pratilipi-logo ପ୍ରତିଲିପି
ଓଡିଆ

ଭାଇରାଲ କାହାଣୀ ପାଇଁ କିଛି ପରାମର୍ଶ

29 ଅପ୍ରେଲ 2022

ପ୍ରତିଲିପି ଆପ ପ୍ରଥମେ ୨/୩ ସପ୍ତାହ ବ୍ୟବହାର କରନ୍ତୁ,ପୋଷ୍ଟ କରନ୍ତୁ,ସବୁ ସୁବିଧା ଦେଖନ୍ତୁ,ସବୁ ସୁବିଧା କୁ ପ୍ରଥମେ ବ୍ୟବହାର କରିବାକୁ ଚେଷ୍ଟା କରନ୍ତୁ,ଆମର ବିଶ୍ବାସ ଏହା ନିଶ୍ଚିତ ସରଳ ଲାଗିବ।

ଭାଇରାଲ କାହାଣୀ ପାଇଁ କିଛି ପରାମର୍ଶ 

୧. କାହାଣୀ/ଭାଗ ୫/୬ ମିନିଟ୍ ବ୍ୟବଧାନ କିମ୍ବା ୧୦୦୦ ଶବ୍ଦ ରୁ ଅଧିକ ଲେଖିବା ପାଇଁ ଚେଷ୍ଟା କରନ୍ତୁ । ୧୦୦୦(ପ୍ରତିଯୋଗିତା ନିୟମ ଦେଖନ୍ତୁ) ଟି ଶବ୍ଦ ବାଧ୍ୟତା ମୂଳକ ନୁହେଁ । ଆପଣ ଚାହିଁଲେ ୨/୩ ଧାଡ଼ିରେ ମଧ୍ୟ ଲେଖା ଶେଷ କରି ପାରିବେ। ୧୦ ଟି ଶବ୍ଦରେ ମଧ୍ୟ ଶେଷ କରି ପାରିବେ। ଭିନ୍ନ ଭିନ୍ନ ପ୍ରତିଯୋଗିତାରେ ଦିଆଯାଇଥିବା ନିୟମ,ତାରିଖ,ଶବ୍ଦ ସଂଖ୍ୟା ହିସାବରେ ପୋଷ୍ଟ କରନ୍ତୁ,ପ୍ରତିଯୋଗିତା ର ନିୟମ ମାନନ୍ତୁ।(ପ୍ରତିଲିପି ଆକଳନରୁ ଜଣାଯାଇଛି ପାଠକ ମାନେ ଦୀର୍ଘ କାହାଣୀ ଧାରାବାହିକ କାହାଣୀ ପଢିବାକୁ ପସନ୍ଦ କରୁଛନ୍ତି।)
୨. ଲେଖାର କଭର ଫୋଟୋ ଦେବାକୁ ଚେଷ୍ଟା କରନ୍ତୁ। ଏଥି ନିମନ୍ତେ pixabay.com, unsplash.com ଭଳି କପି ରାଇଟ ମୁକ୍ତ ସାଇଟ୍ ଦେଖନ୍ତୁ। ଏହା କପି ରାଇଟ ମୁକ୍ତ ୱେବସାଇଟ। ଅନ୍ୟ ଯେକୌଣସି ସାଇଟ୍ ରୁ ମଧ୍ୟ ଫୋଟୋ ଦେଇ ପାରିବେ କିନ୍ତୁ ଆପଣଙ୍କୁ ଆଗକୁ ସମସ୍ୟା ମୁକ୍ତ ରହିବା ପାଇଁ କପି ରାଇଟ ମୁକ୍ତ ଫୋଟୋ ବ୍ୟବହାର କରିବାକୁ କୁହାଯାଇଛି।
୩. କାହାଣୀ ର ଶୀର୍ଷକ(ନାମ/title) ଛୋଟ ରଖନ୍ତୁ ଓ ଏଥିରେ ଚିହ୍ନ, ନାମ ଓ ଚିତ୍ର ବ୍ୟବହାର କରନ୍ତୁ ନାହିଁ। କାରଣ ଆପଣ କଭର ଫୋଟୋ ଉପରେ କାହାଣୀ ଲେଖୁଛନ୍ତି, ଫୋଟୋ କୁ ଫୋଟୋ ଭାବରେ ସଫା ନ ରଖି ଏହାକୁ ରଫ୍ ଭଳି ଅତ୍ୟଧିକ ଲେଖାରେ କଭର କରି ରଖୁଛନ୍ତି। ଫୋଟୋ,ପ୍ରୋଫାଇଲ୍,ଲେଖା ସବୁ ଜିନିଷକୁ ସଫା ରଖନ୍ତୁ।
୪. କଭର ଫୋଟୋ ରେ ତଳେ କିମ୍ବା ଉପରେ ଛୋଟ ଅକ୍ଷରରେ ନାମ ଲେଖି ପାରିବେ। ପ୍ରୋଫାଇଲ୍ ରେ ସବୁ ସ୍ଥାନରେ ଆପଣଙ୍କ ନାମ,ଲିଙ୍କ୍ ସବୁକିଛି ଅଛି। କିନ୍ତୁ ଯେହେତୁ ଏହା ପରେ ମଧ୍ୟ ଆପଣ କଭର ଉପରେ ଆପଣଙ୍କ ନାମ,ଠିକଣା ଆଦି ଲେଖୁଛନ୍ତି,ତେଣୁ ଆପଣଙ୍କୁ ଏହାକୁ ଛୋଟ ଓ ସଫା ରଖିବାକୁ ପରାମର୍ଶ ଦିଆଯାଇଛି।
