କିଛି ଉତ୍ତର ସକାରାତ୍ମକ ଓ କିଛି ନକରାତ୍ମକ ଉପାୟରେ ନିଜେ ନିଜେ ନିଜ ମନକୁ ଶୁଣାଇ ଦିଏ। କେତେ ଆଉ ନିଜ ମନକୁ ସତ ମିଛ କହି ବୁଝାଇବି, ତେଣୁ ତୁମ ଠାରୁ ଉତ୍ତର ପାଇବା ପାଇଁ ଏହି ଶୈଳୀ ଟି ଠିକ୍ ଲାଗିଲା। ସତରେ ମୁହଁ ଖୋଲି କିଛି ନ କହିଲେ ନାହିଁ , ସ୍ୱପ୍ନରେ ଆସି କହି ଯିବ ବୋଲି ଆଶା। ନଟ ନାଗର ହେ! କେତେ ନାଟ ଲଗାଅ ତୁମେ, ଯିଏ ବୁଝେ ସେ ମଧ୍ୟ ଅବୁଝା ରହି ଯାଏ। ତୁମ ସୃଷ୍ଟି ମଧ୍ୟ ବିଚିତ୍ର ଜମା ବୁଝି ହୁଏନା। ତୁମକୁ ଯେତେବେଳେ ବୁଝି ହୁଏନା ସେତେବେଳେ ତୁମ ସୃଷ୍ଟି କୁ କିଏ ବା ବୁଝିବ?.. ଛପନ ଭୋଗ ଠାରୁ ଅଧିକ ସ୍ଵାଦିଷ୍ଟ ତୁମକୁ ସବରୀର ଅଇଁଠା କୋଳି , ବିଦୁର ଘରର ଶାଗ ଭଜା ଓ ଗରିବ ସୁଦାମାଙ୍କ ଖୁଦ ଭଜା ଭଲ ଲାଗେ ପରା। ଘଣ୍ଟ,ଘଣ୍ଟା ଶଙ୍ଖ ହୁଳହୁଳି, ଯଜ୍ଞ ଯଜ୍ଞାଦି ଯେତେ କରିଲେ ମଧ୍ୟ ତୁମେ ଆସନା..... କିନ୍ତୁ ଦ୍ରୋପଦିର କେତେ ସୁଖ କେତେ ଦୁଃଖ ସତେ ଲେଖି ଦେଇଛ ଭାଗ୍ୟରେ। ୪) ଅସମୟ ଅପରାହ୍ନର ବର୍ଷାରେ,ପାହାଡ଼ ପାଦଦେଶରେ ଥିବା ଛୋଟିଆ ଗାଁ ଟିର ଲୋକମାନେ ତତ୍ପରତା ର ସହ ନିଜ ନିଜ ଜିନିଷ ତଥା ଶୁଖିଲା ଲଙ୍କା , ପାମ୍ପଡ଼ ଓ ଜାଳେଣି କାଠ ସବୁ ସାଉଁଣ୍ଟିବାରେ ବ୍ୟସ୍ତ ଥାଆନ୍ତି। ପାହାଡ଼ ଉପରେ କଳା ହାଣ୍ଡିଆ ମେଘ ଢାଙ୍କି ରଖିଥାଏ, କିନ୍ତୁ ଅପର ପାର୍ଶ୍ଵରେ ସୂର୍ଯ୍ୟ ଯେପରି ନ ଲୁଚିବା ପାଇଁ ରାଣ ଖାଇ ଆସିଛନ୍ତି। ଗଛଲତା ଅଳ୍ପ ଉନ୍ମାଦ ହୋଇ ଦୋହଲି ଦୋହଲି ବର୍ଷାର ସ୍ବାଗତ କରୁଥିବା ବେଳେ, ବର୍ଷା କିନ୍ତୁ ଫୁଲେଇ ହେଉଥାଏ, ବେଳେ ବେଳେ ବଡ଼ ବଡ଼ ବରକୋଳିଆ ଟୋପା କେତୋଟା ପକେଇ ଦେଇ ପୁଣି କିଛି ମୁହୂର୍ତ୍ତ ପାଇଁ ହଜିଯାଏ। ଅପରାହ୍ନ ସମୟରେ ବର୍ଷାର ଦୃଶ୍ୟ ଖୁବ୍ ମନୋରମ ଓ ରୋମାଞ୍ଚକର ଥାଏ। ସେଇ ପାହାଡ଼ ପାଦ ଦେଶରେ ଛୋଟ ଛୋଟ କୁଡ଼ିଆ କରି ରହୁଥିବା ଲୋକମାନେ ମଧ୍ୟ ଖୁବ୍ ନିଆରା, ମନୋରମ ଏବଂ ରୋମାଞ୍ଚକର। କାଠରେ ତିଆରି ସେଇ ଦୋତାଲା ଘର ଗୋଡ଼ିକ ସତରେ ମନ କିଣି ନେଉଥାନ୍ତି। ବର୍ଷା ଟିକେ ଛାଡ଼ିଥାଏ, ସୂର୍ଯ୍ୟ ମେଘମାଳା ଭିତରୁ କଣେଇ ଚାହୁଁଥାନ୍ତି। ଏତିକି ବେଳେ ଜଣେ ପରଦେଶୀ ଚାଲି ଚାଲି ଆସି ପହଁଚିଲେ ସେଇ ଛୋଟ ଗାଁ ଟିରେ। ଅବଶ୍ୟ ଏହି ଉଗ୍ର ଆଧୁନିକତାକୁ ଦେଖି ନଥିବା କି ଅନୁଭବ କରି ନଥିବା ଲୋକ ମାନଙ୍କ ପାଇଁ ସେ ବାବୁ ଜଣଙ୍କ ପରଦେଶୀ ହିଁ ହେବେ। କୁର୍ତା ଓ ପାଇଜାମା ସହ କାନ୍ଧରେ ପକାଇଥାନ୍ତି ଗୋଟିଏ ଝୁଲା ବ୍ୟାଗ୍, ପ୍ରାୟ ଆଣ୍ଠୁ ଯାଏଁ ଲମ୍ବିଛି। ପ୍ରାୟ ଛଅ ଫୁଟ ଉଚ୍ଚ, ଉଜ୍ବଳ ଚେହେରା, ମୁହଁରେ ଅଳ୍ପ ଅଳ୍ପ ଦାଢ଼ି ସହ ଶାଳିନତା ର ସହ କୁଣ୍ଡାଇଥିବା କେଶ ରାଶି ତାଙ୍କୁ ଖୁବ୍ ମାନୁଥାଏ । ଗୋରା ତକ ତକ ଗାଲରେ ତାଙ୍କର ସେ ଭଉଁରୀ ତାଙ୍କ ସୁନ୍ଦରତା କୁ ଦ୍ଵିଗୁଣିତ କରୁଥାଏ। ସେ ଚାଲି ଚାଲି ଦୁଇ ତିନୋଟି ଘର ଡେଇଁ ସାରିଲା ପରେ ହଠାତ୍ ଜଣେ ଲୋକ ଆସି ତାଙ୍କୁ ନମସ୍କାର ହେଲେ, ସେ ବାବୁ ଜଣଙ୍କ ମଧ୍ୟ ପ୍ରତି ନମସ୍କାର କଲେ। ସେ ଲୋକ ଜଣଙ୍କ ସଭ୍ୟ ଓ ଶିକ୍ଷିତ ଲାଗୁଥିଲେ, ବାବୁ ଜଣଙ୍କୁ ନିଜର ପରିଚୟ ହରିହର ବୋଲି ଦେଇ ତାଙ୍କୁ ହରି ଭାଇନା ଡାକିବା ପାଇଁ କହିଲେ। - ‘ ଆଛା ଆପଣ ତାହେଲେ ହରି ଭାଇନା, ଯିଏ ଏହି ଗ୍ରାମର ଠିକଣା ଦେଇଥିଲେ। ’ ଯୁବକ ଜଣକ ପ୍ରଶ୍ନ କରିଲେ। - ‘ ଆଜ୍ଞା ହଁ। ’ ଦୁହେଁ ପରସ୍ପର କଥାବାର୍ତ୍ତା ହୋଇ ଆଗକୁ ଚାଲିଲେ। - ‘ଆପଣ କଣ ଅଶରିରୀମାନଙ୍କୁ ବିଶ୍ୱାସ କରନ୍ତି?’ ଯୁବକ ଜଣଙ୍କ ପୁନଃ ପ୍ରଶ୍ନ କରିଲେ। |
12 | ୧) ମୁଁ କିଛି ଦିନ ତଳେ କୌଣସି ଏକ କାମରେ ବ୍ୟାଙ୍କକୁ ଯାଇଥିଲି । ବ୍ୟାଙ୍କର ମ୍ୟାନେଜର ଏକ କଥା ପ୍ରସଙ୍ଗରେ ସମସ୍ତଙ୍କୁ କହିଲେ କି ସେ ଜଣେ ବ୍ୟବସାୟୀଙ୍କୁ ଋଣ ମଂଜୁର କରିବା ପୂର୍ବରୁ ଯାଂଚ କରିବା ପାଇଁ ତାଙ୍କ ଘରକୁ ଯାଇଥିଲେ । ସେହି ବ୍ୟବସାୟୀ ଜଣକ ଏକ୍ସପୋର୍ଟ-ଇମ୍ପୋର୍ଟ ବିଜନେସ କରନ୍ତି । ତାଙ୍କ ସମ୍ପତ୍ତିର ମୂଲ୍ୟ ପ୍ରାୟ ୩୦୦ କୋଟି ଟଙ୍କାରୁ ଉର୍ଦ୍ଧ୍ୱ ହେବ । ତାଙ୍କର ବିଳାସମୟ ଅଟ୍ଟାଳିକା ବାହାରେ ପାଂଚଟି ଦାମୀ ଗାଡି ଥୁଆ ହୋଇଥିବାର ବ୍ୟାଙ୍କ ମ୍ୟାନେଜର ଦେଖିଲେ । ସେଇ ଗାଡିଗୁଡିକ ଭିତରେ ମର୍ସିଡିଜ, ଅଡି ଓ ବିଏମଡବଲ୍ୟୁ କାର୍ ବି ସାମିଲ ଥିଲା । ତାଙ୍କ ଘରର ମୁଖ୍ୟ ପ୍ରବେଶ ଦ୍ୱାରରେ ଲାଗିଥିବା ଡୋରର ମୂଲ୍ୟ ପ୍ରାୟ ୧୦-୨୦ ଲକ୍ଷରୁ ଅଧିକ ହେବ । ଘର ସାରା ଇଟାଲୀରୁ ଆମଦାନୀ କରାଯାଇଥିବା ଦାମୀ ମାର୍ବଲ ଲଗାଯାଇଥିଲା । ରୋଷେଇ ଘରେ ଏକ ବିରାଟ ଡ୍ରମରେ ପିଆଜ ଭର୍ତ୍ତି କରି ରଖାଯାଇଥିଲା । ସେଇ ଘରର ମୂଲ୍ୟ ବି ୧୦-୨୦ କୋଟିରୁ କମ୍ ହେବନି । କିନ୍ତୁ ସେଇ ଘର କୁଆଡେ ଉକ୍ତ ବ୍ୟବସାୟୀଙ୍କର ପସନ୍ଦ ହେଉନଥିଲା । ତେଣୁ ସେ ତା’କୁ ଛାଡି ତା’ ଠାରୁ ଆହୁରି ଏକ ବିଳାସମୟ ବଙ୍ଗଳା କ୍ରୟ କରିଥିଲେ । ଜାଣିଛୁ ଝିଅ! ମୁଁ ତୋତେ ଏବେ ଏଇ କଥାଟି କାହିଁକି କହିଲି? କାରଣ ମୁଁ ଘରକୁ ପିଆଜ କିଲେ ଆଣିଥିଲେ ଯଦି ସରିଗଲା ତୋ ମାଆକୁ ପଚାରେ- ମୁଁ ପରା ଦୁଇ ଦିନ ତଳେ କିଲେ ପିଆଜ ଆଣିଥିଲି! ଆଜି ପିଆଜ ସରିଗଲା! ମାଆରେ! ଗୋଟାଏ ପଟରେ ଜଣକ ଘରେ ଡ୍ରମ ଭର୍ତ୍ତି ପିଆଜ ଥୁଆ ହୋଇଛି । ଆଉ ଆର ପଟରେ, ଆମ ଘରେ ପିଆଜ କିଲେ ଦୁଇ ଦିନରେ ସରିଗଲେ ଆମର ଚିନ୍ତା ବଢିଯାଉଛି । ଏଥିରୁ କିଛି ବୁଝୁଛୁ ? ସବୁବେଳେ ଗୋଟିଏ କଥା ମନେ ରଖିଥା । ଆମେ ହେଉଛୁ ତଳ ପାହାଚର ମଣିଷ । ଆମର ଆୟ,ଖୁସି ଓ ସ୍ୱପ୍ନ ସବୁ ସୀମିତ । ଆମେ ଯେତେ ଚେଷ୍ଟା କଲେ ଓ ଯେତେ ବାଡେଇଛାଟି ହେଲେ ବି ଗୋଟିଏ ନିର୍ଦ୍ଦିଷ୍ଟ ସୀମାରୁ ଉପରକୁ ଯାଇପାରିବା ନାହିଁ । ତେଣୁ ତୁ ଏତେ ବଡ ବଡ ସ୍ୱପ୍ନ ଦେଖେନା କି ଏତେ ଉଚ୍ଚରେ ଉଡିବାକୁ ଚେଷ୍ଟା କରନା । ଯଦି କରିବୁ, ତା’ହେଲେ ଖାଲି ପୁଳାପୁଳା ଦୁଃଖ ଓ ସ୍ୱପ୍ନଭଙ୍ଗ ଜନିତ ନିରାଶାକୁ ସାଉଁଟିବୁ । ୨) ଭାଇ, ଆଉ କହ । କ’ଣ ସବୁ ତୋ ଖବର ? ମୀନୁ ପ୍ରଶ୍ନ କଲା ତା’ ଭାଇ ଜଗାକୁ । ଜଗା ବେଙ୍ଗାଲୁରୁରେ ଚାକିରି କରୁଥିଲା । ଏଠି ସେ ପାଂଚ-ସାତ ବର୍ଷ ରହିଲାଣି । ମୀନୁ କିନ୍ତୁ ପୂର୍ବରୁ କେବେ ତା’ ପାଖକୁ ଆସିନଥିଲା । ଭାଇ-ଭାଉଜ ଉଭୟ ତା’କୁ ବହୁତ ଥର କହିଥିଲେ କି ସେଠାକୁ ଥରେ ଆସି ବୁଲିଯିବାକୁ । ହେଲେ ମୀନୁ ତା’ ଶାଶୂଘର ଜଂଜାଳରେ ଏତେ ବ୍ୟସ୍ତ ରହୁଥିଲା ଯେ ଆଦୌ ସେଥିପାଇଁ ସମୟ ବାହାର କରିପାରୁନଥିଲା । ତା’ର ଅଲଗା କିଛି ସମସ୍ୟା ବି ଥିଲା । ହେଲେ ଏତେ ବର୍ଷ ପରେ ତା’ ପାଦ ସେଠି ପଡିଛି । ଲାଗୁଥିଲା ଯେମିତି ଏଥରକ ସବୁ ଗ୍ରହ, ନକ୍ଷତ୍ର ସୁଝିଛନ୍ତି । ଭାଇ ପାଖରେ ପହଂଚିବା ପରେ ଦୁହେଁ କଥା ହେବା ସକାଶେ ବାଲକୋନିରେ ପଡିଥିବା ଦୁଇଟା ବେତ ଚେୟାରରେ ବସିପଡିଲେ । ମୀନୁର ଭାଉଜ ସେମାନଙ୍କ ପାଇଁ ଚା’ ଓ ଜଳଖିଆ ବନାଇବା ପାଇଁ କିଚେନ୍ରେ ଥିଲା । ଆଉ ସେଇ ସମୟରେ ମୀନୁ ତା’ଭାଇକୁ ଉପରୋକ୍ତ ପ୍ରଶ୍ନ ପଚାରିଥିଲା । ତା’ ଜବାବରେ ଜଗା କହିଲା କି ତା’ର ସବୁ ଠିକ୍ଠାକ୍ ଚାଲିଛି । ସେ ଇଂଜିନିୟର ଭାବେ କଂପାନିରେ ଜଏନ କରିଥିଲା । ଏବେ ମ୍ୟାନେଜର ପୋଷ୍ଟକୁ ଚାଲି ଆସିଲାଣି । ଦରମା ବି ଭଲ ପାଉଛି । ମାସକୁ ପ୍ରାୟ ୨,୮୦,୦୦୦ ଟଙ୍କା । କଂପାନି ତରଫରୁ ରହିବା ପାଇଁ ତା’କୁ କ୍ୱାର୍ଟର୍ସ ସହ ଅନ୍ୟ କିଛି ସୁବିଧା ବି ମିଳୁଛି । ଏବର୍ଷ ସେ ସିନିୟର ମ୍ୟାନେଜର ପୋଷ୍ଟକୁ ପ୍ରମୋସନ ପାଇପାରେ । ଏମିତି ହେଲେ ତା’ ଦରମା ଆହୁରି ବଢ଼ିଯିବ । ତେଣୁ ମୋଟାମୋଟି ଭାବେ କହିବାକୁ ଗଲେ ଅଫିସକୁ ନେଇ ତା’ର ସେମିତି କିଛି ଟେନ୍ସନ ନାହିଁ । ଏତିକିରେ ମୀନୁ କହିଲା, ଭାଇ! ତୁ ତ ତୋ ଅଫିସ କଥା କହିଲୁ । ଟିକେ ଭାଉଜଙ୍କ କଥା କହ । ଭାଉଜ ତୋର ଦେଖାଶୁଣା ଠିକ୍ ଭାବେ କରୁଛନ୍ତି ତ? ଆଉ ରୋଷେଇ କେମିତି କରୁଛନ୍ତି? ସେ ତ ବହୁତ ପ୍ରକାର ଆଇଟମ ବନାଇ ଜାଣନ୍ତି । ତୋର ତ ମଜା । ଡେଲି ଡେଲି ରାଜଭୋଗ ଖାଉଥିବୁ, ନା? ମୀନୁ କଥା ଶୁଣି ଜଗା କହିଲା, ହଁ, ତୋ ଭାଉଜ ଭଲ ରାନ୍ଧେ । ବହୁତ ପ୍ରକାର ଆଇଟମ ବି ଜାଣିଛି । ସେ ସବୁବେଳେ କିଛି ନୂଆ ଆଇଟମ୍ କରିବାକୁ ଭଲ ପାଏ । ନିଜେ ଜାଣିନଥିଲେ ୟା’କୁ ତା’କୁ ପଚାରିକି ହେଉ ନଚେତ ୟୁଟ୍ୟୁବ୍ରୁ ଦେଖିକି ହେଉ, ସେ ତା’ର ପ୍ରୋସେସ୍ଟା ଶିଖେ ଆଉ ତା’କୁ ଇମ୍ପ୍ଲିମେଣ୍ଟ ବି କରେ । ତା’ ତରଫରୁ ତ ସେ କିଛି ଅଭାବ ରଖେନି । ହେଲେ ମୋତେ କାହିଁକି ସେସବୁ ଖାଇବା ପରେ ବି ଶାନ୍ତି ମିଳେନି । ଆମ ବୋଉ ହାତରନ୍ଧା ଖାଇଲେ ଯେମିତି ଶାନ୍ତି ମିଳେ, ଏସବୁ ଖାଇଲେ ସେମିତି ଲାଗେନି । ଆମ ବୋଊ ମୁଗ ଡାଲିରେ ଆଳୁ, ସାରୁ ,ଓଉ ପକାଇ ଯୋଉ ଡାଲମା କରେ, ତା’ର ସ୍ୱାଦ ସାଙ୍ଗରେ କିଛି ବି ସମାନ ହେବନି । ଖାଲି କ’ଣ ସେତିକି, ଆମ ବୋଉ ହାତ ତିଆରି ଶାଗ ତରକାରୀ, ମସଲା ଦିଆ ଆଳୁ ଭଜା ଓ ପିଆଜ ଜରା ଭର୍ତ୍ତାର ଟେଷ୍ଟ କୋଉ କମ କି? ମୋର ତ ସବୁବେଳେ ମୋ ବୋଉ ହାତ ତିଆରି ସେଇ ସବୁ ଜିନିଷ ଖାଇବାକୁ ଇଛା ହେଉଛି? ହେଲେ ମୁଁ ଜାଣିଛି, ମୋର ସେଇ ଇଛା ଆଉ କେବେ ବି ପୂରଣ ହୋଇପାରିବନି । ୮ ବର୍ଷ ହେଲାଣି ବୋଉ ଏଦୁନିଆରୁ ଗଲାଣି । ତେଣୁ ମୋର ଇଛା ପୂରଣ ହେବ କେମିତି?