ଅନ୍ୟ ୟୁଜର ମାନଙ୍କ ସହିତ ମୁଁ କିପରି ଭାବରେ ଜଡ଼ିତ ହୋଇ ପାରିବି ?

ହୋମପେଜ 

ହୋମପେଜ 'ପଢା ଜାରୀରଖନ୍ତୁ' ବିଭାଗ ଆପଣଙ୍କୁ ମିଳିବ,ଏଥିରେ ଆପଣ ପଢା ଆରମ୍ଭ କରିଥିବା ଲେଖା ଓ 'ପ୍ରତିଲିପି ମତାମତ' ବିଭାଗ ଅନୁଯାୟୀ ସ୍ୱତନ୍ତ୍ର ଭାବରେ ଆପଣଙ୍କ ରୁଚି ଅନୁଯାୟୀ ଲେଖା ଆପଣଙ୍କୁ ପ୍ରଦର୍ଶିତ ହେବ ।

 

ପସନ୍ଦ ବାଛନ୍ତୁ 

ଆପଣ ନିଜ ରୁଚି ଅନୁଯାୟୀ ଲେଖା ବାଛି ଏହା ଅନୁଯାୟୀ ସ୍ୱତନ୍ତ୍ର ପ୍ରକାରର ଲେଖା ହୋମପେଜ ରେ ପାଇପାରିବେ,ଏଥିନିମନ୍ତେ -

i) ଅପ ରେ ସର୍ବ ଉପରେ ଡାହାଣ ପାଖରେ 'ବିଭାଗ' ଟ୍ୟାବ ଉପରେ କ୍ଲିକ କରନ୍ତୁ ।

ii) 'ପସନ୍ଦ' ଉପରେ କ୍ଲିକ କରନ୍ତୁ ଓ ନିଜର ରୁଚି ଅନୁଯାୟୀ ଆଡ଼/ଡିଲିଟ କରନ୍ତୁ ।

 

ଫଲୋ କରୁଥିବା ଲେଖକ 

ପ୍ରତିଲିପିରେ ଅନ୍ୟ ୟୁଜର ମାନଙ୍କର କାର୍ଯ୍ୟକ୍ରମ ଦେଖିବା ପାଇଁ ଆପଣ ତାଙ୍କୁ ଫଲୋ କରିପାରିବେ । ଫଲୋ କରିବାପରେ ସେ ପ୍ରକାଶିତ କରୁଥିବା ନୂଆ ଲେଖାର ନୋଟିଫିକେସନ ଆପଣଙ୍କୁ ମିଳିବ । ଆପଣ ତାଙ୍କୁ ମେସେଜ ପଠାଇ ପାରିବେ । ନୋଟିଫିକସନ ବନ୍ଦ କରିବା ପାଇଁ ଆପଣ କୌଣସି ସମୟରେ ତାଙ୍କୁ ଅନଫଲୋ କରିପାରିବେ ।

 

ଇଣ୍ଟରନେଟ ବିନା ପଢିବା/ଅଫଲାଇନ

ଆପଣ ପ୍ରତିଲିପି ଅପରେ ଲେଖା ଡାଉନଲୋଡ କରିପାରିବେ ଓ ଇଣ୍ଟରନେଟ ବିନା/ଅଫଲାଇନ ରେ ପଢିପାରିବେ । ଏଥି ନିମନ୍ତେ,

i) ୱାଇ-ଫାଇ/ମୋବାଇଲ ଡାଟା ବ୍ୟବହାର କରି ଆପ ଖୋଲନ୍ତୁ ।

ii) ଲେଖା ସମରି ପୃଷ୍ଠାରୁ'ପଢନ୍ତୁ' ବଟନ ପାଖରେ ଥିବା 'ଡାଉନଲୋଡ' ବଟନ କ୍ଲିକ କରି ନିଜ ପସନ୍ଦର ଲେଖା ଡାଉନଲୋଡ କରନ୍ତୁ ।

iii) ଆପଣ ବିଭାଗ ପୃଷ୍ଠାରୁ ଲେଖା ଲିଷ୍ଟରୁ ମଧ୍ୟ ଲେଖା ଡାଉନଲୋଡ କରିପାରିବେ ।

iv) ଲାଇବ୍ରେରୀ ବିଭାଗରେ ଆପଣ ଡାଉନଲୋଡ କରିଥିବା ଲେଖା ପାଇପାରିବେ ।

ନୋଟ: ୱେବସାଇଟ ରେ ଅଫଲାଇନ ପଢିବା ସୁବିଧା ନାହିଁ ।

 

ରାତ୍ରୀ ମୋଡ଼ 

ଆପଣ ୱେବସାଇଟ/ଅପ ରେ ରାତ୍ରୀ ମୋଡ଼ ବ୍ୟବହାର କରି ଲେଖା ପଢି ପାରିବେ । ରାତ୍ରୀ ମୋଡ଼ ସେଟିଙ୍ଗ କୁ ପାଇବା ପାଇଁ,

i) ଅପ ରେ ପଢ଼ୁଥିବା ସମୟରେ ତଳେ ସିଲିକ କରି ମେନୁ ଦେଖନ୍ତୁ ଓ ସେଥିରୁ ରାତ୍ରୀ ମୋଡ଼ କୁ ବାଛନ୍ତୁ ।

ii) ୱେବସାଇଟ ରେ ଉପରେ ଡାହାଣ ପାଖରେ ଥିବା '୩-ଡଟ' ବଟନ ଉପରେ କ୍ଲିକ କରି ଦ୍ୱିତୀୟ ଆପ୍ସନ କୁ ବାଛନ୍ତୁ,ଏଥିରୁ ଆପଣଙ୍କୁ ବିଭିନ୍ନ ପଢିବା ମୋଡ଼ ବିଭାଗ ମିଳିଯିବ ଏଥିମଧ୍ୟରୁ ଦ୍ୱିତୀୟ ଆପ୍ସନ ଟି ରାତ୍ରୀ ମୋଡ଼ ଅଟେ ।

 

ସମ୍ପର୍କିତ ସୂଚନା ସହାର୍ଯ୍ୟକାରୀ ଥିଲା ?