ଲେଖା ରିପୋର୍ଟ୍

ପ୍ରତିଲିପି ନିଜର ସମସ୍ୟା ସବୁକୁ ଧୀରେ ଧୀରେ ସମାଧାନ କରିବାକୁ ଚେଷ୍ଟା କରୁଛି। ଏହା ବ୍ୟତୀତ ଅନେକ ସମସ୍ୟା ରହିଛି ଯାହାର ସମାଧାନ ସଙ୍ଗେ ସଙ୍ଗେ କରିବା ଅସମ୍ଭବ। ତେଣୁ ଆପଣଙ୍କ ତରଫରୁ ଆମକୁ ଯୋଗାଯୋଗ କରନ୍ତୁ। ଖରାପ ଲେଖାକୁ ରିପୋର୍ଟ୍ କରନ୍ତୁ,ପ୍ରତିଲିପି କୁ ସଫା ରଖନ୍ତୁ।

 

୧) ସମସ୍ୟା ବିଷୟର ବିସ୍ତୃତ ଭାବରେ ବିବରଣୀ ଦିଅନ୍ତୁ। କଣ୍ ସମସ୍ୟା ହେଉଛି କଣ୍ କଲେ କଣ୍ ହେଉ ନାହିଁ, କାହା ପରେ କଣ୍ ଦେଖାଯାଉଛି, ଏହା ପରେ ଏହା କ୍ଲିକ୍ କରିଲା ପରେ ଏହା ହେଉଛି, ଏହା ପରେ କିଛି ହେଉନାହିଁ। ଆପଣ କଣ୍ ଜାଣିବାକୁ ଚାହନ୍ତି, କେଉଁ ସ୍କ୍ରିନ୍ ରେ ଏହି ସମସ୍ୟା ହେଉଛି।

୨) ଯଦି ସମ୍ଭବ ସମୟ ଓ ତାରିଖ ଲେଖିବାକୁ ଭୁଲନ୍ତୁ ନାହିଁ। ରିପୋର୍ଟ୍ ବିକଳ୍ପ ପ୍ରାୟତଃ ସବୁ ସ୍ଥାନରେ ରହିଛି ଏହାକୁ ବ୍ୟବହାର କରିବାକୁ ଚେଷ୍ଟା କରନ୍ତୁ।

୩) କଣ୍ ଏରର୍ ମେସେଜ ଆସୁଛି କିମ୍ବା କ୍ଲିକ୍ କଲାପରେ କଣ୍ ହେଉଛି ଜଣାନ୍ତୁ।

୪) ଆମେ ସମସ୍ୟା ଯାଞ୍ଚ୍ କରି ୨୪ ରୁ ୪୮ ଘଣ୍ଟା ମଧ୍ୟରେ ଆପଣଙ୍କ ସମସ୍ୟାର ସମାଧାନ ନିଶ୍ଚିତ କରିବୁ କିମ୍ବା ଏହା ବିଷୟରେ ଜଣାଇ ଉତ୍ତର ନିଶ୍ଚିତ ଦେବୁ।

୫) ଗୋଟିଏ ପ୍ରକାର ସମସ୍ୟା ଗୋଟିଏ ଥର ରିପୋର୍ଟ୍ କରି ଅପେକ୍ଷା କରନ୍ତୁ। ଧ୍ୟାନ ରଖନ୍ତୁ ସମସ୍ତ ସମସ୍ୟା ସମାଧାନ କରିବା ପାଇଁ ସମୟ ଲାଗିଥାଏ ଓ ଏହାର ଯାଞ୍ଚ୍ କରାଯାଇଥାଏ ଓ ପରେ ଆପଣଙ୍କୁ ଏହି ବିଷୟରେ ଆପଣଙ୍କୁ ଜଣା ଯାଇଥାଏ।

 