କମସେକମ ଏ ଜନ୍ମରେ ତ ହେବନି । ଏତିକି କହି ଜଗା ଚୁପ୍ ରହିଲା । ତା’ ଆଖିରେ କେଇ ବୁନ୍ଦା ଲୁହ ଜକେଇ ଆସିଥିଲା । ମୀନୁ ଚୁପ୍ଚାପ୍ ଭାଇ କଥା ଶୁଣୁଥିଲା । କିନ୍ତୁ ସେଇ ସମୟରେ ତା’ ବୋଉକୁ ନେଇ କିଛି ପୁରୁଣା ସ୍ମୃତି ତା’ ଆଖି ଆଗରେ ଝଲ୍ସି ଯାଉଥିଲା । ୩) ବାପା ବି ନା ଆଜିକାଲି ଯୋଉ ବାଗ ହେଉଛନ୍ତି, ମୋତେ ଚିଡି ଲାଗିଲାଣି । ରେଗୁଲାରଲି ଖବର ପଠେଇ ଦେଉଛନ୍ତି ପଇସା ପଠା । ଏବେ ଧାନ ରୁଆ ହେବ, ଗୁହାଳ ଘର ଛପର ହେବ, ବିହନ କିଣା ହେବ, ସାର ଆସିବ, ଘର ଆଗଟା ପଲସ୍ତରା ହେବ, ଅମୁକ ବନ୍ଧୁ ଘରକୁ ବେଭାର ପଠା ହେବ. ମୋର ଆଖି ଅପରେସନ ହେବ, ତୋ ବୋଉର ମେଡିସିନ୍ ଆସିବ- ଏମିତି ହଜାରେ ବାହାନା । ପୁଣି କହିବେ କ’ଣ ନା? ମୁଁ ପରା ତୋତେ ମଣିଷ କରିଛି । ତୁ ଯଦି ନ ଅନେଇବୁ, ତାହାହେଲେ ଏସବୁ କାମ ହେବ କେମିତି? ଆରେ ମୁଁ ବୁଝୁଛି ଯେ ଏସବୁ କାମ ପାଇଁ ଟଙ୍କା ଦରକାର । କିନ୍ତୁ ସବୁବେଳେ ମୋ ହାତକୁ ଅନିଶା କରିବା ଠିକ୍ କି? ଆରେ ମୋର ବି ତ ଖର୍ଚ୍ଚବାଚ ଅଛି । ମୋର ପିଲାଛୁଆ ଅଛନ୍ତି । ଆମେ ଏଠି ସହରରେ ରହୁଛୁ ଯୋଉଠି ପାଣି ଠାରୁ ପବନ ଯାଏଁ ସବୁ କିଣା । ମୋ ପିଲା ପାଠ ପଢୁଛନ୍ତି । ଘର ଭଡା ବି ବହୁତ ବଢିଗଲାଣି । ମୁଁ ବି ବେଳେବେଳେ ଅଭାବରେ ପଡୁଛି । ତେଣୁ ସବୁବେଳେ ମୁଁ ତାଙ୍କୁ ଦେବାକୁ ଟଙ୍କା କୋଉଠୁ ଆଣିବି ଯେ? କାଇଁ, ତମର ତ ଆଉ ଗୋଟାଏ ପୁଅ ବି ଅଛି । ତା’କୁ ପଇସା ମାଗୁନା! ଓଃ. ସେ କମ୍ ଆୟ କରୁଛି ବୋଲି ତା’କୁ କ’ଣ ଛାଡ କରି ଦିଆଯାଇଛି? ଆଉ ମୁଁ ଅଧିକ ଟଙ୍କା କମଉଛି ବୋଲି ସେଇଟା କ’ଣ ମୋର ଦୋଷ? ସବୁତକ ବୋଝ ମୋରି ମୁଣ୍ଡ ଉପରେ ଲଦି ଦିଆ ହେବ । ଆଉ ମୋତେ କାରଣ ଭାବେ କୁହାହେବ କି ମୁଁ ତୋତେ ମଣିଷ କରିଛି । ମୋ କହିବା କଥା ହେଲା ଯଦି ତୁମେ ଏମିତି ସମସ୍ତଙ୍କୁ ମଣିଷ କରିପାରୁଛ, ତାହାହେଲେ ଖାଲି ନିଜ ବଡପୁଅକୁ କାହିଁକି ମଣିଷ କଲ? ସାନପୁଅକୁ କାହିଁକି ମଣିଷ କରିପାରିଲନି? ତା’କୁ ସେମିତି ଯୋଗ୍ୟ କଲନି, ସେ ବି ମୋ ପରିକା କମାଇ ଥାଆନ୍ତା! ବାପାଙ୍କୁ କିଛି ନକହିଲାରୁ ତାଙ୍କର ଗୋଟାଏ ଅଭ୍ୟାସ ପଡିଗଲାଣି । ଏଥରକ କିନ୍ତୁ ମୁଁ ଠିକ୍ କରିଛି ଲିପ୍ସା, ମୁଁ ତାଙ୍କୁ ସିଧାସିଧା କହିଦେବି କି ମୁଁ ଆଉ ତାଙ୍କୁ ସବୁବେଳେ ପଇସା ଦେଇପାରିବି ନାହିଁ । ସେ ଯାହା କରିବା କଥା କରନ୍ତୁ । ୪) ଟିପୁ କୁଆଡେ ନାଗପୁରରେ ଗୋଟାଏ ଘର କିଣିଛି । ଫଟୋ ଛାଡିଥିଲା ହ୍ୱାଟ୍ସଆପ୍ରେ । ସେଇ ଘର ଯେମିତିକା ହୋଇଛି, ତା’ର ମୂଲ୍ୟ କୋଟିଏ ଟଙ୍କାରୁ ଅଧିକ ହୋଇଥିବ । ଗାଁରେ ଥିବା ଦୁଇ ମହଲା ଘରକୁ ବାଗେଇ କି ପୂରା ଚକ୍ଚକ୍ କରିଦେଇଛି । ଦେଖିଲେ ଆଖି ଝଲସି ଉଠିବ । ସେଥିରେ ବି ୧୦-୨୦ ଲକ୍ଷ ଟଙ୍କା ଖର୍ଚ୍ଚ କରିଛି । ପୁଣି ଦୁଇ ଦିନ ତଳେ ୧୮ ଲକ୍ଷ ଟଙ୍କା ଦେଇ ଗୋଟାଏ ନୂଆ କାର୍ କିଣିଛି । ଧିକ୍ ଏମିତିଆ ପୁଅକୁ । ଧିକ ତା’ ଘର ଆଉ ଗାଡିକୁ । ଗାଁରେ ମାଅଟା ବିଛଣାରେ ପଡିଛି । ସେଇଠି ହଗମୂତ କରୁଛି । ନା ଭଲକରି ଗଣ୍ଡାଏ ଖାଇବାକୁ ପାଉଛି, ନା ଔଷଧ । ଯୋଉ ପୁଅଟା ପାଖରେ ଅଛି, ତା’ର ଏତେ ଅଭାବ ଯେ ସେ ନିଜ ପରିବାର ଠିକ୍ରେ ଚଳାଇ ପାରୁନି । ଯାହା ଯେମିତି ଦେଇକି ମାଆକୁ ଖାଲି ବଂଚେଇକି ରଖିଛି । ବୁଢୀଟା ଭାରି ହୀନିମାନ ହେଉଛି । ତା’ ବୟସ ଥିଲାବେଳେ ପୂରା ଖଂଜାକଯାକର କାମ ସେ ଏକା ସମ୍ଭାଳୁଥିଲା । ପରିବାରରେ ୧୮ ଜଣ ସଦସ୍ୟ ଥିଲେ । ସେ ସମସ୍ତଙ୍କ କଥା ବୁଝୁଥିଲା । ତା’ ଜୀବନରେ ସେ ବହୁତ ଖଟିଛି । ସମସ୍ତଙ୍କ ପାଇଁ ବହୁତ କରିଛି ବି । ହେଲେ କେହି ବି ତା’କୁ ଅନାଇଲେ ନାହିଁ । ଅନ୍ୟମାନଙ୍କ କଥା ଛାଡ । ତୁ ପୁଅଟା, ତୁ ପଚାରିବୁନି? ତୁ ଏତେ ଟଙ୍କା ଦେଇ ଘର କରୁଛୁ, ଗାଡି କିଣୁଛୂ; କାଇଁ ମାଆ ପାଇଁ ପ୍ରତିମାସରେ ୪-୫ ହଜାର ଟଙ୍କା ଗାଁକୁ ପଠାଉନୁ । ଯଦି ଆର ଭାଇ ପାଖରେ ପଇସା ନାହିଁ, ତୁ ତା’କୁ ପଇସା ଦେଇ ନିଜ ମାଆର ଉପଯୁକ୍ତ ଚିକିତ୍ସା ବ୍ୟବସ୍ଥା କରୁନୁ । ନା, ସେମିତି କରିବନି । ମାଆ ବଂଚିଥିଲାବେଳେ ତା’ ପାଇଁ ଦି’ ପଇସା ଖର୍ଚ୍ଚ କରିବନି । କିନ୍ତୁ ମାଆ ମରିଗଲା ପରେ ବାର ଦିନରେ ଗାଁ ଲୋକଙ୍କୁ ମାଛ ଭୋଜି ଖୋଇବ । ପୁଣି କହିବ କି ଜଣକୁ ଚାରି ପିସ୍ ଲେଖାଏଁ ମାଛ ଦିଅ । ବାପା ମଲା ବେଳେ ବି ଠିକ୍ ଏମିତି କରିଥିଲା । ଧନ୍ୟରେ.. , ଏମିତିଆ ପୁଅ । ବୁଝିଲ ଭାଇ! ଦୁନିଆରେ ମୁଁ ବହୁତ ଖରାପ ଲୋକ ଦେଖିଛି । କିନ୍ତୁ ୟା’ ଭଳିଆ ମୁଁ କୋଉଠି ଦେଖିନି! |
13 | ୧) ଯୁଗ ହୁଏତ ଆଗକୁ ବଢ଼ିବାରେ ଲାଗିଛି କିନ୍ତୁ ଆମ ମାନଙ୍କର ମାନସିକତା ...?? ଆମେ ନିଜକୁ ନିଜେ ପ୍ରଶ୍ନ କରିବା ସମୟ ଆସି ଯାଇଚି । କିନ୍ନର ଆମେ ଏମିତି ହଇରାଣ କରି ପାଉଚେ କଣ ? ବେରୋଜଗାରି , ଅସାମାଜିକ ଚିନ୍ତା ଆଉ ଚେତନା ? ଆଚ୍ଛା ଚିନ୍ତା କଲେ ସମାଜର ଦ୍ୱାହି ଦେଇ ଏମାନଙ୍କୁ ଆମେ ବାପା ମାଆ ଆମଠାରୁ ଅଲଗା କରି ଖୁସିରେ ରହି ପାରୁଚେ ତ ନିଶ୍ଚିନ୍ତ ରେ ରହି ପାରୁଚେ ତ ? ତେବେ କୋଉଥି ପାଇଁ ଏସବୁ ?? ଛାଡ଼ନ୍ତୁ ......ଏସବୁ ଆପଣ ମାନଙ୍କୁ କହିବା ଯାହା ଅନ୍ଧ ଆଖିରେ ଆଙ୍ଗୁଠି ଗେଞ୍ଜିବା ତାହା ! ୨)ତା ଗାଢୁଆ ଆଖି କୋଣରେ ଲାଖି ରହିଥିବା ଲୁହର ଲିରିକ୍ ମାନେ ବାରମ୍ବାର ସମାଧି ନେଇଛନ୍ତି !! ମୁଁ ତାକୁ ବୁଝେବାକୁ ଯାଇ ପାରେନା ଗୋଡ଼ ଦି' ଟା ମୋର ସେଇଠି ଅଟକି ଯାଏ ! ଜାଣିଚି ଜନ ସମୁଦ୍ର ଭିତରକୁ ସେ ଥରେ ପଶିଗଲେ ,କଣ ତାର ହବ ଯେ, ସେଇ ହିଁ ଜାଣେ ! କ୍ଷୀଣ ଶରୀରଟା ତାର କାହିଁ ହଜିଯିବ ! ବହୁତ କଷ୍ଟ ଯନ୍ତ୍ରଣା ହବ ତାକୁ !! ତଥାପି ଆଜି ଆଉ ତାକୁ ଜମା ରୋକି ପାରିଲିନି। ୩)ଏମିତି ରେ ସହି ସହି ଦେହ ତାର ସିଝି ଯାଇଥିଲା ! ଏମିତି କି ଦରକାର ପଡିଲେ ହାତ ଉଠେଇବାକୁ ପଛେଇ ଯାଉ ନଥିଲେ ଅସୀମା ଦେବୀ !ସୁରଭି ବେଳେବେଳେ ପ୍ରତିବାଦ କ୍ଷୀଣ ସ୍ୱର ଉଠାଏ ହେଲେ ତା କଥା ଗୁଡିକରେ ମାଟି ପଡ଼ିଯାଏ ଘର ଲୋକଙ୍କ ଦୃଢ଼ ଆଉ ରୁକ୍ଷ କଥାରେ ! ଆସ୍ତେ ଆସ୍ତେ ସୁରଭି ଏକବାରେ ଚୁପ ହୋଇଗଲା । ତା ଭିତରେ ଥିବା ମହୁକୁ , ମହ ମହ ସୁରଭିକୁ ମନ ଫରୁଆରେ ଜୋର ଜବରଦସ୍ତ ବନ୍ଦ କରି ରଖିଦେଲା ......!!! |
14 | ୧) ସନ୍ଧ୍ୟାର ଆଗମନରେ ଆହୁରି ଗୁଞ୍ଜରିତ ହେଉଥିଲା ଅନେକ ବିଳାପର ଧ୍ବନି। ସେ ଧ୍ବନିରେ ବିଦ୍ଧ ହେଉଥିଲା ତା'ର କର୍ଣ୍ଣ, ମସ୍ତିଷ୍କ ଓ ହୃଦୟ। ଆପଣା ରାଜ୍ୟ ବିଜୟ ବାନା ଉଡ଼େଇ ରଣକ୍ଷେତ୍ରରୁ ପ୍ରତ୍ୟାଗମନ କରୁଥିଲା। କିନ୍ତୁ ସବୁ ନଜରକୁ ଆଢ଼ୁଆଳ କରି ସେ ଛୁଟିଗଲା ନିଜ ପ୍ରତିଶ୍ରୁତିର ମୂକସାକ୍ଷୀ ସେହି ବୃନ୍ଦା ଘାଟକୁ। ତା' କ୍ଷତବିକ୍ଷତ ଶରୀରକୁ ଅଟକାଇ ପାରିଲାନି ବେପରୁଆ ପାଦ ଯୋଡ଼ିକ। ସେଠି ପହଞ୍ଚି ଆଣ୍ଠୁ ମାଡ଼ି ବସି ପଡ଼ିଲା ସେ। ସାନ୍ଧ୍ଯ ସୂର୍ଯ୍ୟର ଲାଲିମାରେ ନିଜକୁ ଉପହାସିତ ମନେକରି ଯୁଦ୍ଧକ୍ଷେତ୍ରର ଲାଲିମା ସହ ତୁଳନାରେ ସେ ଅନୁତପ୍ତ ହେଉଥିଲା ନିଜ ଭିତରେ। ରକ୍ତ ରଞ୍ଜିତ ନଦୀର ଜଳଧାରାରେ ସେ ଦେଖୁଥିଲା ମୃତ ସୈନିକଙ୍କ ଶୋକସନ୍ତପ୍ତ ପରିଜନଙ୍କୁ। ଘୋଡ଼ାର ଟପ୍ ଟପ୍ ଶବ୍ଦରେ ତା' ଧ୍ୟାନ ଭଗ୍ନ ହେଲା। ତା' ଆଖିରେ ଚମକ ଖେଳିଗଲା। ପଛକୁ ବୁଲିପଡ଼ି ଓଠରେ ସେହି ଚିର ପରିଚିତ ହସ ନେଇ କହିଲା ; "ତମସା, ମୁଁ ଜାଣିଥିଲି ତମେ ନିଶ୍ଚୟ ଆସିବ।"ଯୁଦ୍ଧ ପୋଷାକ ପରିହିତା ଆହତ ଯୋଦ୍ଧାଟି ଅତି ସନ୍ତର୍ପଣରେ ଘୋଡ଼ାରୁ ଓହ୍ଲାଇ ପଡ଼ି ଘୋଡ଼ାକୁ ଧିରେ ଆଉଁସି ଦେଲା। ଘୋଡ଼ାଟି ପୁଣି ଫେରି ଚାଲିଗଲା। ମୁଖକୁ ଆବୃତ କରିଥିବା ପଗଡ଼ିର ଶେଷ ଭାଗକୁ ଖୋଲିଦେଇ ସେ କହିଲା, "ସୂର୍ଯ୍ୟୋଦୟ, ଆସିନଥାନ୍ତି କିପରି? କ୍ଷତ୍ରିୟ ନିଜ ଜୀବନ ପ୍ରତି ବଦଳରେ ବି ପ୍ରତିଜ୍ଞା ପୂର୍ଣ୍ଣ କରେ। ଯେବେ ରଣକ୍ଷେତ୍ରରେ ତୁମ ତରବାରୀ ମୋ ଶରୀରକୁ ବିଦ୍ଧ କଲା ଗୋଟିଏ ମୁହୂର୍ତ୍ତ ପାଇଁ ତୁମରି ହାତରେ ବୀରଗତି ପ୍ରାପ୍ତ କରିବାକୁ ମନ ବ୍ୟାକୁଳ ହେଇଥିଲା। କିନ୍ତୁ ପ୍ରତିଶ୍ରୁତିର ଜଞ୍ଜିର ମୋତେ ଟାଣିଆଣିଲା ଏଠାକୁ।" ସୂର୍ଯ୍ୟୋଦୟ ତା'ଆଡ଼କୁ ହାତ ବଢ଼େଇ କହିଲା, "ରାଜସନ୍ତାନର କର୍ତ୍ତବ୍ୟ ସମାପନ ପରେ ଏବେ ପ୍ରତିଶ୍ରୁତି ପୂର୍ଣ୍ଣ କରିବାର ସମୟ ଆସିଯାଇଛି।" ତମସା ତା' ହାତ ଉପରେ ହାତ ରଖି କହିଲା, "ତାହେଲେ ଚାଲ ଏଥର" ଦୁହେଁ ପରସ୍ପରର ହାତ ଧରା ଧରି ହେଇ ଆଗକୁ ବଢ଼ିଗଲେ। ସୂର୍ଯ୍ୟର ତୀର୍ଯ୍ୟକ କିରଣରେ ଦୁଇଟି ଛାୟାମୂର୍ତ୍ତି ନଦୀର ଗଭୀର ଜଳରେ ଲୀନ ହେଇଗଲେ। ୨) "ଆଉ କେତେ ବାଟ ଯିବାକୁ ଅଛି 'କୁହୁ'। ଆମେ ପାଖାପାଖି ଅଧଘଣ୍ଟା ହେଲାଣି ଚାଲିଛୁ।" "ଓହୋଃ, ବୀରେନ୍ ଅପେକ୍ଷାର ଫଳ ମିଠା। ଆଜି ତୁମକୁ ତୁମ ସ୍ବପ୍ନର ରାଜ୍ୟରେ ବୁଲେଇ ଆଣିବି।" କୁହୁ କହିଲା। "ତିନି ଘଣ୍ଟା ଗାଡ଼ି ଚଲେଇ ମୁଁ ଥକି ଯାଇଛି, ସେଥିରେ ପୁଣି ଏ ଜଙ୍ଗଲର ଚଲାବାଟ। ହଷ୍ଟେଲ ଫେରିଲା ବେଳକୁ ସକାଳ ହେଇ ଯାଇଥିବ ଆଉ ସ୍ବପ୍ନ ଦେଖିବାକୁ ସମୟ କାହିଁ।" "ବୀରେନ୍, ମୁଁ ଦେଖେଇବି ତୁମକୁ ସ୍ବପ୍ନ ଖୋଲା ଆଖିର ସ୍ବପ୍ନ ଆସ ମୋ ସାଙ୍ଗରେ। ଦେଖୁଛ ଏଇ ପୋଖରୀକୁ, ତା ଭିତରେ ପୂର୍ଣ୍ଣମୀ ଜହ୍ନର ପ୍ରତିବିମ୍ବକୁ।" "ବିୟୁଟିଫୁଲ୍" ବୀରେନ୍ ସେ ଦୃଶ୍ୟରେ ହଜିଯାଇ କହିଲା। "ବୀରେନ୍ ଏବେ କୁହ ପାଣି ଭିତରେ ଜହ୍ନ ବେଶୀ ସୁନ୍ଦର ଦିଶୁଛି ନା ମୁଁ। ବୀରେନ୍ ଥରେ ଜହ୍ନର ପ୍ରତିବିମ୍ବକୁ ଅନେଇ ଦେଇ କୁହୁର ମୁହଁ ଚାହିଁ ହସିଦେଲା, ତାପରେ ପାଣିରେ କୁହୁର ପ୍ରତିବିମ୍ବ ଦେଖିବାକୁ ଅନେଇଲା। ସେ ଆଖିମଳି ପୁଣି ଅନେଇଲା କିନ୍ତୁ ପୋଖରୀରେ କେବଳ ନିଜର ପ୍ରତିବିମ୍ବକୁ ତ ଦେଖୁଥିଲା ପାଖରେ କୁହୁ ନଥିଲା। ପୁଣି ସେ ଉପରକୁ ଅନେଇଲା କୁହୁ ଛିଡ଼ା ହେଇ ହସୁଥିଲା, ଏକ ରହସ୍ୟମୟ ହସ। |
15 | ୧)ଦର୍ପଣ ସାମ୍ନା ରେ ଠିଆ ହୋଇ ମୁଣ୍ଡର ଚୁଟି ଗୁଡାକ ସଜାଡୁ ସଜାଡୁ ହଠାତ୍ ନଜର ପଡିଲା , କିଛି ଧଳା ଚୁଟି ଉପରେ ।ଚେହେରା ବି ମଳିନ ଦେଖା ଗଲାଣି । କେଜାଣି କାହିଁକି ଧଡାସ୍ କରି ଗୋଟେ ଭାବାନ୍ତର ମନ ଭିତରେ ପଶିଗଲା । " ମୋର ବି ବେଳ କାଳ ସରି ସରି ଆସିଲାଣି । ଏବେ ତ just count down ଆରମ୍ଭ।" ସତରେ ଜୀବନ ଟା ଏମିତି । ପ୍ରତିକ୍ଷଣ୍ ରେ କିଛି ନା କିଛି ହରେଇ ବାକୁ ବାଧ୍ୟ କରେ । ପ୍ରତି ମୁହୂର୍ତ୍ତ ହରେଇବା ଭୟ ରେ ବଞ୍ଚିବାକୁ ପଡେ । ତଥାପି ସରିବା ଭିତରେ ଆମକୁ ବଞ୍ଚିବାକୁ ପଡ଼ିବା । କାହିଁ କି ନା ଥୁଣ୍ଟା ଗଛରେ ବି ପତ୍ର ଟିଏ କଁଳି ଥାଏ । ୨)ଅନନ୍ୟା... ମୁଁ ନିଜ ହୃଦୟ କୁ ଶହେ ଥର ପଚାରି ମଧ୍ୟ ଉତ୍ତର ପାଇ ପାରି ନଥିଲି। କିନ୍ତୁ ତୁମେ ସେ ଦିନ ଗଲା ପରେ... ମୁଁ ବୁଝି ପାରିଲି ନାହିଁ। ମୋ ହୃଦୟ ଚାହେଁନି, ବିଦେଶ ରେ ଲକ୍ଷାଧିକ ଧନ, ମାେ ହୃଦୟ ଚାହେଁ କେବଳ ତୁମ ମନ... ଚାହେଁ ତୁମ ନିଃସ୍ଵାର୍ଥପର ଭଲ ପାଇବା । ବିଦେଶ ଯାଇ ହୁଏତ ମୁଁ ... ମଧ୍ୟବିତ୍ତ ରୁ ଉଚ୍ଚ ଶ୍ରେଣୀ କୁ ଉଠି ଯିବି... କିନ୍ତୁ ମାେ ହୃଦୟ , ମାେ ବିବେକ ଅତି ନିମ୍ନ ସ୍ତର କୁ ଚାଲି ଯିବ ବୋଲି ମନେ ହେଲା । ମୁଁ ମଧ୍ୟବିତ୍ତ ଯଦି ମାେ ହୃଦୟ ମଧ୍ୟବିତ୍ତ । ମୋ ସ୍ଵପ୍ନ ମଧ୍ୟବିତ୍ତ, ମାେ ଜୀବନ ବି ମଧ୍ୟବିତ୍ତ। କିନ୍ତୁ ଶାନ୍ତି , ଜୀବନ ର ଉଚ୍ଚ , ନିମ୍ନ ତଥା ମଧ୍ୟବିତ୍ତ ଶ୍ରେଣୀ ରେ ନ ଥାଏ, ଥାଏ ଯଦି ଆମ ଜୀବନ ର ଆଭିମୁଖ୍ୟ ରେ । |