୫. କାହାଣୀ/ପ୍ରବନ୍ଧ ପୂର୍ଣ୍ଣ ପାରାଗ୍ରଫ୍ ରେ ଲେଖନ୍ତୁ। କବିତା କୁ କବିତା ଭଳି ଲେଖନ୍ତୁ। ଉପଯୁକ୍ତ "ବିଭାଗ" ଦିଅନ୍ତୁ । ପ୍ରତିଯୋଗିତା ପାଇଁ ଉପଦେଷ୍ଟ ବିଭାଗ ସେଥିରେ ଦିଅନ୍ତୁ।
୬. ଲେଖା ପାଇଁ ଥିବା ସ୍ଥାନରେ ଲେଖା ଓ ଶୀର୍ଷକ(କାହାଣୀ/କବିତାର ନାମ) ପାଇଁ ଥିବା ସ୍ଥାନରେ ଶୀର୍ଷକ ଲେଖନ୍ତୁ। ଲେଖା ସେୟାର କଲେ ସ୍ଵତଃ ଭାବରେ ଆପଣଙ୍କ ନାମ ଆସିବ। ତେଣୁ ଲେଖା ମଝିରେ,ଶେଷରେ,ଆରମ୍ଭରେ ନିଜ ନାମ,ଫୋନ୍,ଠିକଣା ଦିଅନ୍ତୁ ନାହିଁ।
୭. ନିଜର ବଡ଼(୧ ଘଣ୍ଟା) କାହାଣୀ କୁ ଧାରାବାହିକ ରେ ଦେବାକୁ ଚେଷ୍ଟା କରନ୍ତୁ। ଧାରାବାହିକ କାହାଣୀ ପାଠକ ମାନଙ୍କ ଦ୍ଵାରା ବହୁତ ଭାବରେ ଆଦୃତ। ଧାରାବାହିକ ରେ ପ୍ରତି ଭାଗର ଶବ୍ଦ ସଂଖ୍ୟା ୧୦୦୦ ରୁ ଅଧିକ ରଖିବାକୁ ସବୁବେଳେ ଚେଷ୍ଟା କରନ୍ତୁ। ଦୈନିକ ଧାରାବାହିକ ତଥା ସମୟ ନିର୍ଦ୍ଧାରଣ ରେ ଭାଗ ନିଅନ୍ତୁ।
୮. ଲେଖାରେ ଲେଖା ବିଷୟବସ୍ତୁ ସମ୍ବନ୍ଧିତ ଫୋଟୋ ଦିଅନ୍ତୁ। ସବୁ ଲେଖାରେ ନିଜର ବ୍ୟକ୍ତିଗତ ଫୋଟୋ/ପରିବାର ଫୋଟୋ/ନିଜ ସେଲଫି କିମ୍ବା କେବଳ ଗୋଟିଏ ପ୍ରକାରର ଫୋଟୋ ଦିଅନ୍ତୁ ନାହିଁ। ନିଜ ପ୍ରୋଫାଇଲ୍ କୁ ସୁନ୍ଦର୍ ଓ ଆକର୍ଷଣୀୟ ରଖନ୍ତୁ।
୯. ପ୍ରୋଫାଇଲ୍ ରେ ସେଟିଂ ରେ ନିଜର ଇମେଲ ଯୋଗ କରି ଦିଅନ୍ତୁ। ଏହା ଦ୍ବାରା ଆପଣ ସବୁ ମେସେଜ ଓ ଅଗ୍ରଗତି ବିଷୟରେ ସୂଚନା ପାଇପାରିବେ। ଆପଣଙ୍କୁ ସମସ୍ତ ସୂଚନା ସଠିକ ସମୟରେ ମିଳି ପାରିବ ।
୧୦. ସବୁବେଳେ ଚେଷ୍ଟା କରନ୍ତୁ କାହାଣୀ ସ୍ଥାନରେ କାହାଣୀ ଓ କବିତା ସ୍ଥାନରେ କବିତା ଦେବା ପାଇଁ। ଅତ୍ୟଧିକ ଇମୋଜି,ଚିହ୍ନ, ଏକାଧିକ ଫୋଟୋ ଗୋଟିଏ ଲେଖାରେ ପୋଷ୍ଟ କରନ୍ତୁ ନାହିଁ।

ଆମେ ଆଶାକରୁ ଆପଣ ନିଶ୍ଚିତ ଭାବରେ ଏଥିପ୍ରତି ଧ୍ୟାନ ଦେବେ ଓ ନିଜର ଲେଖା ପ୍ରକାଶିତ କରିବେ।



କିଛି ସମସ୍ୟା ଅଛି ?

ଆମେ ଆପଣଙ୍କ ସାହାଯ୍ୟ ପାଇଁ ସଦା ତତ୍ପର 🙂
ପ୍ରତିଲିପି ଆପ ପାଇଁ ସବୁ ପ୍ରକାରର ଗାଇଡ଼ ଭିଡ଼ିଓ - ଦେଖନ୍ତୁ


ଧନ୍ୟବାଦ,
ପ୍ରତିଲିପି ଓଡ଼ିଆ।