ରୋଜଗାର ହିଷ୍ଟ୍ରୀ କଣ୍ ?

୧) ଆପଣ ଆକାଉଣ୍ଟ ସୂଚନା ଦେଇଛନ୍ତି କି ନାହିଁ ଯାଞ୍ଚ କରି ନିଅନ୍ତୁ । ବ୍ୟାଙ୍କ୍ ଆକାଉଣ୍ଟ୍ ନିଜକୁ ଯୋଗ କରିବାକୁ ହେବ। ଏହାକୁ "ମୋ ଆମଦାନୀ" ପୃଷ୍ଠାରେ ଯୋଗ କରନ୍ତୁ। ୫୦ ଟଙ୍କାରୁ ଅଧିକ ରୋଜଗାର ହେଲା ପରେ ଏହା ଦେଖାଯିବ।

୨) ୭ ତାରିଖ ପୂର୍ବରୁ ସବୁବେଳେ ଟଙ୍କା ପଠାଇ ଦିଆଯାଏ। ଦୁଇ ତିନିଦିନ ଅପେକ୍ଷା କରି ଓ ବ୍ୟାଙ୍କ୍ ମେସେଜ ଯାଞ୍ଚ୍ କରି ଆମକୁ ରିପୋର୍ଟ୍ କରନ୍ତୁ।

୩) ଆପଣଙ୍କ ଟଙ୍କା ଆପଣଙ୍କୁ ମିଳିବ ହିଁ ମିଳିବ, ସଠିକ୍ ସୂଚନା ଦେଇ ସଠିକ୍ ବ୍ୟାଙ୍କ୍ ସୂଚନା ଦେଇ ଆପଣ ନିଜେ ପ୍ରତି ମାସ ଶେଷରେ ଏହାକୁ ପାଇ ପାରିବେ।

୪) କୟନ ଓ ଟଙ୍କା ସମାନ ନୁହେଁ ୫୦ ଟି କୟାନ୍ ୫୦ ଟଙ୍କା ନୁହେଁ। ତଳେ ସମସ୍ତ FAQ ପଢନ୍ତୁ ଓ ଏହା ବିଷୟରେ ଜାଣନ୍ତୁ।

୫) ଆପଣ ଏହି ମେସେଜ ରେ ଯାହା ପଢୁଛନ୍ତି ତାହା ମୋ ଆମଦାନୀ ପୃଷ୍ଠାରେ ବିସ୍ତୃତ ଭାବରେ ଲେଖା ଯାଇଅଛି।

୬) ପ୍ରଥମେ ଆପଣଙ୍କ ରୋଜଗାର ୫୦ ଟଙ୍କାରୁ ଅଧିକ ଅଛି କି ନାହିଁ ଦେଖନ୍ତୁ। ଦିଆଯାଇଥିବା ନିୟମ ପାଳନ କରନ୍ତୁ।

୭) ଆପଣ କେତେ ଟଙ୍କା ରୋଜଗାର କରିଛନ୍ତି ବୋଲି ଆପଣଙ୍କ ପ୍ରୋଫାଇଲ୍ ରେ ଦେଖାଉଅଛି ଆମକୁ ନିଶ୍ଚିତ ଜଣାନ୍ତୁ। ଯେଉଁ ଆକାଉଣ୍ଟ ରେ କୟନ ରହିଛି ସେହି ଆକାଉଣ୍ଟ ରୁ ମେସେଜ କରନ୍ତୁ । ଏହା ଆମକୁ ଆପଣଙ୍କ ନାମ ଯାଞ୍ଚ କରିବାରେ ସୁବିଧା ହେବ ।

୮) ଆପଣ ଆପ ର ସବୁଠାରୁ ଉପରେ ଥିବା ଗୋଲ୍ଡ କୟନ ଉପରେ କ୍ଲିକ୍ କରି ଏହାର ଏକ ସ୍କ୍ରିନ୍ ସଟ୍ ଆମକୁ ପଠାନ୍ତୁ। ଏଥିରେ ଆପଣଙ୍କ ରୋଜଗାର ଦେଖା ଯାଇଥାଏ।

୯) ସବୁ ମାସ ସବୁ ଲେଖକଙ୍କ ପେମେଣ୍ଟ ଆପେ ଆପେ ଲେଖକଙ୍କ ଆକାଉଣ୍ଟ୍ କୁ ଚାଲିଯିବ। ଯଦି କୌଣସି ଅସୁବିଧା ରହିଛି ତେବେ ଏହାକୁ ଇମେଲ ଦ୍ଵାରା ଜଣାଇ ଦିଆଯିବ।

୧୦) ଜାନୁଆରୀ ମାସରେ ଯଦି ପେମେଣ୍ଟ ଆପଣଙ୍କ ଆକାଉଣ୍ଟ୍ କୁ ଯାଇ ପାରି ନାହିଁ ତେବେ ଫେବୃଆରୀ ମାସ ସହ ମିଶି ଚାଲିଯିବ। ପୁରୁଣା ମାସ ଗୁଡ଼ିକର ପେମେଣ୍ଟ ବାକି ରହି ନୂଆ ମାସର ପେମେଣ୍ଟ ହେବ ନାହିଁ ଏହାର ଅର୍ଥ ସବୁବେଳେ ଆପଣଙ୍କ ମୋ ରୋଜଗାର ରେ ଯାହା ଦେଖାଇବ ତାହା ମାସ ଶେଷକୁ ଆକାଉଣ୍ଟ୍ କୁ ଚାଲିଯିବ।

 

ସମ୍ପର୍କିତ ସୂଚନା ସହାର୍ଯ୍ୟକାରୀ ଥିଲା ?