16 | Prompt_1 ତମନ୍ନା ଲୁଚାଉଥିଲା ତାର ବିପର୍ଯ୍ୟସ୍ତ ଦାମ୍ପତ୍ୟ କୁ । ହେଲେ ମୋତେ ତାର ସବୁକିଛି ଦିଶୁଥିଲା। ତାର ବ୍ୟଥା, ବିବଶତା ଓ ଆତଙ୍କ----ସବୁକିଛି । ନିଜକୁ ଢାଙ୍କିବାକୁ ଯାଇ ମୋ ସହ ଚକ୍ଷୁ ମିଳନରୁ ନିଜକୁ ବିରତ ରଖିବାକୁ ଚେଷ୍ଟା କରୁଥିଲା ବହୁତ । କଣ ବା ଆଉ ସେ କରି ପାରିଥାନ୍ତା ? “ଷାଠିଏ କୋଟି ଟଙ୍କା ର ମାଲିକ ହୋଇ ଲାଭ ବା କଣ, ଯଦି ଜୀବନ କାଳ ମଧ୍ୟରେ ନିଜ ସଉକ ପୂରା କରି ନ ପାରିଲ” !! କଥାଟା ଥିଲା ତମନ୍ନା ର । ମୋ ପ୍ରତି । ତାହା ଆକ୍ଷେପ ବି ହୋଇପାରେ, ବ୍ୟଙ୍ଗ ବି । ତେବେ ସେତେବେଳେ ତାହା ବୁଝିବାକୁ ଚେଷ୍ଟା କରୁ କରୁ ତାକୁ ମୁଁ ହରେଇ ସାରିଥିଲି । ସନ୍ଦେହ ହୁଏ, ମୁଁ ତାକୁ ହରେଇ ବସିଥିଲି ଅଥବା ସେ ତା ନିଜକୁ ମୋ ଠାରୁ ଦୂରେଇ ନେଇଥିଲା ? ଗୁଲି ଗପ କୁ ଭଲ ପାଉଥିବା ତମନ୍ନା ର କାହାଣୀ ଏବେ ଏବେ ମୋ ବନ୍ଧୁ ମହଲ ର ଗୁଲି ଖଟିରେ । ଶୁଣି ଶୁଣି ଅସହ୍ୟ ଲାଗେ । -------- Promt_2 କାନ୍ଧରେ ପଡିଲେ ବଳେ ବଜେଇ ଶିଖିବ, ଏକଥା ମୁଁ ନୁହେଁ, ଉଦିଆନା କହେ । କିନ୍ତୁ କାଠ ଫାଳିଆ ରେ ଦୁଇ ପାହାର ବାଜିଗଲେ ବୁଦ୍ଧି ଘର ଏକବାର ତୋଫା ହୋଇଯିବ ଏକଥା ମୁଁ କହେ। ଏମିତି ମତାନ୍ତର, କଥା କଟାକଟିରେ ଚାଲେ ଯୌଥ ପରିବାରର ଦୁଇ ଦୁଇଟା ପିଢୀ । ଉଦିଆନା ତଳ ସାହି ଚମ୍ପା ଗଉଡୁଣୀ ଝିଅ ମିନାକ୍ଷୀ କୁ ଭାରି ପସନ୍ଦ କରେ । ଏକଥା ମୋ ବାଦ୍ ବଡ ଭାଉଜ ବି ଜାଣିଥିଲେ । ବଡ ଭାଉଜ ଟିକେ ଅସହଣି ମୋ ପ୍ରତି । ଉଦିଆନା ସହ ତାଙ୍କର ଭଲ। ତାଙ୍କ ମାଉସୀ ଝିଅ ପାଇଁ ଉଦିଆନା କୁ ବାଛିଥିଲେ ମନେ ମନେ । କିନ୍ତୁ ଛବି ମୋତେ ମନେ ମନେ ପସନ୍ଦ କରେ ବୋଲି ସେ ବା କାହୁଁ ଜାଣନ୍ତେ! Promt_3 ବସି ବସି ଲାବଣ୍ୟବତୀ ର ରୂପ ବର୍ଣ୍ଣନା ଅପେକ୍ଷା ତା ମନ ଓ ହୃଦୟ କୁ ବ୍ୟବଚ୍ଛେଦ କରିବା ଅଭ୍ୟାସ ଥିଲା ବ୍ରିଜେଶ ଙ୍କ ର । ସବୁ ସାବଲୀଳ ଇଚ୍ଛା ମାନଙ୍କୁ ହତ୍ୟା ନକରି ଆତ୍ମହତ୍ୟା କରିବାକୁ ବାଧ୍ୟ କରେଇବା କଣ ବୋଲି ସାବ୍ୟସ୍ତ ହୋଇପାରେ! ହାତ ମୁଠାରେ ପାରଦ କୁ ଧରି ରଖିବାର ଫଳାଫଳ ପ୍ରାପ୍ତି ରେ ବି ହାର୍ ମାନିବାକୁ ପ୍ରସ୍ତୁତ ନଥିଲେ ସିଏ । ହାତରୁ ସମୟ ଖସରି ଯିବା ପରେ ନା ପଢି ହୁଏ ଅସ୍ପଷ୍ଟ ଇଚ୍ଛା ମାନଙ୍କୁ ନା କରିହୁଏ ଅନୁଶୀଳନ ? ସୋନାଲିକା ଭଳି ଚରିତ୍ର କୁ ନେଇ କାହିଁକି ଅଯଥା ବିବାଦ ଘେରକୁ ଚାଲିଗଲା ସେ ? ନିଜଠାରୁ ବୟସରେ ଯଥେଷ୍ଟ ଅଧିକ ଏକ ଅସହାୟା ମହିଳା କୁ ସହାୟତା କରିବା କଣ ଚରମ ଭୂଲ୍ ଥିଲା ତାର ? କିନ୍ତୁ ସୋନାଲିକା ବି ଏ ସମୟରେ ନିରବ କାହିଁକି ? କିଛି ଅନ୍ତରଙ୍ଗ ଆତ୍ମୀୟ ଙ୍କ କହିବା ଅନୁଯାୟୀ ସେ କଣ ଖାସ୍ ଏମିତି ପରିବେଶ ଟିଏ ସୃଷ୍ଟି ପାଇଁ ଏଠାକୁ ଆସିଥିଲା ? ଗୁଡାଏ ନୂତନ ଦରଦ ଭିତରେ ଚିତ୍ ପହଁରା ଦେଉଥିବା ବେଳେ ସୋନାଲିକା ର ନିର୍ବିକାର ମୁଦ୍ରା ବେଶୀ ଅସହ୍ୟ ବୋଧ ହୁଏ । ଅବିଶ୍ଵାସ ର ପାହାଡ ଜମାଟ ହୁଅନ୍ତି କ୍ରମେ କ୍ରମେ । କ୍ୟାଲେଣ୍ଡର୍ ବଦଳେ, ଅଣୁ ମାତ୍ର ପରିବର୍ତ୍ତିତ ହୁଏନି ସେଇ ବେଦନା ଓ ବଦନାମ ର ରୂପରେଖ। ଜୀବନ କାଳ ମଧ୍ୟରେ ତାହା ଆଉ ଲିଭିବନି ବୋଧହୁଏ । |
17 | ଏ ବାହାଘର ସମ୍ଭବ ନୁହେଁ।ଏତେ ଦିନ ଧରି ସେ କେବଳ ସାବତ ମା ର ହାତର କାଠ ପୁତୁଲି ସାଜି ଆସିଚି। ତା ଲକ୍ଷ୍ୟ ପୂରଣ କରିବାର କଣ ତାର ଅଧିକାର ନାହିଁ!!!! ନିଜ ମା ର ମୃତ୍ୟୁ କେମିତି କେଉଁ ପରିସ୍ଥିତି ରେ ହେଲା,ଖୋଜି ବାହାର ନକଲା ପର୍ଯ୍ୟନ୍ତ ସେ ବିବାହ କରି ପାରିବ ନାହିଁ।ପୁଣି ପିଲା ଦିନର ସେଇ ସ୍ମୃତି,ନିଜ ସ୍ୱପ୍ନର ରାଜକୁମାର କୁ ହିଁ ସେ ବିବାହ କରିବ।ଯୋଉଠି ଥିଲେ ଭି ସେ ତା ସୂର୍ଯ୍ୟ କୁ ଖୋଜି ପାଇବ। |
18 | ଏକ କାହାଣୀ ଏକ ସାଧାରଣ ଝିଅ ଉପରେ, ଯିଏ ଦିନେ ବୋହୂ, ସ୍ତ୍ରୀ, ମାଆ ହେଉଛି । ସମସ୍ତଙ୍କୁ ସବୁ ଖୁସି ଦେଇ ମଧ୍ୟ ନିଜେ କିଛି ଖୁସି ପାଇ ନାହିଁ । ଏକ ସଂର୍ଘଶ, ପ୍ରେମ , ଦୁଃଖ, ବଳିଦାନର କାହାଣୀ । ପିଲା ବେଳେ ଦେଖିଥିବା ସ୍ବପ୍ନ ଭାଙ୍ଗି ଦେଇଛି ତାର ମାଆ, କେବଳ ଝିଅ ଆଉ ପୁଅର ଫରକ୍ ନେଇ କରି। ନିଜ ଭାଇ, ପରିବାର ପାଇଁ ନିଜ ସ୍ବପ୍ନକୁ ଜଳାଞ୍ଜଳି ଦେବା ପରେ ବିବାହ କଲା ପରେ ବି ସ୍ଵାମୀର ପର ପିରତି, ଶାଶୁ ଆଉ ନନଦର ନିଯ୍ୟାତନା ପରେ ତା କୋଳରେ ବି ଝିଅର ଶିଶୁ । ପୁଣି ଥରେ ମାଡ଼ି ଆସିଛି ଦୁଃଖ, କଷ୍ଟ, ସଂର୍ଘସ କେବଳ ତା ଝିଅ ମାନଂକ ପାଇଁ । ସେହି ଝିଅର କାହାଣୀ ଯିଏ ଆଜି ତାର ଝିଅ ମାନଙ୍କୁ ଠିଆ କରିଛି ନିଜ ଗୋଡ଼ରେ । ଆଉ ପ୍ରମାଣିତ କରେଇଛି ଝିଅ ମାନେ ବି ପୁଅ ମାନଙ୍କ ଠାରୁ କମ୍ ନୁହେଁ । |
19 | କେଉଁ ଅନ୍ଧାରି ମୁଲକର ସେ ସାମ୍ରାଜ୍ଞୀ ତାକୁ ସ୍ବପ୍ନ ଦେଖିବା ମନା , କେଉଁ ଭଗ୍ନସ୍ତୁପର ସେ ନାୟିକା ତାକୁ ଆଗକୁ ବଢିବା ମନା । ତା ପଥରେ ଅନେକ କଣ୍ଟା , ହେଲେ ସେ ନଥକି କଣ୍ଟାକୁ ସାଉଁଟି ଆହୁରି ଆଗକୁ ବଢେ । ସେ ଜଳେ ନିଜେ ନିଜ ଭିତରେ , ପୁଣି ଖୋଜେ ନିଜକୁ ସେଇ ଜଳି ଯାଇଥିବା ମେଞ୍ଚାଏ ପାଉଁଶ ଗଦାରୁ । ସେ ପାଏ କ'ଣ ... ? ଗୁଡାଏ ଜଳି ପୋଡି ଯାଇଥିବା ଗଦା ଗଦା ପାଉଁଶ ଅବା ଅଙ୍ଗାର । ପୁଣି ସେଇ ପାଉଁଶକୁ ନିଜ ମଥାରେ ବିଜୟର ତିଳକ ସଜାଇ ସେ ଆଗକୁ ବଢେ । ସମାଜର ଶିକୁଳି ଆଉ ତା ପାଦକୁ ବାନ୍ଧି ରଖି ପାରେନି , ଶିକୁଳି ବିହୀନ ହୋଇ ସେ ପୁଣି ଉଡିଯାଏ ନିଜ ଲକ୍ଷ୍ୟ ପଥରେ ...। ଶେଷ ନିଃଶ୍ୱାସ ଯାଏଁ ସେ ଏକାକୀ ଲଢେ ଆଉ ଲଢ଼ୁ ଲଢ଼ୁ ଯେତେବେଳେ ରହିଯାଏ ତା ନିଃଶ୍ୱାସ ଥମି ଯାଏ , ଜୀବନ ରୂପକ ଯୁଦ୍ଧରେ ତା'ର ପୂର୍ଣ୍ଣଚ୍ଛେଦ ପଡ଼ିଯାଏ । ସାଜି ଯାଏ ଏ ସମାଜ ଆଗରେ ଜଣେ ସ୍ମୃତି , ଲେଖି ଦେଇ ଯାଏ ନିଜ ସଫଳତା ଆଉ ସଂଘର୍ଷର କାହାଣୀ , ପୁଣି ତହିଁ ସୃଷ୍ଟି କରେ ଏକ ଆଦର୍ଶ ନାରୀର ଇତିହାସ । |
20 | କ୍ରମିକ ସଂଖ୍ୟା..... ୧ | " ଏ କଣ? ମୋ ଆଖି ଦେଖୁଥିବା ଦୃଶ୍ୟ କଣ ସତ, ନା ଏହା ମୋର ଭ୍ରମ | ନିଜ ଶରୀରକୁ ସ୍ପର୍ଶ କରି ଟିକେ ଚିମୁଟି ଦେଲି..... ନାଇଁ କାଟୁଛି | ମୋ ଆଖି ଆଗରେ ରେଣୁ ଅପା? | ନା ଅବିକଳ ତା ଭଳି ଦେଖା ଯାଉଥିବା ଅନ୍ୟ କେଉଁ ଝିଅ? | ମନ ଭିତରେ ଉଙ୍କି ମାରୁଥିବା ହଜାର ପ୍ରଶ୍ନ କୁ ଉତ୍ତର ଦେବାକୁ ଯାଇ ପଛରୁ ଡାକ ଦେଲି ..... " ରେଣୁ ଅପା " | ଝିଅଟି ଚଟ୍ କରି ବୁଲି ଚାହିଁଲା | ମୋ ଶରୀର ଶୀତେଇ ଉଠିଲା, ଲୋମମୂଳ ଟାଙ୍କୁରୀ ଗଲା | ତାହେଲେ ସାତ ବର୍ଷ ତଳେ ମରି ହଜି ଯାଇଥିବା ରେଣୁ ଅପା ଜୀବିତ ଅଛି ! | ହେଲେ ସେଦିନ ରାତିରେ ଏପରି କଣ ହୋଇଥିଲା? | ରେଣୁ ଅପା କିପରି ଓ କାହିଁକି ନିଜ ଗାଆଁ ଠାରୁ, ଘର ଠାରୁ ଶହ ଶହ ମାଇଲି ଦୂରକୁ ଚାଲି ଆସିଲା | ନିଜ ବାପା ମାଆ ଙ୍କୁ କଣ ପାଇଁ ଅନ୍ଧାରରେ ରଖିଛି | ସବୁଠାରୁ ବଡ଼ କଥା ପ୍ରଭାକର ଦାଦା ପାଗଳ ହୋଇଯିବା, ରେଣୁ ଅପା କୁ ସେ ଖବର ଅଛି କି ନାହିଁ? | ଏ ଉତ୍ତର କେବଳ ରେଣୁ ଅପା ହିଁ ଦେଇ ପାରିବ " | |
21 | କ୍ରମିକ ସଂଖ୍ୟା..... ୧ | " ଏ କଣ? ମୋ ଆଖି ଦେଖୁଥିବା ଦୃଶ୍ୟ କଣ ସତ, ନା ଏହା ମୋର ଭ୍ରମ | ନିଜ ଶରୀରକୁ ସ୍ପର୍ଶ କରି ଟିକେ ଚିମୁଟି ଦେଲି..... ନାଇଁ କାଟୁଛି | ମୋ ଆଖି ଆଗରେ ରେଣୁ ଅପା? | ନା ଅବିକଳ ତା ଭଳି ଦେଖା ଯାଉଥିବା ଅନ୍ୟ କେଉଁ ଝିଅ? | ମନ ଭିତରେ ଉଙ୍କି ମାରୁଥିବା ହଜାର ପ୍ରଶ୍ନ କୁ ଉତ୍ତର ଦେବାକୁ ଯାଇ ପଛରୁ ଡାକ ଦେଲି ..... " ରେଣୁ ଅପା " | ଝିଅଟି ଚଟ୍ କରି ବୁଲି ଚାହିଁଲା | ତାହେଲେ ସାତ ବର୍ଷ ତଳେ ମରି ହଜି ଯାଇଥିବା ରେଣୁ ଅପା ଜୀବିତ ଅଛି ! | ହେଲେ ସେଦିନ ରାତିରେ ଏପରି କଣ ହୋଇଥିଲା? | ରେଣୁ ଅପା କିପରି ଓ କାହିଁକି ନିଜ ଗାଆଁ ଠାରୁ, ଘର ଠାରୁ ଶହ ଶହ ମାଇଲି ଦୂରକୁ ଚାଲି ଆସିଲା | ନିଜ ବାପା ମାଆ ଙ୍କୁ କଣ ପାଇଁ ଅନ୍ଧାରରେ ରଖିଛି | ସବୁଠାରୁ ବଡ଼ କଥା ପ୍ରଭାକର ଦାଦା ପାଗଳ ହୋଇଯିବା, ରେଣୁ ଅପା କୁ ସେ ଖବର ଅଛି କି ନାହିଁ? | ଏ ଉତ୍ତର କେବଳ ରେଣୁ ଅପା ହିଁ ଦେଇ ପାରିବ " | କ୍ରମିକ ସଂଖ୍ୟା...... ୨ | ଛୋଟ ବେଳୁ ଶୁଣି ଆସିଛି ...