ୟୁଜର ରିପୋର୍ଟ୍

କେଉଁ ସ୍ଥାନରେ ରିପୋର୍ଟ୍ କରିବେ ?

ଆପଣଙ୍କ ସମସ୍ୟା ସବୁ ପ୍ରତିଲିପି ଆପ ର ସେଟିଙ୍ଗ ରେ ଥିବା "ସହାୟତା କେନ୍ଦ୍ର" ରେ "ସହାୟତା" ବିକଳ୍ପ ରେ ବିସ୍ତୃତ ଭାବରେ ରିପୋର୍ଟ କରନ୍ତୁ। ଏହା ଆମକୁ ଆପଣଙ୍କ ପ୍ରୋଫାଇଲ୍ ପାଇବାରେ ସହାୟକ ହେବ ଓ ଆମେ ୨୪ ରୁ ୪୮ ଘଣ୍ଟା ମଧ୍ୟରେ ସମସ୍ୟା ସହଜରେ ସମାଧାନ କରି ଉତ୍ତର ଦେଇପାରିବୁ। ସିଧା ସଳଖ ଇମେଲ ରେ ମେସେଜ କରୁଥିଲେ ଆପଣଙ୍କ ପ୍ରତିଲିପି ରେ ପଞ୍ଜୀକୃତ ଇମେଲ ରୁ ମେସେଜ କରିବାକୁ ଚେଷ୍ଟା କରନ୍ତୁ।

 

କାହିଁକି whatsapp ରେ ସମସ୍ୟା ସମାଧାନ ସମ୍ଭବ ନୁହେଁ ??

whatsapp ରେ କେବଳ ମୋର ସମସ୍ୟା ହେଉଛି ବୋଲି ମେସେଜ କରିଲେ ଆପଣଙ୍କ ପ୍ରୋଫାଇଲ ପାଇବା ଅସମ୍ଭବ । ସମସ୍ୟା ସମାଧାନ ପାଇଁ ଆପଣଙ୍କ ଇମେଲ/ପ୍ରୋଫାଇଲ ଲିଙ୍କ/ଆପ ଭର୍ଶନ/ସମୟ/ତାରିଖ/ନେଟ ସେବା ଅଛି କି ନାହ୍ହି/ଫୋନ ମଡେଲ ସଫ୍ଟୱାରେ ଆଦି ଜାଣିବା ଆବଶ୍ୟକ ହୋଇ ଥାଏ,ଏହାର ସୂଚନା ନ ମିଳିଲେ ସମାଧାନ କରିବା ଅସମ୍ଭବ ହୋଇଥାଏ।

 

  1. ସମସ୍ୟା ବିଷୟର ବିସ୍ତୃତ ଭାବରେ ବିବରଣୀ ଦିଅନ୍ତୁ। କଣ୍ ସମସ୍ୟା ହେଉଛି କଣ୍ କଲେ କଣ୍ ହେଉ ନାହିଁ, କାହା ପରେ କଣ୍ ଦେଖାଯାଉଛି, ଏହା ପରେ ଏହା କ୍ଲିକ୍ କରିଲା ପରେ ଏହା ହେଉଛି, ଏହା ପରେ କିଛି ହେଉନାହିଁ। ଆପଣ କଣ୍ ଜାଣିବାକୁ ଚାହନ୍ତି, କେଉଁ ସ୍କ୍ରିନ୍ ରେ ଏହି ସମସ୍ୟା ହେଉଛି।

  2. ଯଦି ସମ୍ଭବ ସମୟ ଓ ତାରିଖ ଲେଖିବାକୁ ଭୁଲନ୍ତୁ ନାହିଁ। ରିପୋର୍ଟ୍ ବିକଳ୍ପ ପ୍ରାୟତଃ ସବୁ ସ୍ଥାନରେ ରହିଛି ଏହାକୁ ବ୍ୟବହାର କରିବାକୁ ଚେଷ୍ଟା କରନ୍ତୁ।କଣ୍ ଏରର୍ ମେସେଜ ଆସୁଛି କିମ୍ବା କ୍ଲିକ୍ କଲାପରେ କଣ୍ ହେଉଛି ଜଣାନ୍ତୁ।

  3. ଆମେ ସମସ୍ୟା ଯାଞ୍ଚ୍ କରି ୨୪ ରୁ ୪୮ ଘଣ୍ଟା ମଧ୍ୟରେ ଆପଣଙ୍କ ସମସ୍ୟାର ସମାଧାନ ନିଶ୍ଚିତ କରିବୁ କିମ୍ବା ଏହା ବିଷୟରେ ଜଣାଇ ଉତ୍ତର ନିଶ୍ଚିତ ଦେବୁ।

  4. ଗୋଟିଏ ପ୍ରକାର ସମସ୍ୟା ଗୋଟିଏ ଥର ରିପୋର୍ଟ୍ କରି ଅପେକ୍ଷା କରନ୍ତୁ। ଧ୍ୟାନ ରଖନ୍ତୁ ସମସ୍ତ ସମସ୍ୟା ସମାଧାନ କରିବା ପାଇଁ ସମୟ ଲାଗିଥାଏ ଓ ଏହାର ଯାଞ୍ଚ୍ କରାଯାଇଥାଏ ଓ ପରେ ଆପଣଙ୍କୁ ଏହି ବିଷୟରେ ଆପଣଙ୍କୁ ଜଣା ଯାଇଥାଏ।