Note: ନକଲ ରିପୋର୍ଟ ପାଇବା ମାତ୍ରକେ ଆପଣଙ୍କ ଲେଖାକୁ ଡ୍ରାଫ୍ଟ କରି ଦେବୁ। ସମସ୍ୟା ସମାଧାନ ନ ହେଲା ପର୍ଯ୍ୟନ୍ତ ଏହାକୁ ଡ୍ରାଫ୍ଟ ରେ ରଖନ୍ତୁ। ଏହାକୁ ପ୍ରକାଶିତ କରନ୍ତୁ ନାହିଁ। କୌଣସି କାରଣ ନ ଦର୍ଶାଇ ଯଦି ଆପଣ ଲେଖା ପ୍ରକାଶ କରି ଦିଅନ୍ତି ତେବେ ଆମେ ଆପଣଙ୍କ ପ୍ରୋଫାଇଲ ବ୍ଲକ କରିବାକୁ ବାଧ୍ୟ ହେବୁ । ବ୍ୟସ୍ତ ହୁଅନ୍ତୁ ନାହିଁ ଆମକୁ ଯୋଗାଯୋଗ କରନ୍ତୁ। ଆପଣଙ୍କ ଲେଖା କୌଣସି ଲେଖକ ଯଦି ନକଲ କରିଥାନ୍ତି ତେବେ ଆପଣଙ୍କୁ ତାଙ୍କ ବିରୁଦ୍ଧରେ ଆଇନିଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ପ୍ରତିଲିପି ସମସ୍ତ ପ୍ରକାରର ସୂଚନା ଯୋଗାଇବାରେ ସହାୟତା କରିବ। 

 

କେଉଁ ସ୍ଥାନରେ ରିପୋର୍ଟ୍ କରିବେ :

 

  1. ଆପଣଙ୍କ ସମସ୍ୟା ସବୁ ପ୍ରତିଲିପି ଆପ ର ସେଟିଙ୍ଗ ରେ ଥିବା "ସହାୟତା କେନ୍ଦ୍ର" ରେ "ସହାୟତା" ବିକଳ୍ପ ରେ ବିସ୍ତୃତ ଭାବରେ ରିପୋର୍ଟ କରନ୍ତୁ।

  2. ଏହା ଆମକୁ ଆପଣଙ୍କ ପ୍ରୋଫାଇଲ୍ ପାଇବାରେ ସହାୟକ ହେବ ଓ ଆମେ ୨୪ ରୁ ୪୮ ଘଣ୍ଟା ମଧ୍ୟରେ ସମସ୍ୟା ସହଜରେ ସମାଧାନ କରି ଉତ୍ତର ଦେଇପାରିବୁ।

  3.  ସିଧା ସଳଖ ଇମେଲ ରେ ମେସେଜ କରୁଥିଲେ ଆପଣଙ୍କ ପ୍ରତିଲିପି ରେ ପଞ୍ଜୀକୃତ ଇମେଲ ରୁ ମେସେଜ କରିବାକୁ ଚେଷ୍ଟା କରନ୍ତୁ। 

 

ରିପୋର୍ଟ୍ ପରେ କଣ୍ ହୋଇଥାଏ ?

 

ଆମେ ସମସ୍ୟା ଯାଞ୍ଚ୍ କରି ୨୪ ରୁ ୪୮ ଘଣ୍ଟା ମଧ୍ୟରେ ଆପଣଙ୍କ ସମସ୍ୟାର ସମାଧାନ ନିଶ୍ଚିତ କରିବୁ କିମ୍ବା ଏହା ବିଷୟରେ ଜଣାଇ ଉତ୍ତର ନିଶ୍ଚିତ ଦେବୁ।ଅଶ୍ଳୀଳ ଓ ଚୋରି/ନକଲ ଲେଖାକୁ ଆମେ ସଙ୍ଗେ ସଙ୍ଗେ ହଟାଇ ଦେବୁ। ଏହାକୁ ଦେଖିବା ମାତ୍ରକେ ରିପୋର୍ଟ୍ କରନ୍ତୁ।

 

ସମ୍ପର୍କିତ ସୂଚନା ସହାର୍ଯ୍ୟକାରୀ ଥିଲା ?