କାହାଣୀ କୁ କିପରି ଡ୍ରାଫ୍ଟ ରେ ରଖିବି ?

ଆପଣ ଯଦି କୌଣସି ଲେଖା କିମ୍ବା ଲେଖାର ଭାଗ ଭୁଲ୍ ବଶତଃ ପ୍ରକାଶ କରିଦେଇଛନ୍ତି ତେବେ ଏହାକୁ ଡିଲିଟ୍ କରିବା ପରିବର୍ତ୍ତେ ଡ୍ରାଫ୍ଟ କୁ ଘୁଞ୍ଚାଇ ଦେଲେ ଏହା ପାଠକ ମାନଙ୍କୁ ଦେଖାଯିବ ନାହିଁ। ଆପଣ ଏହାକୁ ପରେ ପରିବର୍ତ୍ତନ କରି ପ୍ରକାଶ କରି ପାରିବେ। 

 

ଆପଣ ଯଦି କୌଣସି ଲେଖା ଡ଼ିଲିଟ୍ କରୁଛନ୍ତି ତେବେ ଏହାକୁ ଫେରାଇ ଆଣିବା ଅସମ୍ଭବ। ତେଣୁ ଏହାକୁ ଡ଼ିଲିଟ୍ ନ କରି ଡ୍ରାଫ୍ଟ କରି ଦିଅନ୍ତୁ। 

 

ଆଣ୍ଡ୍ରଏଡ୍ ଫୋନ୍ ରୁ:

 

ଧାରାବାହିକର ଭାଗ ଡ୍ରାଫ୍ଟ କରନ୍ତୁ

 

  1. ନିଜ ପ୍ରୋଫାଇଲ୍ କୁ ଯାଇ କିମ୍ବା ଲେଖନ୍ତୁ ବିକଳ୍ପକୁ ଯାଇ ନିଜ କାହାଣୀ/ଧାରାବାହିକ କୁ ବାଛନ୍ତୁ। ଏହା ଉପରେ କ୍ଲିକ୍ କରନ୍ତୁ। 

  2. ଏବେ ଧାରାବାହିକ ଉପରେ ଏଡ଼ିଟ୍ କରନ୍ତୁ ବିକଳ୍ପ ଉପରେ କ୍ଲିକ୍ କରନ୍ତୁ। 

  3. ଏବେ ଆପଣଙ୍କୁ ସବୁ ଭାଗ ଗୁଡ଼ିକ ଦେଖାଯିବ। ଯେଉଁ ଭାଗକୁ ଡ୍ରାଫ୍ଟ ରେ ରଖିବାକୁ ଚାହାଁନ୍ତି ସେହି ଭାଗର ଡାହାଣକୁ ଯାଇ ସେଠାରେ ଥିବା ତିନୋଟି ବିନ୍ଦୁ ଉପରେ କ୍ଲିକ୍ କରନ୍ତୁ। 

  4. ଏବେ ଏହା ତିନୋଟି ବିକଳ୍ପ ଦେଖାଇବା । ଆପଣ ଅପ୍ରକାଶିତ କରନ୍ତୁ ଉପରେ କ୍ଲିକ୍ କରି ନିଜ ଲେଖାକୁ ଡ୍ରାଫ୍ଟ ରେ ରଖି ପାରିବେ 

 

କୌଣସି ପୂର୍ଣ୍ଣ ଲେଖା ଡ୍ରାଫ୍ଟ କରନ୍ତୁ

 

  1. ନିଜ ପ୍ରୋଫାଇଲ୍ କୁ ଯାଇ ଡ୍ରାଫ୍ଟ କରିବାକୁ ଚାହୁଁଥିବା ଲେଖା ବାଛନ୍ତୁ

  2. ଏହାର ତଳେ ଆପଣଙ୍କୁ ତିନୋଟି ବିନ୍ଦୁ ବିକଳ୍ପ ଦେଖାଯିବ। 

  3. ଏହା ଉପରେ କ୍ଲିକ୍ କରି ଆପଣ ଲେଖାକୁ ଅପ୍ରକାଶିତ କରି ପାରିବେ

 

ୱେବସାଇଟ୍ ରୁ:

 

  1. ନିଜ ପ୍ରୋଫାଇଲ୍ କୁ ଯାଇ ନିଜର ଲେଖାକୁ ବାଛନ୍ତୁ

  2. ଏହା ଉପରେ ଆପଣଙ୍କୁ ଅପ୍ରକାଶିତ କରନ୍ତୁ ବିକଳ୍ପ ଦେଖିବାକୁ ମିଳିବ

  3. ଏହା ଉପରେ କ୍ଲିକ୍ କରି ଆପଣ ଲେଖାକୁ ଡ୍ରାଫ୍ଟ କୁ ନେଇ ପାରିବେ।  

ସମ୍ପର୍କିତ ସୂଚନା ସହାର୍ଯ୍ୟକାରୀ ଥିଲା ?