ଘର ପଛପଟେ ଥିବା ସେ ପରିତ୍ୟକ୍ତ କୋଠରୀ ଠାରୁ ନିଜକୁ ଦୂରେଇ ରଖିବା ପାଇଁ | ସର୍ବଦା ସେ କୋଠରୀ ବାହାରେ ଝୁଲୁଥାଏ ବଡ଼ ତାଲା ଟିଏ | ମନରେ ସର୍ବଦା ଆଗ୍ରହ ଥାଏ... ସେ କୋଠରୀରେ ଏପରି କଣ ଅଛି? | କୌଣସି ମୂଲ୍ୟବାନ ଜିନିଷ ଅଥବା କୌଣସି ଚଳଚ୍ଚିତ୍ର ରେ ଦେଖିଥିବା ଭୟଙ୍କର ଆତ୍ମା | ମନରେ ଆଗ୍ରହ ଜନ୍ମେ, ଦେଖିବାକୁ ଇଛା ହୁଏ କୋଠରୀ ଭିତର ର ଦୃଶ୍ୟ | ହେଲେ ମମି ଡାଡି ଘରେ ଥିବା ଯାଏ ତାହା ସମ୍ଭବ ନଥିଲା | କିନ୍ତୁ ଆଜି ସେ ସୁବର୍ଣ୍ଣ ସୁଯୋଗ ଆସିଛି, ବିଗତ ବାର ବର୍ଷର ଅପେକ୍ଷା ପରେ | ଡାଡି ମମି ସମ୍ପର୍କୀୟ ଙ୍କ ବିବାହ ଉତ୍ସବ ରେ ଯୋଗ ଦେବାକୁ ଯାଇଛନ୍ତି | ଘରେ ମୁଁ ଓ ମୋ ଦୁଇ ସାଙ୍ଗ ବିମଳ ଓ ଟିଂକୁ | ସେମାନଙ୍କୁ ଅନେକ ଥର ସେ କୋଠରୀ ବିଷୟରେ କହିଛି, ମୋ ଭଳି ସେମାନ ଙ୍କ ମନରେ ବି ସେତିକି ଉତ୍ସାହ କୋଠରୀର ରହସ୍ୟ ଭେଦ କରିବାକୁ | କିଶ୍ଵର ମନ ଟା ହିଁ ଏପରି, ଯେଉଁ କଥାକୁ ବାରଣ କରିବେ ସେଇ କଥା ଜାଣିବା ପାଇଁ ଲାଗି ପଡିବେ ..... ଯେ ଏଥିରେ ଅଛି କଣ ମତେ ବାରଣ କରା ଗଲା | ଓ ଏଠାରେ ପରିସ୍ଥିତି ଠିକ ସେପରି ହିଁ ଥିଲା | ସମସ୍ତ ସାଙ୍ଗ ଏକାଠି ହେବା ପରେ, ହାତରେ ତାଲା ଭାଙ୍ଗିବା ପାଇଁ ଲୁହା ରଡ଼ ଗୋଟେ ଧରି, ବନ୍ଦ ପଡ଼ିଥିବା ସେ କୋଠରୀ ଆଡକୁ ଅଗ୍ରସର ହେଲେ.... | କ୍ରମିକ ସଂଖ୍ୟା...... ୩ | ରକ୍ତରେ ଜୁଡୁବୁଡୁ ଦୁଇଟି ଶରୀର କୁ ପୋଲିସ ଉଠାଇ ନେଇ ଯାଉଥିଲା | ଅଦୂରରେ ସ୍ତବ୍ଧ ହୋଇ ବସିଥିବା ଯୁବକ ଙ୍କୁ ପୋଲିସ ସହଜ କରିବାକୁ ଚେଷ୍ଟା କରୁଥିଲା | ଇନ୍ସପେକ୍ଟର ଅଜୟ ହାତରେ ପାଣି ଗ୍ଳାସ ଟିକୁ ଧରି ବଢ଼ାଇ ଦେଲେ ଯୁବକ ଆଡକୁ | ଢକ ଢକ କରି ଏକା ନିଃଶ୍ୱାସ ରେ ପିଇଗଲା ଯୁବକ | ଇନ୍ସ୍ପେକଟର ଅଜୟ ପଚାରିଲେ...... " ତୁମ ନାଆ କଣ?, ଓ କଣ ଘଟିଥିଲା ଏଠାରେ | ମୃତକ ମାନେ କଣ ତୁମର ପରିଚିତ? " | ଯୁବକ ଟି ଦୀର୍ଘ ନିଃଶ୍ୱାସ ନେଇ କହିଲା....... " ମୁଁ ଆଲୋକ ଲେଙ୍କା | ଦୁଇ ଦିନ ତଳର କଥା | ଷ୍ଟେସନ ରେ ପହଂଚିବା ପରେ ମୁଁ ମୋ ଫୋନ ଟିକୁ ଖୋଜିଥିଲି | କିନ୍ତୁ ମୋ ପାଖରେ ଫୋନ ନଥିଲା | ଆଜି ର ସମୟରେ ଫୋନ ର ଭୂମିକା କଣ ଆପଣ ଜାଣିଥିବେ | ମୋର ସବୁକିଛି ଯେପରି ସେ ଫୋନ ରେ ଥିଲା | ମୁଁ ଵ୍ୟସ୍ତ ହୋଇ ପାଖରେ ଥିବା ବୁଥ୍ ରୁ ମୋ ନମ୍ବର କୁ ଫୋନ ଲଗାଇଲି | ମନ କହୁଥାଏ ଫୋନ ଟି ଯିଏ ବି ଚୋରି କରିଥିବ ସେ ନିଶ୍ଚିତ ବନ୍ଦ କରି ହିଁ ରଖିଥିବ | କିନ୍ତୁ ଭଗବାନ ଙ୍କୁ ଡାକୁଥିଲି ମୋ ଫୋନ ଟି ରିଙ୍ଗ ହେଉ ଓ ମତେ କିଏ ଉତ୍ତର ଦିଅନ୍ତୁ | ଭାଗ୍ୟକୁ ଫୋନ ଟି ରିଙ୍ଗ ହେଲା | ସେପଟୁ ଶୁଭିଲା ଗୋଟେ ନାରୀ କଣ୍ଠ..... " ହେଲୋ " | ମୁଁ ଵ୍ୟସ୍ତ ହୋଇ କହି ଉଠିଲି...... " ସେ ଫୋନ ମୋର , ଆପଣଙ୍କୁ କେଉଁଠୁ ଟ୍ରେନ ରୁ ମିଳିଲା? "| ନାରୀ କଣ୍ଠ ରୁ ଶୁଭିଲା...... " ହଁ ଯେଉଁଠୁ ମିଳୁ କଣ ହେଲା, ଏ ଫୋନ ବର୍ତ୍ତମାନ ମୋ ପାଖରେ " | ମୁଁ ଅନୁରୋଧ କରିବା ଭଳି କହିଲି...... " ଦୟାକରି ମୋ ଫୋନ ମତେ ଫେରାଇ ଦିଅନ୍ତୁ | ତା ବଦଳରେ କିଛି ବି ମାଗନ୍ତୁ " | ଫୋନ ର ସେପଟ ପାଖରୁ ଶୁଭିଲା...... " ଠିକଣା ଲେଖେ | ହୁସିଆରି କରିବାକୁ ଚେଷ୍ଟା କରିବୁନି | ଏକା ଆସିବୁ ଓ ସାଙ୍ଗରେ ତିରିଶ ହଜାର ଟଙ୍କା ନେଇ କି ଆସେ ଆଉ ତୋ ଫୋନ ନେଇଯାଆ " | ସେ ମହିଳା ଯେଉଁ ଠିକଣା ମତେ ଦେଇଥିଲେ ସେ ଏଇ ଯାଗାର ହିଁ ଥିଲା ....... | |
22 | ଜାହ୍ନବୀ ଜୀବନ କୁ କଲେଜ ସମୟରୁ ଚିହ୍ନେ। ଗୋଟିଏ କ୍ଳାସ୍ ରେ ତା' ସହ ପଢ଼ିଛି ସେ। ତା' ସହ ଖେଳିଛି, ବୁଲିଛି। ଆଉ ତାକୁ ନେଇ ଅସୁମାରୀ ସ୍ବପ୍ନ ବି ଦେଖିଛି। କୋଷା ଭିତରୁ ବାହାରି ପ୍ରଜାପତି ହୋଇ ଡେଣା ଝାଡ଼ି ତାକୁ ଉଡ଼ିବାର ବି ଦେଖିଛି। ଆଉ ନିଆଁ ପଛରେ ପାଗଳ ହୋଇ ତାକୁ ଡେଣା ହରାଇବାର ବି ଦେଖିଛି। କହିବାକୁ ଗଲେ ଜୀବନ ର ଜୀବନୀ ବହି ର ପ୍ରତ୍ୟେକ ପୃଷ୍ଠା କୁ ତନ୍ନ ତନ୍ନ କରି ପଢ଼ିଛି ଜାହ୍ନବୀ। ତା'ର ପ୍ରତିଟି ଶିରା ପ୍ରଶିରା କୁ ଚିହ୍ନେ ସେ। କାଲି ଯେଉଁ ସଫଳତା ସାଉଁଟି ଥିଲା ଜୀବନ, ତା'ର ପ୍ରଛଦପଟ ର ନାୟିକା ଥିଲା ଜାହ୍ନବୀ। ଆଉ ଆଜି ଜୀବନ ଯେଉଁ ଯନ୍ତ୍ରଣାର ଜ୍ଵାଳାରେ ଜଳୁଛି, ସେ ଆଗ୍ନେୟଗିରି ର ସର୍ବପ୍ରଥମ ବିସ୍ଫୋରଣ ର ମୁକସାକ୍ଷୀ ବି ଥିଲା ଏଇ ଜାହ୍ନବୀ। ଜୀବନ କଥା ମନେପଡ଼ିଲେ ଆଜି ବି ଆଖି ଆଗରେ ଭାସି ଉଠେ ସେ ଦିନର ସେଇ ଭୟଙ୍କର ତଥା ଦୁଃଖଦ ଘଟଣା..... |
23 | ତା' ପାଖକୁ ଆସିବାକୁ ବା ତାକୁ ଛୁଇଁବାକୁ କେହି ସାହସ କରନ୍ତିନି ସତ.. ହେଲେ ତାକୁ ଦୂରରୁ ଟିକେ ଦେଖିଦେଲେ ସମ୍ମୋହିତ ହେବା ଥୟ । କି ପଶୁ ,କି ପକ୍ଷୀ ,କି ମନୁଷ୍ୟ ,କି ଗଛଲତା .. ସବୁଙ୍କୁ ସମ୍ମୋହିତ କରିଚାଲିଛି ସେ । ଆଉ କରି ଚାଲିଥିବ ମଧ୍ୟ । ସେଇଲାଗି ପରା ସେ ସମ୍ମୋହିନୀ । ତା' ଲାଗି ନା କେହି ନିଜର ନା କେହି ପର । ସମସ୍ତଙ୍କ ଭିତରେ ଥାଇ ମଧ୍ୟ ସର୍ବଦା ବିରତ । କେଜାଣି କେଉଁ ଧାତୁରେ ଗଢ଼ା ତା' ଦେହ, ମନ, ପ୍ରାଣ ଯେ କିଛି ନଥାଇ ବି ଯେମିତି ପରିପୂର୍ଣ୍ଣ । ସବୁ ଦାନ କରି କେହି କ'ଣ ନିଜକୁ ନିସ୍ବ କରିପାରେ ! ସେ କିନ୍ତୁ ଦୁନିଆଁ ନଜରରେ ନିସ୍ୱ । ତାର କିଛି ନାହିଁ ପୁଣି ସବୁକିଛି ଅଛି । ତା' ବିରଳ ବ୍ୟକ୍ତିତ୍ୱ ଦ୍ଵନ୍ଦରେ ପକାଏ ସେ ମାନବୀ ନା ଦେବୀ |
24 | ନୀଳ ରଙ୍ଗର ଗୋଟିଏ ସାର୍ଟ ଓ ଧଳା ପ୍ୟାଣ୍ଟଟିଏ ପିନ୍ଧି ସେ ମୁଣ୍ଡ ପୋତି ଠିଆ ହୋଇଥାଏ ମନ୍ଦିର ପାହାଚର ଦାଢ଼ ରେ l ସବୁଦିନ ମୁଁ ଭୋଗ ଡାଲା ଧରି ମନ୍ଦିରର ସବା ତଳ ପାହାଚରେ ପାଦ ଥାପିଲା ବେଳକୁ ତାର ସେ ଯୋଉ ଇତସ୍ତତଃ ଭାବ ଭଙ୍ଗୀ ଦେଖିଲେ ମୋତେ ଲାଗେ ସେ ମୋତେ ହିଁ ଯେମିତି ଅହରହ ଦେଖୁଥାଏ ବୋଲି l ମୁଁ ପାହାଚ ଚଢ଼ି ଯେତେ ଉପରକୁ ଉଠୁଥାଏ ତାର ଅସ୍ଥିରତା ସେତେ ବଢ଼ିବାରେ ଲାଗିଥାଏ l ମୋତେ ମୁହାଁମୁହିଁ ନଦେଖିଲେ ବି ତାର ସେଇ ବିଚଳିତ ଭାବଭଙ୍ଗୀ କୁ ମୁଁ ଠିକ ପଢ଼ି ନିଏ ଯାହାକି ମୋ ପାଉଁଜି ର ରଣୁଝୁଣୁ କୁ ନେଇ ଆରମ୍ଭ ହୋଇ ପୁନର୍ବାର ତଳ ପାହାଚରେ ପହଞ୍ଚିଲା ପରେ ଯାଇ ମହାମେରୁ ସଦୃଶ ଅଚଳ ଏବଂ ସ୍ଥିର ହୋଇ ରହିଯାଏ l ଏଇଭଳି ଚିରାଚରିତ ରୀତି ରେ ସେ ମୋତେ ସବୁଦିନ ସ୍ୱାଗତ କରୁଥିଲା l ମନେ ମନେ ତ ଖୁବ ବିରକ୍ତ ହେଉଥିଲି ମୁଁ ଏବଂ ଭାବୁଥିଲି ଯେ ସେ ଜାଣିଶୁଣି ମୋତେ ଦ୍ୱାର ଦେଶ ରେ ଦେଖିବା ପାଇଁ ଜଗି ରହୁଛି ବୋଲି l ହଠାତ ସେଦିନ ମୋର ମନ୍ଦିର ଗଲା ବେଳକୁ ସାମାନ୍ୟ ବିଳମ୍ବ ହୋଇ ଯାଇଥିଲା l ପହଞ୍ଚି ଦେଖିଲା ବେଳକୁ ମନ୍ଦିର ସାମ୍ନା ରେ ଅସମ୍ଭବ ଭାବେ ଭିଡ଼ ଥିଲା l ପଚାରି ବୁଝିବାରୁ ଲୋକ କହିଲେ ଯେ ମନ୍ଦିର ସାମ୍ନା ରେ ନୀଳ ସାର୍ଟ ପିନ୍ଧି ଛିଡା ହେଉଥିବା ଅନ୍ଧ ପିଲାଟିଏ ସେଦିନ ରାସ୍ତା ଉପରକୁ କାହିଁକି ନା ଚାଲି ଆସିଥିଲା l ଇତସ୍ତତଃ ହୋଇ ଏକଡ ସେକଡ଼ ହେଲା ବେଳକୁ ବିପରୀତ ଦିଗରୁ ଆସୁଥିବା ଟ୍ରକଟିଏ କାଳ ବିଳମ୍ବ ନକରି ତା ଉପରେ ମାଡି ଯାଇଥିଲା ଓ ଘଟଣା ସ୍ଥଳ ରେ ନିମିଷକ ମଧ୍ୟରେ ତାର ପ୍ରାଣ ବାୟୁ ଉଡି ଯାଇଥିଲା l ସେଦିନ ମୋର ପାଉଁଜି ର ରୁଣୁଝୁଣୁ ଶୁଣିବାକୁ ଅନେକ ସମୟ ଧରି ଅପେକ୍ଷା କରି ନଶୁଣି ପାରିବାରୁ ସେ ମୋତେ ଖୋଜି ଖୋଜି ରାସ୍ତା ଉପରକୁ ଆସି ଆସିଥିଲା ଏବଂ…….! |
25 | ପ୍ରଥମ ପ୍ରେମ ର ଅନୁଭୂତି.ଏହି କାହାଣୀ ଦୁଇ ଅଜଣା ସାଙ୍ଗ ଙ୍କ ଉପରେ |ରାକେଶ ସ୍କୁଲ ସମୟରେ ସୋନି କୁ ଭାବେ ସନମନ ବୋଲି |କାରଣ ସୋନି ଯେତେବେଳେ ସ୍କୁଲରେ ପଢୁଥିଲା ସେତେବେଳେ ପୁଅ ପିଲା ପରି ଚୁଟି ରଖିଥିଲା |କିଛିବର୍ଷ ପରେ ସୋନି ରାକେଶ କଲେଜ ରେ ଆଡମିସନ କରିଥାଏ |ପ୍ରଥମ ଦେଖାରେ ରାକେଶ ସୋନି କୁ ଜାଣିପାରେ ନାହିଁ |ସତରେ କଣ ସୋନି ତାହାର ଭଲ ପାଇବା ରାକେଶ ଆଗରେ ପ୍ରକାଶ କରିପାରିବ? |
26 | ପ୍ରଭାତର ଯାମଘୋଷ କ କ ହୋଇ ବୋବାଉ ଥିଲା I ପିକମାନେ ଆମ୍ବ ତରୁର ଏ ଡାଳରୁ ସେ ଡାଳକୁ ଡେଇଁବାରେ ଲାଗିଥିଲେ I ଆଦିତ୍ୟର ତୀର୍ଯ୍ୟକ କିରଣ ଧରଣୀର ଛାତିରେ ବିଛୁଡ଼ି ହୋଇ ପଡ଼ିଥିଲା I ଗାଭୀମାନେ ହମା ହମା ବୋବାଇ ଗହୀର ବିଲ ଆଡ଼େ ମାଡ଼ି ଯାଉଥିଲେ I ଏକ ଲମ୍ବା ହାଇ ମାରି ସମୀର ମହାନ୍ତି ବିଛଣାରୁ ଉଠି ପଡ଼ିଲେ I ଆଖିରେ ପୁଳା ପୁଳା ନିଦ ବରଫ ପରି ଚେଇଁ ରହିଥିଲା I ତଥାପି ସେ ବରଫରୁପି ନିଦକୁ ଅବମାନନା କରି ସମୀର ମହାନ୍ତି ହଠାତ ଉଠିପଡ଼ି ସୁଲୁସୁଲିଆ ପବନରେ ଡାଏରୀରୁ ଉଡ଼ି ଯାଉଥିବା ଏକ ପୃଷ୍ଠା କାଗଜକୁ ଜୋର କରି ଧରି ପକେଇଲେ I ତାହା କେବଳ ଡାଏରୀର ପୁରୁଣା ପୃଷ୍ଠା ନ ଥିଲା I ସେଥିରେ ଲୁଚି ରହିଥିଲା କେତେକ ସ୍ମୃତି I ଯେଉଁ ସ୍ମୃତି ସେଦିନ ବି ସମୀର ମହାନ୍ତିଙ୍କ ଜୀବନରେ ଏକ ଖାଲି ପଡ଼ିଆ ସୃଷ୍ଟି କରୁଥିଲା I ସେହି ଖାଲି ପଡ଼ିଆରେ ଅନେକ ବ୍ୟକ୍ତି ଅନେକ ପ୍ରକାରର କଳାକୃତି କରି ଅତୀତର ଛାପ ଯେ ଛାଡ଼ି ଯାଇଥିଲେ କିନ୍ତୁ ଅତୀତ ତ ଅତୀତ ନା I ସେଥିରେ ଲାଗିଥିବା ସେ ଛାପ କୁ ଲିଭେଇବା କ'ଣ କେବେ ସହଜ କି ? ନା କଦାପି ସହଜ ନୁହେଁ I ବାସ ସେହି ସମୟରେ ସବୁ ଭାବନାକୁ ପୂର୍ଣ୍ଣଛେଦ ପକେଇଥିଲା ଅନୁ ର ସେଇ ଗୋଟେ ବାକ୍ୟ " ତମେ ଆଜି ଅଫିସ ଯିବନାହିଁ କି ?" ଏବଂ ତାପରେ .... |
27 | ପ୍ରମ୍ପଟ - ୧ ଭାଦ୍ରବ ଆକାଶର ମେଘ ଡମ୍ବରୁ ରାତି। ଦୁଇ ପଟେ ସବୁଜିମା ଭରା ଧାନ କ୍ଷେତ ଧୀର ପବନରେ ଦୋଳି ଖେଳୁଛି। ଲାଗୁଛି ବୋଧେ ଏବେ ଏବେ ଚାଷୀ ରୁଆ ବଛା କାମ ସାରିଛି।ବିଲ ଧାରେ ଧାରେ ଘାସ ପତ୍ରର ପଚା ଗନ୍ଧରେ ନାକ ଟା ଫାଟି ପଡୁଛି। ଗୋଟିଏ ଗୋଟିଏ ଯାଗାରେ ସରୁ ହିଡରେ ପାଦଟା ଏକଦମ୍ ଟପ୍ ଟାପ୍ ଗଳି ପଡୁଛି। ତଥାପି ଚାଲିଛି ଶ୍ରେୟା।ଆଉ କିଛି ଦୂର ଯିବା ବସ୍ ଷ୍ଟାଣ୍ଡ ଆସିଯିବ। ସେ ଆଜି ଏଇ ଅନ୍ଧାର ଭିତରେ ଅଦୃଶ୍ୟ ହୋଇଯିବ। ସକାଳ ର ସୂର୍ଯ୍ୟ କିରଣ ପଡ଼ିବା ଆଗରୁ ସେ ଏ ଗାଁ ଛାଡି ସବୁଦିନ ପାଇଁ ଦୂରକୁ ଚାଲିଯିବ। ଜନ୍ମ ରୁ ବାପା ଙ୍କ ମୁହଁ ସେ ଦେଖି ନ ଥିଲା। ବୋଉ ଯିବାର ଆଜିକୁ ବର୍ଷେ ହେଲା। ଆଜି ତ ତା'ର ବର୍ଷିକିଆ ଭୋଜି ଟେକା ଥିଲା। ଅନେକ ଥର ଏଇ ଅନ୍ଧାର ଭିତରେ ସେ ବୋଉ କୁ ଆସି ଡାକିଛି ବୋଉ ଲୋ ତୋ ବିନା ମୋତେ ଏକା ଡର ଲାଗୁଛି। ଭାଇ ଅଧାରୁ ପାଠ ପଢା ବନ୍ଦ କରି ଦେଲେ ଆଉ ଭାଉଜ ମୋତେ ଘର କାମ କରେଇବା ସହିତ କଥା କଥାରେ ମୋ ଉପରେ ହାତ ଉଠେଇଲେ। ତୁ କ'ଣ ଜାଣିନୁ ଜୀବନ ଯେ କି ମୋ ପିଲା ଦିନର ସାଙ୍ଗ। ଆଜି ତା ସହିତ ଟିକେ କଥା ହୋଇଗଲି ବୋଲି ସେ ମୋତେ ଅନେକ ବାଡେଇଲେ।ହେଇ ଦେଖେ ମୋ ହାତ ମୋ ପିଠି...... ଯାଉଛି ଆଜି ଚାଲିଯିବି।ଏ ଗାଁ,ଘର,ସାଙ୍ଗ ସାଥି ଆଉ ତୋ ସ୍ମୃତି ସବୁକୁ ପଛ କରି ମୁଁ ଚାଲି ଯିବି। ଦୂରକୁ ବହୁ ଦୂରକୁ..... ମୋତେ ଛାଡ଼ି ଏକା କୁଆଡେ ଯାଉଛୁ..... ହଠାତ୍ କାହର ପାଟି ଶବ୍ଦରେ ଚମକି ପଡ଼ିଲା ଶ୍ରେୟା। ଭାଙ୍ଗିଗଲା ତା'ର ଭାବନା। ତୁ ଏଠି....!