  5. ବାରମ୍ବାର ମେସେଜ କରି ଚାଲିଲେ କିମ୍ବା ବିରକ୍ତି ପ୍ରକାଶ କଲେ କୌଣସି ଲାଭ ହେବନାହିଁ। ଆମେ ଏଠାରେ ଆପଣଙ୍କ ସମସ୍ୟା ସମାଧାନ କରିବା ପାଇଁ ହିଁ କାର୍ଯ୍ୟ କରୁଛୁ।

  6. ସମସ୍ୟାର ଗୁରୁତ୍ୱ କୁ ଅନୁଭବ କରନ୍ତୁ। ଯଦି ପ୍ରତିଲିପି ଆପ ରେ ଆପଣ ଲେଖି ପାରୁ ନାହାଁନ୍ତି,ଲେଖା ପୋଷ୍ଟ ହେଉନାହିଁ,କୌଣସି ଅଶ୍ଳୀଳ ମନ୍ତବ୍ୟ,କପି ରାଇଟ ଉଲଂଘନ ଇତ୍ୟାଦି ପ୍ରାଥମିକ ସମସ୍ୟା। ଏହାର ସମାଧାନ ସଙ୍ଗେ ସଙ୍ଗେ ହେବା ସହିତ ଉତ୍ତର ସଙ୍ଗେ ସଙ୍ଗେ ମିଳିଯିବ।

  7. ଅନ୍ୟ ସମସ୍ୟା ଯାହା, ଆପଣଙ୍କ ପୋଷ୍ଟ କରିବାକୁ ସିଧା ସଳଖ ପ୍ରଭାବ ପକାଏ ନାହିଁ କିମ୍ବା ଆପଣଙ୍କ ସୁରକ୍ଷା ତଥା ଲେଖାର ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରେ ନାହିଁ ତାହାକୁ ଦ୍ଵିତୀୟ ପର୍ଯ୍ୟାୟ ରେ ସମାଧାନ କରାଯାଇଥାଏ।

  8. ସମସ୍ୟା ଗୁଡ଼ିକୁ ଟେକ୍ ଟିମ୍ ସିଷ୍ଟମ୍ ରେ ଯାଞ୍ଚ୍ କରି ଏହାକୁ ଆଉଥରେ ଆପଣଙ୍କ ଷ୍ଟେପ୍ ଅନୁସାରେ ନିଜେ ତିଆରି କରିବାକୁ ଚେଷ୍ଟା କରନ୍ତି ଓ ଅସୁବିଧା କେଉଁଥରେ ହେଉଛି ଦେଖନ୍ତି।

  9. ଯଥା ସମ୍ଭବ ଆମକୁ ସମସ୍ତ ସୂଚନା ଯଥା ସମୟ,ତାରିଖ,ସ୍କ୍ରିନ୍ ସଟ୍,ଭିଡିଓ ଆଦି ସେୟାର କରି ଆମକୁ ସହଯୋଗ କରନ୍ତୁ।

  10. କାହାର ପ୍ରୋଫାଇଲ୍,କାହାଣୀ ଆଦି କୁ କେବଳ ଆପଣଙ୍କ ପସନ୍ଦ ନୁହେଁ ବୋଲି ରିପୋର୍ଟ୍ କରନ୍ତୁ ନାହିଁ। ଯଦି ତାଙ୍କୁ ପସନ୍ଦ କରୁ ନାହାନ୍ତି ତେବେ ବ୍ଲକ୍ କରି ଦିଅନ୍ତୁ। ଯଥାର୍ଥତା ଦେଖାଇ ରିପୋର୍ଟ୍ କରନ୍ତୁ। କାହିଁକି ରିପୋର୍ଟ୍ କରୁଛନ୍ତି,କେଉଁଠାରେ ରିପୋର୍ଟ୍ କରୁଛନ୍ତି ଆଦି ଜଣାନ୍ତୁ।

  11. ଅଶ୍ଳୀଳ ଓ ଚୋରି/ନକଲ ଲେଖାକୁ ଆମେ ସଙ୍ଗେ ସଙ୍ଗେ ହଟାଇ ଦେବୁ। ଏହାକୁ ଦେଖିବା ମାତ୍ରକେ ରିପୋର୍ଟ୍ କରନ୍ତୁ। ନିଜର ବ୍ୟକ୍ତିଗତ ଭାବନା ଯୋଗୁଁ ରିପୋର୍ଟ୍ କରନ୍ତୁ ନାହିଁ କିମ୍ବା ବ୍ଲକ୍ କରିବାକୁ କୁହନ୍ତୁ ନାହିଁ।

ସମ୍ପର୍କିତ ସୂଚନା ସହାର୍ଯ୍ୟକାରୀ ଥିଲା ?