କାନ୍ଧ ଉପରେ ସ୍ପର୍ଶ ରେ ସେ ଶୀହରିତ ହେଲା। ସତେକି ଦଲକାଏ ଶୀତଳ ସମୀରଣ ତା'ର ତନ ବଦନକୁ ଜାଡି ଦେଇଗଲା। ପ୍ରମ୍ପଟ - ୨ ଆଛା, ସ୍ୱାତୀ ମୋତେ କୁହ ସନ୍ଦୀପ ତୁମ ଉପରକୁ କେତେ ଥର ହାତ ଉଡେଇଛନ୍ତି? ଓକିଲଙ୍କ ପ୍ରଶ୍ନ ରେ ଟିକେ ରହି ଯାଇ ସ୍ୱାତୀ କହିଲା - ଥରେ କିମ୍ବା ଦୁଇ ଥର। ଓକିଲ ପୁଣି ପ୍ରଶ୍ନ କଲେ ବାହାଘର କେତେ ବର୍ଷ ହେବ?ସ୍ୱାତୀ କିଛି କହିବା ପୂର୍ବରୁ ସନ୍ଦୀପ କହିଲେ ଦଶବର୍ଷ ଦୁଇ ମାସ।ଏଇ ଗଲା ଜୁନ୍ ଆଠ ତାରିଖରେ ଆମର ବିବାହ ବାର୍ଷିକ ଥିଲା। ଆଛା, ସନ୍ଦୀପ ତୁମେ ତାଙ୍କ ଉପରକୁ ହାତ ଉଠେଇଲ କାହିଁକି? ସନ୍ଦୀପ କହିଲେ - ଆଜ୍ଞା, ମୁଁ ମାନୁଛି ସେଇଟା ମୋ'ର ଭୁଲ୍। ସେ ଜାଣିଛି ମୁଁ ଟିକେ ବଦରାଗୀ। ହେଲେ ତାକୁ ଯେତେ ମନା କଲେ ବି ମୋ ଅଫିସ ସମୟରେ ସେ ମୋତେ ଜୋର କରି ଖାଇବାକୁ ଦେବ।ନ ଖାଇଲେ ଆଣି ପାଟିରେ ପୁରେଇବ, ମୋ ଘଣ୍ଟା, ଗାଡ଼ି ଚାବି ଲୁଚେଇ ଦେବ। ସିଆଡେ ଅଫିସ ବିଳମ୍ବ ହେଲେ ବସ୍ ଚାକିରୀ ରୁ ବାହାର କରିଦେବା ର ଡର ମୋ'ର ଥାଏ। ସେଇଥିପାଇଁ ରାଗରେ ମୋ'ର ତା ଉପରକୁ ହାତ ଉଠିଯାଏ। ଆଛା, ପୁଅ କାହା ପାଖରେ ଆଉ ଝିଅ କାହା ପାଖରେ ରହିବେ? ସ୍ୱାତୀ କହିଲା - ଆଜ୍ଞା,ଏଇ ଷୋହଳ ତାରିଖ ରେ ପୁଅ ର ଜନ୍ମ ଦିନ ଅଛି। ତେଣୁ ସେ ତା ବାପାଙ୍କ ସହିତ କେକ୍ କାଟି ସାରିବା ପରେ ମୁଁ ଅଲଗା ହୋଇଯିବି।ପୁଅ ମୋ ପାଖରେ ଆଉ ଝିଅ ତାଙ୍କ ପାଖରେ ରହିବ। ସନ୍ଦୀପ କହିଲେ - ହେଲେ ଆମ ପୁଅ ଝିଅ ଙ୍କ ଇଛା ଆମେ ଦୁଇ ଜଣ ଆଗ ଭଳି ଏକାଠି ହୋଇ ରହୁ। ତାହାଲେ ତୁମେ ଅଲଗା ହେବାକୁ କାହିଁକି ଚାହୁଁଛ? ଆଛା ସ୍ୱାତୀ ତୁମ ସ୍ବାମୀ ମଦ ପିଇ ତୁମକୁ ମାରଧର କରନ୍ତି କି? ନାଇଁ ଆଜ୍ଞା, ସେ ମୁଣ୍ଡ ଛୁଇଁବା ଦିନୁ ମଦ ଛୁଅନ୍ତି ନାହିଁ। ଆଛା, ସନ୍ଦୀପ ତୁମକୁ ଯଦି ଏବେ ଜେଲ୍ ପଠାଇ ଦିଆଯାଏ.....?ଠିଆ ହୋଇ ପଡ଼ିଲା ସ୍ୱାତୀ ନାଇଁ ଆଜ୍ଞା, ସେ ମୋ ସହିତ ସେମିତି କିଛି କରି ନାହାଁନ୍ତି। ମୋ ଝିଅ ହଇରାଣ ହେବ। ବାସ୍ ଆମେ ଦୁଇ ଜଣ ଏବେ ପରସ୍ପର ଅଲଗା ହୋଇ ଯିବୁ। ଓକିଲ କହିଲେ ଏକଥା କ'ଣ ଉଭୟ ଙ୍କ ମତ? ଏକା ସାଙ୍ଗରେ ଦୁହେଁ କହି ଉଠିଲେ - ସେ ଚାହୁଁଛି,ନା ସେ ଚାହୁଁଛନ୍ତି। ସନ୍ଦୀପ କହିଲା ମୁଁ ମୋ ଝିଅ ର ଭବିଷ୍ୟତ ପାଇଁ କେବେ ବି ଛାଡ଼ପତ୍ର ଚାହେଁନି। ଖାଲି ତୁମର ଆଣ୍ଟ ଭାଙ୍ଗି ବାକୁ..... ସ୍ୱାତୀ କହିଲା - ମୁଁ ମଧ୍ୟ ମୋ ପୁଅର ଭବିଷ୍ୟତ ଖରାପ୍ କରିବାକୁ ଚାହୁଁନି। ଖାଲି ତୁମକୁ ଗୋଟେ ଶିକ୍ଷା ଦେବାକୁ। ଓକିଲ ଦୁହିଁଙ୍କ ମୁହଁକୁ ଚାହିଁ ରହିଥିଲେ ଆଉ ସ୍ୱାମୀ ସ୍ତ୍ରୀ ଙ୍କ ମିଠା ଝଗଡ଼ା ରେ ଫୁଟି ଉଠୁଥିବା ଦୁହିଁଙ୍କ ପ୍ରେମର ଗଭୀରତା କୁ ମାପୁଥିଲେ। ପ୍ରମ୍ପଟ - ୩ ପ୍ରେମ କରିବା ଆଉ ସଂସାର କରିବା ଭିତରେ ଆକାଶ ପାତାଳ ଫରକ୍ ବିନ୍ଦୁ। ହଁ ମୁଁ ସେଦିନ ତୁମ ଦୁଇ ଜଣଙ୍କ ବାହାଘର ପାଇଁ ରାଜି ହୋଇଥିଲି। କାରଣ ସେତେବେଳେ ବିନୋଦ ସୁସ୍ଥ ସବଳ ଯୁବକ ଟିଏ ଥିଲା।ଦି ପଇସା ରୋଜଗାର କରିବା ପାଇଁ ତା ହାତ ଗୋଡ କାମ କରୁଥିଲା। ଭବିଷ୍ୟତରେ ସେ ତୋତେ ମୂଲ ଲାଗି ପୋଷି ପାରିବ ବୋଲି ମୋର ଆଶା ଥିଲା। ହେଲେ ସେ ଏବେ ଅପାରଗ,ଅଥର୍ବ। ଯିଏ ଏବେ ତୋ ବୋଝ ନୁହେଁ ତୁ ତା ବୋଝ ବୋହିବୁ। କେଉଁ ବାପା କ'ଣ କେବେ ଦୁଇ ଦୁଇଟା ଗୋଡ଼ ନ ଥିବା ପୁଅ ସହିତ ତା ଛନ୍ଦି ପାରେ.....? ବିନୋଦ ଏବେ ଏକ ଦିବ୍ୟାଙ୍ଗ ବିନ୍ଦୁ ସେ ଏବେ ଦିବ୍ୟାଙ୍ଗ..... ଥାଉ ବାପା ଥାଉ.... ମୁଁ ତାଙ୍କ ବିଷୟରେ ଗୋଟିଏ ପଦ ବି ଶୁଣିପାରିବି ନାହିଁ। ମୁଁ କେବେ ତାଙ୍କ ଶରୀରକୁ ନୁହେଁ ତାଙ୍କ ମନକୁ ଭଲପାଉଥିଲି। ସେ ଆଜନ୍ମ ଅକ୍ଷମ ନ ଥିଲେ। ସେଦିନ କାଳ ରାତ୍ରି ର କଳା ଅନ୍ଧାର ଭିତରେ ଚଳନ୍ତା ଟ୍ରେନ ରେ ଚଢୁ ଚଢୁ ପଡ଼ି ଯାଇ ସେ ନିଜ ର ଗୋଡ଼ ଦୁଇଟା ହରାଇଲେ।ତା ମାନେ ମୁଁ କ'ଣ ତାଙ୍କ ଶରୀର ଓ ରୋଜଗାର କୁ ଭଲପାଉଥିଲି ? କେବେ ନୁହେଁ ବାପା ତାଙ୍କ ର ଏ ଅସମୟରେ ମୁଁ ତାଙ୍କ ହାତ ଛାଡ଼ି ପାରିବି ନାହିଁ। ମୋ'ର ସାହାରା ଏବେ ଜୀବନର ସବୁଠୁ ବଡ଼ ଆବଶ୍ୟକତା। ମୁଁ ତାଙ୍କୁ କଥା ଦେଇଛି ସାରା ଜୀବନ ସାଥି ହୋଇ ବାଟ ଚାଲି ବାର..... ତୁମେ ମୋତେ ଝିଅ ବୋଲି ଗ୍ରହଣ କରି ନ ପାର। କିନ୍ତୁ ତାଙ୍କର ଦୁଃସମୟରେ ମୁଁ ତାଙ୍କ ଦୁଇ ଗୋଡ଼ ହୋଇ ଛିଡା ହେବି ବାପା। ମୋତେ ଆଶୀର୍ବାଦ କର ମୁଁ ସଂସାର ଜୀବନ ସୁଖମୟ ହେଉ..... ଝିଅର ନିଷ୍ପତ୍ତି ରେ ହତବାକ୍ ଥିଲେ ବାପା। ପ୍ରମ୍ପଟ - ୪ ତୁହାକୁ ତୁହା ବର୍ଷା ସାଙ୍ଗକୁ ପବନ ଥମିବାର ନାଁ ଧରୁନି। ଉପରେ ଏ ନିଆଁ ଲଗା ଜରଟା ମୋତେ ଘରୁ ବାହାର କରେଇ ଦେଉନି।ସେ ମରଦ କୁ ମୁଁ ଯେତେ ମନା କଲି ଡଙ୍ଗା ଫିଟାନା। ଆଗକୁ ବା ବତାସ ଅଛି। ରେଡ଼ିଓ ଘଡି କି ଘଡି କହୁଛି ଲଘୁଚାପ ପ୍ରଭାବରେ ଆଗାମୀ ସାତ ଦିନ ଯାଏଁ ସମୁଦ୍ର ଅଶାନ୍ତ ରହିବ। ତେଣୁ ମାଛ ମାରିବାକୁ କେହି ସମୁଦ୍ର ଭିତରକୁ କେହି ଯାଆନ୍ତୁ ନାହିଁ। କାଲି ସଞ୍ଜରୁ ଡ଼ାକ ବାଜି ଯନ୍ତ୍ର ସତର୍କ କରଉଛି।ହେଲେ ଦି ଦିନ ରେ ଚାଲି ଆସିବ କହି ସେ ଯାଇଛି ଯେ ଯାଇଛି। ତିନି ଦିନ ହୋଇ ଗଲାଣି ବେଳକୁ ବେଳ ପବନ ବେଗ ବଢୁଛି। ଆଗକୁ ଅମେସିଆ ଟା ଅଛି ବୋଲି ଛାତି ଦବୁଛି।ଲୁଣା ପାଣି ଜୁଆର ଆମ ନୋଳିଆ ଜାତିଙ୍କ କାଳ। ଏତିକି ବେଳେ ଡ଼ାକବାଜି ଯନ୍ତ୍ରଟା ପୁଣି ବୋବେଇ ଉଠିଲା ସଂଜ ପୂର୍ବରୁ ଉଚ୍ଚା ସ୍ଥାନକୁ ଚାଲି ଯାଆନ୍ତୁ। ରାତିକୁ ପବନ ସହିତ ଜୁଆର ଉଠିବାର ସମ୍ଭାବନା ରହିଛି।ଜରରେ କମ୍ପୁଥିବା ଶାବି ଚାରି ବର୍ଷ ର ପୁଅକୁ କୋଳରେ ଯାକି ଭୋ ଭୋ ବାଜି କାନ୍ଦି ଉଠିଲା। |
28 | ପ୍ରମ୍ପଟ ୧- ନିଶା ମୁଣ୍ଡରେ ହାତ ଦେଇ ବସିଥାଏ ସେଇ ଝାଉଁ ଗଛ ମୂଳେ,ଯେଉଁଠି ତାର ସବୁ ସ୍ମୃତି ସାଇତା ହୋଇ ରହିଛି।ଆଖିରୁ ଧାର ଧାର ବହିଯାଉଛି ଅଗଣିତ ଲୁହ,ଅନ୍ତରରୁ ଯେମିତି କୋହ ଥମିବାର ନାଁ ଧରୁନି।ଠିକ୍ ସେତିକିବେଳେ ଜମିଦାର ଚରଣ ସିଂ ଆସି ପହଁଚିଲା ବିଲ ରେ।ଦେଖିଲା ସଭିଏଁ ନିଜ ନିଜ କାମରେ ବ୍ୟସ୍ତ କିନ୍ତୁ ଇଏ କଣ କେହି ଜଣେ ସେ ଝାଉଁ ଗଛ ମୂଳରେ ବସିଛି,ସିଏ କଣ ଆଉ ବିଶ୍ରାମ ନେଉଛି କି?ଚରଣ ସିଂ ନିଶା ଆଡକୁ ଆସୁଥିବାର ଦେଖିଲା କମଳା।ସେ କ୍ଷେତରେ ଥାଇ ନିଶା କୁ ବହୁତ ଇସାରା କଲା କିନ୍ତୁ ନିଶା ତ ତା କୋହ କୁ ସମ୍ଭାଳି ପାରୁନଥାଏ ସିଏ ବା ଅନ୍ୟ ଆଡକୁ ଦୃଷ୍ଟି ଦେବ କିପରି?ଚରଣ ସିଂ ନିଶା ପଛରେ ଆସି ଠିଆ ହୋଇଗଲା ଓ ତାର କାନ୍ଧରେ ହାତ ପକାଇ କହିଲା-ଆରେ ମାଆ ତୁ ଏଇଠି ଏକା ବସି କଣ କରୁଛୁ?ମୁଁ କଣ ମାଗଣାରେ ପଇସା ବାଣ୍ଟୁଛି କି ଏଇଠି ଯେ ତୁ ବସି ବସି ପଇସା ନେଇଯିବୁ?ହୋଉ ଛାଡ଼ ସେ କଥା ଆଜି ଟିକିଏ ଆମ ଘର ଆଡ଼େ ଅସନ୍ତୁନି, ତମ ସାହେବାଣୀ ମାଆ ଘରେ ନାହାନ୍ତି ତ ସେଇଥି ପାଇଁ ଡାକୁଥିଲି।ନିଶା ଆଖିରୁ ଲୁହ ପୋଛି ଚରଣ ସିଂ କୁ ଦେଖିଲା ଓ କିଛି ନ କହି ମୁଣ୍ଡକୁ ହଲାଇ ସମତ୍ତି ଜଣାଇଲା।କମଳା ଏ ସବୁ ଦେଖୁଥାଏ ଓ ଭାବୁଥାଏ-ଏ ନିଶା କିଭଳିଆ ସ୍ତ୍ରୀଲୋକ କେଜାଣି ଛି!!ସ୍ୱାମୀ ଯିବାର କେଇଟା ଦିନ ଯାଇଛି କି ନାହିଁ ସେ ପୁଣି ଯାଉଛି ଜମିଦାର ଘରକୁ ଛି..ଛି!!ସବୁ ବେଳେ ଲୋଭିଲା ଆଖି ଜମିଦାର ର ହେଲେ ଏ ନିଶା ସବୁ ଜାଣି ମଧ୍ୟ ଚରଣ ସିଂ କଥା ମାନିଯାଉଛି କାହିଁକି?... ପ୍ରମ୍ପଟ ୨- ଅଗଣା ର ଗୋଟିଏ କୋଣ ରେ ବସିଥାନ୍ତି ଶାଶୁ ଲତା ଦେବୀ।ସାନ ବୋହୁ ହାତରେ ରସ ଥାଳିରେ ବାସି ଭାତ,ଉପରେ ଟିକିଏ ପାଣିଆ ଡାଲି,ତା ପାଖରେ ଦୁଇ ଖଣ୍ଡ ପିଆଜ ଓ ଲୁଣ ଟିକିଏ ଧରି ଆସି ପହଞ୍ଚିଲା ଶାଶୁଙ୍କ ପାଖରେ।ଥାଳିଆଟି କୁ ଦୂରରୁ ଠେଲି ଦେଲା ଶାଶୁଙ୍କ ପାଖକୁ।ଶାଶୁ ଥାଳିଟି କୁ ଦେଖି ଆଖିରୁ ଲୁହ ଗଡ଼ାଇବାକୁ ଲାଗିଲେ।ସାନ ବୋହୁ କହିଲା-ଯଦି ଖାଇବାକୁ ଚାହୁଁଛ ତାହେଲେ ଖାଇନିଅ,ନହେଲେ ତୁମକୁ ଆଉ ସଜ ଭାତ ଖାଇବାକୁ ମିଳିବ ଯଦି ଭାବୁଛ ତାହେଲେ ସମ୍ପୂର୍ଣ୍ଣ ଭୁଲ ଭାବୁଛ।ମନେ ଅଛିଟି କେମିତି ଆମକୁ ଖାଇବାକୁ ଦେଉଥିଲ?ଶାଶୁ କହିଲେ-ମୁଁ ଏମିତି କଣ କରିଦେଇଥିଲି ଯେ ତୁମେ ମାନେ ମତେ ଖାଇବାକୁ ଭଲରେ ମୁଠାଏ ଦେଉନାହଁ?ମୁଁ ତୁମ ଦୁଇ ବୋହୂକୁ କେବେ ବୋହୁ ଭଳି ନୁହେଁ ସବୁବେଳେ ନିଜ ଝିଅ ଭଳି ଦେଖୁଥିଲି ତାପରେ ବି ମୋର ସ୍ନେହରେ କଣ ଉଣା ରହିଯାଇଥିଲା ଯେ ଏମିତି ସାଧୁଚ!ସାନ ବୋହୁ ହସି ହସି ତା ବଡ଼ ଜାଆ ମାନେ ଲତା ଦେବୀଙ୍କ ବଡ଼ ବୋହୁ କୁ ଡାକ ପକାଇ କହିଲା-ହେଇଟି ଅପା ଶୁଣୁଛ ଇଏ କୁଆଡେ ଆମକୁ ନିଜ ଝିଅ ଭଳି ଦେଖୁଥିଲା।ବଡ଼ ବୋହୁ ରୋଷେଇ ଘରୁ ବାହାରକୁ ଆସି କହିଲା -ଆଛା ତାହେଲେ ଆମକୁ ଯେଉଁ ମାନସିକ ନିର୍ଯାତନା ଦେଉଥିଲ ପୁଅଙ୍କୁ ନ ଜଣାଇ ସେଇଟା କିଏ କରୁଥିଲା?ଆଉ ବୋହୁଙ୍କୁ ଅଇଁଠା ଖାଇବାକୁ କିଏ ଦେଉଥିଲା ହାଁ?ପୁଅ ମାନେ ଜାଣୁ ନଥିଲେ କିନ୍ତୁ ବୋହୁମାନେ ତ ଭୋଗୁଥିଲେ ନା!! ପୁଅ ମାନେ ଜାଣିଲେ ମାଆ ଠୁ ଅଲଗା ହେଇଯିବେ ତେଣୁ ଧମକ ଦେଇ ରଖୁଥିଲ ଆମକୁ,ଏବେ କହୁଛ ଝିଅ ଭଳି ସ୍ନେହ କରୁଥିଲ।ଧନ୍ୟ ତୁମ ସ୍ନେହ ଶାଶୁ ମାଆ ଧନ୍ୟ ତୁମେ।ଯେମିତି ଆମେ ସବୁ ସହି ଯାଉଥିଲୁ ତୁମ ପୁଅଙ୍କୁ କିଛି ନ କହି ଏବେ ତୁମେ ବି ଆମ କଥା କିଛି କହିବନି ତୁମ ପୁଅଙ୍କୁ।ସେମିତି ଉପରେ ହସିବ ଯେମିତି ଆମେ ହସୁଥିଲୁ।ତାହେଲେ ସିନା ଜାଣିବ କଷ୍ଟ କଣ,ନା କଣ କହୁଛୁ ସାନ?ଦୁଇ ବୋହୁଙ୍କ କଥା ପଡିଶା ଘର ରମା ମାଉସୀ ଶୁଣୁ ଥାନ୍ତି।ସେ ଭାବୁଥାନ୍ତି ବାହାରକୁ ଏତେ ଭଲ ଦେଖା ଯାଉଥିବା ଲତା ଅପା ସତରେ କଣ ଏତେ ଘୃଣ୍ଯ?ନହେଲେ ଦୁଇ ବୋହୂ କଣ ଶାଶୁଙ୍କୁ ଏ ବୟସରେ ଏମିତି କରନ୍ତେ?କିନ୍ତୁ ପ୍ରାକୃତରେ କଣ ହୋଇଥିଲା ଦୁଇ ବୋହୂଙ୍କ ସହ?କଣ କରିଥିଲେ ଶାଶୁ ଯାହାଦ୍ୱାରା ଦୁଇ ବୋହୁ ଆଜି ଏମିତି ଅବସ୍ଥା କରୁଛନ୍ତି ଶାଶୁଙ୍କୁର? ପ୍ରମ୍ପଟ ୩- ମିନୁ ପେଟ କୁ ଧରି ଧରି ବହୁତ କଷ୍ଟରେ ଘର ପୋଛୁ ଥାଏ।ନଣନ୍ଦ ଚୌକି ଉପରେ ବସିଥାଏ ଗୋଡ଼ ଉପରେ ଗୋଡ଼ ରଖି।ଘର ପରେ ପୋଛିଲେ ଚଳିବ ମୋ ପାଇଁ ଯାଇ ପାଣି ଗିଲାସେ ନେଇକି ଆସ ଶୀଘ୍ର-ନଣନ୍ଦ ରେଣୁ କହିଲା।ମିନୁ ଉଠୁଥାଏ ତାର ଗୋଡ଼ ଖସି ଯିବାରୁ ତଳେ ଛେଚି ହୋଇ ପଡ଼ିଗଲା।ଠିକ ସେତିକି ବେଳେ ଦିଅର ସୋମୁ ଆସି ଭାଉଜକୁ ଉଠାଇ ନେଲା ଓ ଭଉଣୀ ରେଣୁ କୁ ଗାଳି ଦେଇ କହିଲା-ତୁ ଏଇଠି ବସି ଟିଭି ଦେଖୁଛୁ ଟି ହେଲେ ଭାଉଜ ତଳେ ପଡିଗଲେ ତାଙ୍କୁ ନ ଉଠାଇ ତୁ...ଛି!!ରେଣୁ ବସିଥିବା ଚୌକି ଉପରୁ ଉଠି ଚୌକି କୁ ଗୋଇଠାଟିଏ ମାରି ମାଆ ସୁଷମା ଦେବୀଙ୍କ ପାଖକୁ ଚାଲିଗଲା।କିଛି ସମୟ ପରେ ସୁଷମା ଦେବୀ ଝିଅ ରେଣୁ ସହ ଆସି ବୋହୁ କୁ ଚାପୁଡ଼ାଏ ମାରିଲେ।କହିଲେ-ମୋର ଗୋଟିଏ ପୁଅ କୁ ଖାଇ କଣ ତୋ ମନ ଭରିଲାନି ଯେ ଆଉ ଗୋଟିଏ ପୁଅକୁ ଖାଇବାକୁ ବସିଛୁ?ମିନୁ କହିଲା-ନାଇଁ ମାଆ ମୁଁ ପଡିଯାଇଥିବାରୁ ସୋମୁ ଆସି ଉଠାଇଲେ କେବଳ ଏତିକି କଥା।ରେଣୁ କହୁଛି-ଦେଖିଲୁ ମାଆ ତୋ ବୋହୂର କଥା,ମୁଁ ତ ଏଇଠି ବସିଥିଲି ତାପରେ ବି ସାନ ଭାଇକୁ ଡାକିବାର ମାନେ!!ମୁଁ କହୁଛି ତତେ ତାକୁ ଘରୁ ବାହାର କରିଦେ ମାଆ।ମୋ କଥା ନ ମାନି ଏଇ ସମାଜସେବୀ ଝିଅକୁ ବୋହୁ କରି ଆଣିଲୁ ଯେ ସିଏ ତୋ ପୁଅ କୁ ଖାଇଲା ଆଉ ଏବେ ଆକୁ ଘରେ ରଖିବୁ କଣ ଆଉ ଗୋଟେ ପୁଅକୁ ହାତରୁ ଯିବାର ଦେଖିବୁକି?ସୁଷମା ଦେବୀ ଅଣ୍ଟାରେ ଲୁଗା ଭିଡି କହିଲେ-ନା ଆଉ ସେ ଭୁଲ ହବନି।ଅଲକ୍ଷଣି ବାହାରିଯା ମୋ ଘରୁ।ଠିକ ଏତିକି ବେଳେ ସାନ ପୁଅ ସୋମୁ ଆସି କହିଲା-ଏମିତି ଅବସ୍ଥାରେ କୁଆଡେ ଯିବେ ଭାଉଜ?ପାଞ୍ଚ ମାସର ଗର୍ଭବତୀ ସେ।ରେଣୁ କହିଲା-କିଏ ଜଣିଛି ଯେ ଏଇ ଛୁଆ ଆମ ଘରର ଅଂଶ?ମିନୁ କହିଲା-ମୋ ଉପରେ ଏତେ ରାଗ କାହିଁକି ତୁମର ରେଣୁ?କଣ କ୍ଷତି କରିଛି ମୁଁ ତୁମର?ରେଣୁ କହିଲା-ସେ କଥା ମୋର ମନେ ପଡିଗଲେ ହାଡ଼ ଜଳିଯାଉଛି...ମିନୁ ଭାବୁଥାଏ କଣ ସେ କରିଛି ଯେ ରେଣୁ ଏତେ ରଗୁଛି ତା ଉପରେ!! |
29 | ପ୍ରମ୍ପଟ୍ : ୮ ଆଜି ମେଘାର ବିବାହ। ସୁସଜ୍ଜିତ କନ୍ୟା ବେଶରେ ସାଜି ହୋଇ ବସିଛି ମେଘା। ମନ ତାର ବହୁତ ଖୁସି।ଖୁସି କଣ ପାଇଁ ବା ନ ହେବ ଯେ .... ରିଶବ ଯାହାକୁ ଭଲ ପାଉ ଥିଲା ତା ସହ ଆଜି ବାହାଘର ହେବ। ବିବାହ ବେଦୀକୁ ମେଘା ଗଲା। ହେଲେ ବିବାହ ବେଦୀରେ ରିଶବ ମେଘାଙ୍କ ମୁଣ୍ଡରେ ସିନ୍ଦୂର ଦେବା ପାଇଁ ଯାଉ ଥାଆନ୍ତି, ହଠାତ୍ ମେଘା ଅଚେତ ହୋଇ ଗଲେ। ବନ୍ଧୁ ବାନ୍ଧବ ସବୁ ଆଶ୍ଚର୍ଯ୍ୟ ହୋଇ ଚାହିଁ ରହି ଥାଆନ୍ତି।ପାଣି ଛାଟିଲା ପରେ ବି ମେଘା ନ ଉଠିବାରୁ ଜଣେ ଡାକ୍ତର ବନ୍ଧୁ ଆସି ମେଘାଙ୍କ ଚିକିତ୍ସା କଲେ। ସେ ଯାହା କହିଲେ ସମସ୍ତଙ୍କ ମୁଣ୍ଡ ଖରାପ ହୋଇଗଲା। କାରଣ ତାଙ୍କ କହିବା ଅନୁସାରେ ମେଘା ମାଆ ହେବାକୁ ଯାଉଛନ୍ତି।ରିଶବ କିନ୍ତୁ ଏହାକୁ ଗ୍ରହଣ କରି ପାରୁ ନାହାଁନ୍ତି। ଏବେ ପ୍ରଶ୍ନ ଉଠିଲା ଏ ଛୁଆ ରିଶବ ନା ଆଉ କାହାର...? ୯. ତମନା ଓ ବିନୟ ଭଲ ପାଇ ବିବାହ କଲେ। ହେଲେ ବିବାହର ବହୁ ବର୍ଷ ପରେ ମଧ୍ୟ ତମନା ମାଆ ହୋଇ ପାରୁ ନ ଥିଲେ। ବନ୍ଧୁ ବାନ୍ଧବ ତମନା କୁ ବାଞ୍ଝ କହିବାରେ ଲାଗିଲେ। ବିନୟଙ୍କ ବାପା ମାଆ ତମନାକୁ ଛାଡି ଆଉ କାହାକୁ ଦ୍ବିତୀୟ ବିବାହ ପାଇଁ ବାଧ୍ୟ କଲେ। ହେଲେ ବିନୟ ଏଥିରେ ରାଜି ହେଲେ ନାହିଁ। ତାପରେ ସେମାନେ ଆଇ.ଭି ପ୍ରସେସରେ ବାପା ମାଆ ହେବେ ବୋଲି ସ୍ଥିର କଲେ। ସେଥିପାଇଁ ନାନା ପ୍ରକାରର ଶାରୀରିକ ପରୀକ୍ଷା ହେଲା। ଦମ୍ପତ୍ତି ଦୁଇ ଜଣଙ୍କୁ ଏଥିପାଇଁ ଡାକ୍ତର ଔଷଧ ଦେଲେ। ଏବେ ଦମ୍ପତ୍ତି ସନ୍ତାନ ପାଇଁ ପ୍ରସ୍ତୁତ। ବିନୟଙ୍କ ଶୁକ୍ରାଣୁ ନିଆ ଗଲା। ହେଲେ ବିଧିର ବିଧାନ ଥିଲା ଅଲଗା। ହଠାତ୍ ବିନୟଙ୍କ ମୁଣ୍ଡ ବ୍ୟଥା ହେଲା ଆଉ ଦେହ ଖରାପ ହେଲା।ଜଣା ପଡିଲା ତାଙ୍କୁ ବ୍ରେନ ଟ୍ୟୁମର।ଆଉ ଦୁଇ ମାସ ଭିତରେ ବିନୟ ଚାଲି ଗଲେ। ବିନୟ ଯିବା ପରେ ତାଙ୍କ ବାପା ମାଆ ତମନାଙ୍କ ଚାଲି ଚଳଣିରେ ସନ୍ଦେହ କଲେ।ଆଉ ପୁଅ ଯିବାର ତିନି ମାସ ପରେ ଜାଣିଲେ ତମନା ଦୁଇ ମାସର ଗର୍ଭବତୀ ଅଛନ୍ତି। ତମନା ପ୍ରତି ତାଙ୍କର ଯେଉଁ ସନ୍ଦେହ ଥିଲା ତାହା ସତ ନା କଣ....ସତରେ ତମନା ଚରିତ୍ରହୀନା ନା ଆଉ କ'ଣ....? ୧୦. ବିବାହ ପାଖରୁ ଈଶା ତାଙ୍କ ଶାଶୁ ଘରେ ଠିକ ଲାଗୁ ନାହିଁ। ଯେମିତି ସେମାନେ କିଛି ଲୁଚାଇ ରଖିଛନ୍ତି।ଶାଶୁଘର ଗାଁ ଛାଡି ସବୁ ଆସି ସହରରେ ରହିଛନ୍ତି। ହେଲେ ଗାଁ ନାମ ନେଲେ ସବୁ ସେ ଅଭିଶପ୍ତ ଗାଁ ନାମ ନେବା ପାଇଁ ମନା କରନ୍ତି। ଫୋଟୋରେ ଗାଁର କୋଠା ଦେଖି ଈଶା ଭାବନ୍ତି କେତେ ସୁନ୍ଦର ଘର। ହେଲେ ସେ ଗାଁ କି କୋଠାର ନାମ ହେଲେ ଘର ଲୋକ ତାଙ୍କୁ ବିରକ୍ତ ହୁଅନ୍ତି। ଗାଁ ରେ ଏତେ ଜାଗା ଅଛି। ସହରରେ ଚଳିବା ପାଇଁ ଟଙ୍କା ନାହିଁ। ହେଲେ କେହି ସେ ଗାଁ କୁ ଯାଇ ଜାଗା ବିକିବା ପାଇଁ ବାହାରୁ ନାହାଁନ୍ତି।କଣ ପାଇଁ ସେ ଗାଁ ଓ କୋଠାକୁ ଈଶାର ଘର ଲୋକ ଅଭିଶପ୍ତ ଭାବୁଛନ୍ତି.....? ୧୧. କଣ ପାଇଁ ଲୋକେ ସାବତ ମାଆଙ୍କୁ ସବୁବେଳେ ଖରାପ ନଜରରେ ଦେଖନ୍ତି?ସାବତ ମାଆ କଣ କେବେ ଭଲ ହୁଅନ୍ତି ନାହିଁ? ଆଜି ଏତେ ବର୍ଷ ପରେ ଶ୍ରେୟା ଏକୁଟିଆ ବସି କାନ୍ଦୁଛନ୍ତି। ସେ ମନେ ମନେ ଭାବୁ ଥାଆନ୍ତି ତାଙ୍କର ଭୂଲ କଣ ଥିଲା? ଭଉଣୀ ମରିଗଲା ପରେ ଘର ଲୋକ ଭଉଣୀର ଦୁଇ ଛୋଟ ଛୋଟ ଛୁଆମାନଙ୍କୁ ସମ୍ଭାଳିବା ପାଇଁ ଶ୍ରେୟା ଙ୍କ ବିବାହ ଭିଣେଇ ଅଜୟଙ୍କ ସହ କରି ଦେଲେ। ଯଦିଓ ସେଥିପାଇଁ ଶ୍ରେୟା ପ୍ରଥମେ ମାନସିକ ସ୍ତରରେ ପ୍ରସ୍ତୁତ ନ ଥିଲେ। ତଥାପି ଧିରେ ଧିରେ ସେ ସବୁକୁ ଆପଣାଇ ହସଖୁସିର ଘର ସଂସାର କଲେ। ବଡ ଭଉଣୀର ଛୁଆ ତିଥି ଓ ଦୀପକ ଶ୍ରେୟାଙ୍କୁ ବହୁତ ଭଲ ପାଉଥିଲେ।ଶ୍ରେୟା ମଧ୍ୟ ସେ ଦୁହିଁଙ୍କୁ ନିଜ ଝିଅ ଲିପ୍ସା ଠାରୁ କମ ଭଲ ପାଉ ନ ଥିଲେ। ହେଲେ ଆଜି ଏମିତି କଣ ହେଲା ଯେ ତିଥି ଓ ଦୀପକ ଶ୍ରେୟା ଙ୍କୁ ସାବତ ମାଆ ର ଉପାଧି ଦେଲେ ? ଏମିତି କି ଅଜୟ ମଧ୍ୟ ତାଙ୍କୁ ସାବତ ମାଆ କହି ନାନା କଟୁ ତିକ୍ତଭରା କଥା କହିଲେ। ୧୨. କଣ ସବୁ ପ୍ରେମର ମିଳନ ଥାଏ ନା ତାର ଅନ୍ତ ଆଉ କିଛି ଥାଏ। ଏ କଥା କାହାକୁ ବା ଜଣା ଯେ ପ୍ରେମର ମିଳନ ଅଛି ନା ବିଚ୍ଛେଦ ଅଛି। ଏମିତି ଭାବୁ ଥାଆନ୍ତି ନମିତା ଓ ରାହୁଲ।ଦିନ ଥିଲା ଦୁହେଁ ଦୁହିଁଙ୍କ ସହ ଗୋଟିଏ ଦିନ ବି ଦେଖା ନ କରି ରହି ପାରନ୍ତି ନାହିଁ। ଦୁହେଁ ବିବାହ ବନ୍ଧନରେ ବାନ୍ଧି ହେଲେ।ହେଲେ ଦୁହିଁଙ୍କ ମଧ୍ୟରେ ଭୂଲ ବୁଝାମଣା ଅଭିମାନ ଆଣି ଦେଲା। ଆଉ ଦୁହେଁ ଦୁହିଁଙ୍କ ଠାରୁ ଅଲଗା ହୋଇ ଗଲେ। ହେଲେ ଏ ଯାଏଁ ଦୁହେଁ ଦୁହିଁଙ୍କୁ ଭୂଲି ପାରି ନାହାଁନ୍ତି।ଏ ଘଟଣାର କିଛି ବର୍ଷ ପରେ ହଠାତ୍ ଦୁହିଁଙ୍କର କିଛି ଗୋଟିଏ କାମରେ ଦେଖା ହୋଇଛି। ଦୁହେଁ ଦୁହିଁଙ୍କୁ କିଛି କହି ନ ପାରିଲେ ବି ଆଖି ବହୁତ କିଛି କହୁଛି। କଣ ରାହୁଲ ଓ ନମିତା ପୁଣି ମିଶି ଯିବେ ନା ନିଜ ପ୍ରେମକୁ ଲୁଚାଇ ରଖିବେ ନା ସେମାନଙ୍କ ସମ୍ପର୍କକୁ ବନ୍ଧୁତାର ନାମ ଦେବ.....। ୧୩. ସୁନ୍ଦରତା କଣ ଖରାପ? ସୁନ୍ଦରୀ ବୋଲି ଆଜି ନୂପୁର କୁ କେତେ କଣ ସହିବା ପାଇଁ ପଡୁଛି।ଏତେ ସୁନ୍ଦର ବୋଲି ବାପା ଓ ଭାଇ ଅଧାରୁ ପାଠ ପଢା ବନ୍ଦ କରି ଦେଲେ, କାଳେ ନୂପୁରଙ୍କ ସୁନ୍ଦରତା ର କେହି ଫାଇଦା ଉଠାଇବ ବୋଲି। ତାପରେ ନୂପୁର ଙ୍କ ବିବାହ ସତ୍ୟମଙ୍କ ସହ ହେଲା। ସତ୍ୟମ ନୂପୁରଙ୍କ ସୁନ୍ଦରତା ପାଇଁ ପାଗଳ।ତାଙ୍କ ମନରେ ଗୋଟିଏ ଡର କାଳେ ନୂପୁର ତାଙ୍କ ସୁନ୍ଦରତା ପାଇଁ ତାଙ୍କୁ ଛାଡି ଚାଲି ଯିବେ। ତେଣୁ ସେ ନୂପୁର ଙ୍କୁ କାହା ସହ ବି କଥା ହେବା ପାଇଁ ଦେଉ ନ ଥିଲେ। ନୂପୁରଙ୍କୁ ଶେଷରେ ଘରେ ବନ୍ଦୀ କରି ରଖିଛନ୍ତି। ନୂପୁର ଙ୍କ ପାଇଁ ତାଙ୍କ ସୁନ୍ଦରତା ଆଜି ଅଭିଶାପ ପାଲଟିଛି।ନୂପୁର କଣ ସେ ବନ୍ଦୀକୁ ସ୍ବୀକାର କରିବେ ନା ନିଜକୁ ସେଠାରୁ ଆଜାଦ କରିବେ ଆଉ କେମିତି କରିବେ ....? ୧୪. ରାଧା ଜଣେ ଅଳ୍ପ ପାଠପଢ଼ା ଗାଉଁଲି ଝିଅ। ବିବାହ କରି ସହରରେ ରହୁଛନ୍ତି। ଗାଉଁଲି ବୋଲି ରାଧାଙ୍କ ସ୍ବାମୀ ଦେବପ୍ରସାଦ ରାଧାଙ୍କୁ କୁଆଡେ ନେଇ ଯାଉ ନ ଥିଲେ।ରାଧା ତଥାପି ନିଜ ଘର ସଂସାର ରେ ବ୍ୟସ୍ତ ଥାଆନ୍ତି।ଚାରିଟା ଛୁଆ,ଶାଶୁ , ଶଶୁର ଆଦିଙ୍କୁ ନେଇ। ହେଲେ ଦେବପ୍ରସାଦ ଘରକୁ ଆସିବା କମାଇ ଦେଲେ। କାରଣ ସେ ଆଉ ଗୋଟିଏ ସ୍ତ୍ରୀ ଲୋକ ମନିକା କୁ ଭଲ ପାଇ ଦ୍ୱିତୀୟ ବିବାହ କଲେ।ଏ କଥା ଘରେ ଜିଣିଲା ପରେ ରାଧାଙ୍କ ଶାଶୁ ଶଶୁର ଦ୍ବିତୀୟ ବୋହୂ କୁ ଗ୍ରହଣ କଲେ।ରାଧା ତଥାପି ସବୁ ସହୁ ଥିଲେ। ଛୁଆମାନେ ବି ଆଉ ରାଧାଙ୍କୁ ପଚାରିଲେ ନାହିଁ। ଏବେ ରାଧା ନିଜର ନୂଆ ପରିଚୟ ତିଆରି କରିବା ପାଇଁ ବିହାରିଲେ....। ୧୫. ସୁନିତା ଗୋଟିଏ ତିନି ବର୍ଷ ଝିଅର ମାଆ। ସ୍ବାମୀ ଚାଲି ଯିବା ପରେ ସୁନିତା ଶାଶୁ ଶଶୁର ଓ ଝିଅ ସମସ୍ତଙ୍କୁ ଚାକିରୀ କରି ସମ୍ଭାଳୁଛନ୍ତି। ସେପଟେ ଅଙ୍କିତ ସୁନିତାଙ୍କ ମାଳିକ। ତାଙ୍କୁ ତାଙ୍କ ସ୍ତ୍ରୀ ଧକା ଦେଇ ଆଉ କାହା ସହ ଚାଲି ଯାଇଛନ୍ତି।ଅଙ୍କିତ ସେବେଠାରୁ ସ୍ତ୍ରୀ ଲୋକମାନଙ୍କ ଉପରେ ବିରକ୍ତ ହୁଅନ୍ତି। ହେଲେ କଣ କରିବେ ବାପା ମାଆ ଙ୍କ ଗୋଟିଏ ବୋଲି ପୁଅ। ସୁନିତା ଙ୍କୁ ଅଙ୍କିତ ବହୁତ ରାଗୁ ଥିଲେ। ହେଲେ ଏମିତି କଣ ହେଲା ଯେ ଅଙ୍କିତ ଓ ସୁନିତାଙ୍କ ପୁନର୍ବାର ବିବାହ ହେଲା। କଣ ତାଙ୍କର ଏ ବିବାହ ତିସ୍ଥିବ ନା ପୁଣି ଭାଙ୍ଗି ଯିବ। ୧୬. ନୂଆ ବିବାହ କରି ନେହା ଘରକୁ ହଳଦୀ ଗୋଡ ଧୂଆରେ ଆସି ଥାଆନ୍ତି। ତାଙ୍କ ସହ ତାଙ୍କ ସ୍ବାମୀ ଗଗନ, ନଣନ୍ଦ ରୂପା ଓ ଦିଅର ନମନ ଆସି ଥାଆନ୍ତି। ଯେତେବେଳେ ନେହାଙ୍କୁ ତାଙ୍କ ସାଙ୍ଗ ଲିସା ଚଉଠି ରାତି କଥା ପଚାରିଲେ ନେହା କିଛି କହି ନ ପାରି ଚୁପ ରହିଲେ ।ଲିସା ଭାବିଲେ ଯେ ନେହା ଲାଜ କରୁଛନ୍ତି। ହେଲେ ନେହା କହିବେ ବା କଣ ? କାରଣ ତାଙ୍କର ରାତିରେ କଣ ହେଉଛି ଠିକରେ ମନେ ରହୁ ନାହିଁ। ବାସର ରାତିରେ କ୍ଷୀର ଗଗନ ଓ ସେ ପିଇଲା ପରେ କଣ ହେଲା ଝାପ୍ସା ଝାପ୍ସା ମନେ ଅଛି। ଏମିତି ସବୁ ରାତିରେ ତାଙ୍କର କଣ ହେଉଛି କେଜାଣି, ସକାଳୁ କିଛି ମନେ ରହୁ ନାହିଁ। ଗଗନ ତ ତାଙ୍କୁ ଭଲ ପାଆନ୍ତି। ହେଲେ ରାତି ଦୁହେଁ କଣ କରନ୍ତି ସକାଳୁ ନେହାଙ୍କ ମନେ ରୁହେ ନାହିଁ।ସେ ଏ ବିଷୟରେ କାହାକୁ କହିବେ ଭାବି ପାରୁ ନ ଥାଆନ୍ତି। ଘରକୁ ଫେରିଲା ପରେ ଗଗନଙ୍କୁ କହିଲାରୁ ଗଗନ ନ ବୁଝିଲା ପରି କୁହନ୍ତି କଣ ରାତିରେ ମନେ ରହୁ ନାହିଁ ବୋଲି କହି ଦିନରେ ବି ସେ ମଜା ନେବାକୁ ଚାହୁଁଛ? ଆଉ ଆଶ୍ଚର୍ଯ୍ୟ କଥା ଗଗନ ଓ ନେହା ଯୁଆଡେ ବି ଯାଆନ୍ତି ପଛେ ପଛେ ନମନ ଯାଇ ପହଞ୍ଚି ଯାଆନ୍ତି।ନେହାଙ୍କ ସହ କଣ ହେଉଛି....ସତରେ ସେ ରାତି କଥା ଭୁଲି ଯାଉଛନ୍ତି ନା କିଛି ଚକ୍ରାନ୍ତରେ ଫସି ଯାଇଛନ୍ତି....? |
30 | ପ୍ରମ୍ପ୍ଟ ୧- ମାଘ ମାସ ଦ୍ବିତୀୟ ଗୁରୁବାର ଦାଣ୍ଡ ଦୁଆରେ ସଲିଳ ପଦ୍ମ ଫୁଲ ଆଙ୍କି ସରଧାରେ ଲକ୍ଷ୍ମୀ ମା'ଙ୍କର ପାଦ ବସଉ ଥିଲେ।ଏଥରକ ଲକ୍ଷ୍ମୀ ସାଆନ୍ତାଣୀ ମୋ ମନ କଥା ବୁଝିବ।ଜର ହେଉ କି ମୁଣ୍ଡ ବ୍ଯଥା ମୁଁ କେବେ ତୁମ ସେବାରେ ଅବହେଳା କରିନି ମା'...ଏକଥା ତୁମେ ଜାଣ। ।ଆମେ ତ ନାରୀ ଜାତି ସେଇ ଅସୁବିଧା କେଇଦିନକୁ ଛାଡି ମୁଁ କେବେ ତୁମକୁ ଭୂଲିନି ସବୁବେଳେ ତୁମ ନୀତି ନିୟମ ମାନିଛି।ଆଗଥର ଯାହା ହେଲା ହେଲା ଏଥରକ ଟିକେ ଅନେଇଥିବ...!ଆଲୋ...ଆଲୋ.....ଲକ୍ଷ୍ମୀଛାଡିଟା ରହ..ରହ.. ସବୁ ସାଇଲା.....ଆଉ କ'ଣ ଅଛି ...!ଓଳିଏ କାଳ ନାଗି ଚିତା ପକେଇଥିଲି ସବୁ ସାରିଦେଲା...!ଘୁଷୁରିପଲ ପରି ମା' କାହିଁକି ଏଗୁରାକୁ ଜନ୍ମ କରୁଛି କେଜାଣି....?କାହିଁ ଏମିତି ଧଇଁ ସଇଁ ହଉଛୁ ଏ ସଂଜ ବେଳଟାରେ ...ଭୂତ ଦେଖିଲୁ ନା.... ଡାହାଣୀ ଦେଖିଲୁ...? ଆଈ....ଆଈ....ମୋ ମା'ର କ'ଣ ହେଇଯାଉଛି ତୁ ଟିକେ ଆସିଲୁ ମା' ଖାଲି ବାଡେଇ କଚାଡି ହେଇ କାନ୍ଦୁଛି ପେଟକୁ ଧରି....!!!!କହିଲା ଯା ଆଈକୁ ଡାକି ଆଣିବୁ ।ହଉ ଏ ଆଣ ତାଟିଆ ନେଇ ଘରକୁ ଯା...ମୁଁ ଜେଜେକୁ ଡାକି ଆଣୁଛି....।ତା'ପରେ.....। |
32 | ପ୍ରମ୍ପ୍ଟ୧-ପ୍ରେମ-- ପାୟଲ୍-ଜାଣିନି ଆଜି କାହିଁକି ଦିନଟା ମତେ ଅଲଗା ଅଲଗା ଲାଗୁଛି। କଲେଜକୁ ଆସିଲା ବେଳେ ମୁଁ ରାସ୍ତାରେ ଜଣଙ୍କୁ ଦେଖିଲି। ଆଉ ସେତିକି ବେଳରୁ ମନଟା ଯେମିତି ସେଇ ମଣିଷ ଭିତରେ ହଜିଗଲା ଭଳି ଲାଗୁଛି। ରିମଝିମ୍ -ଆରେ ତୁ କାହା କଥା କହୁଛୁ ମୁଁ କିଛି ବି ବୁଝି ପାରୁନି। ପାଗିଳୀ ହେଇଯାଇଛୁ କି? ଦିନଟା ଅଲଗା ଅଲଗା ଲାଗୁଛି, ପୁଣି ମନଟା ବି ହଜିଯାଇଛି? ହେଲେ କାହାପାଇଁ? ପାୟଲ୍- ଜାଣିନିରେ ସେ କିଏ? ରିମଝିମ୍ -ଆରେ ପୁଅ ନା ଝିଅ, ବୁଢା ନା ବୁଢୀ, ନା ଭୂତ ନା ପ୍ରେତ? ଏମିତି କିଏ ଥିଲା ଯେ ତୁ ଜାଣିପାରୁନୁ ସେ କିଏ? ମଣିଷ ତ ହେଇଥିବ ନା? ପାୟଲ୍-ଆରେ ରିମି ସେ ପୁଅଟେ। ଓହ୍ କି ଚେହେରା, ବାଟରେ ଚାଲିଗଲେ ଅତରର ମହକ ତା ଆଡ଼କୁ ଟାଣି ନଉଥିଲା। ମୁଁ ଗୋଟେ ଲୟରେ ତାକୁ ତ ଚାହିଁରହିଥିଲି। କେବଳ ଚାହିଁ ରହିଥିଲି ସେତିକି ନୁହେଁ ଜାଣିଚୁ ମୁଁ ତା ପଛରେ କିଛି ବାଟ ପଳେଇଥିଲି। ବଜାର ଗହଳି ଭିତରେ ସେ ସାଙ୍ଗେ ସାଙ୍ଗେ କୁଆଡେ ଗାୟବ ହେଇଗଲା ଯେ ମୁଁ ଖୋଜି ଖୋଜି ପାଇଲିନି। ତା ପାଖରେ କିଛି ତ ଗୋଟେ ଆକର୍ଷଣ ଅଛି। ପ୍ରମ୍ପ୍ଟ୨-ରହସ୍ୟ-- ବନ୍ଦିତା- ଆରେ ଆରେ ଭାଉଜ ତମେ ସେ କୋଠରୀ ପାଖରେ କଣ କରୁଛ? ଆସ ଇଆଡେ ଆସ। ପୁନମ୍-କଣ ହେଲା ବନ୍ଦିତା? ତମେ ମତେ ସେ କୋଠରୀ ପାଖରୁ ଚାଲି ଆସିବାକୁ କାହିଁକି କହିଲ? ବନ୍ଦିତା -କିଛି ନାହିଁ ତମେ ଚାଲିଲ ଏଠୁ। ରାତି ପ୍ରାୟ ବାରଟା ହେଇଯାଇଥାଏ କିନ୍ତୁ ପୁନମକୁ ନିଦ ଆସୁନଥାଏ। ବିଛଣା ଉପରେ ପଡି କେବଳ କଡ ଲେଉଟାଉଥାଏ। ମନରେ ବାରମ୍ବାର ସେଇ କୋଠରୀକୁ ନେଇ ଅନେକ ପ୍ରଶ୍ନ ଉଙ୍କି ମାରୁଥାଏ। ପୁନମ୍ -କ'ଣ ଅଛି ସେ କୋଠରୀ ଭିତରେ? ମୁଁ ଯେତେବେଳେ ସେ କୋଠରୀ ପାଖକୁ ଗଲି ବନ୍ଦିତା ମତେ ସେଠୁ କାହିଁକି ନେଇ ଆସିଲେ? କିଛି ତ ରହସ୍ୟ ଅଛି। ଯୋଗକୁ ଦୀପକ୍ ବି ଚଣ୍ଡିଗଡ ପଳେଇଛନ୍ତି। ନହେଲେ ତାଙ୍କୁ ୟେ ବିଷୟରେ ପଚାରିଥାନ୍ତି। ଫୋନ୍ କରି ପଚାରିବି କି? ନା ଏତେ ରାତି ହେଲାଣି ସେ ଶୋଇପଡିଥିବେ ଯଦି? ନା ପଚାରିବାଟା ଠିକ୍ ହବନି। ନିଦ ଲାଗୁନି ଯାଉଛି ଘରଟାକୁ ବୁଲିକି ଦେଖିବି। ବାହାଘରକୁ ପନ୍ଦର ଦିନ ହେଇଗଲାଣି କେତେଦିନ ଆଉ ଏଇ ଗୋଟିଏ କୋଠରୀରେ ପଡିକି ରହିବି। ଘରର ଅଧା ଅଂଶ ପୁରୁଣା ଆଉ ଅଧା ଅଂଶ ନୁଆ ଲାଗୁଥାଏ।ବୋଧହୁଏ ପୁରୁଣା ଘରଗୁଡାକ ଭଙ୍ଗା ହେଇଛି। ଛାତ ଉପରଆଡୁ କିଛି ଲତା ମାଡି ଆସିଛି ଘର ଭିତରକୁ। ପୂର୍ବଜଙ୍କର କିଛି ଫୋଟୋ ଲାଗିଛି।ଯାହା ଉପରେ ଅଳନ୍ଧୁର ପରସ୍ତ ମାଡି ଯାଇଛି। ଘରେ ସମସ୍ତେ ଶୋଇ ଯାଇଛନ୍ତି।କିନ୍ତୁ ପୁନମ୍ ତା ପାଦର ପାଉଁଜିକୁ ରୁଣଝୁଣ୍ କରି ସବୁଜାଗାକୁ ବୋଲି ଦେଖୁଛି। ପୁନମ୍ ବୁଲି ବୁଲି କେତେବେଳେ ସେଇ କୋଠରୀ ପାଖକୁ ପଳେଇଛି ଯୋଉଠୁ ବନ୍ଦିତା ତାକୁ ନେଇ ଆସିଥିଲା। ପୁନମ୍ ଯେତେବେଳେ କବାଟରେ ଲାଗିଥିବା ତାଲାକୁ ହାତ ବଢେଇଛି ଅଚାନକ୍ ତା କାନ୍ଧରେ କାହାର ସ୍ପର୍ଶ ଅନୁଭବ କରି ଚମକି ଉଠିଚି। ପ୍ରମ୍ପ୍ଟ୩-ନାରୀ-- ଅଲିଭା ଆଜି ହାରିଯାଇଛି। ଯିଏ ନିଜକୁ ସବୁବେଳେ ଅନ୍ଧାରରେ ରଖି ଅନ୍ୟକୁ ଆଲୋକିତ କରିଛି,ନିଜେ ନଖାଇ ଅନ୍ୟକୁ ଆହାର ଦେଇଛି। ନିଜକୁ କଷ୍ଟ ଦେଇ ଅନ୍ୟକୁ ଶୁଖ ,ଶାନ୍ତି, ଖୁସିରେ ଜୀବନ ବିତେଇବାକୁ ସାହାରା ଦେଇଛି। ସେ ଆଜି ନିଜେ ବେଘର ହେଇଯାଇଛି। ଜୀବନର ଅଧାରୁ ଅଧିକ ସମୟ ସେ ଯୋଉ ସ୍ୱାମୀ ଆଉ ପିଲା ମାନଙ୍କ ପାଇଁ ନିଜକୁ ତିଳ ତିଳ କରି ଜାଳିଛି ଆଉ ନିଜକୁ ତ୍ୟାଗ କରିଛି ସେଇମାନେ ହିଁ ଆଜି ସେମାନଙ୍କ ଜୀବନରୁ ତାକୁ ପରିତ୍ୟାଗ କରିଛନ୍ତି। କେମିତି ନିଜକୁ ବୁଝେଇବ ଆଉ କେମିତି ନିଜ ସ୍ୱାମୀ ଆଉ ପିଲାମାନଙ୍କୁ ବୁଝେଇବ, ଯେ ସେ ତା ପରିବାର ପାଇଁ ପର ନୁହେଁ। ଯାହାକୁ ସେମାନେ ପର ବୋଲି ଭାବୁଛନ୍ତି। ଆଖିର ଧାର ଧାର ଲୁହ ସବୁ ଝରିଯାଉଛି।କିଛି ଲୁହକୁ ଓଠ ପିଇ ଯାଉଛି, ଆଉ କିଛି ଲୁହ ପଣତକୁ ଭିଯୋଉଛି। |
32 | ବର୍ଷାର ପ୍ରତିଟି ଜଳବିନ୍ଦୁର ସ୍ପର୍ଶରେ ପୃଥିବୀ ଟିକେ ଅଧିକ ସୁନ୍ଦର ହୋଇଯାଏ। ଲାଗେ ସତେ ଯେମିତି ସବୁଜ ପାଟ ଶାଢ଼ୀଟିଏ ପିନ୍ଧି ଆଇନା ଆଗରେ ଫୁଲେଇ ହେଉଛି। ଇନ୍ଦ୍ରଧନୁ ପୃଥିବୀର ଏଇ ସୁନ୍ଦରତାକୁ ଦେଖିବା ପାଇଁ କାହିଁ କେତେ ଦୂରୁ ଉଭା ହୋଇଯାଏ। ପ୍ରେମ ବୋଇଲେ ଆଉ କଣ କି? ଇନ୍ଦ୍ରଧନୁର ଏଇ ଚଂଚଳତା ହିଁ ତ ପ୍ରେମ! ପ୍ରିୟାକୁ ଥରେ ଆଖି ଭରି ଦେଖିବାକୁ କୋଉ ପ୍ରେମିକ ବା ନ ଚାହେଁ। ପ୍ରେୟସୀର ସୌନ୍ଦର୍ଯ୍ୟ ଆଗରେ ଫିକା ପଡ଼ିଯାଏ ସାରା ଦୁନିଆ। ତେବେ ଚାଲନ୍ତୁ ଶ୍ରାବଣର ମେଘାଚ୍ଛନ୍ନ ଅନ୍ତରୀକ୍ଷ ତଳେ ପ୍ରେମ ପାଇଁ ଲେଖିବା ଧାରାବାହିକ। ବର୍ଷା ସହ ପ୍ରେମରେ ମଧ୍ୟ ଭିଜିବା ଆଉ ପାଠକଙ୍କୁ ଭିଜାଇବା। ପ୍ରେମକୁ ଆଉ ଶ୍ରାବଣକୁ ଏକା ସାଙ୍ଗରେ ଜିଇଁବା।। ୨- ଶ୍ରାବଣ ଶେଷ ପର୍ଯ୍ୟାୟରେ, ଭାଦ୍ରବର ସ୍ଵାଗତ ପାଇଁ ପୃଥିବୀ ପ୍ରସ୍ତୁତ ପ୍ରାୟ। ପ୍ରାତଃ ସମୟ , ଅଳସ ଭାଙ୍ଗୁଥାଏ ସବୁଜିମା। ମୁଁ କଲେଜ ଯାଉଥାଏ ପ୍ରକୃତିର ସୁନ୍ଦରତାକୁ ଉପଭୋଗ କରି କରି। ହଠାତ୍ ସଫେଦ ଆକାଶରେ ଭରିଗଲା ଘନ କୃଷ୍ଣ ବାଦଲଗୁଡାକ। ଝିପଝିପି ଜଳବିନ୍ଦୁ ପଡ଼ିବାର ଶଦ୍ଦ ମୋ କାନକୁ ଜୋର୍ରେ ଯିବାକୁ ପ୍ରବର୍ତ୍ତାଉଥିଲା। ଦୋୖଡି ଯାଇ ଛିଡ଼ା ହୋଇଗଲି ପାଖରେ ଥିବା ଛୋଟ କୁଡିଆର ମାଟି ପିଣ୍ଡା ଉପରେ। ମୁଣ୍ଡ ବାଜିଲା ଭଳି ଚାଳ ଘର,କବାଟ ଖୋଲା,ଦରଭଙ୍ଗା ମାଟି ପିଣ୍ଡା। କୁଡିଆକୁ ଦେଖିଲେ ଲାଗୁଥିଲା ପ୍ରେମରେ ବିରହୀଟିଏ ଯେମିତି କେଉଁ ଆଦିମ କାଳରୁ ଚାହିଁ ରହିଛି ତା ପ୍ରିୟତମାର ଫେରିବା ବାଟକୁ। ଅପେକ୍ଷାର ଆଘାତରେ କ୍ଷତ ବିକ୍ଷତ ହୋଇ ସାରିଛି ହେଲେ ମରିନି। ୩-- ରାସ୍ତାରେ ଯିବା ବେଳେ କେତେ କେତେ ଦୃଶ୍ୟକୁ ଦେଖି ଆମେ ବଢ଼ି ଥାଉ। କେବେ ଆଗରେ ନୂଆ ତିଆରି ହେଉଥିବା ସପିଙ୍ଗ ମଲ ଆଡେ ଟିକେ ଆଖି ବୁଲେଇ ଆଣୁ ତ ଆଉ କେବେ ରାସ୍ତା ଆରପଟେ କାହା ବଗିଚାରେ ସୁନ୍ଦର ଗୋଲାପଟିକୁ ଦେଖି ଖୁସି ହୋଇଯାଉ। ଓମେନ କଲେଜ୍ ରାସ୍ତାରେ ଯିବାବେଳେ ଦଳ ଦଳ ହୋଇ ଯାଉଥିବା ସୁନ୍ଦର ପକ୍ଷୀଙ୍କ ଆଡ଼କୁ ଆଖି ଭିଡ଼ି ହୋଇ ଚାଲିଯାଏ। କେବେ କେବେ ଭୁବନେଶ୍ଵର ରାଜରାସ୍ତା କଡ଼ରେ ଥିବା ଦହିବରା ଆମକୁ ଆଖି ମାରି ଡାକିଦିଏ। ଚକଚକ୍ ରାସ୍ତା, ଦୁଇ ପାର୍ଶ୍ଵରେ ସବୁଜ ବୃକ୍ଷ, ଧିମା ଜଳୁଥିବା ସ୍ତ୍ରିଟ ଲାଇଟ୍ ପରିବେଶକୁ ଟିକେ ଅଧିକ ରୋମାଞ୍ଚକର କରିଦିଏ। ହେଲେ ଆମ ଆଖିର ଆଢ଼ୁଆଳରେ ରାସ୍ତା କଡ଼ରେ ପଡ଼ିଥାଏ ପୁଅବୋହୁଙ୍କ ପାଇଁ ଅଲୋଡ଼ା ହୋଇଥିବା ବାପାଟିଏ। ସାତ ବର୍ଷର ଶିଶୁଟିଏ ପଲିଥିନ ଗୋଟାଉ ଥାଏ। ପାଦରେ ହୋଇଥିବା ଖଣ୍ଡିଆରେ କପଡ଼ା ଗୁଡ଼ାଇ ରିକ୍ସା ଟାଣୁଥାଏ ଝାଳୁଆ ମଣିଷଟିଏ। ସ୍ବପ୍ନକୁ ସାକାର କରିବା ପାଇଁ ଅହରହ ପରିଶ୍ରମ କରୁଥାଏ ଗାଁରୁ ସହର ଆସିଥିବା ଗରିବ ଛାତ୍ରଟିଏ। ଗର୍ଭବତୀ ମହିଳା ଜଣେ ବୋହୁଥାଏ ଉନ୍ନତ ସଭ୍ୟତା ନାମୀ ଇଟା। ପାଗଳଟିଏ ଖାଦ୍ୟ ଟିକେ ପାଇବା ପାଇଁ ଲଢ଼ୁଥାଏ ବୁଲା କୁକୁରଙ୍କ ସହ। ଗୋଟିଏ କାନ୍ଧରେ ସାନ ଭଉଣୀକୁ ଧରି ଅନ୍ୟ ହାତରେ ଖେଳନା ଧରି ବିକୁଥାଏ ସପନକୁ ମାରି ସାରିଥିବା କିଶୋରୀ ଜଣେ। ବାଡ଼ିର ପରିବାକୁ ସାଇକେଲରେ ବୋହି ଘର ଘର ଯାଇ ବିକୁଥିବା ବୁଢ଼ା ମଣିଷଟିଏ ଅନୁରୋଧ କରୁଥାଏ ମୂଲଚାଲ ନ କରିବା ପାଇଁ। ହେଲେ ଏ ସବୁ ଆମ ଆଧୁନିକ ସହରୀ ଆଖିକୁ ଦେଖାଯାଏ ନାହିଁ। ମଣିଷ ବି ଦେଖିପାରେ ନାହିଁ ମଣିଷର ଅବସ୍ଥା ଆଉ ଅବ୍ୟବସ୍ଥା। ସେଦିନ ମୁଁ କଲେଜରୁ ଫେରୁଥାଏ। ସେତେବେଳକୁ ପ୍ରାୟ ସୂର୍ଯ୍ୟ ପଶ୍ଚିମ ଦିଗକୁ ଆପଣାର କରି ସାରିଲେଣି। ଚାଲିବା ବାଟରେ ହଠାତ ମୋ ଆଖି ଅଟକିଗଲା ଏକ ସରକାରୀ ସ୍କୁଲ ବାରଣ୍ଡା ପାଖରେ। ଭୋକର ପ୍ରେରଣାରେ ଦ୍ରୁତ ବେଗରେ ଚାଲୁଥିବା ପାଦ ହଠାତ୍ ଅଟକିଗଲା। ଆଖି ଦୁଇଟା ଟାଣି ହୋଇଗଲା ୪-- ସବୁଦିନ ସବୁ ମୁହୂର୍ତ୍ତ ଧୂଆଁଳିଆ ରହୁଥିବା ସେ କୋଠରୀ ଏବେ ପରିଷ୍କାର ଲଗୁଛି।ଲାଗୁଛି ସତେ ଅବା ବହୁଦିନ ତଳେ ମିଛ ଦୋଷରେ କାରାଗାର ଯାଇଥିବା କଏଦୀ ଟିଏ ଘରକୁ ଫେରୁଛି।ନୂଆ ଚମକ ବାରି ହୋଇ ପଡ଼ୁଛି ସେ କୋଠରୀରୁ।ସେ କୋଠରୀ ଆଜି ବହୁତ୍ ଖୁସି , ସବୁଦିନ ଅବସାଦର ଭାରକୁ ସମ୍ଭାଳୁ ଥିବା କୋଠରୀଟି ଆଜି ମୁକ୍ତ।ବିରହୀର ଯନ୍ତ୍ରଣାକୁ ଆଲିଙ୍ଗନ କରୁଥିବା ସେ କୋଠରୀ ଆଜି ଜଞ୍ଜାଳହୀନ।କୋଉ ଅଜଣା ପ୍ରେମିକର ଲୁହରେ ଭିଜୁଥିବା କୋଠରୀରେ ଆଜି ଆନନ୍ଦର ଶୁଷ୍କତା ।ହଁ , ଦୁନିଆର ଅଜାଣତରେ ଲୋକଙ୍କ ଆଢ଼ୁଆଳରେ ମରି ସାରିଛି ସେ କୋଠରୀରେ ରହୁଥିବା ମଣିଷଟି।ଏବେ ସ୍ଵାଧୀନ ସେ କୋଠରୀ।।। ୫-- ଦୂର ଦିଗବଳୟରେ ସୂର୍ଯ୍ୟ ଫେରିବାକୁ ବାହାରିଲାଣି , ଗାଁ ରାଧାକୃଷ୍ଣ ମନ୍ଦିରର ସନ୍ଧ୍ୟାଧୂପ ପାଇଁ ଘଣ୍ଟଘଣ୍ଟା ବି ବାଜିଲାଣି।ବୁଲୁଥାଏ ମୁଁ ନଦୀ କୂଳରେ ଯେଉଁଠି ବାଲି ସହ ଗଦା ହୋଇଛି ଛୋଟ ବେଳର ସ୍ମୃତି ସବୁ। ଅତୀତର କେତେ କେତେ ସୁନ୍ଦର ମୁହୂର୍ତ୍ତ ଉପରେ ବାଲି ଚରି ଗଲାଣି। ବଦଳି ଯାଇଛି ବର୍ତ୍ତମାନ, ନାହିଁ ଆଉ ସେହି ପାଗଳାମି କି ପ୍ରେମ। ଯେତେବେଳେ ମୋର ତା କଥା ମନେପଡେ ଚାଲି ଆସେ ଏ ନଦୀ କୂଳକୁ।ତିନି ବର୍ଷ ହେଇଗଲା ଯେବେ ଶେଷଥର ଦେଖା ହେଇଥିଲା ତା ସହ , ଏଇ ବାଲି ଉପରେ ବସି ହିଁ ଭବିଷ୍ୟତର ପରିଯୋଜନା କରିଥିଲୁ। ଆଜି ସେ ନାହିଁ ହେଲେ ତା ସ୍ମୃତିକୁ ଅମ୍ଳାନ କରି ରଖିଛି ଏ ନଦୀ କୂଳର ବିସ୍ତୀର୍ଣ୍ଣ ବାଲୁକା ଶଯ୍ୟା।ଯେତେବେଳେ ମୁଁ କଲମ ଧରେ ଦୋୖଡି ଆସେ ଏ ନଦୀ କୂଳକୁ ଠିକ୍ ମରୀଚିକା ପଛରେ ମୃଗଟିଏ ଦୌଡିବା ବେଗରେ। ଶଦ୍ଦ ସବୁ ବାଟ କଢାଇ ନିଅନ୍ତି ଏକ ନୂଆ ଦୁନିଆକୁ ଯେଉଁଠି ସବୁ କିଛି ମୁଁ ଆଉ ସବୁ କିଛି ମୋର। ହେଲେ ଅଧା ବାଟରେ ମୋଠୁ ଦୂରେଇ ଯାଇଥାନ୍ତି ବାକ୍ୟ ସବୁ,ଏକା ରହିଯାଏ ମୁଁ ସେ ବାଲି ଉପରେ। |
33 | ବସ୍ ଷ୍ଟପ୍ ର ଗୋଟେ କୋଣରେ ଜାକିଜୁକି ହେଇ ଛିଡା ହେଇଛି ସ୍ନିଗ୍ଧା।ଆକାଶରେ ଢାଙ୍କି ହେଇ ରହିଛି କଳା ଚାଦର ଭଳି କଳା ହାଣ୍ଡିଆ ମେଘ।ଲାଗୁଛି ଯେମିତି ଏଇନା ଏଇନା ଚାଦରଟି ଖସି ପଡିବ ମୁଣ୍ଡ ଉପରେ।ସେଇ ବସ ଷ୍ଟପ ର ଆଉ ଗୋଟେ କୋଣରେ ସିମେଣ୍ଟ ବେଞ୍ଚ ଉପରେ ବସିଛନ୍ତି ବସ୍ ଅପେକ୍ଷାରତ କୋଳାହଳ ମଗ୍ନ ଆଉ କିଛି ଯାତ୍ରୀ।ପାଗକୁ ଦେଖି ସେମାନଙ୍କ ହାତରେ ଥିବା ସିଗାରେଟ୍ ର ଧୁଆଁସବୁ କୁଣ୍ଡଳୀ ସାଜି ଉପରକୁ ଉପରକୁ ଉଡିଯାଉଛନ୍ତି ପ୍ରତିଯୋଗିତା କଲାଭଳି।ଅନ୍ଯ ପଟେ ଏଇ ଦୃଶ୍ଯକୁ ଦେଖି ଝିଅଟି ଭିତରୁ ଭିତରୁ ଡରିଗଲାଣି ସମ୍ପୂର୍ଣ୍ଣ ଭାବେ।ଏଇସବୁ ଦୃଶ୍ଯକୁ ଲକ୍ଷ୍ଯ କରୁଛି ସନ୍ଦିପ ବହି ଭିତରୁ ମଝିରେ ମଝିରେ ମୁଣ୍ଡ ଟେକି । |
34 | ଭାଗ୍ୟ ବି କାହା ସହ କେମିତି କେମିତି ଖେଳ ଖେଳେ, ଆଜି ଯିଏ ଧନୀ କାଲି କୁ ସେ ଗରିବ, ଆଜି ଯିଏ ଦୁଃଖୀ କାଲି କୁ ସେ ସୁଖୀ , ଏଇ କାହାଣୀ ଟି ହେଉଛି ଗୋଟେ ଝିଅ ର ଯାହାର ନାମ ହେଉଛି ନନ୍ଦିନୀ , ଯାହାର ଅନେକ ଗୁଡ଼ିଏ ସ୍ଵପ୍ନ ଅଛି ଏବଂ ସେଇ ସ୍ଵପ୍ନ ହିଁ ତା ଜୀବନ , ସବୁବେଳେ ସେ କହେ ଯେ " ସ୍ଵପ୍ନ ବିନା ମଣିଷ କିଛି ନାହିଁ, ସ୍ଵପ୍ନ ହିଁ ଜୀବନ ଆଉ ସ୍ଵପ୍ନ ହିଁ ସବୁକିଛି , ନିଜ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବା ପାଇଁ ହାରିଯିବ ପଛେ କିନ୍ତୁ କେବେ ହାର୍ ମାନିବନି ..... , କିନ୍ତୁ ଏ କଣ ! ଆଜି ନନ୍ଦିନୀ ପୁରାପୁରି ହାରି ଯାଇଛି, ତା ସ୍ବପ୍ନ ଭାଙ୍ଗି ଚୂରମାର ହୋଇ ଯାଇଛି ଏବଂ ସେ ଶୂନ୍ୟ ପାଲଟି ଯାଇଛି .......... |
35 | ମନୋଜ ଏକ ମଧ୍ୟବିତ୍ତ ପରିବାରର ଜଣେ ସାଧାରଣ ପିଲା । ଶିକ୍ଷାଗତ ଯୋଗ୍ୟତାରେ ଏମ୍.ଏ ସହ ଏଲ.ଏଲ.ବି । ପେଶାରେ ଜଣେ ପ୍ରତିଷ୍ଠିତ ନ୍ୟୁଜ ଚ୍ୟାନେଲର ସାମ୍ବାଦିକ । ଗୋଟିଏ ଦୋକାନର କ୍ୟାସିୟର ଭାବେ କାମ କରୁଥିବା ଯୁବତୀଙ୍କୁ ପ୍ରଥମ ଦେଖାରେ ପ୍ରେମ କରିଲା । ଯୁବତୀଙ୍କୁ ପ୍ରେମ ନିବେଦନ କରି ସଫଳ ହେଲା । କିନ୍ତୁ ଝିଅ ତାର ପୁରୁଣା ପ୍ରେମିକ ସହ ସମ୍ପର୍କ କାଟି ନଥାଏ । ମନୋଜ ସବୁ କଥା ଜାଣି ମଧ୍ୟ ତାକୁ ପ୍ରେମ କରେ । ଝିଅର ସବୁ ଇଚ୍ଛା ପୁରଣ କରୁଥାଏ । କିନ୍ତୁ ଝିଅ ଠାରୁ କେବେ ମଧ୍ୟ ପ୍ରେମ ପାଉନଥାଏ । ଏମିତି ଗୋଟିଏ ବର୍ଷ ବିତିଗଲା, ମନୋଜ ଘର ଲୋକଙ୍କୁ ତାର ପ୍ରେମ କଥା କହି ବିବାହ ପ୍ରସ୍ତାବ ନେଇ ଝିଅ ଘରକୁ ଯାଏ । କିନ୍ତୁ ଏମିତି କଣ ହେଲା ,ମନୋଜ ଆଜି ମଧ୍ୟ ଏକୁଟିଆ ରହୁଛି । ତାର ବିବାହ ହେଲା ନା ନାହିଁ । କାହିଁକି ଏମିତି ଏକୁଟିଆ ରହୁଛି । |
36 | ମୋ ଦେହର ତନ୍ତ୍ରୀ ମାନ ଥରି ଉଠୁଥିଲା।ମୁଁ କଣ ଆସାମୀ???ମୁଁ କଣ ହତ୍ୟାକାରୀ??? ନା ନା ନିଜ ଜୀବନ ବଞ୍ଚାଇବାକୁ ଏହି ଉଦ୍ୟମ କୁ ହତ୍ୟା କୁହା ଯାଇ ନପାରେ କିନ୍ତୁ କିଏ ବିଶ୍ୱାସ କରିବ ମତେ,ଯଦି ସେ ରାସ୍ତାରେ ଚାଲି ଯାଉଥିବା କେହି ଯୁବକ ହୋଇ ଥାଆନ୍ତା ତେବେ ଅଲଗା କଥା କିନ୍ତୁ ସେ ସ୍ଵୟଂ ମୋ ସ୍ବାମୀ।ଆଜି ତାର ଏହି କଦର୍ଯ୍ୟ କାରନାମା ଶୁଣିବା ପରେ ଅନେକଙ୍କୁ ଚଳଚ୍ଚିତ୍ର ଅବଶ୍ୟ ଲାଗିବ ଆଉ କେତେଜଣ ମତେ ଧର୍ମର ଭାଷଣ ଦେଇ ସ୍ବାମୀ ର ହତ୍ୟାକାରୀ ନାମ ଦେବେ। ଓଃ ଏହି ରକ୍ତ ଭିଜା ହାତ ଓ ହାତରେ ଛୁରି ଦେଖି ମୋର ଦେହ କଣ ହେଇଯାଉଛି।ମୋ ମୁଣ୍ଡ ଭିତରେ ଋଷ ଇଉକ୍ରେନ୍ ଯୁଦ୍ଧ ଚାଲିଛି ମୁଁ କଣ ସତରେ ଏମିତି କରି ପାରିଲି???? |
37 | ରୂପା - ଜୀବନ ର ରଙ୍ଗ କେମିତି ! ତମେ କହି ପାରିବ ମୋତେ, ମୁଁ ତ ବୁଝି ପାରେନା ଏ ଜିବନ ନାଲି , ନେଳି,ସବୁଜ ମିଶା ସାତରଙ୍ଗି ଇନ୍ଦ୍ରଧନୁ ପରି ରଙ୍ଗୀନ ଅବା ତା ଠୁ ନିଆରା । ଯାହାର ଦେହ ସାରା ସମୟ ରଙ୍ଗ ତୂଳୀ ଧରି ଆଙ୍କି ଦେଇଚି ଦୁଇଟି ରଙ୍ଗ ସୁଖ ଆଉ ଦୁଃଖ । ମିଥଲେଶ୍ - ମୁଁ ଜାଣିନି ରୂପା ତମ ହିସାବ ରେ ଜୀବନ ର ରଙ୍ଗ ଇନ୍ଦ୍ରଧନୁ କି ସୁଖ ଆଉ ଦୁଃଖ। ହେଲେ ସେ ସବୁଠୁ ନିଆରା ଜୀବନ ର ଆଉ ଗୋଟେ ରଙ୍ଗ ଅଛି । ଯୋଉ ରଙ୍ଗ ମୋ ଦେହରେ ଲାଗି ସାରିଛି ଆଉ ମୁଁ ତମ ଦେହରେ ଲଗେଇବା ପାଇଁ ଚାହୁଁଚି ହେଲେ ତମେ ତାକୁ ଅଣଦେଖା କରୁଚ । ସେଥିରେ ତମର କିଛି ଦୋଷ ନାହିଁ ସମୟ ଏମିତି କିଛି କରିଚି ଯେ ତମ ପାଖରେ ମୁଁ ଥାଇ ଆଉ ମୋ ପାଖରେ ତମେ ଥାଇ ବି ନଥିଲା ଭଳି। ଦୁନିଆ ଆଗରେ ମୁଁ ଚାହିଁଲେ ବି କହି ପାରୁନି ତମେ ମୋର କେତେ ନିଜର , ତମ ମଥା ର ସିନ୍ଦୂର ଆଉ ହାତ ର ଶଙ୍ଖା ଗାର ଟାଣି ଦେଇଚି ତମ ଆଉ ମୋ ଭିତରେ, ମୁଁ କେମିତି ଉତ୍ତର ଦେବି ତମ ପ୍ରଶ୍ନ ର ଆଉ କେମିତି ଅନୁଭବ କରେଇବି ଜୀବନ ର ନିଆରା ରଙ୍ଗ ( ପ୍ରେମ) କୁ ... |
38 | ସଂକ୍ରମିତ ହେଉଛି ମୁଁ। ଆଉ ନିଦ ମୋର ଭାଙ୍ଗିଯାଏ କାହିଁ ମଧ୍ୟରାତ୍ରରେ। ମୋତେ ଶୁଣାଯାଏ ଗୋଟିଏ ନାରୀ କଣ୍ଠର କ୍ରନ୍ଦନ। ମୁଁ ଜାଣେ ସେତିକିବେଳେ ପୃଥିବୀର କେଉଁ କୋଣରେ ଗୋଟିଏ ନାରୀ ନିଶ୍ଚିତ କାନ୍ଦୁଥିବ। ଅଜାଣତରେ। ଶାପଗ୍ରସ୍ତା କିନ୍ନରୀ ଭଳି। ଯେଉଁ କ୍ରନ୍ଦନରୁ ତା'ର ମୁକ୍ତି ନାହିଁ। ମୁଁ ଅନ୍ଧାରରେ ହାତ ବଢ଼ାଏ, ତା'ର ଲୁହ ପୋଛି ଦେବା ପାଇଁ। କିନ୍ତୁ, ମୋ ହାତ ଅନ୍ଧକାର ଭିତରେ ଘୂରିଆସେ ନିଷ୍ଫଳ ଭାବରେ। କେହି କୁଆଡ଼େ ନ ଥାନ୍ତି। ଖୁବ୍ ଦୂରରୁ ଅସ୍ପଷ୍ଟ ଭାବରେ ଶୁଣାଯାଉଥାଏ କାହାର କ୍ରନ୍ଦନର ଧ୍ୱନି। କେଉଁ ଭୁଲ୍, ଅପରାଧ, ଅବସୋସ୍ ବା ଅତୃପ୍ତିରୁ ଏ ଜୀବନ ଶାପଗ୍ରସ୍ତ ଲାଗେ ଜଣାପଡ଼େନା। ଗୋଟିଏ ଶୋକ ଛାତିତଳେ କଫ ଭଳି ବସିଯାଇଥାଏ ଓ ମୋତେ ବାରମ୍ବାର ଅତୀତ ଆଡ଼କୁ ମୁହାଁଇନିଏ। |
39 | ସଂଘର୍ଷର ଅନ୍ୟନାମ ନାରୀ।ଯୁଗେ ଯୁଗେ ନାରୀ ନିଜର ଅସ୍ତିତ୍ବ ପାଇଁ ଅଧିକାର ପାଇଁ ସଂଘର୍ଷ କରି ଆସିଛି । ଆଜି ମଧ୍ୟ କରୁଛି। ନାରୀ ଓ ପୁରୁଷ ସମାନ ସମାନ ଯେତେ ସ୍ଲୋଗାନ ଦେଲେ ମଧ୍ୟ ତାହା ସମ୍ପୂର୍ଣ୍ଣ ସଫଳ ହୋଇନି। ପରମ୍ପରା ଓ ସଂସ୍କାର ନାମରେ ତା'ର ସ୍ବାଧୀନତା କୁ କେତେକ କ୍ଷେତ୍ରରେ ସଙ୍କୁଚିତ କରାଯାଉଛି । ଏହିପରି ଏକ ନାରୀ ଚରିତ୍ର ହେଉଛି -- ମୀରା। ମଧ୍ୟବିତ୍ତ ପରିବାରର ଆଦରର କନ୍ୟା ମୀରା।ଚାରି ପୁଅରେ ଗୋଟିଏ ଝିଅ । ଗେହ୍ଲାରେ ବଢ଼ିଛି। ନୂଆ ନୂଆ କଲେଜ ମାଟି ମାଡ଼ିଥାଏ। ଆଖିରେ ଆଖିଏ ସ୍ଵପ୍ନ। ଚାରି ଭାଇଙ୍କର ସର୍ବଦା ତା' ଉପରେ କଡ଼ା ନଜର। ମେଧାବୀ ଛାତ୍ରୀ । ନିଜ ଗୋଡ଼ରେ ଠିଆ ହୋଇ, ଦୁନିଆ ଦେଖିବାକୁ ପ୍ରବଳ ଇଚ୍ଛା।ଘରର କଡା କଟକଣା ଓ ଭାଇ ମାନଙ୍କର ତୀକ୍ଷ୍ଣ ଦୃଷ୍ଟି ଯୋଗୁଁ ଭଲରେ ମଧ୍ୟ କୌଣସି ପୁଅ ସାଙ୍ଗ ସହିତ କଥା ହେବାକୁ ସାହାସ୍ କରି ପାରେନି। କିନ୍ତୁ ସମୟ କ୍ରମେ ଯୌବନର ଉତ୍ତାଳ ତରଙ୍ଗରେ ସେ ଭାସିଯାଇ ସହପାଠୀ ଗିରିଧର କୁ ଭଲ ପାଇ ବସିଛି। |
40 | ସମିତା ମନରେ ଅଫୁରନ୍ତ ଆନନ୍ଦ। ଭାଇ ତା'ର ଫେରିବ ରାକ୍ଷୀ ପୂର୍ଣ୍ଣିମା ଅବସରରେ। ଦୀର୍ଘ ତିନି ବର୍ଷ ଧରି ଭାଇ ଘରକୁ ଆସି ନ ଥିଲା। ଯେତେ ହେଲେ ମଧ୍ୟ ଦେଶମାତୃକାର ସୁରକ୍ଷା ସର୍ବୋପରି। ସେ ଗର୍ବ କରେ ତା'ର ଭାଇ ଭାରତୀୟ ସେନାରେ କାର୍ଯ୍ୟରତ ଅଛି ବୋଲି। ମନ ଖୁସିରେ ବିଭିନ୍ନ ପ୍ରକାରର ପିଠା ମିଠା ତିଆରି କରିଛି ନିଜ ହାତରେ। ସବୁକିଛି ଭାଇ ପସନ୍ଦର ବ୍ୟଞ୍ଜନ। ଠିକ୍ ରାକ୍ଷୀ ପୂର୍ଣ୍ଣିମାର ପୂର୍ବ ଦିନ। ଗୋଟିଏ ଫୋନ୍ କଲ୍ ଆସିଲା। ସବୁକିଛି ଏପଟ ସେପଟ ହୋଇ ସାରିଥିଲା। ସମିତା ତରବର ହୋଇ ଘରୁ ବାହାରି ଯାଇଥିଲା ସେହି ଖବର ପାଉ ପାଉ.... |
41 | ସେଦିନ ଶୋଭନା ବଜାର ରେ ପ୍ରତ୍ୟୁଷ ଙ୍କୁ ଅନ୍ୟ ଏକ ସ୍ତ୍ରୀ ଲୋକ ସହ ଦେଖି ବଡ଼ ଆଶ୍ଚର୍ଯ୍ୟ ହେଲା । ପ୍ରତ୍ୟୁଷ ଯେ ପାଞ୍ଚ ଦିନ ପାଇଁ ନିଜ ଗାଁ କୁ ଯାଇଛନ୍ତି ହେଲେ ସେ ପୁଣି ବଜାର ରେ ଅନ୍ୟ ଏକ ସ୍ତ୍ରୀ ଲୋକ ସହ କଣ କରୁଛନ୍ତି? କିଏ ଏ ସ୍ତ୍ରୀ ଲୋକ? କେହି ସମ୍ପର୍କୀୟ ନା ବନ୍ଧୁ? ସାଙ୍ଗେ ସାଙ୍ଗେ ଶୋଭନା ଫୋନ୍ ଲଗାଇଲା ପ୍ରତ୍ୟୁଷ ଙ୍କ ନିକଟକୁ । ମାତ୍ର ପ୍ରତ୍ୟୁଷ ଫୋନ୍ କଲ୍ ଟି ଦେଖି କାଟି ଦେଲେ । ଶୋଭନା ର ସନ୍ଦେହ ଆହୁରି ବଢ଼ିବାକୁ ଲାଗିଲା । ପ୍ରତ୍ୟୁଷ ଙ୍କ ସହ ଶୋଭନା ର ଦୀର୍ଘ ୪ ବର୍ଷ ର ପ୍ରେମ ସମ୍ପର୍କ । ପରସ୍ପର ଲିଭ୍ ଇନ୍ ରେ ରହୁଛନ୍ତି ରାଜଧାନୀ ଭୁବନେଶ୍ବର ରେ । ବିବାହ ନ ହେଲେ ବି ସ୍ବାମୀ ସ୍ତ୍ରୀ ଙ୍କ ଭଳି ରୁହନ୍ତି ଉଭୟ । ତେବେ ଏହି ସ୍ତ୍ରୀ ଲୋକ ଜଣଙ୍କ ଏମିତି କେଉଁ ସମ୍ପର୍କୀୟ ଯେ ଯାହାଙ୍କ ବିଷୟରେ ଶୋଭନା କୁ ଜଣା ନାହିଁ ? |